ତେଲକୋଇ ରେଞ୍ଜରୁ ଆଜି ପୁଣି ଏକ ହାତୀର ମୃତଦେହ ଉଦ୍ଧାର

କେନ୍ଦୁଝର,୧୯ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ଅନ୍ତର୍ଗତ ଏକ ଜଙ୍ଗଲରୁ ରବିବାର ପୁଣି ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର ହୋଇଛି। ହାତୀଟିର ବୟସ ପ୍ରାୟ ୮ ବର୍ଷ ହୋଇଥିବା ବେଳେ ମୃତ୍ୟୁର ସଠିକ୍‌ କାରଣ ଜଣାପଡ଼ିନାହିଁ।

ପ୍ରକାଶ ଯେ, ଆଜି ସକାଳୁ ତେଲକୋଇ ରେଞ୍ଜଠାରୁ ପ୍ରାୟ ୧୩ କିମି ଦୂର ବିମଳା ଫରେଷ୍ଟ ବିଟ୍‌ ଆକୁଳ ଗ୍ରାମ ନିଳାପଶି ମୁଣ୍ଡାସାହି ନିକଟ ଧାନଜମିରେ ଏକ ହାତୀର ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ବନ ବିଭାଗକୁ ସୂଚନା ଦେଇଥିଲେ। ଖବର ପାଇ ବନ ବିଭାଗ ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଥିବା ବେଳେ ଯୁଗ୍ମ ଟାସ୍କ ଫୋର୍ସ ଘଟଣାର ତଦନ୍ତ ଆରମ୍ଭ କରିଛି। ହାତୀ ମୃତ୍ୟୁର ସଠିକ୍‌ କାରଣ ଜଣାପଡ଼ିନାହିଁ। ବ୍ୟବଚ୍ଛେଦ ପାଇଁ ପ୍ରାଣୀ ଚିକିତ୍ସକର ଏକ ଟିମ୍‌ ପହଞ୍ଚିଛି। ବିଦ୍ୟୁତ୍‌ ଆଘାତ ନା ଅନ୍ୟ କାରଣ ସବିଶେଷ ତଥ୍ୟ ପାଇଁ ତଦନ୍ତ ଜାରି ରଖିଛି ବନ ବିଭାଗ। ଏନେଇ ତେଲକୋଇ ରେଞ୍ଜ ଅଧିକାରୀ ଶିବାଜୀ ମୋହନ ରାଓ କହିଛନ୍ତି, ମୃତଦେହ ବ୍ୟବଚ୍ଛେଦ ପରେ କାରଣ ଜଣାପଡ଼ିବ। ତେବେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ପଚରାଉଚରା କରିବା ସହ ପାରିପାଶର୍‌ବିକ ଅବସ୍ଥାର ଯାଞ୍ଚ କରାଯାଉଛି। ଉକ୍ତ ଅଞ୍ଚଳରେ ଦୁଇଟି ଦଳରେ ୨୫ ହାତୀ ବୁଲି ବ୍ୟାପକ କ୍ଷୟକ୍ଷତି ଘଟାଉଥିବା ଜଣାପଡ଼ିଛି। ନିଜ ଧନଜୀବନ ତଥା ଫସଲର ସୁରକ୍ଷା ପାଇଁ ହାତୀମାନଙ୍କୁ ଲୋକମାନେ ଅନିଦ୍ରା ହୋଇ ଘଉଡ଼ାଉଥିବା ବେଳେ ବନ ବିଭାଗର କର୍ମଚାରୀମାନେ ସେମାନଙ୍କ ଗତିବିଧି ନିରୀକ୍ଷଣ କରି ଲୋକଙ୍କୁ ସଚେତନ କରୁଛନ୍ତି। ଲୋକଙ୍କୁ କ୍ଷତିପୂରଣ ମିଳୁଥିଲେ ହେଁ ମଣିଷ ଓ ହାତୀମାନଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଉଥିବାରୁ ହାତୀମାନଙ୍କ ପାଇଁ ବିପଦ ସୃଷ୍ଟି କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସାହାଯ୍ୟ ମାଗିବା ବାହାନାରେ ଶିକ୍ଷକଙ୍କଠାରୁ ବାଇକ୍‌ ନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ, ଢ଼ାବା ଆଗରେ…

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳରେ ଏକ ଚମକାଇ ଦେଲା ଭଳି ବାଇକ ଚୋରି ଘଟଣା ସାମ୍ନାକୁ ଆସିଛି। ଜଣେ ଦୁର୍ବୃତ୍ତ ସାହାଯ୍ୟ…

ମାଳିକାରେ ବଡ଼ ଚେତାବନୀ! ଆସୁଛି ଭୟଙ୍କର ପ୍ରଳୟ, ଓଡ଼ିଶାରେ…

୬୦୦ ବର୍ଷ ପୂର୍ୱେ ରଚିତ ଭବିଷ୍ୟବାଣୀ ଗ୍ରନ୍ଥ ‘ମାଳିକା’କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର୍‌ ଧରିଛି। ବିଶ୍ୱରେ ଚାଲିଥିବା ଯୁଦ୍ଧ ପରିସ୍ଥିତି, ପ୍ରାକୃତିକ ବିପର୍ଯ୍ୟୟ…

କଣମଣା ମୁଖ୍ୟ ରାସ୍ତାରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଘଟଣାସ୍ଥଳରେ ଚାଲିଗଲା ସୁରେଶଙ୍କ ଜୀବନ, ଅନ୍ୟ ଜଣେ…

ଛତ୍ରପୁର,୨୬।୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ଘଟଣାସ୍ଥଳରେ…

ପୁରୁଷୋତ୍ତମପୁରରେ ଭାଜପା ଦୁଇ ଫାଳ: MPଙ୍କ ନାଁ ନ ଥିବାରୁ ଫଳକ ଭାଙ୍ଗିଲେ ସମର୍ଥକ, ଫ୍ଲେକ୍ସି ଲଗାଇ ଶିଳାନ୍ୟାସ କଲେ…

ପୁରୁଷୋତ୍ତମପୁର, ୨୬।୫ (ସବିତା ମିଶ୍ର):  ରାଜ୍ୟରେ ପ୍ରଥମ ଥର ପାଇଁ ଭାଜପା ସରକାର ଗଠନ ହେବାର ଦୁଇ ବର୍ଷ ମଧ୍ୟରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦଳ…

କର୍ନାଟକ ରାଜନୀତିରେ ଭୂକମ୍ପ! ପଦ ଛାଡ଼ିବେ ସିଦ୍ଧାରାମୈୟା; ଡି.କେ ଶିବକୁମାରଙ୍କ ହାତକୁ ଯିବ କ୍ଷମତାର ଚାବିକାଠି?

ବେଙ୍ଗାଲୁରୁ,୨୬।୫: କର୍ନାଟକ ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ମିଳିଥିବା ସୂଚନା ଅନୁଯାୟୀ, କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧାରାମୈୟା ନିଜ ପଦରୁ ଇସ୍ତଫା ଦେଇପାରନ୍ତି। ତାଙ୍କ ସ୍ଥାନରେ…

ଲେବାନନ୍‌ରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌

ବେରୁଟ୍‌,୨୬ା୫: ଲେବାନନ୍‌ର ଏକ ଗ୍ରାମ ଉପରେ ଇସ୍ରାଏଲୀ ସେନା ଏୟାରଷ୍ଟ୍ରାଇକ୍‌ କରିବାରୁ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ସେଠାର ସରକାରୀ ଗଣମାଧ୍ୟମ ପ୍ରକାଶ କରିଛି। ଲେବାନନ୍‌କୁ ଇସ୍ରାଏଲ…

ଭାରତ ହାତରେ ଲାଗିଲା ‘କୁବେର ଭଣ୍ଡାର’, ମାଟିତଳୁ ମିଳିଲା କୋଟି କୋଟି ଟଙ୍କାର… ଚୀନର ଉଡ଼ିଗଲା ନିଦ!

ନୂଆଦିଲ୍‌ଲୀ,୨୬।୫: ପଶ୍ଚିମ ରାଜସ୍ଥାନର ବାଲୋତ୍ରା ଜିଲାରେ ପ୍ରାୟ ୭୫୦ ବର୍ଗ କିଲୋମିଟର ପତିତ ଜମି ତଳେ ବିପୁଳ ପରିମାଣର ‘ରେୟାର୍‌ ଆର୍ଥ ଏଲିମେଣ୍ଟସ’ (Rare Earth Elements…

ମିଥୁନ ରାଶିରେ ବୁଧଙ୍କ ଗୋଚର: ମେ’ ୨୯ରୁ ଜୁଲାଇ ୨୨ ଯାଏ ଏହି ୪ଟି ରାଶି ରୁହନ୍ତୁ ସାବଧାନ! ନଚେତ…

ଜ୍ୟୋତିଷ ଶାସ୍ତ୍ରରେ ବୁଧ ଗ୍ରହକୁ ବୁଦ୍ଧି, ବାଣୀ, ତର୍କ, ଯୋଗାଯୋଗ, ବ୍ୟାପାର ଏବଂ ନିଷ୍ପତ୍ତି ନେବାର କ୍ଷମତାର କାରକ ବୋଲି ମାନାଯାଏ। ସେଥିପାଇଁ ବୁଧ ଗ୍ରହଙ୍କର ଯେକୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri