ଶର୍ମିଷ୍ଠାଙ୍କ ବିରୋଧରେ ଆଉ ଏକ ବଡ଼ ପ୍ରମାଣ

ଭୁବନେଶ୍ୱର,୧୩ା୪(ବ୍ୟୁରୋ): କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚକୁ ଆଉ ଏକ ବଡ଼ ପ୍ରମାଣ ମିଳିଛି। ମାନସଙ୍କ ମୃତଦେହ ନୟାଗଡ଼ରେ ପୋତିବା ପରେ ହତ୍ୟାକାଣ୍ଡରେ ବ୍ୟବହୃତ ସାମଗ୍ରୀକୁ ପୁଣି ଚଣ୍ଡିଖୋଲର ଶଙ୍ଖାରିଗଡ଼ାକୁ ଆଣି ପୋତା ଯାଇଥିଲା। ଉକ୍ତ ଦିନ ଚଣ୍ଡିଖୋଲ ବନ୍ଦାଳ ଟୋଲ୍‌ ଗେଟ୍‌ ଅତିକ୍ରମ କରିଥିଲା ଶର୍ମିଷ୍ଠାଙ୍କ କାର୍‌। ଏହି ସମୟର ଫୁଟେଜ୍‌ ସିସିଟିଭିରେ ରେକର୍ଡ ରହିଥିବା ବେଳେ ଏବେ ତାହା କ୍ରାଇମବ୍ରାଞ୍ଚ ହାତରେ ଲାଗିଛି।

ଉକ୍ତ ରାତିରେ ଶର୍ମିଷ୍ଠାଙ୍କ କାର୍‌ ଟାଙ୍ଗୀ ବନ୍ଦାଳ ଟୋଲ୍‌ ଗେଟ୍‌ ଅତିକ୍ରମ କରିଥିଲା। ଏହାପରେ ପୁଣି ଚଣ୍ଡିଖୋଲରୁ କଟକ ଅଭିମୁଖେ ୧ଟା ୫୯ରେ ଶର୍ମିଷ୍ଠାଙ୍କ କାର୍‌ ଉକ୍ତ ଗେଟ୍‌ ଦେଇ ଫେରିଥିବା ଫୁଟେଜ ସିସିଟିଭିରେ ରେକର୍ଡ ହୋଇଛି ।

ମାନସ ହତ୍ୟାକାଣ୍ଡରେ ଗିରଫ ହୋଇଥିବା ୫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଘାଣ୍ଟିବା ପରେ ସବୁ ସତ ଉଗାରିଥିଲେ ଅଭିଯୁକ୍ତ। ଏହାପରେ ଅଭିଯୁକ୍ତ ରଞ୍ଜନଙ୍କୁ ଧରି ଶଙ୍ଖାରିଗଡ଼ା ମାନସ ହତ୍ୟାକାଣ୍ଡରେ ବ୍ୟବହୃତ କୋଦାଳ ଓ ଗଇଁତି, ଏକ ଅଖା, ଶାଢି ସମେତ ମାନସଙ୍କ ଇୟରଫୋନ, ଚପଲ ଜବତ କରିଥିଲା କ୍ରାଇମବ୍ରାଞ୍ଚ ଟିମ୍‌।

ସୂଚନାଯୋଗ୍ୟ, ମାନସ ହତ୍ୟା ମାମଲାରେ ଗିରଫ ୫ ଅଭିଯୁକ୍ତ ଟିଆଇ ପରେଡ ପାଇଁ ଆବେଦନ କରାଯାଇଛି। ଟିଆଇ ପରେଡରେ ସାକ୍ଷୀମାନେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବେ। ହେଲେ ଏହା କେବେ ହେବ ତାହା ସ୍ପଷ୍ଟ ହୋଇ ନାହିଁ। ଏହାବାଦ ୨ ଅଭିଯୁକ୍ତଙ୍କୁ ଜେଲ୍ରେ ଜେରା ପାଇଁ କୋର୍ଟରେ ଆବେଦନ କରାଯାଇଛି।

ଚାନ୍ଦବାଲି କୋର୍ଟରେ ଆଜି ଜଣେ ସାକ୍ଷୀଙ୍କ ୧୬୪ ବୟାନ ରେକର୍ଡ କରାଯାଉଛି। ଏହାପୂର୍ବରୁ ୩ ଜଣଙ୍କ ୧୬୪ ବୟାନ ରେକର୍ଡ କରାଯାଇ ସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ୍‌ ଲାଳସାରେ ରାଜନୈତିକ ଚାପ, ଛୁଟିଦିନରେ ବି ସ୍କୁଲରେ ଚାଲିଛି ଭୋଜିଭାତ

ସରଣ୍ଡା,୨୦ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଲୋକ ସଭା କ୍ଷେତ୍ର ଅନ୍ତର୍ଗତ ଅତାବିରା ବିଧାନସଭା ଆସନରେ ନିର୍ବାଚନ ଆଉ ମାସେ ରହିଲା। ଆସନ୍ତା ମେ’  ୨୦ରେ ଏଠାରେ ନିର୍ବାଚନ...

ମୋହନଙ୍କ ପ୍ରାର୍ଥିତ୍ୱ ରଦ୍ଦ, ବିନୋଦ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୦ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଘୋଷଣା ହେବାର କିଛି ଦିନ ପରେ ଶନିବାର ଏଆଇସିସି କେନ୍ଦୁଝର ଲୋକ ସଭା ପ୍ରାର୍ଥୀ ମୋହନ ହେମ୍ବ୍ରମଙ୍କ ନାମ ପରିବର୍ତ୍ତନ କରି...

ଏହି ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୦ା୪: ଶନିବାର କଂଗ୍ରେସ ୧୬ ବିଧାନସଭା ଏବଂ ୩ ଲୋକ ସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି। ତେବେ କଂଗ୍ରେସ ୩ଟି ବିଧାନସଭା ଆସନରେ ଆଜି...

ନିମାପଡ଼ାରୁ ସୁରଙ୍କ ବଡ଼ପୁଅକୁ ଟିକେଟ୍ ଦେଲା କଂଗ୍ରେସ

ନୂଆଦିଲ୍ଲୀ,୨୦ା୪: ଓଡ଼ିଶାର ଚର୍ଚ୍ଚିତ ରାଜନେତା ସୁରେଶ ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ପୁରୀ ନିମାପଡ଼ାରୁ ପ୍ରାର୍ଥୀ କରିଛି କଂଗ୍ରେସ। ନିର୍ବାଚନ ତାରିଖ ଘୋଷଣା ହେବା...

୩ ଲୋକ ସଭା ପ୍ରାର୍ଥୀଙ୍କ ନାମ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର,୨୦ା୪: ଶନିବାର କଂଗ୍ରେସ ଆଉ ୩ ଲୋକ ସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସମ୍ବଲପୁରରୁ ଦୁଲାଲ ଚନ୍ଦ୍ର ପ୍ରଧାନଙ୍କୁ କଂଗ୍ରେସ ଲୋକ ସଭା ପ୍ରାର୍ଥୀ...

ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ, ଜାଣନ୍ତୁ କେଉଁ ଆସନରୁ କାହାକୁ ମିଳିଲା ଟିକେଟ୍‌

ଭୁବନେଶ୍ୱର,୨୦ା୪: ଶନିବାର କଂଗ୍ରେସ ତା’ର ଆଉ ୧୬ଟି ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଝାରସୁଗୁଡ଼ାରୁ ଅମିତା ବିଶ୍ୱାଳଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିବା ବେଳେ ବଡ଼ସାହିରୁ...

ବର୍ତ୍ତମାନ ସୁଦ୍ଧା କେଉଁ ଦଳ କେତେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି, ଆଉ ରହିଲା କେତେ ଜାଣନ୍ତୁ…

ଭୁବନେଶ୍ୱର,୨୦ା୪: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ସମସ୍ତଙ୍କ ମଧ୍ୟରେ ଉତ୍ସାହ ସେତିକି ବଢ଼ି ଚାଲିଛି। ବିଶେଷକରି ଭୋଟରଙ୍କ ନଜର ତିନି ପ୍ରମୁଖ ଦଳ ଯଥା...

ବାରବାଟୀରେ ଗର୍ଜିଲେ ସମୀର ଦାଶ; ହଜାର ହଜାର ସମର୍ଥକ କହିଲେ ‘ସମୀର ନାହିଁ ତ ଶଙ୍ଖ ନାହିଁ’ 

ନିମାପଡ଼ା,୨୦।୪: ବିଜେଡି ପକ୍ଷରୁ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ଟିକେଟ ମିଳିନାହିଁ। ଏହାକୁ ନେଇ ତାଙ୍କର ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri