ସ୍ବାମୀଙ୍କଠାରୁ ଛାଡ଼ପତ୍ର ନେଲେ ଆଉ ଜଣେ ଅଭିନେତ୍ରୀ, ବିବାହର ୪ ବର୍ଷ ପରେ…

ମୁମ୍ବାଇ: ଏବେ ସେଲିବ୍ରିଟି ଛାଡ଼ପତ୍ର ତାଲିକାରେ ଯୋଡ଼ି ହୋଇଛନ୍ତି ଆଉ ଜଣେ ଅଭିନେତ୍ରୀ। ସେ ତାଙ୍କ ବ୍ୟବସାୟୀ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇଛନ୍ତି। ସେମାନଙ୍କ ବିବାହରେ ଫାଟ ହେବାର ଗୁଜବ ବହୁତ ଦିନ ଧରି ଚାଲିଥିଲା କିନ୍ତୁ ଏବେ ସତ୍ୟତା ପ୍ରମାଣିତ ହୋଇଛି। ମୁମ୍ବାଇର ବାନ୍ଦ୍ରା କୋର୍ଟ ଅଭିନେତ୍ରୀ ହଂସିକା ମୋଟଓ୍ବାନି ଏବଂ ବ୍ୟବସାୟୀ ସୋହେଲ କାଥୁରିଆଙ୍କ ମଧ୍ୟରେ ଛାଡ଼ପତ୍ରକୁ ଅଫିସିଆଲି କରିଛନ୍ତି। ସେମାନଙ୍କ ବିବାହ ମାତ୍ର ୪ ବର୍ଷ ଚାଲିଥିଲା। ତେବେ ଏହି ଦମ୍ପତିଙ୍କର କୌଣସି ସନ୍ତାନସନ୍ତତି ନାହାନ୍ତି।

Actress Hansika Motwani Gets Divorced With Sohail Kathuria Her Marriage Ends After Four Years

୨୦୨୨ରେ ବିବାହ ବନ୍ଧନରେ ଯୋଡ଼ି ହୋଇଥିଲେ ଏହି ଦମ୍ପତି। ୪ ଡିସେମ୍ବର ୨୦୨୨ରେ ବ୍ୟବସାୟୀ ସୋହେଲଙ୍କୁ ବହୁ ଆଡ଼ମ୍ବରରେ ବିବାହ କରିଥିଲେ ହଂସିକା। କିନ୍ତୁ ସେମାନଙ୍କ ବିବାହ ଅଧିକ ସମୟ ପର୍ଯ୍ୟନ୍ତ ରହିପାରିଲା ନାହିଁ। ତିନି ବର୍ଷ ପରେ ସେମାନଙ୍କ ବିବାହରେ ଅଶାନ୍ତିର ଖବର ଚର୍ଚ୍ଚା ହେଉଥିଲା।

ଏହା ସୋହେଲଙ୍କର ହଂସିକାଙ୍କ ସହିତ ଦ୍ୱିତୀୟ ବିବାହ ଥିଲା। ସେ ପୂର୍ବରୁ ହଂସିକାଙ୍କ ସବୁଠାରୁ ଭଲ ବନ୍ଧୁ ରିଙ୍କି ବଜାଜଙ୍କୁ ବିବାହ କରିଥିଲେ। ତଥାପି ସୋହେଲ ଏବଂ ହଂସିକାଙ୍କ ଛାଡ଼ପତ୍ରର ମୁଖ୍ୟ କାରଣ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ। କିନ୍ତୁ ଗତ ଦୁଇ ବର୍ଷ ଧରି ସେମାନଙ୍କ ବିବାହରେ ସମସ୍ୟା ଲାଗି ରହିଥିଲା।

When Hansika Motwani FINALLY Shut Rumours Of Breaking Husband Sohael Kathuria's First Wedding

ରିପୋର୍ଟ ଅନୁଯାୟୀ, ଏହି ଦମ୍ପତି ଜୁଲାଇ ୨୦୨୪ରୁ ଦୁହେଁ ଅଲଗା ରହୁଛନ୍ତି। ଏହି ସମୟ ମଧ୍ୟରେ ସେମାନଙ୍କ ପରିବାର ସେମାନଙ୍କ ବିବାହକୁ ବଞ୍ଚାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲେ କିନ୍ତୁ ବିଫଳ ହୋଇଥିଲେ। ଶେଷରେ ସେମାନେ ଛାଡ଼ପତ୍ର ଦେଇଥିଲେ। ଏହି ଛାଡ଼ପତ୍ର ପାରସ୍ପରିକ ସହମତିରେ ଚୂଡ଼ାନ୍ତ ହୋଇଛି।

ହଂସିକା ଛାଡ଼ପତ୍ର ସମୟରେ ତାଙ୍କ ଭରଣପୋଷଣ ପାଇଁ କୌଣସି ଦାବି କରି ନ ଥିଲେ। କୋର୍ଟ ଶୁଣାଣି ସମୟରେ ମୋଟଓ୍ବାନିଙ୍କ ଓକିଲ୍‌ ଅଦନାନ ଶେଖ କହିଥିଲେ ଯେ, ବିବାହ ପରେ ଦମ୍ପତି କିଛି ସମୟ ପାଇଁ ଏକାଠି ରହିଥିଲେ।

Hansika Motwani's Marriage In Trouble? Husband, Sohael Khaturiya Reacts To Their Separation Rumours

କିନ୍ତୁ ଧିରେ ଧିରେ, ସେମାନେ ଅନୁଭବ କଲେ ଯେ, ସେମାନଙ୍କ ସ୍ବଭାବ, ଚିନ୍ତାଧାରା ଏବଂ ଜୀବନଶୈଳୀରେ ଗୁରୁତ୍ୱପୂର୍ଣ୍ଣ ପାର୍ଥକ୍ୟ ଥିଲା। ଯାହା ଫଳରେ ଝଗଡ଼ା ହେଉଥିଲା। ଯାହାକି ଗୋଟିଏ ଛାତ ତଳେ ରହିବା ସେମାନଙ୍କ ପାଇଁ କଷ୍ଟକର ହୋଇପଡ଼ୁଥିଲା। ତେଣୁ ସେମାନେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ।

ଶିଶୁ କଳାକାର ଭାବରେ କ୍ୟାରିଅର ଆରମ୍ଭ କରି ହଂସିକା ବେଶ୍‌ ପ୍ରଶଂସା ସାଉଁଟିଥିଲେ। ସେ ଟିଭି ଧାରାବାହିକ ‘ଶା କା ଲା କା ବୁମ୍‌ ବୁମ୍‌’ରେ ବେଶ୍‌ ପରିଚିତି ଲାଭ କରିଥିଲେ। ଏହା ପରେ ସେ ହ୍ରିତିକ ରୋଶନଙ୍କ ‘କୋଇ ମିଲ ଗୟା’ରେ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ। ପରେ ୨୦୦୭ରେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ‘ଦେଶାମୁଦୁରୁ’ ସହିତ ତାଙ୍କର ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ। ଏହି ଚଳଚ୍ଚିତ୍ରରେ ସେ ଆଲୁ ଅର୍ଜୁନଙ୍କ ବିପକ୍ଷରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ।

Actress Hansika Motwani Gets Divorced With Sohail Kathuria Her Marriage Ends After Four Years

ଏହି ଚଳଚ୍ଚିତ୍ର ପାଇଁ ହଂସିକାଙ୍କୁ ଦକ୍ଷିଣରେ ସର୍ବୋତ୍ତମ ଡେବ୍ୟୁ ଅଭିନେତ୍ରୀ ପୁରସ୍କାର ମଧ୍ୟ ମିଳିଥିଲା। ଏହା ପରେ ସେ ଅନେକ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ମଧ୍ୟ ନଜର ଆସିଥିଲେ। ହିମେଶ ରେଶମିଆଙ୍କ ସହିତ ‘ଆପକା ସୁରୁର’ ଚଳଚ୍ଚିତ୍ର ସହିତ ହଂସିକା ବଲିଉଡ୍‌ରେ ପରିଚିତି ପାଇଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମକର ରାଶିରେ ରାହୁଙ୍କ ପ୍ରବେଶ: ୨୦୨୮ ଯାଏ ୫ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ହାତକୁ ଆସିବ ପ୍ରଚୁର ଟଙ୍କା, ବ୍ୟବସାୟରେ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମକର ରାଶିକୁ କର୍ମ, ଅଧିକାର ଓ ସଂଘର୍ଷ ପରେ ସଫଳତାର ପ୍ରତୀକ ଭାବେ ଦେଖାଯାଏ। ଶନିଙ୍କ ଅଧିପତ୍ୟ ଥିବା ଏହି ରାଶିରେ…

ଅବହେଳିତ କଳାହାଣ୍ଡିର ଲୋକନୃତ୍ୟ ‘ଘୁମୁରା’: ପ୍ରଶିକ୍ଷଣ କେନ୍ଦ୍ରରେ ଝୁଲୁଛି ତାଲା

ଭବାନୀପାଟଣା, ୧୬ା୯ (ଉତ୍ତମ କୁମାର ଦାଶ):କଳାହାଣ୍ଡିର ଲୋକନୃତ୍ୟ ଘୁମୁରାକୁ ଆହୁରି ସମୃଦ୍ଧ କରିବା ପାଇଁ ରାଜ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ…

ଫ୍ରାଜାଇଲ ଫାଇଭ୍‌

ବର୍ତ୍ତମାନର କେନ୍ଦ୍ର ସରକାର ବାରମ୍ବାର କହୁଛନ୍ତି, ଦେଶରେ ସବୁ କିଛି ଠିକ୍‌ଠାକ୍‌ ଚାଲିଛି। ୨୦୧୪ ପୂର୍ବରୁ ଭାରତ ‘ଫ୍ରାଜାଇଲ ଫାଇଭ୍‌’ ଅର୍ଥନୀତିରେ ଥିବା ବେଳେ ଏହାର ଅଭିବୃଦ୍ଧି…

ଲୋନ୍‌ ନେଇଥିବା ଲୋକଙ୍କୁ ଲାଗିବ ବଡ଼ ଝଟକା: ମହଙ୍ଗା ହେବ EMI! ଅକ୍ଟୋବରରୁ RBI …

ନୂଆଦିଲ୍ଲୀ,୧୬।୯: ଯଦି ଆପଣ ବ୍ୟାଙ୍କରୁ ହୋମ ଲୋନ, କାର୍‌ ଲୋନ କିମ୍ବା ପର୍ସନାଲ ଲୋନ ନେଇଛନ୍ତି, ତେବେ ଆଗାମୀ ଦିନରେ ଆପଣଙ୍କ ଉପରେ ଅତିରିକ୍ତ EMI ବୋଝ…

ଚା’-ପକୋଡ଼ି, ପରିବା ବ୍ୟବସାୟୀଙ୍କ ଟେନସନ ବଢ଼ିବ! UPIର ୧ ଲକ୍ଷ ଲିମିଟ୍‌କୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ, ୧୬।୯: UPI ପେମେଣ୍ଟକୁ ନେଇ ଏବେ ବଡ଼ ଚର୍ଚ୍ଚା। ଦୁଇ ହଜାର ଟଙ୍କାରୁ ଅଧିକ ମର୍ଚ୍ଚାଣ୍ଟ UPI ପେମେଣ୍ଟ ଉପରେ MDR ବା Merchant Discount…

ସେକ୍ସ ରାକେଟ ଠାବ: ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କ ଘରେ ଚାଲିଥିଲା…

ଅନୁଗୋଳ,୧୬ା୯ (ଜ୍ୟୋତିରଞ୍ଜନ ସାହୁ):ଘର ଆଗରେ ନେମପ୍ଲେଟ ଲାଗିଛି। ଅବସରପ୍ରାପ୍ତ ପୋଲିସ କର୍ମଚାରୀ ବୋଲି ସେଥିରେ ଉଲ୍ଲେଖ ରହିଛି। ହେଲେ ଉକ୍ତ ଘରେ ଦେହ ବ୍ୟବସାୟ ଚାଲିଥିବା ଭଳି…

ଅଭିନେତ୍ରୀଙ୍କୁ ଏକତରଫା ପ୍ରେମ କରୁଥିଲେ ସହନିର୍ଦ୍ଦେଶକ,ଜଣାପଡ଼ିବା ପରେ ଘଟିଲା…

ଭୁବନେଶ୍ୱର,୧୬।୯ (ପ୍ରସନଜିତ ସାହୁ):ଧାରାବାହିକ ଅଭିନେତ୍ରୀଙ୍କୁ ଏକତରଫା ପ୍ରେମ କରି ତାଙ୍କ ଫଟୋ ଭାଇରାଲ ଘଟଣା ସାମ୍ନାକୁ ଆସିଛି। ଏନେଇ ସମ୍ପୃକ୍ତ ଅଭିନେତ୍ରୀ ଥାନାରେ ଅଭିଯୋଗ କରିବା ପରେ…

୬,୬,୬,୬…, ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ଦାଜରେ ବ୍ୟାଟିଂ କଲେ ସଞ୍ଜୁ, ଷ୍ଟ୍ରାଇକ ରେଟ୍‌ ଦେଖି ଉଡ଼ିଯିବ ହୋସ

ନୂଆଦିଲ୍ଲୀ,୧୬।୯: ଆଫଗାନିସ୍ତାନ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚରେ ବ୍ୟାଟରେ ଜବରଦସ୍ତ ଜବାବ ଦେଇଛନ୍ତି ସଞ୍ଜୁ ସାମସନ। ପ୍ରଥମ ମ୍ୟାଚରେ ମାତ୍ର ୧୦ ରନ କରି ଆଉଟ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?