Posted inଜାତୀୟ

ଜୁନ୍ ୧ରୁ ପ୍ରତି ମାସରେ ମହିଳାଙ୍କୁ ମିଳିବ ୩୦୦୦ ଟଙ୍କା ସହ ମାଗଣା ବସ୍ ଯାତ୍ରା; ଜାଣନ୍ତୁ କେମିତି କରିବେ ଆବେଦନ

କୋଲକାତା,୨୭।୫: ପଶ୍ଚିମବଙ୍ଗର ନବନିର୍ୱାଚିତ ସରକାର ରାଜ୍ୟର ମହିଳାମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ପାଇଁ ସେମାନଙ୍କର ସବୁଠାରୁ ବଡ଼ ନିର୍ୱାଚନୀ ପ୍ରତିଶ୍ରୁତି ପୂରଣ କରିବାକୁ ଯାଉଛନ୍ତି। ରାଜ୍ୟ କ୍ୟାବିନେଟ ବୈଠକରେ ଐତିହାସିକ ‘ଅନ୍ନପୂର୍ଣ୍ଣା ଭଣ୍ଡାର ଯୋଜନା ୨.୦’ (Annapurna Bhandar Scheme) କୁ ମଞ୍ଜୁରୀ ମିଳିଛି। ଏହି ଯୋଜନା ଆସନ୍ତା ଜୁନ ୧, ୨୦୨୬ରୁ ସାରା ରାଜ୍ୟରେ ଲାଗୁ ହେବ। ଏହା ପୂର୍ୱରୁ ଚାଲୁଥିବା ‘ଲକ୍ଷ୍ମୀର ଭଣ୍ଡାର’ ଯୋଜନା ସ୍ଥାନରେ କାର୍ଯ୍ୟକାରୀ ହେବ।

ଯୋଗ୍ୟ ମହିଳାମାନଙ୍କୁ ପ୍ରତି ମାସରେ ୩,୦୦୦ ଟଙ୍କା (ବାର୍ଷିକ ୩୬,୦୦୦ ଟଙ୍କା) ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଡିବିଟି (DBT) ମାଧ୍ୟମରେ ପଠାଯିବ। ପୂର୍ୱ ଯୋଜନା ଭଳି ଏଥିରେ ସାଧାରଣ ଏବଂ ଏସସି/ଏସଟି ବର୍ଗ ମଧ୍ୟରେ କୌଣସି ପାର୍ଥକ୍ୟ ରହିବ ନାହିଁ। ସମସ୍ତ ଯୋଗ୍ୟ ମହିଳାଙ୍କୁ ସମାନ ଭାବେ ୩,୦୦୦ ଟଙ୍କା ମିଳିବ। ଏହା ସହିତ ଜୁନ ୧ ତାରିଖରୁ ସମସ୍ତ ସରକାରୀ ବସରେ ମହିଳାମାନଙ୍କ ପାଇଁ ଯାତ୍ରା ସମ୍ପୂର୍ଣ୍ଣ ମାଗଣା କରାଯିବ।

ଆବେଦନ ପାଇଁ ଯୋଗ୍ୟତା
୧. ଆବେଦନକାରୀ ଜଣେ ମହିଳା ହୋଇଥିବା ଆବଶ୍ୟକ।
୨. ସେ ପଶ୍ଚିମବଙ୍ଗର ସ୍ଥାୟୀ ବାସିନ୍ଦା ହୋଇଥିବା ଜରୁରୀ ଏବଂ ରାଜ୍ୟ ଭୋଟର ତାଲିକାରେ ତାଙ୍କ ନାମ ଥିବା ଆବଶ୍ୟକ।
୩. ମହିଳାଙ୍କ ବୟସ ୨୫ ରୁ ୬୦ ବର୍ଷ ମଧ୍ୟରେ ହୋଇଥିବା ଦରକାର।
୪. ଆବେଦନକାରୀ ମହିଳା ଜଣକ ଆୟକରଦାତା (Income Tax payee) ହୋଇନଥିବେ।
୫. ସେ କୌଣସି ସରକାରୀ ଚାକିରି କରୁନଥିବେ କିମ୍ୱା ସରକାରଙ୍କ ପକ୍ଷରୁ କୌଣସି ନିୟମିତ ପେନସନ ପାଉନଥିବେ।

ଆବଶ୍ୟକୀୟ ଦସ୍ତାବିଜ
* ଆଧାର କାର୍ଡ (Aadhaar Card)
* ଭୋଟର ଆଇଡି କାର୍ଡ (Voter ID)
* ବାସସ୍ଥାନ ପ୍ରମାଣପତ୍ର (Residence Proof)
* ରେସନ କାର୍ଡ (Ration Card)
* ଆଧାର ସହ ଲିଙ୍କ ଥିବା ବ୍ୟାଙ୍କ ଆକାଉଣ୍ଟ ପାସବୁକ
* ପାସପୋର୍ଟ ସାଇଜ ଫଟୋ ଓ ଆଧାର ସହ ଲିଙ୍କ ଥିବା ମୋବାଇଲ ନମ୍ୱର

କେମିତି କରିବେ ଆବେଦନ?
ପୁରୁଣା ହିତାଧିକାରୀଙ୍କ ପାଇଁ (Auto-Migration): ଯେଉଁ ମହିଳାମାନେ ପୂର୍ୱରୁ ‘ଲକ୍ଷ୍ମୀ ଭଣ୍ଡାର’ ଯୋଜନାର ଲାଭ ପାଉଥିଲେ, ସେମାନଙ୍କୁ କୌଣସି ନୂଆ ଫର୍ମ ପୂରଣ କରିବାକୁ ପଡ଼ିବ ନାହିଁ। ସେମାନଙ୍କର ଆକାଉଣ୍ଟ ସୱତଃପ୍ରବୃତ୍ତ ଭାବେ (Automatically) ଅନ୍ନପୂର୍ଣ୍ଣା ଭଣ୍ଡାର ଯୋଜନାକୁ ବଦଳିଯିବ ଏବଂ ଜୁନ ମାସରୁ ସେମାନଙ୍କୁ ୩,୦୦୦ ଟଙ୍କା ମିଳିବା ଆରମ୍ଭ ହେବ।

ଜୁନ ୧, ୨୦୨୬ ରୁ ସରକାରଙ୍କ ଅଫିସିଆଲ ପୋର୍ଟାଲ (wb.gov.in) ସକ୍ରିୟ ହେବ। ସେଠାକୁ ଯାଇ ମହିଳାମାନେ ମୋବାଇଲ ଓଟିପି (OTP) ଏବଂ ଆଧାର ଭେରିଫିକେସନ ମାଧ୍ୟମରେ ନିଜେ ଆବେଦନ କରିପାରିବେ।

ସ୍ଥାନୀୟ ବ୍ଲକ ଅଫିସ, ମ୍ୟୁନିସିପାଲିଟି ଅଫିସ କିମ୍ୱା ସରକାରୀ କ୍ୟାମ୍ପରୁ ଫର୍ମ ସଂଗ୍ରହ କରି, ସେଥିରେ ଆବଶ୍ୟକ କାଗଜପତ୍ର ସଂଲଗ୍ନ କରି ଜମା କରିପାରିବେ। ଆବେଦନ ପରେ ମିଳିଥିବା ରସିଦ (Acknowledgement slip) କୁ ସୁରକ୍ଷିତ ରଖିବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଦିନ ଦ୍ବିପହରରେ ସଶସ୍ତ୍ର ଡକାୟତି ଉଦ୍ୟମ: ବନ୍ଧୁକ ମୁନରେ ଭୟଭୀତ କଲେ; ହେଲେ ଗ୍ରାମବାସୀଙ୍କ ସାହସିକତା ଯୋଗୁ…

କୋକସରା,୧୪।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବାଙ୍କିମୁଣ୍ଡା ଗ୍ରାମରେ ମଙ୍ଗଳବାର ଦିନ ଦ୍ବିପ୍ରହରରେ ଏକ ସାଂଘାତିକ ସଶସ୍ତ୍ର ଡକାୟତି ଉଦ୍ୟମ ବିଫଳ ହୋଇଛି।…

ଗ୍ୟାସ ସିଲିଣ୍ତରକୁ ନେଇ ବଡ଼ ଖବର! ମାତ୍ର ୬୭୩ ଟଙ୍କାରେ ମିଳିବ ସିଲିଣ୍ତର? ଜାଣନ୍ତୁ କିପରି କରିବେ ବୁକିଂ..

ନୂଆଦିଲ୍ଲୀ,୧୪ା୭: LPG ଗ୍ରାହକଙ୍କ ପାଇଁ ଆସିଲା ଖୁସି ଖବର । ଗ୍ୟାସକୁ ନେଇ ଆସିଛି ବଡ଼ ଅପଡେଟ୍ । କିଣିବାକୁ ଚାହୁଁଥିଲେ ଜାଣନ୍ତୁ ପୂରା ଖବର ।…

Budh Uday: ୨୫ ଜୁଲାଇ ପରେ ୫ ରାଶିଙ୍କ ବିଜନେସ୍-କ୍ୟାରିୟରରେ ହେବ ବଡ଼ ଉନ୍ନତି; ଭାଗ୍ୟବାନ ରାଶି…

୨୫ ଜୁଲାଇ, ୨୦୨୬ରେ ବୁଧ ନିଜ ରାଶି ମିଥୁନ ରାଶିରେ ଉଦୟ ହେବ, ଯାହା ଅନେକ ରାଶି ପାଇଁ ସେମାନଙ୍କ କ୍ୟାରିଅର ଏବଂ ବ୍ୟବସାୟରେ ଲାଭ ଆଣିପାରେ।…

୧୩ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ: ଜାଣନ୍ତୁ କାହା ଉପରେ ବାଜିଲା ମୋହର

ଭୁବନେଶ୍ୱର, ୧୩।୭: ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୭ଟି ବିଭାଗର ମୋଟ ୧୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ ସଚିବ ଅନୁ ଗର୍ଗ…

ସେମିଫାଇନାଲରେ ଡାର୍କ ବ୍ଲ୍ୟୁ ଜର୍ସି ପିନ୍ଧିବାକୁ ଫିଫାକୁ କାହିଁକି ଅନୁରୋଧ କଲା ଆର୍ଜେଣ୍ଟିନା, ଜାଣନ୍ତୁ…

ମାୟାମି,୧୪ା୭: ଚଳିତ ଫିଫା ବିଶ୍ୱକପ୍‌ରେ ବୁଧବାର ଦ୍ୱିତୀୟ ସେମିଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନା ଓ ଇଂଲଣ୍ଡ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଏହି ହାଇ ପ୍ରୋଫାଇଲ ମୁକାବିଲା ପାଇଁ…

ଟ୍ରେନରେ ଯିବେ ବରଯାତ୍ରୀ! ବୁକ୍ କରିପାରିବେ ପୂରା କୋଚ୍ କିମ୍ବା ସ୍ପେଶାଲ ଟ୍ରେନ୍: ଜାଣନ୍ତୁ କେମିତି ଓ କେତେ ଖର୍ଚ୍ଚ ହେବ…

ନୂଆଦିଲ୍ଲୀ,୧୪ା୭: ବିବାହ ଋତୁ ହେଉ, କୌଣସି ଧାର୍ମିକ ଯାତ୍ରାରେ ଶତାଧିକ ଲୋକଙ୍କୁ ଏକାଠି ଯିବାର ଥାଉ କିମ୍ବା କୌଣସି ସଂସ୍ଥାର ଏକ ବଡ଼ ଟିମ୍‌କୁ ଗୋଟିଏ ଟ୍ରେନରେ…

ମ୍ୟାଲେରିଆରେ ଚାଲିଗଲା ଆଶ୍ରମ ସ୍କୁଲ ଛାତ୍ରଙ୍କ ଜୀବନ, ଚିନ୍ତାରେ ପ୍ରଶାସନ

ରାୟଗଡ଼ା,୧୪।୭(କୈଳାଶ ଚନ୍ଦ୍ର ପୃଷ୍ଟି): ରାୟଗଡ଼ା ଜିଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ…

ଆସିଲା ବଡ଼ ଖବର, ଏଟିଏମ୍‌ ସାମ୍ନାରେ ପୁଣି ଲାଗିପାରେ ଲମ୍ବା ଲାଇନ୍! ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୧୪ା୭: ଉତ୍ତର ପ୍ରଦେଶ, ଦିଲ୍ଲୀ ଏବଂ ହରିୟାଣା ସମେତ ଦେଶର ଅନେକ ରାଜ୍ୟରେ ATM କ୍ୟାସ୍ ରିଫିଲ୍ କର୍ମଚାରୀମାନେ ଧର୍ମଘଟ ଆରମ୍ଭ କରିଛନ୍ତି। ଏହି ଧର୍ମଘଟ କାହିଁକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri