ସହାୟତା ଅପେକ୍ଷାରେ କ୍ୟାନ୍ସର ପୀଡ଼ିତା ଅନିନ୍ଦିତା

କାକଟପୁର,୨୫।୯(ଡି.ଏନ୍‌.ଏ.):ପୁରୀ ଜିଲା କାକଟପୁର ବ୍ଲକ ଅଞ୍ଚଳର ୫ବର୍ଷର ଝିଅ ଅନିନ୍ଦିତା ଜୀବନ କ’ଣ ଜାଣିବା ଆଗରୁ ସମୟ ତାଙ୍କୁ ଏକ ବିପଦପୂର୍ଣ୍ଣ ସ୍ଥିତି ଆଡ଼କୁ ନେଇଯାଇଛି। କାରଣ ସେ ଏବେ ବ୍ଲଡ କ୍ୟାନ୍ସର (ରକ୍ତ କର୍କଟ) ରୋଗରେ ପୀଡ଼ିତ ହୋଇ ରାଜ୍ୟ ବାହାରର ଏକ ମେଡିକାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ତାଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜୁଥିବାରୁ ପରିବାର ଲୋକେ ପ୍ରଶାସନ ଓ ସହୃଦୟ ବ୍ୟକ୍ତିଙ୍କ ସହାୟତାକୁ ଚାହିଁ ବସିଛନ୍ତି।
ବାପା ବିକାଶ ସାହୁ କୋହଭରା କଣ୍ଠରେ କହିଛନ୍ତି, ଅନିନ୍ଦିତା ଜନ୍ମ ସମୟରେ ଠିକ୍‌ ଥିଲେ। ତେବେ କିଛି ବର୍ଷ ପରେ ତାଙ୍କ ଦେହ ବାରମ୍ବାର ଅସୁସ୍ଥ ହେବାରେ ଲାଗିଥିଲା। ଚିକିତ୍ସା କରିବା ସତ୍ତ୍ୱେ ନ କମିବାରୁ ବାହାର ହସ୍ପିଟାଲରେ ଦେଖାଇବାରୁ ଅନିନ୍ଦିତାଙ୍କୁ ବ୍ଲଡ଼ କ୍ୟାନ୍ସର ହୋଇଥିବା ଡାକ୍ତର କହିଥିଲେ। ଏଥିପାଇଁ ବିଭିନ୍ନ ଡାକ୍ତରଖାନାରେ ତାଙ୍କୁ ଅନେକ ଥର କେମୋ ଦିଆଯାଇଥିଲା। ତଥାପି ସ୍ବାସ୍ଥ୍ୟରେ ଉନ୍ନତି ନ ଆସିବାରୁ ଶେଷରେ ତାଙ୍କର ବୋନମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ କରିବାକୁ ପଡ଼ିବ ବୋଲି ଡାକ୍ତରଖାନା ପକ୍ଷରୁ କୁହାଯାଇଥିଲା। ଏହି ଚିକିତ୍ସା ଓଡ଼ିଶାରେ ହୋଇପାରୁ ନ ଥିବାରୁ ପରିବାରବର୍ଗ ଅନିନ୍ଦିତାଙ୍କୁ କୋଲକାତାର ଏକ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ଚାଲିଥିବାବେଳେ ଏହି ଟ୍ରାନ୍ସପ୍ଲାଣ୍ଟ ପାଇଁ ୫୦ରୁ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଥିଲେ। ଫଳରେ ପରିବାରବର୍ଗ ଭାଙ୍ଗିପଡ଼ିଥିଲେ। କାରଣ ବିକାଶ ଜଣେ ମୋବାଇଲ ମେକାନିକ ହୋଇଥିବାରୁ ଏତେ ଟଙ୍କା ଯୋଗାଡ଼ କରିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ। ତେବେ ଝିଅର ଚିକିତ୍ସା ପାଇଁ ଆର୍ଥିକ ସହଯୋଗ କରିବାକୁ ସେ ପ୍ରଶାସନ ଓ ଜନସାଧାରଣଙ୍କୁ ଆକୁଳ ନିବେଦନ କରିଛନ୍ତି। ଅନିନ୍ଦିତାଙ୍କୁ ପ୍ର୍ରଶାସନ ପକ୍ଷରୁ ସହାୟତା କରାଯିବାକୁ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ମଧ୍ୟ ନିବେଦନ କରିଛନ୍ତି। ଏଥିପାଇଁ ବିକାଶଙ୍କ ଆକାଉଣ୍ଟ ନମ୍ବର, ଫୋନ୍‌ ପେ, ଗୁଗଲ ପେ ତଥା କ୍ରାଉଡ୍‌-ଫଣ୍ଡିଂରେ ସହାୟତା ରାଶି ପଠାଇବାକୁ କାକଟପୁରବାସୀ ଅନୁରୋଧ କରିଛନ୍ତି। ବିକାଶଙ୍କ ଆକାଉଣ୍ଟ ନଂ. ୩୧୩୨୪୬୨୬୪୮୫ ଆଇଏଫ୍‌ଏସସି ଏସ୍‌ବିଆଇଏନ୍‌ ୦୦୧୨୦୩୫ ଏବଂ ଫୋନ ପେ, ଗୁଗଲ ପେ ନଂ. ୯୮୫୩୪୭୯୨୪୮ରେ ସହାୟତା ରାଶି ପଠାଇବାକୁ ନିବେଦନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ମହାସଂଯୋଗ: ୫ ରାଶିର ଭାଗ୍ୟ ବଦଳାଇବେ ୩ଗ୍ରହ; ଅଚାନକ ହେବେ ଧନୀ…

୩୦ ଅଗଷ୍ଟର ଦିନ ପଞ୍ଚାଙ୍ଗ ଏବଂ ଜ୍ୟୋତିଷୀୟ ଯୋଗ ଦୃଷ୍ଟିରୁ ଅତ୍ୟନ୍ତ ଖାସ ପ୍ରମାଣିତ ହୋଇପାରେ। ଏହି ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ୱିତୀୟା ତିଥି…

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ବାରମ୍ବାର ଇଣ୍ଟରନାଲ ପରୀକ୍ଷା ଦେବେନି ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ର

ଭୁବନେଶ୍ୱର,୩୦।୮(ସୁଚିସ୍ମିତା ସାହୁ): ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ରଙ୍କ ଇଣ୍ଟରନାଲ ପରୀକ୍ଷାକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ଦୂର କରାଯାଇଛି। ଯୁକ୍ତ୨ରେ ଅସଫଳ…

୨ କୋଠରିରେ ପଢ଼ୁଛନ୍ତି ୧୦୪ ଛାତ୍ରୀଛାତ୍ର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣି ବ୍ଲକ ଲାବାଣ୍ୟଗଡ଼ ପଞ୍ଚାୟତ ଅନ୍ତର୍ଗତ ମାରିଙ୍ଗିସ୍ଥିତ ସରକାରୀ ପ୍ରାଥମିକ ଆବାସିକ ବିଦ୍ୟାଳୟ ବହୁ ଅବ୍ୟବସ୍ଥାରେ ଚାଲିଛି। ୧୯୯୯ ମସିହାରେ ପ୍ରତିଷ୍ଠା…

ଉଧାରରେ ମିଳିଥିବା କ୍ଷମତାରୁ ହଟାଇବା ଜାଣିଛୁ: ନେହା

ଭୁବନେଶ୍ୱର,୩୦ା୮(ସୁନିତ୍‌ ମିଶ୍ର): ଆମେ ଛାତ୍ର, ଯାହା ହାତରେ ଅସ୍ତ୍ରଶସ୍ତ୍ର, ଦିଲ୍ଲୀ ପୋଲିସର ଲାଠି, ପେଲେଟ ଗନ୍‌ କି ଟିଅର ଗ୍ୟାସ୍‌ ନାହିଁ। ତଥାପି ଆମର ସେହି ସାଧାରଣ…

ଜାଣନ୍ତୁ କାହା ଅଭାବରୁ ବଢ଼ିଥାଏ ‘ଫ୍ୟାଟି ଫୁଡ୍‌’ ଲୋଭ

ଟୋକିଓ/ଲଣ୍ଡନ, ୩୦।୮: ସୁସ୍ବାଦୁ ତଥା ଅଧିକ ଚର୍ବିଯୁକ୍ତ ଖାଦ୍ୟ (ଫ୍ୟାଟି ଫୁଡ୍‌) ଦେଖିଲେ କେତେଜଣ ଲୋକ ନିଜକୁ ନିୟନ୍ତ୍ରଣ କରିପାରନ୍ତି ନାହିଁ କାହିଁକି? ଏହାର ଉତ୍ତର ଖୋଜିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri