ଖଁା ଖଁା ପ୍ରାଣୀ ଚିକିତ୍ସାଳୟ

ଖଇରା,୬।୭(ଉତ୍କଳବନ୍ଧୁ ପଣ୍ଡା)ବାଲେଶ୍ୱର ଜିଲା ଖଇରା ବ୍ଲକର ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ ୬ମାସ ହେଲା ଡାକ୍ତରଶୂନ୍ୟ। ଏଠାରେ ୪ଟି ପଦବୀ ଥିବା ବେଳେ ଜଣକ ପରେ ଜଣେ ଏହିଭଳି ଭାବେ ସବୁ ଡାକ୍ତର ୨୨-୨୩ବର୍ଷ ମଧ୍ୟରେ ଅନ୍ୟତ୍ର ଚାଲିଯାଇଛନ୍ତି। ଏଣୁ ଦୈନିକ ଶହ ଶହ ସଂଖ୍ୟାର ଗୋପାଳକ ଆବଶ୍ୟକ ପରାମର୍ଶ ପାଇଁ କେନ୍ଦ୍ରକୁ ଆସି ନିରାଶରେ ଫେରୁଛନ୍ତି ା ସେପଟେ ନବନିର୍ମିତ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ହେବାର ୫ବର୍ଷ ଅତିକ୍ରାନ୍ତ ହୋଇଯାଇଥିବା ବେଳେ ଏପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ହସ୍ତାନ୍ତର କରୁ ନ ଥିବାରୁ ପୁରୁଣା କାର୍ଯ୍ୟାଳୟ ଅସୁରକ୍ଷିତ ଗୃହରେ ଚାଲୁଛି ା
ରାଜ୍ୟ ସରକାର ଖାଲି ପଡିଥିବା ସ୍ଥାନରେ ୨୦୯ଜଣଙ୍କୁ ପ୍ରାଣୀ ଚିକିତ୍ସକ ନିଯୁକ୍ତି ଦେଇଥିବା ବେଳେ ଖଇରା ନଁା ନ ଥିବାରୁ ୩୭ ପଞ୍ଚାୟତର ଗୋପାଳକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ପ୍ରଥମେ ସହକାରୀ ପ୍ରାଣୀ ଚିକିତ୍ସକ ଡା. ସୁବାଶିଷ ମହାପାତ୍ର ୨୦୨୨ ଜାନୁୟାରୀରେ ପଦୋନ୍ନତି ପାଇ ଚମ୍ପୁଆ ଚାଲିଯିବା ପରେ ପଦବୀ ଖାଲିପଡ଼ିଥିଲା। ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସକ ସବିତା ବେହେରା ଉଚ୍ଚଶିକ୍ଷା ପାଇଁ ଚାଲିଯାଇଥିବା ବେଳେ ୨୦୨୨ ଏପ୍ରିଲରୁ ଏହି ପଦବୀ ଖାଲି ପଡିଛି। ଶେଷ ଡାକ୍ତର ଭାବେ ରଘୁନାଥ ସିଂ ୨୦୨୩ ଜାନୁୟାରୀ ୮ରେ ଉଚ୍ଚଶିକ୍ଷା ପାଇଁ ଚାଲିଯିବା ପରେ କାର୍ଯ୍ୟାଳୟ ଏକପ୍ରକାର ବନ୍ଦ ଅବସ୍ଥାକୁ ଆସିଯାଇଛି। ରେମୁଣା ଓ ଖନ୍ତାପଡ଼ାରୁ ୨ଜଣ ଡାକ୍ତରଙ୍କୁ ଏଠାରେ ୨ଦିନ ଲେଖାଏ ଡେପୁଟେଶନ ଦିଆଯାଇଥିବା ବେଳେ କେହି କେବେ ତାଙ୍କୁ ଦେଖି ନ ଥିବା ଅଭିଯୋଗ ହୋଇଛି। ଜୁନ ୧୮ରୁ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା କରୁଥିବା ଗାଡିଟି ବନ୍ଦ ହୋଇପଡିଛି। ୫୦ବର୍ଷ ତଳର ପୁରୁଣା ପ୍ରାଣୀ ଚିକିତ୍ସାଳୟ କାର୍ଯ୍ୟାଳୟ ଗୃହ ଅସୁରକ୍ଷିତ ହୋଇପଡିବା ପରେ ୨୦ଲକ୍ଷ ଟଙ୍କା ବ୍ୟୟରେ ଏକ ନୂତନ କାର୍ଯ୍ୟାଳୟ ନିର୍ମାଣ କରାଯାଇଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ଠିକାଦାରଙ୍କ ମଧ୍ୟରେ ବିବାଦ ଯୋଗୁ ଏପର୍ଯ୍ୟନ୍ତ କାର୍ଯ୍ୟାଳୟ ପୁରୁଣା ଗୃହରୁ ନୂଆଗୃହକୁ ସ୍ଥାନାନ୍ତର ହୋଇପାରୁନାହିଁ। ୧୨ଟି ପ୍ରାଣୀ ସହାୟକ କେନ୍ଦ୍ର ମଧ୍ୟରୁ ୩ଟିରେ କୌଣସି ପ୍ରାଣୀଧନ ନିରୀକ୍ଷକ ନ ଥିବା ଅଭିଯୋଗ ହୋଇଛି। କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ କ୍ୱାର୍ଟର୍ସଗୁଡିକରୁ ପାଣି ଗଳୁଥିବାରୁ ମରାମତି କରାଯାଉନାହିଁ। ଜିଲା ପ୍ରାଣୀ ଚିକିତ୍ସାଧିକାରୀ ଡା. ବନମାଳୀ ସାହୁ କହିଛନ୍ତି, ଏ ବିଷୟରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଛନ୍ତି ା ଅଳ୍ପଦିନ ମଧ୍ୟରେ ଡାକ୍ତର ଆସିଯିବେ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?