ଅନୁଗୋଳରେ ଅନୁପମା ବିଜୟୀ

ଅନୁଗୋଳ ଅଫିସ,୮।୪ ଅନୁଗୋଳ ପୌରପାଳିକା ଉପାଧ୍ୟକ୍ଷା ପଦ ପ୍ରଥମ ଥର ପାଇଁ ଭାଜପା ଅକ୍ତିଆର କରିଛି। ଗୁରୁବାର ଏହି ପଦବୀ ପାଇଁ ନିର୍ବାଚନ ହୋଇଥିବା ବେଳେ ଭାଜପା ପ୍ରାର୍ଥୀ ଅନୁପମା ସାହୁ ବିଜୟୀ ହୋଇଛନ୍ତି। ତେବେ ୧୦ କାଉନସିଲର ଥିବା ସତ୍ତ୍ୱେ ବିଜେଡି ପ୍ରତିଦ୍ୱନ୍ଦ୍ୱିତାକୁ ନ ଓହ୍ଲାଇବା ଅନୁଗୋଳରେ ଚର୍ଚ୍ଚାର ବିଷୟ ହୋଇଛି।
୨୩ ଓ୍ବାର୍ଡ ବିଶିଷ୍ଟ ଅନୁଗୋଳ ପୌର ପରିଷଦ ଅଧ୍ୟକ୍ଷ ପଦ ଏଥର ବିଜେଡି ହାତେଇ ନେଇଛି। ପ୍ରଥମ ଥର ପାଇଁ ଦଳ ଏହି ସଫଳତା ପାଇଥିଲେ ମଧ୍ୟ ୨୩ ଓ୍ବାର୍ଡ ମଧ୍ୟରୁ କେବଳ ୧୦ଟି ନିଜ ଦଖଲକୁ ନେଇପାରିଛି। ଫଳରେ ୧୩ ଓ୍ବାର୍ଡରେ ବିଜୟୀ ହୋଇଥିବା ଭାଜପା ଏଠାରେ ବଡ଼ ଦଳ ଭାବେ ଉଭା ହୋଇଛି। ତେଣୁ ଉପାଧ୍ୟକ୍ଷା ପଦବୀ ଭାଜପା ଭାଗରେ ପଡ଼ିବ ବୋଲି ପୂର୍ବରୁ କୁହାଯାଉଥିଲା। ହେଲେ ସଂଖ୍ୟା ଗରିଷ୍ଠତା ନ ଥିଲେ ବି ବିଜେଡି ଏତେ ସହଜରେ ଭାଜପାକୁ ବାଟ ଛାଡ଼ିବ ନାହିଁ ବୋଲି ଆଲୋଚନା ହେଉଥିଲା। ଅଧ୍ୟକ୍ଷ ପଦବୀ ପରି ଉପାଧ୍ୟକ୍ଷା ପଦବୀରେ ନିଜ ପ୍ରାର୍ଥୀଙ୍କ ବିଜୟ ପାଇଁ ଦଳ ସମସ୍ତ ବଳ ଖଟାଇବ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ସବୁ ଆଶା ଆଶଙ୍କାର ଅବସାନ ଘଟାଇ ବିଜେଡି ଉପାଧ୍ୟକ୍ଷା ପଦବୀ ପାଇଁ ଗୁରୁବାର ହୋଇଥିବା ନିର୍ବାଚନରୁ ଦୂରେଇ ରହିଥିଲା। ଦଳ ପ୍ରାର୍ଥୀ ନ ଦେବାରୁ ଭାଜପାର ଏକମାତ୍ର ପ୍ରାର୍ଥୀ ଭାବେ ୪ନଂ. ଓ୍ବାର୍ଡ କାଉନସିଲର ଅନୁପମା ସାହୁ ନାମାଙ୍କନପତ୍ର ଦଖଲ କରିଥିଲେ। ପରେ ନିର୍ବାଚନ ଅଧିକାରୀ ଅନୁପମାଙ୍କୁ ନିଦର୍‌ବନ୍ଦ୍ବରେ ନିର୍ବାଚିତ ହୋଇଥିବା ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁକ୍ତ୩: ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ ଆରମ୍ଭ

ଭୁବନେଶ୍ୱର, ୫ା୯(ଅସମାପିକା ସାହୁ):୨୦୨୩-୨୪ ଶିକ୍ଷାବର୍ଷରେ ଯୁକ୍ତ୩ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ସୋମବାରଠାରୁ ଆବେଦନ ଆରମ୍ଭ ହୋଇଛି। ଏହା ୧୩ ତାରିଖ ରାତି ୧୧ଟା ୪୫...

ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର,୨୬।୯: ବିଧାନସଭା ଅଧିବେଶନର ମଙ୍ଗଳବାର ତୃତୀୟ ଦିନ । ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ହୋହଲ୍ଲା କରିଥିଲେ । ଏମିତିକି ବାଚସ୍ପତିଙ୍କ ଆସନ ସମ୍ମୁଖରେ ଯାଇ ନାରାବାଜି...

ଉଦ୍ଧାର କୌଶଳ ଦେଖାଇଲେ ଯବାନ

କଣିହାଁ,୧୭ା୧୨ (ଡି.ଏନ୍‌.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ରେଙ୍ଗାଳି ଡ୍ୟାମ୍‌ ଜଳଭଣ୍ଡାରରେ ଓଡ଼ିଶା ଜଳ ବିଦ୍ୟୁତ୍‌ ନିଗମ (ଓଏଚ୍‌ପିସି) ପକ୍ଷରୁ ଶୁକ୍ରବାର ଏକ ସଚେତନତା କାର୍ଯ୍ୟକ୍ରମ...

କନ୍ଧମାଳରେ ପୁଣି ଗୁଳି ବିନିମୟ, ଜଣେ ମାଓବାଦୀ ମୃତ

ଫୁଲବାଣୀ ଅଫିସ, ୮ା୭-କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ସିର୍ଲା ପଞ୍ଚାୟତ କିହାଲଗୁଡ଼ା ଜଙ୍ଗଲ କ୍ଲାଉଡଙ୍ଗା ଅଞ୍ଚଳରେ ଗତ ଶନିବାର ବିଳମ୍ବିତ ରାତିରେ ପୋଲିସ ଗୁଳିରେ ୪...

ଭିକମାଗି ଜଗନ୍ନାଥ ମନ୍ଦିରକୁ ଲକ୍ଷେ ଟଙ୍କା ଦାନ କଲେ ମହିଳା

ଫୁଲବାଣୀ ଅଫିସ,୧୬।୧୨: ଜୀବନ ସାରା ଭିକ୍ଷା ମାଗି ଚଳିବା ଏବଂ ସେଥିରୁ ସଞ୍ଚିତ ୧ ଲକ୍ଷ ଟଙ୍କା ଜଗନ୍ନାଥ ମନ୍ଦିରକୁ ଦାନ କରିଛନ୍ତି ଜଣେ ମହିଳା।...

କରୋନା ବିଫଳତା ନେଇ ୧୩ ଦଳର ପ୍ରତିବାଦ

ଭୁବନେଶ୍ୱର,୨୭ା୬(ବ୍ୟୁରୋ): କରୋନା ସମୟରେ ରାଜ୍ୟ ସରକାରଙ୍କ ପରିଚାଳନାଗତ ବିଫଳତାକୁ ନେଇ ଶୁକ୍ରବାର କଂଗ୍ରେସ ସମେତ ରାଜ୍ୟର ୧୩ ରାଜନୈତିକ ଦଳ ଭୁବନେଶ୍ୱରସ୍ଥିତ ମାଷ୍ଟରକ୍ୟାଣ୍ଟିନ ଛକଠାରେ ବିକ୍ଷୋଭ...

ରଥକୁ ବିଜେ ହେଲା ଆଜ୍ଞାମାଳ

ପୁରୀ ଅଫିସ,୧୧ା୭: ସୋମବାର ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଭକ୍ତଙ୍କୁ ଦର୍ଶନ ଦେବାକୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ମହାବାହୁ। ଏନେଇ ରବିବାର ଶ୍ରୀମନ୍ଦିରରୁ ତିନି ରଥକୁ...

ବାଚସ୍ପତି ନେଲେ ବୁଷ୍ଟର ଡୋଜ୍‌

ଭୁବନେଶ୍ୱର,୧୦।୧(ବ୍ୟୁରୋ): ଆଜିଠୁ ସାରା ଦେଶରେ ବୁଷ୍ଟର ଡୋଜ୍‌ ଆରମ୍ଭ ହୋଇଛି। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହାରି ଭିତରେ ରାଜ୍ୟରେ ପ୍ରଥମ କରି ସୋମବାର ବୁଷ୍ଟର...

Advertisement
Archives

Model This Week