ରାସ୍ତାରେ ନ ହେଲେ ଗଛମୂଳେ ପିଲା

ଜଳେଶ୍ୱର,୯ା୧(ନବୀନ କୁମାର୍‌ ସାହୁ: ଶିଶୁମାନେ କିପରି ଆବଶ୍ୟକ ପୋଷଣରୁ ବଞ୍ଚିତ ନ ହେବେ ସେନେଇ ସରକାର ଶହ ଶହ ଯୋଜନା କରୁଛନ୍ତି। ପୋଷାକଠାରୁ ଆରମ୍ଭ କରି ପୁଷ୍ଟିକର ଖାଦ୍ୟ ପର୍ଯ୍ୟନ୍ତ ସମସ୍ତ ସାମଗ୍ରୀ ଯୋଗାଇ ଦେଉଛନ୍ତି। ହେଲେ ବାଲେଶ୍ବର ଜିଲା ଜଳେଶ୍ୱର ବ୍ଲକ ସୁଗୋ ପଞ୍ଚାୟତ ବାଣିଦା ଗ୍ରାମରେ ଥିବା ଅଙ୍ଗନୱାଡି କେନ୍ଦ୍ର-୧ ନାନା ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ନିଜସ୍ବ ଗୃହ ନ ଥିବାରୁ ପିଲାମାନେ କେତେବେଳେ ରାସ୍ତାରେ ନ ହେଲେ କେତେବେଳେ ବାଉଁଶ ଗଛ ତଳେ ବସି ପଢୁଛନ୍ତି।
ସ୍ଥାପିତ ଏହି ଅଙ୍ଗନୱାଡି କେନ୍ଦ୍ରରେ ୧୭ ପିଲା ପଢ଼ନ୍ତି। ପୂର୍ବରୁ ସମ୍ପୃକ୍ତ ଅଙ୍ଗନୱାଡି କର୍ମୀ ଶାନ୍ତିଲତା ଜେନାଙ୍କ ଘରେ ଚାଲି ଆସୁଥିଲା। ଗତ ୪ମାସ ପୂର୍ବେ ସେହି ଅଙ୍ଗନୱାଡି କର୍ମୀ ଜଣେ ନାବାଳକଙ୍କୁ ଘରେ ରଖି ଶିଶୁ ଶ୍ରମିକ ଭାବେ ଘର କାମ କରାଉଥିଲେ। ଗ୍ରାମବାସୀ ଏହାକୁ ବିରୋଧ କରି ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ପରେ ଉକ୍ତ ନାବାଳକଙ୍କୁ ଉଦ୍ଧାର କରାଯାଇଥିଲା। ଏଥିରେ ପ୍ରତିଶୋଧ ପରାୟଣ ହୋଇ ଅଙ୍ଗନୱାଡି କର୍ମୀ ପିଲାଙ୍କ ଅଭିଭାବକ ଏବଂ ସ୍ଥାନୀୟ ସରପଞ୍ଚଙ୍କ ନାମରେ ଥାନାରେ ମିଥ୍ୟା ମାମଲା ରୁଜୁ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଏହାପରଠାରୁ ଅଙ୍ଗନଓ୍ବାଡି କର୍ମୀ ପିଲାମାନଙ୍କ ପ୍ରତି ରୁକ୍ଷ ବ୍ୟବହାର କରିଥିବା ଅଭିଭାବକମାନେ ଅଙ୍ଗନୱାଡି ସୁପରଭାଇଜରଙ୍କ ନିକଟରେ ଅଭିଯୋଗ କରିଥିଲେ। ହେଲେ ଏ ଦିଗରେ କୌଣସି ଗୁରୁତ୍ୱ ଦିଆ ନ ଯିବାରୁ ପିଲାଙ୍କୁ ଅଙ୍ଗନଓ୍ବାଡି କର୍ମୀଙ୍କ ଘରକୁ ପଠାଇବେନି ବୋଲି ଅଭିଭାବକମାନେ ଅଡି ବସି ଅଙ୍ଗନୱାଡିର ସୁପରଭାଇଜର ଆରାଧନା ସେତୁଆ ଏବଂ ସିଡିପିଓ ଚମ୍ପାମଣି ମୁର୍ମୁଙ୍କୁ ଜଣାଇଥିଲେ। ସୁପରଭାଇଜର ଗୁହାରି ଶୁଣିବା ବଦଳରେ ଏହାକୁ ହାଲୁକା ଭାବେ ନେଇ ତଡିଦେଇଥିବା ଗ୍ରାମବାସୀ ଶ୍ରୀଧର ଜେନା, ଅଶୋକ ଘଡେଇ, ଯାମିନୀକାନ୍ତ ପାତ୍ର, ନରସିଂହା ହେମ୍ବ୍ରମ, ଟୁନା ହଁାସଦା, ସୁଜୟ ହାଁସଦା, ରାଧୁ ଟୁଡୁ, ରୁହିୟା ଟୁଡୁ, ଝରଣା ଘଡେଇ, ଅନୁପମା ଜେନା ଓ ପ୍ରତିମା ଦଳେଇ ଅଭିଯୋଗ କରିଛନ୍ତି । ଏ ସଂକ୍ରାନ୍ତରେ ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେଙ୍କୁ ପଚାରିବାରୁ ଖୁବ୍‌ ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି। ଏନେଇ ସରପଞ୍ଚ ଜୟନ୍ତୀ ପରିଡା କହିଛନ୍ତି, ଘଟଣା ସବୁ ସତ ଏବଂ ସେଠାରୁ ତୁରନ୍ତ ସୁପରଭାଇଜରଙ୍କ ବଦଳି ସହିତ ଗ୍ରାମବାସୀଙ୍କ ନାମରେ ଥିବା ମିଛ ମାମଲା ପ୍ରତ୍ୟାହାର, ସ୍ଥାୟୀ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ସହିତ ବର୍ତ୍ତମାନ ସମୟରେ ସ୍କୁଲ ଘରେ ଅଙ୍ଗନୱାଡି ଚଲାଇବା ପାଇଁ କୁହାଯାଇଛି। ଅଙ୍ଗନୱାଡି କର୍ମୀ ଶାନ୍ତିଲତା ଜେନାଙ୍କୁ ପଚାରିବାରୁ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା। ତାଙ୍କୁ ଫସାଇବା ପାଇଁ ଚେଷ୍ଟା କରାଯାଉଛି ବୋଲି ସେ କହିଥିଲେ। ସିଡିପିଓ ଚମ୍ପାବତୀ ମୁର୍ମୁ କୁହନ୍ତି, ଘଟଣାର ତଦନ୍ତ ସହ ସମସ୍ୟାର ସମାଧାନ କରାଯିବ। ସ୍କୁଲ ଘରେ ଅଙ୍ଗନୱାଡି ହେବା ପାଇଁ ଜଳେଶ୍ୱର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ପାଖରେ ଦରଖାସ୍ତ ଦିଆସରିଛି ଏବଂ ସ୍ଥାୟୀ ଘର ନିର୍ମାଣପାଇଁ ଜାଗା ଚିହ୍ନଟ ସରିଛି ବୋଲି ସିଡିପିଓ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

ସଶକ୍ତ ଶିଶୁ ସଶକ୍ତ ଭାରତ କାର୍ଯ୍ୟକ୍ରମରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, କହିଲେ ଶିଶୁଙ୍କ ବୈଷୟିକ ଜ୍ଞାନକୌଶଳ…

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ଯା ପୀଠ ବିଦ୍ୟାଳୟ ପରିସରରେ ‘ସଶକ୍ତ ଶିଶୁ ସଶକ୍ତ ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୋଟାରୀ…

BJPକୁ ବଡ଼ ଝଟକା! ଦଳ ଛାଡିଲେ ଏହି ଅଭିନେତା, ମଞ୍ଚ ଉପରୁ ଘୋଷଣା କରି ଚମକାଇଦେଲେ

ତିରୁଭାନନ୍ତପୁରମ୍‌,୧୬।୮: କେରଳରେ ଭାଜପାକୁ ବଡ଼ ଝଟକା ଲାଗିଛି । ଅଭିନେତା ତଥା କେରଳ ଭାଜପାର ଉପାଧ୍ୟକ୍ଷ ଏସ୍‌. ଦେବନ ଦଳର ଉପାଧ୍ୟକ୍ଷ ପଦ ସହ ପ୍ରାଥମିକ ସଦସ୍ୟତାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri