Posted inଜାତୀୟ

ଆନ୍ଧ୍ରପ୍ରଦେଶ ଶିଳ୍ପମନ୍ତ୍ରୀଙ୍କ ହୃଦଘାତରେ ପରଲୋକ

ହାଇଦ୍ରାବାଦ,୨୧।୨: ହୃଦଘାତରେ ଆନ୍ଧ୍ରପ୍ରଦେଶର ଶିଳ୍ପମନ୍ତ୍ରୀ ମେକାପଟି ଗୌଥମ ରେଡ୍ଡୀଙ୍କ ସୋମବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ବୟସ ହୋଇଥିଲା। ସୋମବାର ଘରେ ଥିବା ବେଳେ ସେ ଚେତାଶୂନ୍ୟ ହୋଇପଡିଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତରୀ ଦଳ ତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ। ହସ୍ପିଟାଲ ଆସିବା ସମୟରେ ଗୌଥମ ହୃଦଘାତର ଶିକାର ହୋଇଥିଲେ। ତାଙ୍କ ନିଃଶ୍ୱାସପ୍ରଶ୍ୱାସ ଚାଲୁ ନ ଥିଲା। ଡାକ୍ତରୀ ଟିମ୍‌ ତାଙ୍କ ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ହେଲେ ତାଙ୍କର ମୃତ୍ୟୁ ଘଟିଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି।

ସେ ଆନ୍ଧ୍ର ସରକାରରେ ଶିଳ୍ପ ମନ୍ତ୍ରୀସହ ଅତିରିକ୍ତ ଭାବେ ସୂଚନା ଓ ପ୍ରଯୁକ୍ତି ବିଭାଗ ଦାୟିତ୍ୱ ସମ୍ଭାଳୁ ଥିଲେ। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ଜଣେ ଯୁବ ସହଯୋଗୀଙ୍କୁ ହରାଇ ଥିବା କହିଛନ୍ତି।

ମନ୍ତ୍ରୀ ଗୌତମ ରେଡ୍ଡୀ ପୂର୍ବତନ ସାଂସଦ ମେକାପତି ରାଜମୋହନ ରେଡ୍ଡୀଙ୍କ ପୁଅ। ୨୦୧୪ରେ ଗୌଥମ ପ୍ରଥମଥର ପାଇଁ ଆତ୍ମାକୁର ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ। ୨୦୧୯ରେ ପୁଣି ଉକ୍ତ ଆସନରୁ ବିଜୟୀ ହୋଇଥିଲେ। ଜଗନ ମୋହନ ରେଡ୍ଡୀ ମୁଖ୍ୟମନ୍ତ୍ରୀ ହେବା ପରେ ଗୌଥମ ମନ୍ତ୍ରୀ ପଦ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇନ୍ଦୋରରେ ବଢ଼ିଲା କରୋନା କର୍ଫ୍ୟୁ

ଇନ୍ଦୋର,୧୭।୫: କରୋନା କଟକଣା ଯୋଗୁ ଦୈନିକ ସଂକ୍ରମଣ ହ୍ରାସ ପାଉଥିବାରୁ ମଧ୍ୟପ୍ରଦେଶ ଇନ୍ଦୋରରେ ମେ’ ୨୯ଯାଏ କରୋନା କର୍ଫ୍ୟୁ ଅବଧିକୁ ବଢ଼ାଇ ଦିଆଯାଇଛି। ଏନେଇ ସୋମବାର...

ଆତଙ୍କବାଦୀଙ୍କୁ ସହାୟତା ଯୋଗାଉଛନ୍ତି ଓଭରଗ୍ରାଉଣ୍ଡ ଓ୍ବାର୍କର, ଏପର୍ଯ୍ୟନ୍ତ ୨୫୦ ଗିରଫ …

ଶ୍ରୀନଗର, ୮।୬ : ଗତ କିଛି ମାସ ମଧ୍ୟରେ ଜମ୍ମୁ-କଶ୍ମୀରରେ ସ୍ଥାନୀୟ ହିନ୍ଦୁ ଏବଂ ପ୍ରବାସୀଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ତୀବ୍ର ହୋଇଛି। ଏହି କାରଣରୁ...

ମାର୍ଚ୍ଚ ୧ରୁ ବୟସ୍କଙ୍କୁ କରୋନା ଟିକା

ନୂଆଦିଲ୍ଲୀ,୨୪।୨: କରୋନା ଟିକାର ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧ରୁ ଆରମ୍ଭ ହେବ। ଏହି ଟିକା ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ...

ଅଯୋଧ୍ୟା ଆନ୍ଦୋଳନକୁ ପ୍ରଥମେ ଉତ୍ସାହିତ କରିଥିଲା କଂଗ୍ରେସ

ନୂଆଦିଲ୍ଲୀ, ୩।୧୨(ପି.ଟି.): ଅଯୋଧ୍ୟା ଆନ୍ଦୋଳନକୁ ପ୍ରୋତ୍ସାହିତ କରିବାରେ କଂଗ୍ରେସ ପ୍ରଥମ ରାଜନୈତିକ ଦଳ ବୋଲି ଏକ ନୂତନ ପୁସ୍ତକରେ କୁହାଯାଇଛି। ଏପରିକି ଅଯୋଧ୍ୟା ଆନ୍ଦୋଳନକୁ କଂଗ୍ରେସର...

ଦଶହରା ପରେ ଶୀତଋତୁରେ ରାଜଧାନୀରେ ବଢିବ କରୋନା ସଂକ୍ରମିତଙ୍କ ସଂଖ୍ୟା: ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୫ ।୧୦: ଏବେ ଦେଶରେ କରୋନା ସଂକ୍ରମଣ ସାମାନ୍ୟ କମ୍ ହୋଇଥିବା ବେଳେ ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ । ଏହି ସମୟରେ ଓ ଶୀତୠତୁରେ...

୧୨୨ ରାଜନେତାଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲା…

ନୂଆଦିଲ୍ଲୀ,୧୦।୮: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ଦେଶରେ ୧୨୨ ଜଣ ରାଜନେତାଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲା ରହିଛି। ସେମାନଙ୍କ...

୧୮୭ ବର୍ଷ ପରେ କାଶୀ ବିଶ୍ୱନାଥ ମନ୍ଦିରରେ ଏମିତି ଘଟିଲା: ମୋଦି କଲେ ପ୍ରଶଂସା

ବାରାଣସୀ,୨୮।୨: କାଶୀ ବିଶ୍ୱନାଥ ମନ୍ଦିର ଇତିହାସରେ ଆଉ ଏକ ସୁବର୍ଣ୍ଣ ଅଧ୍ୟାୟ ଯୋଡା ଯାଇଛି। ୧୮୭ ବର୍ଷର ଦୀର୍ଘ ଅପେକ୍ଷା ପରେ ମନ୍ଦିରରେ ସୁନା ଲଗାଯାଇଥିଲା।...

କେଜ୍ରିଓ୍ବାଲଙ୍କୁ ସ୍ମୁତି ଇରାନୀଙ୍କ ପ୍ରଶ୍ନ: ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ କାହିଁକି ଦେଉଛନ୍ତି ସୁରକ୍ଷା

ନୂଆଦିଲ୍ଲୀ,୧।୬: ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି...

Advertisement
Archives

Model This Week