ପୁଣି ୧୭ ଜଣଙ୍କ ପଟ୍ଟା ରଦ୍ଦକଲା ପ୍ରଶାସନ

ମାଲକାନଗିର,୨୪ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କାଲମେଳା ତହସିଲ ଜମି ଦୁର୍ନୀତି ମାମଲାର ତଦନ୍ତ ପରେ ପୁଣି ୧୭ ଜଣଙ୍କ ପଟ୍ଟା ଜିଲା ପ୍ରଶାସନ ରଦ୍ଦ କରିଛି। ତା୨୮ା୭୨୦୨୧ରେ ମିସ୍‌କେସ୍‌ ମାଧ୍ୟମରେ ୧୦ ଜଣଙ୍କ ପଟ୍ଟା ପ୍ରଶାସନ ରଦ୍ଦ କରିଥିଲେ। ଏହି ୧୦ଟି ପଟ୍ଟାରେ ୧୨ଟି ପ୍ଲଟ ରହିଥିଲା। ସେହିପରି ଗତ ଅକ୍ଟୋବର ୨୦୨୨ରେ ମଧ୍ୟ ୩୯ ଜଣଙ୍କ ପଟ୍ଟା ରଦ୍ଦ ହୋଇଥିଲଶ। ଏବେ ରଦ୍ଦ ହୋଇଥିବା ପଟ୍ଟାର ହିତାଧିକାରୀମାନେ ହେଲେ ସୁଧୀର ସ୍ବାଇଁ, ରୁଦ୍ର ପାତ୍ର, ରେଣୁବାଲା ସ୍ବାଇଁ, ଶୁଭଶ୍ରୀ ସ୍ବାଇଁ, ମୁରଲି ନାଗ, ନୀଳ ନାଗ, ରେଣୁକା ପତି, ଏମ୍‌ଡି ଆଜମିର୍‌, ସୁଦିପ୍ତ ବେହେରା, ଆରତୀ ପ୍ରଧାନ, ବିନୋଦ ସାହୁ, ବି. ମହେଶ, ବି. ହେବାବତୀ, ବି. ବାରାଲକ୍ଷ୍ମୀ, ବି. କାନ୍ତାମା, ବି.ପୁଷ୍ପା (୧) ଓ ବି. ପୁଷ୍ପା (୨) ବୋଲି ତହସିଲ ପକ୍ଷରୁ କୁହାଯାଇଛି। ଗତ ୧୮ା୧୧ା୨୦୨୦ରେ କାଲିମେଳା ସହରର ୧୮ ଜଣ କରିଥିବା ସରକାରୀ ଜମି ଜବରଦଖଲକୁ ଦୁର୍ନୀତି କରି ସେମାନଙ୍କୁ ପଟ୍ଟା ବଣ୍ଟନ କରାଯାଇଥିଲା। ଏନେଇ ତତ୍କାଳୀନ ମୁଖ୍ୟ ଶାସନ ସଚିବଙ୍କ ସମେତ ବିଭିନ୍ନ ବିଭାଗର ଉଚ୍ଚପଦସ୍ଥ ଅଧିକାରୀଙ୍କ ନିକଟରେ ଲିଖିତ ଅଭି ଯୋଗ ହୋଇଥିଲା। ତଦନ୍ତ ପରେ ଏହି ଜମି ଦୁର୍ନୀତିିରେ ଲିପ୍ତ ଥିବା କାଲିମେଳା ସର୍କଲର ରାଜସ୍ବ ନିରୀକ୍ଷକ ସୁରେଶ ପୂଜାରୀ ଏବଂ ଏନକ୍ରୋଚମେଣ୍ଟ ବିଭାଗର କିରାଣି ଦିବ୍ୟସିଂହ ପାଇକରାୟଙ୍କୁ ଗତ ୨୩ା୧ ୨୦୨୧ରେ ଚାକିରିରୁ ନିଲମ୍ବିତ କରାଯାଇଥିଲା। ପରେ ବ୍ରହ୍ମପୁର ଆର୍‌ଡିସିଙ୍କ ଚିଠି ନଂ. ୫୨୩, ୯ା୩ା୨୧ ଅନୁଯାୟୀ ମାଲକାନଗିରି ଉପଜିଲାପାଳଙ୍କ ନେତୃତ୍ୱରେ ଏକ ୫ ଜଣିଆ ଟିମ୍‌ ଏହାର ଖୋଲତାଡ ଆରମ୍ଭ କରିଥିଲେ। ଏହାର ୨ମାସ ପରେ ୬ା୫ା୨୦୨୧ରେ ତହସିଲଦାର ଆଲୋକ ଅନୁଗୁଳିଆଙ୍କୁ ଡେପୁଟି କଲେକ୍ଟର ଭାବେ କୋରାପୁଟକୁ ବଦଳି କରାଯାଇଥିଲା। ବଦଳିର କିଛିଦିନ ପରେ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା। ଉକ୍ତ ୫ ଜଣିଆ ଟିମ୍‌ର ଖୋଲତାଡ ପରେ ରଦ୍ଦ ହୋଇଥିବା ଏହି ୧୭ ପଟ୍ଟା କୌଣସି ପଦାଧିକାରୀ କିମ୍ବା କୌଣସି ଲୋକ ପ୍ରତିନିଧିଙ୍କ ଅଜାଣତରେ ବଣ୍ଟନ କରାଯାଇଥିଲା। ଏଥିରେ ବଡ ଠିକାଦାର, କ୍ରସର ମାଲିକ, ଘରୋଇ ବସ୍‌ ମାଲିକ, ପ୍ରତିଷ୍ଠିତ ବ୍ୟବସାୟୀ, ପେଟ୍ରୋଲ ଓ ଡିଜେଲ ପମ୍ପ ମାଲିକ, ରାଜନେତା, ଚାକିରିଆ ପରିବାର ବିଦ୍ୟାର୍ଥୀ, ଗୋଟିଏ ପରିବାରର ଦୁଇରୁ ଅଧିକ ଲୋକ ଥିବା ଜଣାପଡିଛି। ସେମାନଙ୍କୁ ମିଥ୍ୟା ସତ୍ୟପାଠରେ ପଟ୍ଟା ପ୍ରଦାନ କରାଯାଇଥିଲା। କାଲିମେଳା ପଞ୍ଚାୟତର ସାପ୍ତାହିକ ହାଟ ସ୍ଥଳ, ଓଡିଶା ଯବାନ ପାଇଁ ସଂରକ୍ଷିତ ଜମି, ସ୍ବାସ୍ଥ୍ୟ ବିଭାଗ ଦଖଲ ଜମି, ପଞ୍ଚାୟତ ପାଇଁ ସଂରକ୍ଷିତ ଜମି, ବନ ବିଭାଗର ଭୈରବୀ ପାହାଡ ଭଳି ଜମିକୁ ହସ୍ତାନ୍ତର କରା ଯାଇଥିଲା। ଏଥିରୁ କେତେକ ଫ୍ଲଟ ୩୨୬ ନଂ. ଜାତୀୟ ରାଜପଥ କଡରେ ଥିବା ଜଣାପଡଛି। ସୂଚନାଯୋଗ୍ୟ, ମାଲକାନଗିରି ଜିଲାର ବହୁ ଚର୍ଚ୍ଚିତ ଏହି ଜମି ଦୁର୍ନୀତିରେ ବର୍ତ୍ତମାନ ସୁଦ୍ଧା ମୋଟ ୬୬ଟି ପଟ୍ଟା ପ୍ରଶାସନ ରଦ୍ଦ କରି ପୁଣି ସରକାରୀ ଖାତାକୁ ଆଣିବାରେ ସକ୍ଷମ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri