Odisha Elections 2024

ପୁଣି ଅଳଭା ବ୍ରାହ୍ମଣୀ ପଠାରୁ ବାଲିମାଟି ଚାଲାଣ

ପଟ୍ଟାମୁଣ୍ଡାଇ,୨୭ା୫(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅଧୀନ ଅଳଭା ବ୍ରାହ୍ମଣୀ ନଦୀ ଅଳଭାପାଳରେ ବଡ଼ ବଡ଼ ଗାତ କରାଯାଇ ପୁଣି ମାଟି ଚାଲାଣ କରାଯାଇଛି। ମାଟି ବ୍ୟବସାୟୀମାନେ ଏଥିରେ ଲାଭବାନ୍‌ ହେଉଥିବା ବେଳେ ରାଜ୍ୟ ସରକାର ରାଜସ୍ବ ହରାଉଛନ୍ତି। ସରକାରଙ୍କ ସମସ୍ତ ନୀତିନିୟମକୁ ଉଲ୍ଲଂଘନ କରାଯାଇ ଜେସିବି ଓ ଟ୍ରାକ୍ଟର ଦ୍ୱାରା ପ୍ରତିଦିନ ଶତାଧିକ ଟ୍ରିପ୍‌ ମାଟି ଉଠାଯାଉଛି। ଉପରୋକ୍ତ ସ୍ଥାନରୁ ମାଟି ଉଠାଣକୁ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ବନ୍ଦ କରିବା ସହ କେନ୍ଦ୍ରାପଡ଼ା ଜିଲା ପ୍ରଶାସନକୁ କଡ଼ା ସମାଲୋଚନା କରିଥିଲେ। ମାଟି ବ୍ୟବସାୟୀଙ୍କଠାରୁ ଲକ୍ଷାଧିକ ଟଙ୍କାର ଜରିମାନା ଆଦାୟ କରିବାକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଥିଲେ। ଏତେସବୁ କଟକଣା ଥାଇ ବି କେତେଜଣ ସରକାରୀ କର୍ମଚାରୀଙ୍କ ସହଯୋଗରେ ମାଟି ଚାଲାଣ କରାଯାଉଥିବା ଅଭିଯୋଗ ହୋଇଛି।
ଏ ସଂକ୍ରାନ୍ତରେ ସାମାଜିକ କର୍ମୀ ସର୍ବେଶ୍ୱର ସେଠୀ କହିଛନ୍ତି, ପଟ୍ଟାମୁଣ୍ଡାଇ ତହସିଲ ଅଧୀନ ଅଳଭାପାଳରେ ଥିବା ସରକାରୀ ଜମିରୁ ବେଧଡ଼କ ଭାବେ ମାଟି ବାଲି ଉଠାଣ ଚାଲିଛି। ଏ ସମ୍ପର୍କରେ ନିମପୁର ଶାସନ ଓ ଅଳଭା ଗ୍ରାମବାସୀ ଅଭିଯୋଗ କରିବା ସହ ଏହା ବନ୍ୟା ନିରୋଧକ ବନ୍ଧ ପ୍ରତି ବିପଦ ସୃଷ୍ଟି କରୁଛି ବୋଲି କହିଛନ୍ତି। ସ୍ଥାନୀୟ ତହସିଲଦାର ବେଆଇନ ମାଟି ଉଠାଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବିକରି ଆସୁଛନ୍ତି। ଅଳଭା ବ୍ରାହ୍ମଣୀ ନଦୀପଠାରୁ ବାଲିମାଟି ଉଠାଣକୁ ନେଇ ଏନ୍‌ଜିଟି ପକ୍ଷରୁ ମାମଲା ରୁଜୁ କରାଯାଇ ସମ୍ପୂର୍ଣ୍ଣ ମାଟି ଉଠାଣକୁ ବନ୍ଦ କରାଯାଇଥିଲା। ମାତ୍ର ଏହାର ୧ କି.ମି. ଦୂରରେ ମାଟି ବ୍ୟବସାୟୀମାନେ ଜେସିବି ଲଗାଇ ହାଇୱାରେ ମାଟି ଉଠାଇଛନ୍ତି। ଏହାକୁ ନେଇ ପ୍ରଶାସନ କାହିଁକି ନୀରବଦ୍ରଷ୍ଟା ସାଜିଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସାମାଜିକ କର୍ମୀ ମିଟୁ ଦାଶ କହିଛନ୍ତି, ଅଳଭାଠାରେ ବ୍ରାହ୍ମଣୀ ନଦୀ ପଠାରୁ ବେଆଇନ ବାଲିମାଟି ଉଠାଣ ନେଇ ଏନ୍‌ଜିଟି ରହିତାଦେଶ ଦେଇଥିଲେ। କିନ୍ତୁ ସେଠାରୁ ବାଲି ମାଟି ଉଠାଣ ବନ୍ଦ ଥିବା ବେଳେ ପୁଣି କିପରି ବେଆଇନ ଭାବେ ଏହା ହେଉଛି ସେ ନେଇ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନାକରି ଏନ୍‌ଜିଟିର ଦ୍ୱାରସ୍ଥ ହେବି। ଏ ସମ୍ପର୍କରେ ତହସିଲଦାର ଦିଲୀପ ସେଠୀଙ୍କୁ ପଚାରିବାରେ ସରକାରୀ ରାସ୍ତା କାମ ପାଇଁ ବାଲି ମାଟି ଉଠାଣ ହେଉଛି। ମାତ୍ର ଏନ୍‌ଜିଟି ବନ୍ଦ କରିଥିବା ଅଳଭାପାଳରୁ ବାଲି ଉଠାଇବା ଘଟଣା ବାବଦରେ ଅଭିଯୋଗ ପାଇଛି ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଯେଉଁ ଠିକାଦାରମାନେ ସରକାରୀ କାମ କରୁଛନ୍ତି ସେମାନେ ଦୂରରୁ ମାଟି କିଣି ଆଣି କାମ କରିବାକୁ ଚୁକ୍ତି ସ୍ବାକ୍ଷର କରିଛନ୍ତି। ମାତ୍ର ସ୍ଥାନୀୟ ପ୍ରଶାସନକୁ ହାତକରି ବେଆଇନ ଭାବେ ସରକାରୀ ଜମିରୁ ବିନା ମୂଲ୍ୟରେ ମାଟି ଉଠାଇବା ଘଟଣା ସମଗ୍ର ଅଞ୍ଚଳ ପାଇଁ ବିପଦ ସୃଷ୍ଟି କରିବ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ହିଂସା ହେବା ଆଶଙ୍କା ନେଇ କନ୍ଧମାଳରେ ୧୪୪ ଧାରା ଜାରି କଲା ପ୍ରଶାସନ

ଦାରିଙ୍ଗବାଡି,୧୬।୫: (ଅରୁଣ ସାହୁ): କନ୍ଧମାଳ ଜିଲାରେ କୌଣସି ନିର୍ବାଚନୀ ହିଂସା ହେବା ଆଶଙ୍କାରେ ଜିଲା ପ୍ରଶାସନ ପକ୍ଷରୁ ଧାରା ୧୪୪ ଜାରି କରାଯାଇଛି । ଏହି...

ବାଇକ୍‌ ଧକ୍କାରେ ୨ ମୃତ, ଘଟଣାସ୍ଥଳରେ ଉତ୍ତେଜନା

ରାୟଗଡ଼ା,୧୬।୬(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ କୃଷ୍ଣନଗରଠାରେ ଗୁରୁବାର ବାଇକ୍‌ ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଦୁଇ ମୃତକଙ୍କ ମଧ୍ୟରୁ...

ସର୍ଚ୍ଚ ଅପରେଶନ ବେଳେ ବଡ଼ ସଫଳତା, ଧରାପଡ଼ିଲେ ୫ ମାଓବାଦୀ

ମାଲକାନଗିରି,୧୬ା୫(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ଦାନ୍ତଓ୍ବୋଡା ଜିଲା ପୋଲିସ ଦ୍ୱାରା ଜଣେ ମହିଳା ମାଓବାଦୀଙ୍କ ସହ ୫ ମାଓବାଦୀଙ୍କୁ ଗୁରୁବାର ଗିରଫ କରାଯାଇଛି। ଗିରଫ ମାଓବାଦୀମାନେ ମଙ୍ଗଳୀ...

ଅନଲାଇନ୍‌ ଗେମ୍‌ ନେଲା ଯୁବକଙ୍କ ଜୀବନ

କୋରୁକୋଣ୍ଡା,୧୬।୫(ଅବିନାଶ ବେହେରା): ଅନଲାଇନ୍‌ ଗେମ୍‌ ଖେଳି ଜୀବନ ହାରିଲେ ଯୁବକ। ଏପରି ଏକ ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଏମ୍ଭି-୨୮...

ବିଶାଳ ରୋଡ ଶୋ’ରେ ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ, ଏମ୍‌ପି ପ୍ରାର୍ଥୀ ଧନୁର୍ଜୟ

ପାଟଣା,୧୬।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଚମ୍ପୁଆ ବ୍ଲକ ଜଜପଶି , ଝୁମ୍ପୁରା ବ୍ଲକ ଉଖୁଣ୍ଡାରୁ ଗୁରୁବାର ସକାଳୁ ବିଜେଡିର ବିଶାଳ ବାଇକ...

‘ଦେଶ ବଞ୍ଚାଇବାକୁ ହେଲେ କଂଗ୍ରେସକୁ କ୍ଷମତାକୁ ଆଣିବାକୁ ପଡ଼ିବ’

ଫୁଲବାଣୀ,୧୬।୫(ରାକେଶ କୁମାର ରାଉତ): ଦୀର୍ଘ ବର୍ଷ ହେଲା ଏଠି ଗୋଟିଏ ସରକାର ରହିଛି। ଯେଉଁ ଦଳ ଶାସନ କରୁଛି ତାହାକୁ ଭାଜପା ସୃଷ୍ଟି କରିଥିଲା। ଆଜି...

ଭୋଟରଙ୍କୁ ଏସବୁ ପ୍ରତିଶ୍ରୁତି ଦେଲେ ନଡ୍ଡା, କହିଲେ ଭାଜପା ସରକାର ଆସିଲେ…

ପଦ୍ମପୁର,୧୬ା୫(ପ୍ରଦୀପ୍ତ ଦାଶ): ସଶକ୍ତ ଭାରତ ସହିତ ସମୃଦ୍ଧ ଓଡ଼ିଶା ପାଇଁ ଡବଲ ଇଞ୍ଜିନ ସରକାର ଦରକାର ବୋଲି ଗୁରୁବାର ବରଗଡ଼ ଜିଲାର ପଦ୍ମପୁରରେ ବିଶାଳ ଜନସଭାରେ...

ପ୍ରଚାରରେ କମ୍ପୁଛି ଗାଁରୁ ସହର: ଦଳ ନୁହେଁ ପ୍ରାର୍ଥୀଙ୍କୁ ଦେଖି ଅଞ୍ଚଳର ବିକାଶ ପାଇଁ ମତଦାନ କରିବାକୁ ପ୍ରୟାସ

ବାଲିଗୁଡା:୧୬/୦୫:(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ମଇ ୨୦ ତାରିଖରେ ହେବାକୁ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri