ନିଜ ଦଳର ବିଧାୟକଙ୍କୁ ‘ପାଗଳ କୁକୁର’ କହିଲେ CM, ତେଲଙ୍ଗାନା କଂଗ୍ରେସରେ ହଇଚଇ

ହାଇଦ୍ରାବାଦ,୨୨ା୧୧: ତେଲଙ୍ଗାନା କଂଗ୍ରେସରେ ଏବେ ଦଳୀୟ ଅନ୍ତଃକନ୍ଦଳ ତୀବ୍ର ହେବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ନିଜ ଦଳର କିଛି ଅସନ୍ତୁଷ୍ଟ ନେତାଙ୍କୁ ଟାର୍ଗେଟ୍‌ କରି ‘ପାଗଳ କୁକୁର’ ବୋଲି କହିବା ପରେ ରାଜନୈତିକ ବିବାଦ ଦେଖାଦେଇଛି । ଏହାର କଡ଼ା ଜବାବ ଦେଇଛନ୍ତି ମୁନୁଗୋଡେ ବିଧାନସଭା ଆସନର କଂଗ୍ରେସ ବିଧାୟକ କୋମାଟିରେଡ୍ଡୀ ରାଜ ଗୋପାଳ ରେଡ୍ଡୀ।

ଶୁକ୍ରବାର ରାଜ ଗୋପାଳ ରେଡ୍ଡୀ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟରେ ତୀବ୍ର ଆପତ୍ତି ଉଠାଇ କହିଛନ୍ତି, ଉଚ୍ଚ ପଦପଦବୀରେ ଥିବା ନେତାମାନେ ସଂଯମତା ରକ୍ଷା କରିବା ସହ ମର୍ଯ୍ୟାଦାଜନକ ଭାଷା ବ୍ୟବହାର କରିବା ଉଚିତ । କ୍ଷମତାରେ ଥିବା ଲୋକଙ୍କ ମଧ୍ୟରେ ଅହଂକାର ଓ ଦୁର୍ନୀତି ରହିଥିବା ଅଭିଯୋଗ କରିବା ସହ ସେମାନେ ଜନସାଧାରଣଙ୍କ ସମସ୍ୟାର ସମାଧାନ କରିବାରେ ବିଫଳ ହୋଇଥିବା କହିଛନ୍ତି । ଏହି ବିବାଦର ଆରମ୍ଭ ଗୁରୁବାର ସିଦ୍ଦିପେଟ୍‌ରେ ଏକ ଜନସଭାରୁ ହୋଇଥିଲା। ସେଠାରେ ରେବନ୍ତ ରେଡ୍ଡୀ ଦଳର କିଛି ବିଧାୟକଙ୍କୁ ନାଁ ନନେଇ ସମାଲୋଚନା କରିଥିଲେ । ତାଙ୍କ କହିବା ଅନୁସାରେ, କିଛି ନେତା ବ୍ୟକ୍ତିଗତ ଭାବେ ସରକାରଙ୍କ କାର୍ଯ୍ୟକୁ ପ୍ରଶଂସା କରୁଥିବା ବେଳେ ସର୍ବସାଧାରଣରେ ସରକାରଙ୍କୁ ସମାଲୋଚନା କରୁଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ, ଦଳର କିଛି ଲୋକଙ୍କୁ ଯେମିତି ‘ପାଗଳ କୁକୁର’ କାମୁଡ଼ିଛି । ସେମାନେ ସମସ୍ତଙ୍କ ସାମ୍ନାରେ ସବୁ କଥାକୁ ସମାଲୋଚନା କରୁଛନ୍ତି, କିନ୍ତୁ ଘରକୁ ଆସିଲେ ସରକାରଙ୍କ ଭଲ କାମକୁ ପ୍ରଶଂସା କରୁଛନ୍ତି। ଏପରି ନେତାଙ୍କୁ କଂଗ୍ରେସ କର୍ମୀମାନେ ମାନସିକ ଚିକିତ୍ସାଳୟକୁ ନେଇଯିବେ ବୋଲି ସେ କହିଥିଲେ।ମୁଖ୍ୟମନ୍ତ୍ରୀଙ୍କ ଏହି ମନ୍ତବ୍ୟ କୋମାଟିରେଡ୍ଡୀ ରାଜ ଗୋପାଳ ରେଡ୍ଡୀ ଓ ଅନିରୁଦ୍ଧ ରେଡ୍ଡୀଙ୍କ ଉଦ୍ଦେଶ୍ୟରେ ଥିବା ଚର୍ଚ୍ଚା ହେଉଛି । ନିକଟରେ ଏହି ଦୁଇ ନେତା ରାଜ୍ୟ ସରକାରଙ୍କ କାର୍ଯ୍ୟଶୈଳୀକୁ ସମାଲୋଚନା କରିଥିଲେ। ଏହା ପରେ ରାଜ ଗୋପାଳ ରେଡ୍ଡୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପୋଷ୍ଟ କରି ଉଚ୍ଚ ସାମ୍ବିଧାନିକ ଓ ରାଜନୈତିକ ପଦବୀରେ ଥିବା ନେତାଙ୍କ ଆଚରଣ ଓ ଭାଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏହାକୁ ନେଇ ତେଲେଙ୍ଗାନା କଂଗ୍ରେସରେ ଦଳୀୟ ମତଭେଦ ଆହୁରି ସାମ୍ନାକୁ ଆସିଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷ୍ମଣ ନାୟକଙ୍କ ବଳିଦାନ ଅତୁଳନୀୟ

କୋରାପୁଟ,୨୨।୧୧(ଅମିତାଭ ବେହେରା): ମହାନ ସ୍ବଧୀନତା ସଂଗ୍ରାମୀ ତଥା ଆଦିବାସୀ ଜନନାୟକ ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୭ତମ ଜୟନ୍ତୀ ରବିବାର ଶ୍ରଦ୍ଧା ଓ ସମ୍ମାନର ସହ ପାଳିତ ହୋଇଯାଇଛି।…

ଗୌରବ ଆଣିଲା ଭଞ୍ଜନଗର ରୋଟାରୀ କ୍ଲବ, ରାଜ୍ୟରେ ଷଷ୍ଠ ସ୍ଥାନ ଅଧିକାର କରି…

ଭଞ୍ଜନଗର,୨୨ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ରୋଟାରୀ କ୍ଲବ ୨୦୨୫-୨୬ ଆର୍ଥିକ ବର୍ଷରେ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟରେ ଷଷ୍ଠ ସ୍ଥାନ ଅଧିକାର କରିଛି।…

ଐତିହାସିକ ଯାତ୍ରାରେ ଭାରତ ପହଞ୍ଚିଲେ ବାଲେନ ଶାହ; ପ୍ରଧାନମନ୍ତ୍ରୀ ମୋଦି-ରାଷ୍ଟ୍ରପତିଙ୍କ ପାଇଁ ଆଣିଲେ ସ୍ବତନ୍ତ୍ର ଉପହାର

ନୂଆଦିଲ୍ଲୀ,୨୨।୧୧: ନେପାଳର ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ‘ବାଲେନ’ ଶାହ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ପଦଭାର ଗ୍ରହଣ କରିବା ପରେ ଭାରତକୁ ତାଙ୍କର ଏହା ପ୍ରଥମ ଗସ୍ତ…

ଅକ୍ୱାନ ଜନିତ ବର୍ଷାରେ ଉଜୁଡ଼ିଲା ପାଚିଲା ଧାନ, ଚିନ୍ତାରେ ଚାଷୀକୁଳ

ଦିଗପହଣ୍ଡି,୨୨ା୧୧(ଅଶେଷ ନାଥ ମିଶ୍ର): ସାମୁଦ୍ରିକ ବାତ୍ୟା ‘ଅକ୍ୱାନ’ ଜନିତ ଲଗାଣ ବର୍ଷା ଯୋଗୁ ଦିଗପହଣ୍ଡି ସହର ସମେତ ବିଭିନ୍ନ ଗ୍ରାମାଞ୍ଚଳର ଶହଶହ ଏକର ଖାଲୁଆ ଚାଷଜମିରେ ପାଚିଲା…

ଭାଜପା ରାଜ୍ୟ ସଭା ଏମପିଙ୍କ ପରଲୋକ, ହୃଦଘାତରେ ଚାଲିଗଲା ଜୀବନ

ମୁମ୍ବାଇ,୨୨।୧୧: ଭାଜପାର ରାଜ୍ୟ ସଭା ସାଂସଦ ରାମରାଓ ସଖାରାମ ୱାଡକୁଟେଙ୍କ ପରଲୋକ ହୋଇଛି । ୭୨ ବର୍ଷ ବୟସରେ ଦିଲ୍ଲୀସ୍ଥିତ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ…

ବାତ୍ୟା କ୍ଷୟକ୍ଷତି ଆକଳନ: ଗଞ୍ଜାମ ଗସ୍ତରେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ,୨୨।୧୧: ବାତ୍ୟା ଯୋଗୁଁ ଗଞ୍ଜାମ ଜିଲାରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବା ପାଇଁ ଆସନ୍ତାକାଲି ଗଞ୍ଜାମ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ। ତାଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ…

ଛୋଟ ପିଲାଙ୍କୁ କାହିଁକି ହୁଏ କ୍ୟାନ୍‌ସର? ଜାଣନ୍ତୁ ପ୍ରାରମ୍ଭିକ ଲକ୍ଷଣ

ପ୍ରତ୍ୟେକ ମାତାପିତା ଚାହାନ୍ତି, ସେମାନଙ୍କ ପିଲା ସୁସ୍ଥ ରହୁ ଏବଂ ବିନା କୌଣସି ଅସୁବିଧାରେ ଜୀବନ ବିତାଉ। କିନ୍ତୁ ଯେତେବେଳେ ଛୋଟ ପିଲାଟିଏ କ୍ୟାନ୍‌ସର ଭଳି ଗମ୍ଭୀର…

ଜାତୀୟ ଖୋ-ଖୋ ଚାମ୍ପିୟନଶିପ୍‌ରେ ଚମକିବେ ବଲାଙ୍ଗୀରର ଝିଅ ଚାନ୍ଦିନୀ

ବଲାଙ୍ଗୀର,୨୨।୧୧(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଇଁ ଗର୍ବ ଓ ଗୌରବର ମୁହୂର୍ତ୍ତ। ଜିଲାର ଲୋଇସିଂହା ବ୍ଲକ୍ ଉପରବାହାଲର ଝିଅ ଚାନ୍ଦିନୀ ଜାଲ୍ ଓଡ଼ିଶା ଜୁନିୟର ବାଳିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?