ମହିଳା ଏସ୍‌ଆଇ ପ୍ରଭାସିନୀଙ୍କ ମୃତ୍ୟୁରେ ସ୍ତବ୍ଧ ପୁରୁଷୋତ୍ତମପୁର, ନିରପେକ୍ଷ ତଦନ୍ତ ଦାବିରେ କ୍ୟାଣ୍ଡେଲ ଶୋଭାଯାତ୍ରା

ପୁରୁଷୋତ୍ତମପୁର,୨୨।୧୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ମହିଳା ସବ୍‌ଇନ୍ସପେକ୍ଟର ପ୍ରଭାସିନୀ ସାହୁଙ୍କ ଝୁଲନ୍ତା ମୃତଦେହ ଥାନା ପରିଷର କ୍ବାଟରୁ ମିଳିବା ଘଟଣା ଚର୍ଚ୍ଚାର ବିଷୟ ସାଜିଛି । କେଉଁ କାରଣ ପାଇଁ ଏଭଳି ଚରମ ନିଷ୍ପତ୍ତି ନେଲେ ତାହା ବର୍ତ୍ତମାନ ସନ୍ଦେହ ଘେରରେ ରହିଛି । ଆତ୍ମହତ୍ୟାର କାରଣ କଣ ତାହା ସଭିଙ୍କ ମନରେ ଉଙ୍କି ମାରୁଛି । ହେଲେ ମୃତ୍ୟୁକୁ ପୁରୁଷୋତ୍ତମପୁରବାସୀ ସହଜରେ ଗ୍ରହଣ କରିପାରୁନାହାନ୍ତି ।

ସେ ମାତ୍ର ଦୁଇମାସରେ ନିଜ କାର୍ଯ୍ୟଶୈଳୀରେ ଜନସାଧାରଣଙ୍କ ମନ ଜିଣିଥିଲେ । ଯାହାକ ପୁରୁଷୋତ୍ତମପୁରବାସୀ ଝୁରିବାରେ ଲାଗିଛନ୍ତି । ଗତ ସେପ୍ଟେମ୍ବର ୧୩ ତାରିଖରେ ସେ ପୁରୁଷୋତ୍ତମପୁର ଥାନାରେ ନୂତନ ଭାବେ ଯୋଗଦେଇଥିଲେ। ଏହି ଅଳ୍ପଦିନର କାର୍ଯକାଳ ମଧ୍ଯ୍ଯରେ ସେ ଜନସାଧାରଣଙ୍କ ନିକଟତର ହୋଇ ଥାନାକୁ ଅଭିଯୋଗନେଇ ଆସୁଥିବା ବ୍ଯକ୍ତିଙ୍କୁ ନିଜପରିବାରର ସଦସ୍ଯ ଭଳି ବ୍ଯବହାର ସମସ୍ତଙ୍କ ପ୍ରିୟଭାଜନ କରିଥିଲା। ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା ସହ ମୃତ୍ୟୁର ପ୍ରକୃତ କାରଣ ଉନ୍ମୋଚନ ଓ ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ ସହରର ଯୁବଗୋଷ୍ଠୀ ଏକତ୍ରିତ ହୋଇ କ୍ୟାଣ୍ଡେଲ ଶୋଭାଯାତ୍ରା କରିଥିଲେ । ପ୍ରଭାସିନୀଙ୍କ ଫଟୋଚିତ୍ର ଧରି ସହର ପରିକ୍ରମା କରିଥିବା ଏହି ଶୋଭାଯାତ୍ରାରେ ବହୁ ମହିଳା ମଧ୍ୟ ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ଏହି ଶୋକାକୁଳ ପରିବେଶ ମଧ୍ୟରେ ଗୋଟିଏ ସ୍ୱର ଶୁଣିବାକୁ ମିଳିଛି ପ୍ରଭାସିନୀଙ୍କ ମୃତ୍ୟୁର ନିରପେକ୍ଷ ଓ ସ୍ୱଚ୍ଛ ତଦନ୍ତ ହେଉ । ମୃତ୍ୟୁ ପଛରେ ଥିବା ପ୍ରକୃତ କାରଣ ସାମ୍ନାକୁ ଆସିବା ସହ ଶୋକସନ୍ତପ୍ତ ପରିବାରକୁ ନ୍ୟାୟ ମିଳୁ । ଏହି ଶୋଭାଯାତ୍ରାରେ ପବିତ୍ର ସେଠୀ, ସତ୍ୟନାରାୟଣ ମହାରଣା, ଟୁକୁଲି ପାଢ଼ୀ, ଶିଶିର ପଣ୍ଡା, ପ୍ରକାଶ ମହାପାତ୍ର, ନାରାୟଣ ସାହୁ, ସୁକୁମାର ଦାଶଙ୍କସମେତ ବହୁବ୍ଯକ୍ତି ସାମିଲ ହୋଇଥିଲେ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସୋମବାର ଗଞ୍ଜାମ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, କ୍ଷତିଗ୍ରସ୍ତ ଅଞ୍ଚଳର କରିବେ ସମୀକ୍ଷା

ଛତ୍ରପୁର,୨୨।୧୧(ଦିଲୀପ ସାମଲ): ବାତ୍ୟା ‘ଅକ୍ୱାନ’ ପ୍ରଭାବରେ ଗଞ୍ଜାମ ଜିଲାରେ ସୃଷ୍ଟି ହୋଇଥିବା କ୍ଷୟକ୍ଷତିର ସ୍ଥିତି ପରଖିବା ପାଇଁ ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜସ୍ବ…

ଆମ ପୋଲିସ ସମିତିର ସଚେତନତା କାର୍ଯ୍ୟକ୍ରମ, ସାଇବର ଠକେଇଠାରୁ ବାଲ୍ୟ ବିବାହ ରୋକିବା ଉପରେ ଗୁରୁତ୍ୱ

ହାଟଡ଼ିହୀ/ଛେନାପଦୀ,୨୨l୧୧(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ରମ୍ପାସ ଜପିଦାସ ବିଦ୍ୟା ମନ୍ଦିରରେ ନନ୍ଦିପଦା ଥାନା ଆମ ପୋଲିସ ସମିତି ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ…

ରାଜୁ ବାଗ ହତ୍ୟା: ଦୋଷୀଙ୍କୁ ଗିରଫ ଦାବିରେ କୋକସରା ଥାନା ଘେରାଉ, ୭ ଦିନ…

କୋକସରା,୨୨।୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ବହୁଚର୍ଚ୍ଚିତ ଲଡୁଗାଁର ରାଜୁ ବାଗ ହତ୍ୟା ଘଟଣାକୁ ପ୍ରାୟ ୨୦ ଦିନ ବିତିଥିଲେ ମଧ୍ୟ ପୋଲିସର ହାତ ଖାଲି ରହିଛି । ହତ୍ୟାକାରୀଙ୍କ…

ତୁଷୁରାକୁ ହରାଇ ଫାଇନାଲରେ ପହଞ୍ଚିଲା ମହୀପୁର

ରିଷିଡ଼ା,୨୨।୧୧(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଲା ପଞ୍ଚାୟତ ଶିରାବାହାଲଠାରେ ଚାଲିଥିବା ବିର୍ସାମୁଣ୍ଡା କପ୍‌ ଫୁଟବଲ ଟୁର୍ନାମେଣ୍ଟର ପ୍ରଥମ ସେମି ଫାଇନାଲ ମ୍ୟାଚ୍‌ରେ ତୁଷୁରାକୁ ପରାସ୍ତ…

ଭେଣ୍ଟିଲେଟରରେ ଭାଜପା MLA; ଶରୀରରେ ବିଷକ୍ରିୟା, ହସ୍ପିଟାଲରେ ପହଞ୍ଚିଲେ ସ୍ୱାସ୍ଥ୍ୟମନ୍ତ୍ରୀ

କୋଲକାତା,୨୨।୧୧: ପଶ୍ଚିମବଙ୍ଗର ଭାଜପା ବିଧାୟିକା ରେଖା ପାତ୍ର ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଶନିବାର ନିଜ ଘରେ ଅସୁସ୍ଥ ହେବା ପରେ ତାଙ୍କୁ ପ୍ରଥମେ…

ଡ. ପ୍ରଶାନ୍ତ କୁମାର ନାୟକଙ୍କୁ ଗୁରୁଦାୟତ୍ବ ଦେଲା ଭାଜପା, ଛୁଟୁଛି ଶୁଭେଚ୍ଛା

ଛତ୍ରପୁର,୨୨।୧୧(ଦିଲ୍ଲୀପ ସାମଲ): ଭାରତୀୟ ଜନତା ପାର୍ଟିର ଛତ୍ରପୁର ନିର୍ବାଚନମଣ୍ଡଳୀର ଜଣେ ଦକ୍ଷ ସଂଗଠକ ତଥା ଗଞ୍ଜାମ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଡ଼. ପ୍ରଶାନ୍ତ କୁମାର ନାୟକଙ୍କୁ ଭାଜପା…

୧-୦ରେ ସିରିଜ ଜିତିଲା ଭାରତ

ଅକ୍‌ଲାଣ୍ଡ, ୨୨ା୧୧: ଭାରତୀୟ ପୁରୁଷ ହକି ଦଳ ଅକ୍‌ଲାଣ୍ଡରେ ରବିବାର ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ହକି ମ୍ୟାଚ ୨-୨ରେ ଡ୍ର’ ରଖିଛି। ଫଳରେ…

‘ନୋ ହ୍ୟାଣ୍ଡସେକ୍‌’ ପରେ ଟସ୍‌କୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ହାଇଭୋଲ୍‌ଟେଜ୍‌ ଡ୍ରାମା, ମୁହାଁମୁହିଁ ହେଲେ ଦୁଇ ଅଧିନାୟକ

ନୂଆଦିଲ୍ଲୀ,୨୨।୧୧: ଏସିଆ କପ୍‌ ରାଇଜିଂ ଷ୍ଟାର୍ସ ୨୦୨୬ରେ ଭାରତ-ପାକିସ୍ତାନ ଏ’ ଦଳ ମଧ୍ୟରେ ମୁକାବିଲା ପୂର୍ବରୁ ଟସ୍‌କୁ ନେଇ ହାଇଭୋଲ୍‌ଟେଜ୍‌ ଡ୍ରାମା ଦେଖିବାକୁ ମିଳିଛି । ଟସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?