ଦୁର୍ଗାଦେବୀ ଅଞ୍ଚଳରେ ପ୍ରାଚୀନ ସହର: ସ୍ଥିତି ଅନୁଧ୍ୟାନ କଲେ ତହସିଲଦାର

ବାଲେଶ୍ୱର ଅଫିସ, ୪।୭- ବାଲେଶ୍ୱର ଜିଲା ରେମୁଣା ତହସିଲ ଦୁର୍ଗାଦେବୀ ଅଞ୍ଚଳରେ ପ୍ରାଚୀନ ସହର ଓ ପ୍ରାକ୍‌ ଐତିହାସିକ ସଭ୍ୟତାର ସନ୍ଧାନ ମିଳିଛି। ମୟୂରଭଞ୍ଜ ଓ ବାଲେଶ୍ୱର ଜିଲାରେ ପ୍ରାକ୍‌ ଐତିହାସିକ ସଭ୍ୟତାଠାରୁ ଆରମ୍ଭ କରି ବୌଦ୍ଧ, ଜୈନ ଓ ନୌବାଣିଜ୍ୟର ବହୁ ପ୍ରମାଣ ମିଳିଛି। ପ୍ରନତ୍ତାତ୍ତ୍ୱିକ ବିଭାଗ ତରଫରୁ ଏନେଇ ଏକ ପ୍ରେସ୍‌ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଶନିବାର ରେମୁଣା ତହସିଲଦାର ମନୋଜ କୁମାର ସେନାପତି ଉକ୍ତ ସ୍ଥାନକୁ ପରିଦର୍ଶନ କରିଥିଲେ। ସେ କହିଛନ୍ତି, ପ୍ରାକ୍‌ ଐତିହାସିକ ଯୁଗ ଯାହାକି ତାମ୍ରପାଷାଣ ଯୁଗ ସମସାମୟିକ ଖ୍ରୀଷ୍ଟପୂର୍ବ ୨୧୦୦ରୁ ୧୦୦୦ ସମୟରେ ଏଠାକାର ଉନ୍ନତ କୃଷି ସଭ୍ୟତା, ଖ୍ରୀଷ୍ଟ ପୂର୍ବ ୧୫୦୦ରୁ ୬୦୦ ଲୌହ ଯୁଗ ସମୟରେ ଉନ୍ନତ ଲୌହ ସାମଗ୍ରୀର ବହୁଳ ବ୍ୟବହାର, ପରବର୍ତ୍ତୀ ଖ୍ରୀଷ୍ଟ ପୂର୍ବ ୪୦୦ ବେଳକୁ ସଭ୍ୟତାର ବିକାଶର ଚିତ୍ର ଓଡ଼ିଶା ତଥା ପୂର୍ବ ଭାରତରେ ଏକ ଦୃଷ୍ଟାନ୍ତ ଦୁର୍ଗାଦେବୀରୁ ପ୍ରାପ୍ତ ହୋଇଛି। ଏଠାକାର ବୈଜ୍ଞାନିକ ସମୟ ନିରୂପଣ ପାଇଁ ନୂଆଦିଲ୍ଲୀ ୟୁଜିସିର ପରୀକ୍ଷାଗାରକୁ ପରୀକ୍ଷଣ ପାଇଁ ଯୋଗାଯୋଗ କରାଯାଇଛି। କୋଭିଡ୍‌ ଯୋଗୁ ଉତ୍‌ଖନନ କାର୍ଯ୍ୟ ବନ୍ଦ ରହିଛି। ବାଲେଶ୍ୱର ଜିଲାରେ ଆଜକୁ ୪ହଜାର ବର୍ଷ ପୂର୍ବରୁ ଉନ୍ନତି କୃଷି ସଂସ୍କୃତି ସଙ୍ଗେ ସଙ୍ଗେ ସହରୀକରଣ ୨୪୦୦ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ପ୍ରମାଣ ହସ୍ତଗତ ହୋଇଛି। ଏହା ଓଡ଼ିଶା ଇତିହାସ ଓ ସଂସ୍କୃତିର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବା ସହ ଭାରତ ଇତିହାସକୁ ରୁଦ୍ଧିମନ୍ତ କରିବାରେ ସାହାଯ୍ୟ କରିବ ବୋଲି ପ୍ରକାଶ କରିଛନ୍ତି।


ଉତ୍କଳୀୟ ନୌବାଣିଜ୍ୟ ଓ ଦକ୍ଷିଣପୂର୍ବ ଏସୀୟ ଗବେଷଣା ପ୍ରତିଷ୍ଠାନ ୨୦୧୯-୨୦ରେ ବୁଢ଼ାବଳଙ୍ଗ ଓ ସୋନ ନଦୀ ଅବବାହିକା ଅଞ୍ଚଳରେ ପ୍ରନତ୍ତାତ୍ତ୍ୱିକ ସର୍ବେକ୍ଷଣ ସମୟରେ ରେମୁଣାର ଦୁର୍ଗାଦେବୀ ଓ ବାଲେଶ୍ୱର ସହର ସନ୍ନିକଟ ରଣସାହିଠାରେ ସହରୀ ସଭ୍ୟତାର ପ୍ରନତ୍ତାତ୍ତ୍ୱିକ ପ୍ରମାଣ ଉପଲବ୍ଧ ହୋଇଥିଲା। ଆଜକୁ ପ୍ରାୟ ୨୫ଶହ ବର୍ଷ ପୂର୍ବେ ଦୁର୍ଗାଦେବୀ ପ୍ରାଚୀନ ସହର ବୁଢ଼ାବଳଙ୍ଗ ଓ ସୋନ ନଦୀ ଅବବାହିକାର ମଧ୍ୟଭାଗରେ ୫କିଲୋମିଟର ପରିଧି ବିଶିଷ୍ଟ ମାଟି ନିର୍ମିତ ବିଭିନ୍ନ ପ୍ରକାର ସାମଗ୍ରୀ ଦ୍ୱାରା ପରିବେଷ୍ଟିତ ଥିଲା। ଏହାର ସବିଶେଷ ପ୍ରମାଣ ପାଇଁ ପ୍ରନତ୍ତାତ୍ତ୍ୱିକ ଅବଶେଷ ପର୍ଯ୍ୟାଲୋଚନା ପରେ ଭାରତୀୟ ପ୍ରନତ୍ତାତ୍ତ୍ୱିକ ସଂସ୍ଥା ଠାରୁ ଉତ୍‌ଖନନ ନିମନ୍ତେ ସ୍ବୀକୃତି ମିଳିଥିଲା। ପରେ ୨୦୨୦-୨୧ ବର୍ଷରେ ଦୁର୍ଗାଦେବୀଠାରେ ଓଡ଼ିଆ, ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଅନୁମୋଦନ କରିଥିଲେ। ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ନିର୍ଦ୍ଦେଶକ ରଞ୍ଜନ ଦାସଙ୍କ ମାର୍ଗଦର୍ଶନ ଓ ପ୍ରନତ୍ତତ୍ତ୍ୱବିତ୍‌ ଡ. ସୁନୀଲ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ପ୍ରନତ୍ତାତ୍ତ୍ୱିକ ଉତ୍‌ଖନନ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଗତ ମାର୍ଚ୍ଚରୁ ଆରମ୍ଭ ହୋଇ ମେ ୫ ରେ ଶେଷ ହୋଇଥିଲା। ଏହି ଉତ୍‌ଖନନ ସମୟରେ ତାମ୍ର, ପାଷାଣ ଯୁଗର କଳା ରଙ୍ଗରେ ଚିତ୍ରିତ ମାଟିପାତ୍ର, କଳା ଓ ଲାଲ୍‌ ମାଟିପାତ୍ର, ତାମ୍ର ନିର୍ମିତ ବସ୍ତୁ, ବୃତ୍ତାକାର ଘର, ଲୌହ ଯୁଗ ସମୟର ପ୍ରାଚୀନ ମାଟିପାତ୍ର, ଅଳଙ୍କାର ଏବଂ ପ୍ରାଚୀନ ଐତିହାସିକ ଯୁଗ ସମୟର ଲାଲ୍‌ ମାଟିପାତ୍ର, ଧୂସର ରଙ୍ଗର ମାଟିପାତ୍ର ଆଦିର ସନ୍ଧାନ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ତଦନ୍ତ ଫାଇଲ ଗାଏବ୍‌ ମାମଲା, ସିବିଆଇ ତଦନ୍ତ ଦାବି କଲେ ପୁଅ-ବୋହୂ

ଭୁବନେଶ୍ୱର,୪।୯(ତ୍ରିନାଥ ମହାନ୍ତି): ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକୁ ୧୮ ବର୍ଷ ପୂରିଛି। ଶୁକ୍ରବାର ସାରା ରାଜ୍ୟରେ ବଳିଦାନ ଦିବସ ପାଳନ କରାଯାଇ ସ୍ବାମିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। କିନ୍ତୁ…

ଓଡ଼ିଶା ପାଇଁ ଗୌରବ: ଆଡ଼ଭାନ୍ସ ମାଉଣ୍ଟେନିୟରିଂ ପ୍ରଶିକ୍ଷଣ ପାଇଁ କାଶ୍ମୀର ଯିବେ ବରଗଡ଼ର ଆଶୀର୍ବାଦ ମହାପାତ୍ର

ବରଗଡ଼, ୪।୯(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ଜଣାଶୁଣା ଆନ୍ତର୍ଜାତୀୟ ପର୍ବତାରୋହୀ ତଥା ବରଗଡ଼ ଜିଲା ଅତାବିରା ବ୍ଲକ୍ ଅନ୍ତର୍ଗତ କୁଲିତାଟୁକୁରା ଗ୍ରାମର ବାସିନ୍ଦା ଆଶୀର୍ବାଦ ମହାପାତ୍ର ଆଡ଼ଭାନ୍ସ ମାଉଣ୍ଟେନିୟରିଂ…

ଗାଡ଼ିଚାଳକଙ୍କୁ ଗୋଲାପ ଦେଇ ସୁରକ୍ଷିତ ଯାତ୍ରାର ବାର୍ତ୍ତା ଦେଲା ପୁରୁଷୋତ୍ତମପୁର  ପୋଲିସ

ପୁରୁଷୋତ୍ତମପୁର, ୪।୮ (ସବିତା ମିଶ୍ର): ଗଞ୍ଜାମ ଜିଲ ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ଶୁକ୍ରବାର ସଡ଼କ ଦୁର୍ଘଟଣାଜନିତ ଶୂନ୍ୟ ମୃତାହତ ଲକ୍ଷ୍ୟରେ ସଚେତନତା ସପ୍ତାହ ପାଳିତ ହୋଇଯାଇଛି। ଆଇଆଇସି…

ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ବିୟୋଗ, ଶେଷ ଦର୍ଶନ କଲେ ବିଧାୟକ

ଗଞ୍ଜାମ, ୪/୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ କଂଗ୍ରେସ ନେତା ସୁଧୀର ବିଶ୍ୱାଳ (୬୧)ଙ୍କ ବିୟୋଗ ଘଟିଛି। ତାଙ୍କ ବିୟୋଗରେ ସ୍ଥାନୀୟ…

ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ହ୍ବାଟ୍ସଆପ୍ ହ୍ୟାକ୍

ଭୁବନେଶ୍ବର,୪।୯: ବିରୋଧୀ ଦଳ ଉପନେତା ତଥା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ଫୋନ୍ / ହ୍ୱାଟ୍ସଆପ୍ ହ୍ୟାକ୍ ହୋଇଯାଇଛି। ସୋସିଆଲ ମିଡିଆରେ ଆଚାର୍ଯ୍ୟ ଏ ନେଇ ଜଣାଇଛନ୍ତି।…

ଦୂରଶିକ୍ଷା ପାଇଁ ପାଟଣା ଆଞ୍ଚଳିକ ମହାବିଦ୍ୟାଳୟକୁ ଅନୁମତି

ପାଟଣା,୪ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷରୁ ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଅଧୀନରେ ଦୂରଶିକ୍ଷାରେ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ…

ଗଛରେ ପିଟହେଲା ଯାତ୍ରୀବାହୀ ବସ୍‌, ଚାଳକ ମୃତ, ୩୦ ଯାତ୍ରୀ ଆହତ, ୧୦ ଗୁରୁତର

ନୟାଗଡ଼,୪।୯(ଲୋକନାଥ ମିଶ୍ର): ନୟାଗଡ଼ ବ୍ଲକ ଇଟାମାଟି ଥାନା ବାଉଁଶିଆପଡ଼ା ଜହ୍ନିପଦା ଛକ ନିକଟ ୫୭ନମ୍ବର ଜାତୀୟ ରାଜପଥରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ…

ଡେବ୍ରିଗଡ଼ ଅଭୟାରଣ୍ୟ: ବିରଳ ବନ୍ୟପ୍ରାଣୀଙ୍କ ସଂଖ୍ୟା ବଢୁଛି

ସାରା ଦେଶରେ ବିରଳ ତଥା ସଂରକ୍ଷିତ ଧାରା ‘ସିଡ୍ୟୁଲ-୧’ ଶ୍ରେଣୀଭୁକ୍ତ ବନ୍ୟପ୍ରାଣୀଙ୍କ ସଂଖ୍ୟା କମୁଥିବା ବେଳେ ଡେବ୍ରିଗଡ଼ ଅଭୟାରଣ୍ୟରେ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ହୀରାକୁଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri