ଜୁନ୍‌ ସୁଦ୍ଧା କାର୍ଯ୍ୟକ୍ଷମ ହେବ ଆନନ୍ଦପୁର ବ୍ୟାରେଜ: ମୁଖ୍ୟ ଶାସନ ସଚିବ

ଆନନ୍ଦପୁର,୧୮ା୨(ସ୍ବ.ପ୍ର.): ୪୭୫ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପ ୨୦୨୦ ଜାନୁୟାରୀ ୩୧ରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା। ଲୋକର୍ପଣକୁ ଦୀର୍ଘ ୩ ବର୍ଷ ଅତିକ୍ରାନ୍ତ କରିଥିଲେ ବି ଅଦ୍ୟାବଧି ଏହା କାର୍ଯ୍ୟକ୍ଷମ ହୋଇପାରିନି। ଶନିବାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଆନନ୍ଦପୁର ଗସ୍ତ ଅବସରରେ ବ୍ୟାରେଜ ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ କରିଥିଲେ। ପ୍ରାରମ୍ଭରେ ୨୦ ନଂ ଜାତୀୟ ରାଜପଥର ବେଲବାହାଳି ଠାରେ ନିର୍ମାଣାଧୀନ କୁଶେଇ ସେତୁ ପରିଦର୍ଶନ ପରେ ମୁଖ୍ୟ ଶାସନ ସଚିବ ବ୍ୟାରେଜ ପ୍ରକଳ୍ପ ପରିଦର୍ଶନରେ ଆସିଥିଲେ। ନିର୍ମାଣାଧୀନ ଥିବା ଉଭୟ ବାମପାର୍ଶ୍ୱ ଓ ଡାହାଣପାର୍ଶ୍ୱ କେନାଲର ସ୍ଥିତିକୁ ଅନୁଧ୍ୟାନ କରିବା ସହିତ ଜୁନ୍‌ ସୁଦ୍ଧା ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ବୋଲି ପ୍ରକାଶ କରିଥିଲେ। ଏହା ସହିତ ଆନନ୍ଦପୁରଠାରେ ୬୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଯାଉଥିବା ଉଠା ଜଳସେଚନ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେବା ସହିତ ଆନନ୍ଦପୁର ଅଞ୍ଚଳରେ ୫୦ ହଜାର ହେକ୍ଟର ଜମି ଜଳସେଚିତ ହେବ ବୋଲି କହିଥିଲେ। କେନାଲ ନିର୍ମାଣ କାର୍ଯ୍ୟ ଶେଷ ହୋଇ ଜୁଲାଇ ପରେ ୬ ହଜାର ହେକ୍ଟର ଜମିକୁ ଜଳସେଚନର ସୁବିଧା ହେବ ବୋଲି ମଧ୍ୟ କହିଥିଲେ। ନିର୍ମାଣାଧୀନ ସମସ୍ତ ପ୍ରକଳ୍ପର କାର୍ଯ୍ୟ ଶେଷ ହେବା ପରେ କେନ୍ଦୁଝର ଜିଲାରେ ୮୦ରୁ ୯୦ ହଜାର ହେକ୍ଟର ଜମିକୁ ଜଳସେଚନର ସୁବିଧା ମିଳିପାରିବ ବୋଲି ସୂଚନା ମିଳିଛି। ଆନନ୍ଦପୁର ଗସ୍ତ ପରେ ମୁଖ୍ୟ ଶାସନ ସଚିବ ମୟୂରଭଞ୍ଜର ଦେଓ ପ୍ରକଳ୍ପ ପରିଦର୍ଶନରେ ଯାଇଥିଲେ।

ସୂଚନାଯୋଗ୍ୟ,୨୦୦୯ ଜାନୁୟାରୀ ୯ରେ ଆନନ୍ଦପୁର ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶିଳାନ୍ୟାସ ହୋଇଥିଲା। ୨୦୨୦ ଜାନୁୟାରୀ ୩୧ରେ ଲୋକାର୍ପଣ ହୋଇଥିଲେ ସୁଦ୍ଧା ଅଦ୍ୟାବଧି କାର୍ଯ୍ୟକ୍ଷମ ହୋଇ ନ ପାରିବା ଚର୍ଚ୍ଚାକୁ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଝାରବନ୍ଧରେ ସର୍ବାଧିକ

ପଦ୍ମପୁର,୭।୧୨(ଡି.ଏନ.ଏ.): ବର୍ତ୍ତମାନ ସାରା ରାଜ୍ୟର ଆଖି ପଦ୍ମପୁର ଉପନିର୍ବାଚନ ଉପରେ କେନ୍ଦ୍ରୀଭୂତ ହୋଇରହିଛି। ବିଭିନ୍ନ ଦୃଷ୍ଟିରୁ ଏହି ଉପନିର୍ବାଚନ ନିଜର ପୁରୁଣା ରେକର୍ଡ ଭାଙ୍ଗିଛି। ଏଥର...

ଛତିଶଗଡ଼ରେ ବଲାଙ୍ଗୀରର ୪ ଜଣଙ୍କୁ ହତ୍ୟା: ୩ ଗିରଫ

ବଲାଙ୍ଗୀର ଅଫିସ, ୧ା୧୦: ଛତିଶଗଡର ଭିଲାଇ ନିକଟ ଏକ ଫାର୍ମହାଉସରେ ବଲାଙ୍ଗୀର ଜିଲାର ଗୋଟିଏ ଦାଦନ ଶ୍ରମିକ ପରିବାରର ୪ ଜଣ ସଦସ୍ୟଙ୍କୁ ହତ୍ୟା କରାଯାଇଥିବା...

କନ୍ଧମାଳ: ଲଗାଣ ବର୍ଷାରେ ଭାଙ୍ଗିଛି ୫୦୦ରୁ ଊର୍ଦ୍ଧ୍ୱ ଘର

ଫୁଲବାଣୀ ଅଫିସ,୨୨ା୮: ଲଗାଣ ବର୍ଷାର ପ୍ରଭାବ କନ୍ଧମାଳ ଜିଲାରେ ପଡିଛି। ରବିବାର ବର୍ଷା ପୂର୍ବ ଅପେକ୍ଷା କମିଛି। ଗତ ୧୫ ତାରିଖରୁ ଦୁଇ ଦଫାରେ ହୋଇଥିବା...

୨ ହତ୍ୟାକାରୀଙ୍କୁ ଆଜୀବନ ଜେଲ

ବାରିପଦା ଅଫିସ,୨୦ା୧: ମୟୂରଭଞ୍ଜ ଅତିରିକ୍ତ ଜିଲା ଓ ଦୌରା ଜଜ(୨) କୋର୍ଟରେ ଶୁକ୍ରବାର ଏକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଜଜ ଡ. ଦୀପକ...

ମଙ୍ଗନ ଦିନ ବିଷ ପିଇଲେ ମଙ୍ଗୁଳା କନ୍ୟା: ସାହାନାଇ ବାଜିବା ଆଗରୁ କାନ୍ଦ ବୋବାଳି

ବଲାଙ୍ଗୀର ଅଫିସ, ୨୧।୨: ମଙ୍ଗନ ଦିନ ବିଷ ପିଇଲେ ମଙ୍ଗୁଳା କନ୍ୟା। ବିବାହକୁ ଥିଲା ମାତ୍ର ଗୋଟିଏ ଦିନ ବାକି। ବର ଆସିଥାନ୍ତେ ଆଉ ବିବାହ...

ଗିରଫ ହେଲେ ପିଏମ୍‌ଆର୍‌ୱାଇ ଉପଭୋକ୍ତା

ଆସିକା,୨୯ା୯(ଡି.ଏନ୍‌.ଏ.)-ଆସିକା ପୋଲିସ ଶନିବାର ୫ଜଣ ଫେରାର୍‌ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ମନୋରଞ୍ଜନ ପଣ୍ଡା, ଏଲ୍‌. ପ୍ରସାଦ ରାଓ ଆଚାରୀ, ଦୁର୍ଗାପ୍ରସାଦ ପାଣିଗ୍ରାହୀ, କୁନା...

ମିଳୁନି ସହାୟତା, ପୁନରୁଦ୍ଧାରରେ ବାଧା: ଉଜୁଡ଼ା ବେପାର ସଜାଡ଼ି ହେଉନି

ଭୁବନେଶ୍ୱର,୬ା୬(ବ୍ୟୁରୋ): ବାତ୍ୟା ‘ଫନୀ’ ଭୁବନେଶ୍ୱରରେ ବ୍ୟାପକ କ୍ଷୟକ୍ଷତି କରିଥିଲା, ଯାହାର ଏବେସୁଦ୍ଧା ଭରଣା ହୋଇପାରିନାହିଁ। ବହୁତ କଷ୍ଟରେ କେତେଜଣ ଅଣ୍ଟା ସଳଖି ଛିଡ଼ା ହୋଇଛନ୍ତି। ହେଲେ...

ଦ୍ୱୈତନଗରୀରୁ ୫ ବ୍ରାଉନସୁଗାର ବେପାରୀ ଗିରଫ

ଭୁବନେଶ୍ୱର,୨୩ା୧(ବ୍ୟୁରୋ): ରାଜ୍ୟରେ ବ୍ରାଉନସୁଗାର ର଼୍ୟାକେଟକୁ ଧରିବାରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌କୁ ସଫଳତା ମିଳିବା ପରେ କମିଶନରେଟ ପୋଲିସ ସ୍ପେଶାଲ ଡ୍ରାଇଭ୍‌ ଆରମ୍ଭ କରିଛି। କଟକ ଓ ଭୁବନେଶ୍ୱର...

Advertisement
Archives

Model This Week