ପ୍ରୋଜେକ୍ଟ-କେ’ ଫିଲ୍ମ ପାଇଁ ସାହାଯ୍ୟ କରିବେ ଆନନ୍ଦ ମହିନ୍ଦ୍ରା, ଜାଣନ୍ତୁ କିପରି

ସାଉଥ ନିର୍ଦ୍ଦେଶକ ନାଗ ଅଶ୍ୱିନଙ୍କୁ ସାହାଯ୍ୟ କରିବେ ମହିନ୍ଦ୍ରା ଗ୍ରୁପ ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା। ତାଙ୍କୁ ଟୁଇଟ୍‌ରେ ଏକ ସାହାଯ୍ୟ ମାଗିଛନ୍ତି ଅଶ୍ବିନ। ଅଭିନେତା ପ୍ରଭାସ, ଦୀପିକା ପାଦୁକୋନ ଏବଂ ଅମିତାଭ ବଚ୍ଚନଙ୍କ ସହ ‘ପ୍ରୋଜେକ୍ଟ-କେ’ ଫିଲ୍ମର ଶୁଟିଂ ଚାଲିଛି। ଏହି ସାଇନ୍ସ ଫିକ୍ସନ ଫିଲ୍ମର ଶୁଟିଂ ପାଇଁ କିଛି ଗାଡିର ଆବଶ୍ୟକ ହେଉଛି। ନୂଆ ଟେକ୍ନିକ ଏବଂ ଆଧୁନିକଶୈଳୀର ଗାଡି ପାଇଁ ଆନନ୍ଦ ମହିନ୍ଦ୍ରାଙ୍କୁ ଅଶ୍ବିନ ସାହାଯ୍ୟ ମାଗିଛନ୍ତି ।
ଟୁଇଟ୍‌ କରି ସେ ଲେଖିଛନ୍ତି, ଆନନ୍ଦ ମହିନ୍ଦ୍ରା ସାର୍‌, ଆମେ ‘ପ୍ରୋଜେକ୍ଟ କେ’ ନାମକ ଏକ ଫିଲ୍ମ କରୁଛୁ। ଏଥିରେ ଅମିତାଭ ବଚ୍ଚନ, ପ୍ରଭାସ ଏବଂ ଦୀପିକା ସାମିଲ ହୋଇଛନ୍ତି। ଏହି ଫିଲ୍ମ ସଫଳ ଭାବେ ହୋଇଗଲେ ଏହା ଆମ ଭାରତ ପାଇଁ ଗର୍ବର ବିଷୟ ହେବ। ମୁଁ ଆପଣଙ୍କର ବହୁତ ବଡ ପ୍ରଶଂସକ। ଆମର ଏକ ଦକ୍ଷ ଇଞ୍ଜିନିୟର୍‌ ଏବଂ ଡିଜାଇନର୍‌ ଦଳ ଅଛି। ଏହି ଫିଲ୍ମକୁ ସଫଳ କରିବା ପାଇଁ ଟେକ୍ନିକାଲ ଟିମଙ୍କୁ ଆପଣର ସାହାଯ୍ୟର ଆବଶ୍ୟକ। ଏମିତି ଫିଲ୍ମ ପୂର୍ବରୁ ହୋଇନି। ଭବିଷ୍ୟତରେ ଏହି ଫିଲ୍ମ କରିବାରେ ଆପଣ ଆମକୁ ସାହାଯ୍ୟ କଲେ ଖୁସି ହେବୁ।
ଅଶ୍ବିନଙ୍କ ଏହି ଟୁଇଟ୍‌ରେ ରିପ୍ଲାଏ କରି ଆନନ୍ଦ କରିଛନ୍ତି, ଆପଣଙ୍କ ଏହି ବଡ ପ୍ରୋଜେକ୍ଟରେ ଆପଣଙ୍କୁ ସାହାଯ୍ୟ କରିବାକୁ ମୁଁ କେମିତି ମନା କରିପାରିବି। ଏହି ପ୍ରୋଜେକ୍ଟ ଡେଭ୍ଲପମେଣ୍ଟ କରିବାରେ ମୁଁ ଆପଣଙ୍କୁ ସାହାଯ୍ୟ କରିବି।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri