ପରମ୍ପରା ପାଇଁ ଅଖଣ୍ଡ ଶିକାର

କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସହର ମଧ୍ୟକୁ ମଙ୍ଗଳବାର ଏକ ରକ୍ତାକ୍ତ ମାଈ ବାର୍‌ହା ପଶି ଆସିଥିଲା। ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଜଙ୍ଗଲ ନଷ୍ଟ ଯୋଗୁ ବନ୍ୟପ୍ରାଣୀ ବାସହରା ହୋଇ ଖାଦ୍ୟ ଓ ପାଣି ପାଇଁ ଜନବସତି ମୁହଁା ହେଉଛନ୍ତି। ଫଳରେ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ୁଛି। ଅନ୍ୟପକ୍ଷରେ ପାରମ୍ପରିକ ଅଖଣ୍ଡ ଶିକାର ଯୋଗୁ ବନ୍ୟପ୍ରାଣୀ ଭୟରେ ପଥଭ୍ରଷ୍ଟ ହୋଇ ଗାଁ, ସହରକୁ ପଳାଇ ଆସୁଥିବା ସନ୍ଦେହ ପ୍ରକାଶ ପାଉଛି।
ସୂଚନାଯୋଗ୍ୟ, ପ୍ରତ୍ୟେକ ବର୍ଷ ପାରମ୍ପରିକ ଅଖଣ୍ଡ ଶିକାର ପଣା ସଂକ୍ରାନ୍ତି ସମୟରେ ଅନୁଷ୍ଠିତ ହୋଇଥାଏ। ବିଭିନ୍ନ ଗ୍ରାମର ଲୋକେ ଦଳ ଦଳ ହୋଇ ପାରିଧି (ସମୂହ ଶିକାର) କରିବାକୁ ପାଖ ଜଙ୍ଗଲକୁ ଯାଇଥାନ୍ତି। ପାରମ୍ପରିକ ଠେଙ୍ଗା, ବାଡ଼ି, ଧନୁଶର, ଟାଙ୍ଗିଆ, ବାଲା ଆଦି ଧରି ଜଙ୍ଗଲକୁ ଯାଇ ହରିଣ, ବାର୍‌ହା, କୁଟୁରା, ଠେକୁଆ, ଜଙ୍ଗଲୀ କୁକୁଡ଼ା ଆଦି ଶିକାର କରିଥାନ୍ତି। ଏହାକୁ ଅଖଣ୍ଡ ଶିକାର କୁହାଯାଏ। ପରମ୍ପରା ଅନୁଯାୟୀ ଏହାକୁ ଗ୍ରାମକୁ ଆଣି କାଟି ଏହାର ମାଂସ ଭାଗ ବାଣ୍ଟି ଖାଇଥାନ୍ତି। ଅନେକ ଗ୍ରାମରେ ଗ୍ରାଣ୍ଡ ଭୋଜି ଆୟୋଜନ ହୋଇଥାଏ। ପରମ୍ପରା ବହୁ ଆଗରୁ ପ୍ରଚଳିତ ଥିଲେ ହେଁ ବନ୍ୟପ୍ରାଣୀ ଶିକାର ଉପରେ କଟକଣା ଥିବାରୁ ଏହା ଲୁଚାଛପାରେ ଚାଲିଛି। ପରିବେଶବିତ୍‌ ଡ. ବିମ୍ବାଧର ବେହେରା କହିଛନ୍ତି, ବିଶେଷକରି ପଣା ସଂକ୍ରାନ୍ତିରେ ସମୂହ ପଶୁ ଶିକାର ପରମ୍ପରା ବନ୍ୟପ୍ରାଣୀଙ୍କ ପାଇଁ ବିପଦ ସୃଷ୍ଟି କରିଥାଏ। ଏଥିପାଇଁ ପୂର୍ବରୁ ବନ ବିଭାଗ ସଚେତନ କରିବା ସହ ଆଇନଗତ ବ୍ୟବସ୍ଥା ବିଷୟରେ ଅବଗତ କରିବା କଥା। ଅଖଣ୍ଡ ଶିକାର ଉପରେ ତୀକ୍ଷ୍‌ଣ ନଜର ରଖିବା ଜରୁରୀ ହୋଇପଡ଼ିଛି। ପରିବେଶବିତ୍‌ ଭକ୍ତ ବତ୍ସଳ ମହାନ୍ତି କହିଛନ୍ତି, କେନ୍ଦୁଝର ସହର ଚାରି ପାଖରେ ଜଙ୍ଗଲ ଓ ପାହାଡ଼ ରହିଛି। ଜଙ୍ଗଲରେ ବିଭିନ୍ନ ପ୍ରକାର ବନ୍ୟପ୍ରାଣୀ ରହୁଛନ୍ତି। କେତେବେଳେ ପାଣି ସମସ୍ୟା, ଖାଦ୍ୟାଭାବ, ଶିକାର ଆଦି କାରଣରୁ ବନ୍ୟପ୍ରାଣୀ ସହର ଭିତରକୁ ଚାଲି ଆସୁଛନ୍ତି। ଫଳରେ ଦୁର୍ଘଟଣା, ଲୋକଙ୍କ ଆକ୍ରୋଶର ଶିକାର ହୋଇ ମୃତାହତ ହୋଇଥାନ୍ତି। ବନ୍ୟପ୍ରାଣୀଙ୍କ ସୁରକ୍ଷା ପ୍ରତି ବନ ବିଭାଗ ଅଧିକ ପ୍ରାଧାନ୍ୟ ଦେବା ଉଚିତ।
ସେହିପରି ଚଳିତ ବର୍ଷ ପରମ୍ପରା ନାମରେ ଘର ଚଉରାରେ ପଣା ଦେବା ପାଇଁ ବହୁ ସଂଖ୍ୟାରେ ଶାଳ ଗଜା କଟାଯାଇଛି। ବନ ବିଭାଗର କଟକଣା ସତ୍ତ୍ୱେ ଏଭଳି କଟାଯାଇଥିବାରୁ ଅନେକ ହଜାର ସଂଖ୍ୟାରେ ଶାଳଗଛ ନଷ୍ଟ ହୋଇଥିବାରୁ ପରିବେଶବିତ୍‌ମାନେ ଚିନ୍ତା ବ୍ୟକ୍ତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri