ଆଖଣ୍ଡଳମଣି ପୀଠରେ ଅସମ୍ଭାଳ ଭିଡ଼

ଆରଡ଼ି, ୨୬।୭ (ଡି.ଏନ.ଏ.) ଶ୍ରାବଣ ମାସର ଦ୍ୱିତୀୟ ସୋମବାର ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ମନ୍ଦିରରେ ଲକ୍ଷାଧିକ କାଉଡ଼ିଆ ଜଳଲାଗି କରିଛନ୍ତି। ସୀମିତ ସ୍ଥାନରେ ଏତେସଂଖ୍ୟକ କାଉଡ଼ିଆଙ୍କ ଉପସ୍ଥିତି ପୀଠ ଓ ଏହା ଆଖପାଖ ଅଞ୍ଚଳରେ ଜଟିଳ ପରିସ୍ଥିତି ସୃଷ୍ଟି କରିଥିଲା। ଭିଡ଼ ଯୋଗୁ କାଉଡ଼ିଆମାନେ ପୀଠର ବିଭିନ୍ନ ସ୍ଥାନରେ ଏପରିକି ଜୀବନ୍ତ ଷଣ୍ଢ ଉପରେ ପାଣି ଢାଳୁଥିବା ଦେଖିବାକୁ ମିଳିଥିଲା। ତେବେ ପୀଠରେ ହାଇମାଷ୍ଟ ଲାଇଟ ଥିଲେ ବି ତାହା କାହିଁକି ସଜଡ଼ା ଯାଉନାହିଁ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୀଠର କେତେକ ସ୍ଥାନରେ ଅନ୍ଧକାର ଥିବାରୁ କାଉଡ଼ିଆମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତେବେ ପୀଠରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଛି।
ପୋଲିସ ରବିବାର ସକାଳଠାରୁ ଶତାଧିକ ଛୋଟବଡ଼ ଯାନକୁ ପୀଠକୁ ଛାଡ଼ି ନ ଥିଲା। ମଠଡିହ ଛକରେ ଏହି ଯାନକୁ ଅଟକାଇ ସାଠିବାଙ୍କୁଡ଼ା ଓ ଦୋହରାପାଟଣା ପର୍ଯ୍ୟନ୍ତ ରାସ୍ତାର ଗୋଟିଏ ପାର୍ଶ୍ୱରେ ରଖାଯାଇଥିଲା। ସୋମବାର ସକାଳେ ଯାନଗୁଡ଼ିକୁ ସୁରୁଖୁରୁରେ ଚଳାଚଳ କରିବା ପାଇଁ ପୋଲିସକୁ ନାକେଦମ୍‌ ହେବାକୁ ପଡ଼ିଥିଲା। ମଠଡିହଠାରେ ଟ୍ରାଫିକ୍‌ ଜାମ୍‌ ହେବାରୁ ଆଖଣ୍ଡଳମଣି-ଭଦ୍ରକ ଓ ଆଖଣ୍ଡଳମଣି-ଯାଜପୁର ରାସ୍ତାର ଉଭୟପାର୍ଶ୍ୱରେ ଶତାଧିକ ଚାରି ଚକିଆ ଓ ଦୁଇଚକିଆ ଯାନ ଅଟକି ରହିଥିଲା। ଏପରିକି ଆମ୍ବୁଲାନ୍ସକୁ ମଧ୍ୟ ଘଣ୍ଟାଏ କାଳ ଅଟକି ରହିବାକୁ ପଡ଼ିଥିଲା। ପୀଠ ନିକଟସ୍ଥ ପହଣା, ଆରଡି, ମୁଅଁା, ଭୂଇଁପୁର, ବାତୋଳ ଆଦି ସ୍ଥାନରେ ସ୍କୁଲ ଛୁଟି ରହିବା ପାଇଁ ଜିଲା ଶିକ୍ଷାଧିକାରୀ ଚିଠି କରିଥିଲେ। କିନ୍ତୁ ମଠଡିହ ନୋଡାଲ ଉଚ୍ଚ ବିଦ୍ୟାଳୟ ଛୁଟି ନେଇ କୌଣସି ନିର୍ଦ୍ଦେଶନାମା ନ ଥିଲା। ସ୍କୁଲ ଖୋଲା ଥିବା ଜାଣି ବହୁ ପିଲା ଆସୁଥିବା ବେଳେ ଭିଡ଼ ଦେଖି ଘରକୁ ଫେରିଯାଇଥିଲେ। ଅନ୍ୟପକ୍ଷେ କେତେଜଣ ପିଲା ସ୍କୁଲକୁ ପଶୁଥିବା ବେଳେ ଏକ ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା। ୪ ଜଣ ପିଲା ତଳେ ପଡିଯାଇଥିଲେ। ସେମାନଙ୍କୁ ପ୍ରଥମିକ ଚିକିତ୍ସା କରାଯାଇ ଘରକୁ ପଠାଯାଇଥିଲା। ପୀଠ ପାଖରେ ଥିବା ସମସ୍ତ ବିଦ୍ୟାଳୟ ଛୁଟି ଥିବାବେଳେ ମଠଡିହ ସ୍କୁଲକୁ କାହିଁକି ବନ୍ଦ ପାଇଁ ଚିଠି ହୋଇନି ବୋଲି ଅଭିଭାବକମାନେ ପ୍ରଶ୍ନ ଉଠାଇଛନ୍ତି। ଏଥର ପାଳିରେ ଅସଂଖ୍ୟ ମହିଳା କାଉଡ଼ିଆ ଜଳଲାଗି ପାଇଁ ଆସି ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ପାଣି ଢାଳିବା କିମ୍ବା ମନ୍ଦିରକୁ ପ୍ରବେଶ କରିବାକୁ ସେମାନଙ୍କ ପାଇଁ ପୃଥକ୍‌ ବ୍ୟବସ୍ଥା ନ ଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ। ପରବର୍ତ୍ତୀ ସୋମବାରରେ ମହିଳାମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟାରିକେଡ୍‌ କରାଯିବାକୁ ସେମାନେ ମନ୍ଦିର ପ୍ରଶାସନ ନିକଟରେ ଦାବି କରିଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ କାଉଡ଼ିଆ ଭକ୍ତମାନେ ମାସ୍କ ପିନ୍ଧିବାକୁ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଥିଲା। ହେଲେ ପୀଠକୁ ଆସିଥିବା ଜଣେ ବି କାଉଡ଼ିଆ ମାସ୍କ ପିନ୍ଧି ନ ଥିଲେ। ଏପରିକି ପ୍ରଶାସନିକ ଅଧିକାରୀ ଓ ପୋଲିସ କର୍ମଚାରୀଙ୍କ ମଧ୍ୟରୁ ଅନେକେ ମାସ୍କ ପିନ୍ଧି ନ ଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ମୁକାବିଲା ନେଇ ଏସ୍‌ଆର୍‌ସିଙ୍କ ସୂଚନା: ରାଜ୍ୟରେ ୨ ଲକ୍ଷ ୯୮ ହଜାର ଲୋକ ସ୍ଥାନାନ୍ତରିତ, ଗଞ୍ଜାମରୁ ସର୍ବାଧିକ …

ଭୁବନେଶ୍ୱର, ୧୯।୧୧: ସମ୍ଭାବ୍ୟ ବାତ୍ୟାର ସଫଳ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ସମସ୍ତ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରଖାଯାଇ…

କେନ୍ଦୁଝରରେ ଛୁଟି ଘୋଷଣା କଲେ ଜିଲାପାଳ

କେନ୍ଦୁଝର/ବଞ୍ଚୋ,୧୯।୧୧(ନରେଶ ପଟ୍ଟନାୟକ/ପ୍ରଦୋଷ ବିଶ୍ୱାଳ): ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ର ପ୍ରଭାବ ଏବଂ ଭାରତୀୟ ପାଣିପାଗ ବିଭାଗର ସତର୍କ ସୂଚନାକୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲା ପ୍ରଶାସନ ପକ୍ଷରୁ ଏକ…

କଟକରେ ବନ୍ଦ ହେଲା ନଦୀଘାଟ: ନଦୀରେ ବୁଡ଼ ପକାଇବା, ଡଙ୍ଗା ଚଳାଚଳ ସମ୍ପୂର୍ଣ୍ଣ ନିଷେଧ

କଟକ,୧୯ା୧୧: ବାତ୍ୟା ‘ଅକ୍ୱାନ’କୁ ଦୃଷ୍ଟିରେ ରଖି କଟକ ଜିଲାପାଳଙ୍କ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର କଟକ ଜିଲାର ସବୁ ସ୍କୁଲ, କଲେ, ଅଙ୍ଗନବାଡ଼ି କେନ୍ଦ୍ରକୁ…

ବାତ୍ୟା ପ୍ରଭାବରେ ଖୋର୍ଦ୍ଧା ଜିଲାରେ ବର୍ଷା ଜାରି: ୯ ଘଣ୍ଟାରେ ୧୬୯.୭ ମିମି ବର୍ଷା ରେକର୍ଡ, ଜଟଣୀରେ ସର୍ବାଧିକ

ଖୋର୍ଦ୍ଧା, ୧୯।୧୧ (ପ୍ରଭାତ ପାଣିଗ୍ରାହୀ): ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ ପ୍ରଭାବରେ ଖୋର୍ଦ୍ଧା ଜିଲାର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଛି। ଗୁରୁବାର ସକାଳ ୮ଟାରୁ ଅପରାହ୍ନ ୫ଟା…

ଜିଲାପାଳଙ୍କ ବଡ଼ ନିଷ୍ପତ୍ତି, ଶୁକ୍ରବାର କଟକରେ ସ୍କୁଲ, କଲେଜ ଛୁଟି

କଟକ,୧୯ା୧୧: ବାତ୍ୟା ‘ଅକ୍ୱାନ’କୁ ଦୃଷ୍ଟିରେ ରଖି କଟକ ଜିଲାପାଳଙ୍କ ଗୁରୁବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର କଟକ ଜିଲାର ସବୁ ସ୍କୁଲ, କଲେଜ, ଅଙ୍ଗନବାଡ଼ି କେନ୍ଦ୍ରକୁ…

ବାତ୍ୟା ‘ଆକ୍ବାନ’ ପ୍ରଭାବ: ସାକ୍ଷୀଗୋପାଳ ମନ୍ଦିରରେ ଭୁଶୁଡ଼ିଲା ବ୍ୟାରିକେଡ୍; ସତ୍ୟବାଦୀରେ ୧୨୦୦ ଲୋକ ସ୍ଥାନାନ୍ତର

ସାକ୍ଷୀଗୋପାଳ, ୧୯।୧୧ (କିଶୋର ମହାପାତ୍ର / ପ୍ରଶାନ୍ତ କୁମାର ବାରିକ): ସମ୍ଭାବ୍ୟ ବାତ୍ୟା ‘ଆକ୍ବାନ’ର ପ୍ରଭାବରେ ସତ୍ୟବାଦୀ ବ୍ଲକ ଅଞ୍ଚଳରେ ତୁହାକୁ ତୁହା ବର୍ଷା ଓ ପବନ…

ବାତ୍ୟା ‘ଅକ୍ୱାନ’ ମୁକାବିଲା: ଗଞ୍ଜାମ, ପୁରୀ-ଖୋର୍ଦ୍ଧା ସମେତ ୬ ଜିଲାରେ ଲାଗୁ ହେଲା ଲାଗୁ ହେଲା ଇନଟ୍ରା ସର୍କଲ ରୋମିଂ

ଭୁବନେଶ୍ୱର, ୧୯।୧୧: ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ ସମୟରେ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ ଏବଂ ନିରବଚ୍ଛିନ୍ନ ରଖିବା ପାଇଁ ଟେଲିକମ୍ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ…

ବାତ୍ୟା ‘ଅକ୍ୱାନ’ ପାଇଁ ବଡ଼ ନିଷ୍ପତ୍ତି: ଗଞ୍ଜାମରେ ଆସନ୍ତାକାଲି ଗଡ଼ିବନି ବସ୍ କି ଟ୍ରକ୍

ଛତ୍ରପୁର, ୧୯।୧୧ (ଦିଲ୍ଲୀପ ସାମଲ): ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ର ମୁକାବିଲା ଏବଂ ଜନସାଧାରଣଙ୍କ ଧନଜୀବନ ସୁରକ୍ଷାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ବଡ଼ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?