ଜୀବନ ଚାଲିଗଲା, ହେଲେ ଆବାସ ଯୋଜନାରେ ଅଗସ୍ତିଙ୍କୁ ମିଳିଲାନି ଘର

କେସିଙ୍ଗା,୧୫।୮(ଡି.ଏନ୍‌.ଏ.): ଜୀବନ ଚାଲିଗଲା ସିନା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ମିଳିପାରିଲା ନାହିଁ। ଶେଷରେ ପଞ୍ଚାୟତ କାର୍ଯ୍ୟାଳୟ ବାରଣ୍ଡା ହିଁ ତାଙ୍କର ଶେଷ ଠିକଣା ହୋଇ ରହିଗଲା। ଗୋଟିଏ ପଟେ ସରକାର ରାଜ୍ୟର ଗରିବ ଶ୍ରେଣୀର ଲୋକଙ୍କ ଲାଗି ଆବାସ ଯୋଜନାରେ ଘର ଯୋଗାଇଦେଉଥିବା ନେଇ ଡିଣ୍ଡିମ ପିଟୁଥିବା ବେଳେ କେସିଙ୍ଗାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।

ସୂଚନାନୁଯାୟୀ, କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବାଲସି ପଞ୍ଚାୟତ ବୁଡିପଦର ଗ୍ରାମର ଅଗସ୍ତି ହରିଜନ ଘର ଖଣ୍ଡିଏ କରିବାକୁ ସହାୟତା ନ ପାଇ ନ ଥିଲେ। ଘରଦ୍ୱାର ନ ଥିବାରୁ ସେ ବାଲସି ପଞ୍ଚାୟତ କାର୍ଯ୍ୟାଳୟ ବାରଣ୍ଡାରେ ପରିବାର ସହ ଦୀର୍ଘଦିନରୁ ରହି ଆସୁଥିଲେ। ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ପଞ୍ଚାୟତଠାରୁ ଆରମ୍ଭ କରି ପଞ୍ଚାୟତ ସମିତି ପର୍ଯ୍ୟନ୍ତ ସେ ବାରମ୍ବାର ଦୌଡ଼ି ନିରାଶ ହୋଇଥିଲେ। ଦୀର୍ଘ ୫ଦିନ ଧରି ପ୍ରବଳ ବର୍ଷା ଓ ପବନ ଯୋଗୁ ଅଗସ୍ତି ଅସୁସ୍ଥ ହୋଇପଡ଼ିଥିଲେ। ଆର୍ଥିକ ସମସ୍ୟା ସହ ଖାଦ୍ୟପେୟର ଘୋର ଅଭାବ ରହିଥିବା ଯୋଗୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇଥିଲା। କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଥିବା ବେଳେ ସୋମବାର ସକାଳେ ତାଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ଅଗସ୍ତିଙ୍କ ସ୍ତ୍ରୀ ଓ ୧୦ବର୍ଷର ଝିଅ ଅସହାୟ ହୋଇପଡ଼ିଛନ୍ତି। ଉଭୟଙ୍କ ପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେଇ ଖାଇବା ରହିବା ପାଇଁ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି। ଏ ନେଇ ବାଲସି ଗ୍ରାମ ପଞ୍ଚାୟତର ପିଇଓ ନରହରି ବାଗଙ୍କୁ ପଚାରିବାରୁ ଅଗସ୍ତି ଜ୍ବରରେ ପୀଡ଼ିତ ଥିବାରୁ ମୃତ୍ୟୁ ଘଟିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର ଏମ୍‌ପିଙ୍କ ଜନଶୁଣାଣି, ଲୋକଙ୍କ ଅଭିଯୋଗ ଶୁଣିଲେ: ସମାଧାନ ପାଇଁ ପଦକ୍ଷେପ ନେଲେ

ଖୋର୍ଦ୍ଧା ଅଫିସ,୨୮ା୧୨: ଖୋର୍ଦ୍ଧା ସହରସ୍ଥିତ ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ଖୋର୍ଦ୍ଧା ନିର୍ବାଚନମଣ୍ଡଳୀସ୍ତରୀୟ ଜନଶୁଣାଣି ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡଙ୍ଗୀ ଯୋଗଦେଇ...

ଟାଙ୍ଗୀରେ ପାନୀୟ ଜଳ ସମସ୍ୟା : ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକ ହନ୍ତସନ୍ତ

ଟାଙ୍ଗୀ(ଖୋର୍ଦ୍ଧା),୭ା୬(ଡି.ଏନ.ଏ.) : ସମ୍ପ୍ରତି ଟାଙ୍ଗୀରେ ପାନୀୟ ଜଳ ଯୋଗାଣ ବ୍ୟାହତ ହୋଇଛି। ଏଥିଯୋଗୁ ଘୋର ପାନୀୟ ଜଳ ସମସ୍ୟା ଦେଖାଦେଇଛି। ତେବେ ପ୍ରଶାସନିକ ଅବହେଳା ଏଥିପାଇଁ...

ମାତିଲେ ନକଲି ପୋଲିସ: ବର୍ଦ୍ଦି ପିନ୍ଧି ଲୁଟିଲେ ସ୍କୁଟି

ଭୁବନେଶ୍ୱର,୨୮।୪(ବ୍ୟୁରୋ): ରାଜଧାନୀରେ ମାତିଛନ୍ତି ନକଲି ପୋଲିସ। ଆପଣେଇଛନ୍ତି ନୂଆ ଫର୍ମୁଲା। ଆଇପିଏସ୍‌ ଅଫିସର ଏବଂ ଇନ୍ସପେକ୍ଟର ପରିଚୟ ଦେଇ ଗିରଫ ହୋଇଥିବା ଘଟଣାଭଳି ଅନୁରୂପ ଘଟଣା...

୩ ବାଇକ୍‌ ସହ ଚୋରା କୋଇଲା ଜବତ, ଜଣେ ଗିରଫ

ପଦ୍ମପୁର, ୩୧ା୫(ଡି.ଏନ୍‌.ଏ.)- ବାସୁଦେବପୁର ବ୍ଲକ ଅଧୀନ ନାୟକାଣିଡିହୀ ପୋଲିସ କୋରବାଟିଆ ଛକ ଠାରୁ ୩ଟି ବାଇକ୍‌ ସହ ୬ କୁଇଣ୍ଟାଲରୁ ଊର୍ଦ୍ଧ୍ୱ କୋଇଲା ଶନିବାର ସନ୍ଧ୍ୟାରେ...

ବେଳାଭୂମି ମହୋତ୍ସବରେ ଲାଗିବ ୪୦ ସିିସି କ୍ୟାମେରା

ବ୍ରହ୍ମପୁର,୧୭ା୧୨: ଗଞ୍ଜାମ ଜିଲାର ଲୋକକଳା, ସଂସ୍କୃତି ଓ ପରମ୍ପରାକୁ ପ୍ରାଧାନ୍ୟ ଦେଇ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆସନ୍ତା ୨୪ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ...

ଜାତୀୟ ଉଦ୍ୟାନ ପରିବେଶ ନଷ୍ଟ ହେବ

କେନ୍ଦ୍ରାପଡ଼ା ଅଫିସ, ୩୧ା୫: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକରେ ଶିଳ୍ପ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟ ସରକାର ଆର୍ସେଲର ମିତ୍ତଲଙ୍କ ପେଲେଟ...

କୋଟିପତି ଜିଆର୍‌ଏସ୍‌ ଗିରଫ, ସ୍ତ୍ରୀଙ୍କ ନାଁରେ ମାମଲା

ଭୁବନେଶ୍ୱର,୨୭।୪(ବ୍ୟୁରୋ): ଭୁବନେଶ୍ୱର ଇଞ୍ଜଣା ଗ୍ରାମପଞ୍ଚାୟତ(ପୂର୍ବର କଳାରାହାଙ୍ଗ ପଞ୍ଚାୟତ)ର ଗ୍ରାମ ରୋଜଗାର ସେବକ (ଜିଆର୍‌ଏସ୍‌) ବାବୁଲି ଚରଣ ପଢ଼ିହାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ପରେ ତାଙ୍କ ନିକଟରୁ...

ଦୀର୍ଘ ବର୍ଷର ଦାବି ପରେ ମିଳିଲା ରାଜସ୍ବ ଗ୍ରାମର ମାନ୍ୟତା

କୋକସରା,୨୦।୯(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଫୁପଗାଁ ପଞ୍ଚାୟତ ଚିଲଡଙ୍ଗରି ଗ୍ରାମକୁ ଦୀର୍ଘବର୍ଷ ପରେ ରାଜସ୍ବ ଗ୍ରାମର ମାନ୍ୟତା ମିଳିଛି। ଗ୍ରାମବାସୀ ଦୀର୍ଘ ବର୍ଷରୁ ରାଜସ୍ବ...

Advertisement
Archives

Model This Week