ଜାଣନ୍ତି ଅମିତାଭଙ୍କ ପାଖରେ କେତେ ଟଙ୍କାର ସମ୍ପତ୍ତି ଅଛି

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ବିଗ୍‌-ବି ଅମିତାଭ ବଚ୍ଚନ ମୁମ୍ବାଇ ବ୍ୟତୀତ ବିଦେଶରେ ଅନେକ ସମ୍ପତ୍ତିର ମାଲିକ ଅଟନ୍ତି। ଅମିତାଭ ମୁମ୍ବାଇରେ ୩୧ କୋଟି ଟଙ୍କାରେ ୫୭୦୪ ବର୍ଗଫୁଟ ଡୁପ୍ଲେକ୍ସ ଆପାର୍ଟମେଣ୍ଟ କିଣିଛନ୍ତି। ଏହି ସମ୍ପତ୍ତି ହେଉଛି ୩୪ ମହଲା ବିିଲ୍ଡିଂର ୨୭ ଓ ୨୮ତମ ଫ୍ଲୋରରେ ଏହା ରହିଛି। ଏହି ସମ୍ପତ୍ତି ୩୧ ଡିସେମ୍ବର ୨୦୨୦ରେ କ୍ରୟ କରାଯାଇଥିଲା, ଯାହା ୧୨ ଏପ୍ରିଲ ୨୦୨୧ରେ ପଞ୍ଜୀକୃତ ହୋଇଛି।

ଅମିତାଭଙ୍କର ମଧ୍ୟ ଅନେକ ବଙ୍ଗଳା ଅଛି। ସେ ଜଲ୍‌ସା ବଙ୍ଗଳାରେ ରୁହନ୍ତି। ଏହି ବଙ୍ଗଳାକୁ ଅମିତାଭ ଏନ୍‌ସିସିପିରୁ କିଣିଥିଲେ। ଏହି ବଙ୍ଗଳାଟି ୧୦୧୨୫ ବର୍ଗଫୁଟ। ଜଲସା ପଛରେ ୮୦୦୦ ବର୍ଗଫୁଟର ଅନ୍ୟ ଏକ ସମ୍ପତ୍ତି କିଣିଛନ୍ତି ୨୦୧୩ରେ। ଏହାର ମୂଲ୍ୟ ୫୦ କୋଟି ଥିଲା।

ଅମିତାଭଙ୍କ କାର୍ଯ୍ୟାଳୟ ହେଉଛି ଜନକ ବଙ୍ଗଳା। ଯାହା ସେ ୨୦୦୪ରେ ୫୦ କୋଟି ଟଙ୍କାରେ କିଣିଥିଲେ। ସେ ପ୍ରାୟତଃ ତାଙ୍କ ଜ୍ୱାଇଁ ଅଗସ୍ତ୍ୟ ନନ୍ଦାଙ୍କ ସହ ଏଠାରେ ନଜର ଆସିଥାନ୍ତି।  ଜୁହୁରେ ଥିବା ତାଙ୍କ ପ୍ରଥମ ବଙ୍ଗଳା ନାମ ପ୍ରତୀକ୍ଷା । ବଚ୍ଚନ ପରିବାର ୧୯୭୬ ମସିହାରେ ଏହି ଘର କିଣିଥିଲେ। ଏହି ବଙ୍ଗଳାରେ ହିଁ ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ ୨୦୦୭ରେ ବିବାହ କରିଥିଲେ।

ପ୍ରୟାଗରାଜରେ ଅମିତାଭ ବଚ୍ଚନଙ୍କର ମଧ୍ୟ ଏକ ପୈତୃକ ସମ୍ପତ୍ତି ରହିଛି, ଯାହା ବର୍ତ୍ତମାନ ଏକ ଶିକ୍ଷଣୀୟ ଟ୍ରଷ୍ଟରେ ପରିଣତ ହୋଇଛି। ତାଙ୍କର ଗୁରୁଗାଓଁରେ ମଧ୍ୟ ଏକ ଫ୍ଲାଟ ଅଛି। ଅମିତାଭଙ୍କର ଜୁହୁରେ ଦୁଇଟି ଆପାର୍ଟମେଣ୍ଟ ଅଛି । ଯାହାର ମୂଲ୍ୟ ୪୦ କୋଟି ଟଙ୍କା ବୋଲି କୁହାଯାଉଛି। ଅମିତାଭଙ୍କର ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ମଧ୍ୟ ଏକ ଘର ଅଛି। ଏହି ସମ୍ପତ୍ତି ତାଙ୍କୁ ଜୟା ବଚ୍ଚନ ଉପହାର ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ବର୍ଷା ବିତ୍ପାତ: ୪୫ ଗାଁ ଜଳମଗ୍ନ

କୋରାପୁଟ,୨୬ା୯(ଅମିତାଭ ବେହେରା): ଅର୍ଣ୍ଣବ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ଜିଲାର ନଦୀ, ନାଳ ଓ ଜଳାଶୟର ଜଳସ୍ତର ବଢ଼ିବା ସହ ବିଭିନ୍ନ ତଳିଆ…

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟା ସନ୍ତାନ ଜନ୍ମ, ଥାନାରେ ଏତଲା

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ମାଆ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

ନ୍ୟୁଜିଲାଣ୍ଡ ସିରିଜରୁ ବାଦ୍‌ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୬ା୯: ଭାରତର ସିନିୟର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଆଘାତପ୍ରାପ୍ତ ହୋଇଛନ୍ତି। ତାଙ୍କ ଆଣ୍ଡୁ ତଳ ଭାଗରେ ଆଘାତ ଲାଗିଛି । ଫଳରେ ସେ ନ୍ୟୁଜିଲାଣ୍ଡ ହ୍ବାଇଟ୍‌…

୪୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: କାର୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର, ୨୦ ଫୁଟ ତଳକୁ ଖସିଲା କାର୍

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରୀ ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ବିପଦ ସଂକେତ ଟପିଲା କାଂଶବାଂଶ: ନଦୀ ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ

ସିମୁଳିଆ,୨୬।୯(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ-ଖଇରା ଏବଂ ସୋର ବ୍ଲକ ମଧ୍ୟରେ ପ୍ରବାହିତ କାଂଶବାଂଶ ନଦୀର ଜଳ ପତ୍ତନ ଶନିବାର ହଠାତ୍‌ ବଢ଼ିବାରେ ଲାଗିଛି। ଫଳରେ ଚତୁର୍ଥ…

କର୍ଲାପାଟ ପୋଲିସକୁ ବଡ଼ ସଫଳତା: ନାକରୁଣ୍ଡି ସଶସ୍ତ୍ର ଡକାୟତି ମାମଲାରେ ୪ ଗିରଫ, ବନ୍ଧୁକ ଓ ଟଙ୍କା ଜବତ

ଥୁଆମୂଳ ରାମପୁର,୨୬।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ ନାକରୁଣ୍ଡି ଗ୍ରାମପଞ୍ଚାୟତର ଆମଝୋଲା ଗ୍ରାମରେ ଘଟିଥିବା ଚାଞ୍ଚଲ୍ୟକର ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଦାଫାଶ କରିବାରେ…

ନୁଆମାହରା ଘାଇ ପୁଣି ଭାଙ୍ଗିଲା, ୧୦ ଗ୍ରାମବାସୀ ଜଳବନ୍ଦୀ

ସିଂହପୁର,୨୬।୯: ଅନଙ୍ଗ ଉଦୟ ବେଉରିଆ ଖରସ୍ରୋତା ନଦୀରେ ପୁଣି ବନ୍ୟା ଆସିବାରୁ ବିଂଝାରପୁର ବ୍ଲକ ଅନ୍ତର୍ଗତ ଜରି ପଞ୍ଚାୟତ ନାଉବାଙ୍କ ଗ୍ରାମ ନିକଟ ନୁଆମାହାରଠାରେ ପୁଣି ଘାଇ…

ବନ୍ୟାଜଳରେ ବୁଡ଼ିଲା କୁକୁଡ଼ା ଫାର୍ମ, ୩ ହଜାରରୁ ଅଧିକ କୁକୁଡ଼ା ମୃତ

ଗଞ୍ଜାମ, ୨୬/୯ (ଅନାଥ ତରାଇ/ଦିଲୀପ ସାମଲ): ଗଭୀର ଅବପାତ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଅଞ୍ଚଳରେ ଏକ କୁକୁଡ଼ା ଫାର୍ମରେ ପାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?