ଏଣିକି ଫୋନ କଲେ ଆଉ ଶୁଭିବନି ଅମିତାଭ ବଚ୍ଚନଙ୍କ କଲର୍‌ ଟ୍ୟୁନ୍‌; ଏହି କାରଣରୁ ନିଆଗଲା ନିଷ୍ପତ୍ତି

ମୁମ୍ବାଇ: ଗତ କିଛି ଦିନ ଧରି ଅମିତାଭ ବଚ୍ଚନଙ୍କ ପ୍ରତିଟି ପୋଷ୍ଟରେ ଭିନ୍ନ ପ୍ରତିକ୍ରିୟା ରଖୁଥିଲେ। ଫୋନ୍‌ରେ ସେମାନେ ତାଙ୍କ କଣ୍ଠସ୍ବର ଶୁଣି ଶୁଣି ଥକି ଗଲେଣି ବୋଲି କହୁଥିଲେ। ଏହାର ଜବାବ ଦେଇଥିଲେ ବିଗ୍‌ ବି। ମୋତେ ନୁହେଁ ବରଂ ସରକାରକୁ କୁହନ୍ତୁ, ସରକାର କହିଲେ ବୋଲି ମୁଁ କହିଛି ବୋଲି କହିଥିଲେ। ଏହାକୁ ନେଇ ଏବେ ସରକାର ବଡ଼ ଘୋଷଣା କରିଛନ୍ତି। କାରଣ ଏହି କଲର୍‌ ଟ୍ୟୁନ୍‌କୁ ବନ୍ଦ କରିଦିଆଯାଇଛି।

ଦେଶରେ ବଢ଼ୁଥିବା ସାଇବର ଅପରାଧକୁ ନେଇ ଭାରତ ସରକାରଙ୍କ ପକ୍ଷରୁ ଟେଲିକମ୍‌ କମ୍ପାନୀମାନଙ୍କୁ ସଚେତନ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିଲାଗି ଅମିତାଭଙ୍କ ଦମ୍‌ଦାର ସ୍ବରକୁ ବ୍ୟବହାର କରାଯାଇଥିଲା। ସେଥିରେ ସେ ବ୍ୟବହାରକାରୀଙ୍କୁ ନକଲି କଲ୍‌ ଏବଂ ଅନ୍‌ଲାଇନ୍‌ ଫ୍ରଡ୍‌ରୁ ରକ୍ଷା ପାଇବାକୁ କହୁଥିଲେ।

ମହତ୍‌ ଉଦ୍ଦେଶ୍ୟ ନେଇ ଏହାର ଆରମ୍ଭ କରାଯାଇଥିଲା, ହେଲେ ଏହା ଲୋକଙ୍କ ଅସୁବିଧାର କାରଣ ପାଲଟିଥିଲା। କାରଣ କୌଣସି ଏମରଜେନ୍ସିଂ ସମୟରେ ଏହା ପସନ୍ଦ ଆସୁ ନ ଥିଲା। ୪୦ ସେକେଣ୍ଡ ଲମ୍ବା ଏହି କଲର ଟ୍ୟୁନକୁ ବାରମ୍ବାର ଶୁଣି ଲୋକେ ଅସୁବିଧା ମନେ କରୁଥିଲେ। ସୋସିଆଲ ମିଡିଆରେ ଏହାର ଆଲୋଚନା କରାଯାଉଥିଲା। ଏହାପରେ ଇନ୍ଦୋରର ଜଣେ ପୂର୍ବତନ ବିଧାୟକ ସୁଦର୍ଶନ ଗୁପ୍ତା କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଚିଠି ଲେଖିଥିଲେ।

ସରକାର ଏହି କଲର ଟ୍ୟୁନ୍‌କୁ ସଚେତନ କରିବାକୁ ଉପଯୋଗ କରିଥିଲେ। ଏବେ ଏହି ଅଭିଯାନ ପୂରଣ ହୋଇଛି। ତେଣୁ ଏହାକୁ ହଟାଇବାକୁ ଆଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ଲୁହାରଡ୍‌ରେ ମାଡ଼ ମାରି ଲହୁଲୁହାଣ କରିଦେଲେ ୪ ଛାତ୍ର

ନୟାଗଡ଼,୯ା୮(ଲୋକନାଥ ମିଶ୍ର): ନୟାଗଡ଼ ଟାଉନ ଥାନା ସାଇ ସାହାରା ଆବାସିକ ସ୍କୁଲରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ସିନିୟର ଛାତ୍ରମାନେ ଲୁହାରଡ୍‌ରେ ମାଡ଼ ମାରି ଲହୁଲୁହାଣ କରିଦେଇଥିବା…

କୂଳା ନାଳରେ ଭାସିଗଲେ ବୃଦ୍ଧ: ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ

ମହାକାଳପଡ଼ା, ୯।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଟିକରପଙ୍କା ପଞ୍ଚାୟତର ଟିକରପଙ୍କା ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର…

ପିଣ୍ଡି ନିର୍ମାଣ ପ୍ରସଙ୍ଗ: ବିନା ସୂଚନା ଫଳକରେ ଚାଲିଛି କାମ, ସରପଞ୍ଚଙ୍କ ଭୂମିକାକୁ ନେଇ ପ୍ରଶ୍ନ

ରିଷିଡ଼ା, ୯।୮ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଲା ପଞ୍ଚାୟତ ଅଧୀନ ହାଇସ୍କୁଲ ବଜାର ପଡ଼ିଆରେ ବିନା ସୂଚନା ଫଳକରେ ପିଣ୍ଡି ନିର୍ମାଣ କାମ…

ରୋଜଗାର ଦେଇଛି ଶ୍ରାବଣ ଛତୁ: କିଲୋ ପିଛା ୫ ଶହ ଟଙ୍କା ପର୍ଯ୍ୟନ୍ତ ବିକ୍ରି, ବଢୁଛି ଚାହିଦା

ଦାରିଙ୍ଗବାଡ଼ି, ୯।୮ (ଅରୁଣ ସାହୁ): ଏବେ ଚାଲିଛି ଶ୍ରାବଣ ମାସ। ଶ୍ରାବଣ ବର୍ଷା ମଧ୍ୟ ଛାଡ଼ିବାର ନାଁ ଧରୁନାହିଁ। ଏଭଳି ପରିସ୍ଥିତିରେ ଶ୍ରମିକ ଶ୍ରେଣୀର ଲୋକଙ୍କ ପାଇଁ…

ଅଗଷ୍ଟ ୧୬ରୁ ୧୦୦୦ଟଙ୍କାର ସିଲିଣ୍ଡର ହୋଇଯିବ ୨୯୦୦! ତୁରନ୍ତ କରନ୍ତୁ ଏହି କାମ, ନଚେତ୍‌…

ନୂଆଦିଲ୍ଲୀ, ୯।୮: ଯଦି ଆପଣଙ୍କର ଏଲପିଜି (LPG) ଗ୍ୟାସ ସଂଯୋଗ ଅଛି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୧୬ ଅଗଷ୍ଟ ସୁଦ୍ଧା ଇ-କେୱାଇସି…

ଚନ୍ଦ୍ରଙ୍କ ଉପରେ ଶନି-ରାହୁଙ୍କ ଛାୟା! ୨୮ ଅଗଷ୍ଟରୁ ୪ ରାଶିଙ୍କ ପାଇଁ ବଢ଼ିପାରେ ଅସୁବିଧା, ଲାଗିବ ବଡ଼ ଝଟକା…

ଜ୍ୟୋତିଷ ଶାସ୍ତ୍ରରେ, ଚନ୍ଦ୍ରଗ୍ରହଣକୁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ସମ୍ବେଦନଶୀଳ ଏବଂ ଜ୍ୟୋତିଷ ଦୃଷ୍ଟିରୁ ପ୍ରଭାବଶାଳୀ ଘଟଣା ଭାବରେ ବିବେଚନା କରାଯାଏ । ୨୦୨୬ ମସିହାର ଶେଷ ଚନ୍ଦ୍ରଗ୍ରହଣ…

ନିଶାମୁକ୍ତ ଯୁବସମାଜ

ଆଜିକାଲିର ଯୁବପିଢ଼ି ନିଶାଦ୍ରବ୍ୟକୁ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ କରିସାରିଲେଣି। ଗ୍ଲୋବାଲ ୟୁଥ୍‌ ଟୋବାକୋ ସର୍ଭେ (ଜିୱାଇଟିଏସ୍‌) ୨୦୧୯ ଅନୁଯାୟୀ, ସାରା ଦେଶରେ ୧୩ରୁ ୧୫ ବର୍ଷ ବୟସର ୮.୫…

ବସ୍ତାନିରୁ ସ୍କୁଲ ବ୍ୟାଗ: ଭାରରୁ ବିଚାର ପର୍ଯ୍ୟନ୍ତ

ପିଲାବେଳେ କାନ୍ଧରେ ବସ୍ତାନି ପକେଇ ସ୍କୁଲ ଗଲାବେଳର ସ୍ମୃତି ନିଆରା। ଆଜିର ସ୍କୁଲ ବ୍ୟାଗକୁ ଦେଖିଲେ ଲାଗେ, ସେହି ବସ୍ତାନିର ସରଳତା ଓ ସ୍ନେହ ଏବେ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri