Posted inଜାତୀୟ

କେରଳର ଭବିଷ୍ୟତ ହେଉଛି ଭାଜପା: ଅମିତ ଶାହା

ଥିରୁଭାନନ୍ତପୁରମ୍‌,୩।୯: ଦେଶରୁ କଂଗ୍ରେସ ନିଶ୍ଚିହ୍ନ ହେଉଛି, ବିଶ୍ୱ କମ୍ୟୁନିଷ୍ଟ ଦଳରୁ ମୁକ୍ତ ହେଉଛି। ଯଦି କେରଳର ଭବିଷ୍ୟତ ଅଛି, ତେବେ ଏହା ହେଉଛି ଭାଜପା ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ତଥା ଭାଜପାର ପ୍ରମୁଖ ନେତା ଅମିତ ଶାହା।
କେରଳର ଥିରୁଭାନନ୍ତପୁରମ୍‌ ଅନୁଷ୍ଠିତ ଭାଜପା ଅନୁସୂଚିତ ଜାତି(ଏସ୍‌ସି) ସମ୍ମିଳନୀରେ ଶାହା କହିଛନ୍ତି, କଂଗ୍ରେସ ଏବଂ କମ୍ୟୁନିଷ୍ଟମାନେ ଅନୁସୂଚିତ ଜନଜାତି ଏବଂ ଗରିବଙ୍କ କଲ୍ୟାଣ ଲାଗି କଦାପି କାମ କରିନାହାନ୍ତି। ସେମାନେ କେବଳ ଭୋଟବ୍ୟାଙ୍କ ଭାବେ ସେମାନଙ୍କୁ ବ୍ୟବହାର କରିଛନ୍ତି। ଏଠାରେ କାମ କରୁଥିବା ସମସ୍ତ କର୍ମୀଙ୍କୁ ଧନ୍ୟବାଦ ଦେଉଛି।

କାରଣରେ ଦେଶ ପାଇଁ କାମ କରିବାକୁ ଦେଶପ୍ରେମ, ବଳିଦାନ ଏବଂ ସାହସ ଆବଶ୍ୟକ। ଭାରତରେ ଏବେ କଂଗ୍ରେସର ବିଲୁପ୍ତ ହେବା ଅବସ୍ଥା। କମ୍ୟୁନିଷ୍ଟ ପାର୍ଟୀ ମଧ୍‌= ବିଶ୍ୱରୁ ବିଲୁପ୍ତ ହେବାକୁ ଯାଉଛି। ଏଣୁ କେରଳରେ କେବଳ ଭାଜପାର ଭବିଷ୍ୟତ ଅଛି ବୋଲି ସେ କହିଛନ୍ତି।

ଏହାଛଡ଼ା ଶାହା ଉଦାହରଣ ଦେଇ କହିଛନ୍ତି ଯେ, ଯେତେବେଳେ ଆମେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ସରକାର ଗଠନ କଲୁ, ସେତେବେଳେ ଆମେ ଦଳିତ ରାମନାଥ କୋବିନ୍ଦଙ୍କୁ ରାଷ୍ଟ୍ରପତି କରିଥିଲୁ। ଦ୍ୱିତୀୟ କାର୍ଯ୍ୟକାଳରେ ଏସ୍‌ଟି ସମ୍ପ୍ରଦାୟର ଦ୍ରୌପଦୀ ମୁର୍ମୁଙ୍କୁ ଭାରତର ରାଷ୍ଟ୍ରପତି ହେବାରେ ସହଯୋଗ କରିଛୁ। ହେଲେ କଂଗ୍ରେସ ସମୟରେ ବାବା ସାହେବ ଆମ୍ବେଦକାରଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଇନାହିଁ। କଂଗ୍ରେସ କ୍ଷମତା ହାତରୁ ଯିବା ପରେ ହିଁ ତାଙ୍କୁ ଭାରତରତ୍ନ ପ୍ରଦାନ କରାଯାଇଥିଲା। ମୋଦି ସରକାର ସମୟରେ ଆମ୍ବେଦକରଙ୍କ ସ୍ମୃତିରେ ପଞ୍ଚ ତୀର୍ଥ ନିର୍ମାଣ କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ପରେ ଏବେ ମୁଖ୍ୟମନ୍ତ୍ରୀ ଖଟ୍ଟରଙ୍କୁ ଟକ୍କର ଦେବେ ତେଜ ବାହାଦୁର

ଚଣ୍ଡିଗଡ଼,୩୦।୯: ଖାଇବାର ଅଭିଯୋଗକୁ ନେଇ ଚର୍ଚ୍ଚାକୁ ଆସିଥିବା ନିଲମ୍ବିତ ବିଏସ୍‌ଏଫ୍‌ ଯବାନ ତେଜ ବାହଦୁର ଯାଦବ ଏବେ ହରିୟାଣା ରାଜନୀତିରେ ପାଦ ରଖିଛନ୍ତି। ଦୁଷ୍‌ୟନ୍ତ ଚୌଟାଲାଙ୍କ...

ଆଖି ବୁଜିଲେ ଡୋନାଲ୍ଡ ଟ୍ରମ୍ପଙ୍କ ବଡ ପ୍ରଶଂସକ

ହାଇଦ୍ରାବାଦ୍‌,୧୧।୧୦: ଭାରତରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁପରଫ୍ୟାନ୍‌ ବୁସା କୃଷ୍ଣଙ୍କର ହୃଦଘାତରେ ପରଲୋକ ଘଟିଛି। ଟ୍ରମ୍ପ କୃଷ୍ଣ ନାମରେ ଜଣାଶୁଣା ବୁସା ଗତ ବର୍ଷ...

ରାଜୀବ କୁମାରଙ୍କୁ ଆଶ୍ୱସ୍ତି: ମିଳିଲା ଆଗୁଆ ଜାମିନ

କୋଲକାତା,୧।୧୦: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ତଥା ପୂର୍ବତନ କୋଲକାତା ପୋଲିସ କମିଶନର ରାଜୀବ କୁମାରଙ୍କୁ ଆଶ୍ୱସ୍ତି ମିଳିଛି। ଶାରଦା ଚିଟଫଣ୍ଡ ମାମଲାରେ...

ବିପଦ ଆଶଙ୍କା କମାଅ

ନୂଆଦିଲ୍ଲୀ,୨୨ା୬: ବିମାନବନ୍ଦର ଓ ଏହାର ଚତୁଃପାର୍ଶ୍ୱ ଅଞ୍ଚଳରେ ପଶୁପକ୍ଷୀଙ୍କ ଉପସ୍ଥିତିକୁ ନେଇ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଉଦ୍‌ବେଗ ପ୍ରକାଶ କରାଯାଇଛି। ଦୁଇଦିନ...

ପ୍ରଶାନ୍ତଙ୍କ ଆବେଦନ ଖାରଜ: ୨- ୩ ଦିନ ଚିନ୍ତା କର

ନୂଆଦିଲ୍ଲୀ,୨୧ା୮(ପି.ଟି.): ଅଦାଲତ ଅବମାନନା ମାମଲାରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ସୁପ୍ରିମକୋର୍ଟର ୩ ଜଣିଆ ଖଣ୍ଡପୀଠ ଦୋଷୀ ସାବ୍ୟସ୍ତ କରିଥିବାବେଳେ ଗୁରୁବାର ଦଣ୍ଡ ଶୁଣାଣି ଥିଲା।...

ସତ୍ୟପାଠ କେବଳ ଖଣ୍ଡେ କାଗଜ ନୁହେଁ, ବରଂ ଶପଥ ନେଇ ଦିଆଯାଇଥିବା ବୟାନ…

ନୂଆଦିଲ୍ଲୀ,୧୯।୨ : କୋର୍ଟଙ୍କ ସମ୍ମୁଖରେ ଦାଖଲ ହୋଇଥିବା ସତ୍ୟପାଠ ଏକ କାଗଜ ଖଣ୍ଡ ନୁହେଁ, ବରଂ ଏହା ଶପଥ ନେଇ ଦିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ବୟାନ। ତେଣୁ...

ବିଦେଶରେ ସମ୍ମାନ ପାଇବାକୁ ମୋଦି ହକ୍‌ଦାର: ଶଶି ଥରୁର୍‌

ନୂଆଦିଲ୍ଲୀ, ୨୨।୯:ବିଦେଶରେ ସମ୍ମାନ ପାଇବାକୁ ମୋଦି ହକ୍‌ଦାର ବୋଲି କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର କହିଛନ୍ତି। ଯେତେବେଳେ ମୋଦି ଭାରତର ପ୍ରତିନିଧି ହିସାବରେ ବିଦେଶ...

‘ଗାନ୍ଧୀ ପରିବାରର ବିଶ୍ୱସ୍ତଙ୍କୁ ପଦ ଛାଡ଼ିବାକୁ ପଡ଼ିବ’

ନୂଆଦିଲ୍ଲୀ,୧୭।୩: ବୁଧବାର ରାତିରେ କଂଗ୍ରେସର ‘ଜି-୨୩’ ବୈଠକରେ ନେତାମାନେ ଏବେ ଦଳ ଛାଡ଼ିବାକୁ ମନା କରି ଦେଇଛନ୍ତି। ଅତ୍ୟନ୍ତ ଦୁର୍ବଳ ଥିବା କଂଗ୍ରେସ ଏବେ ଏହାକୁ...

Advertisement
Archives

Model This Week