Posted inଜାତୀୟ

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ ମହସ୍କେଙ୍କୁ ଭାଜପା ଆଇଟି ସେଲ୍‌ର ଜାତୀୟ ସଂଯୋଜକ ଦାୟିତ୍ୱ ଦିଆଯାଇଛି। ଦଳର ନୂଆ ଜାତୀୟ ଟିମରେ ସ୍ଥାନ ନମିଳିବା ପରେ ଅମିତ ମାଲବ୍ୟଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ ଦୀପକ ମହସ୍କେଙ୍କ ସମେତ ଭାଜପାର ସମସ୍ତ ନୂଆ ପଦାଧିକାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ,ଭାଜପାର ନୂଆ ଟିମର ଘୋଷଣା ଏପରି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ହୋଇଛି, ଯେତେବେଳେ ଦଳ ନୂଆ ଉଚ୍ଚତା ଛୁଇଁବା ସହ ନିଜର ବାର୍ତ୍ତା ଏବଂ ସଂଗଠନକୁ ଦେଶର ପ୍ରତ୍ୟେକ କୋଣରେ ପହଞ୍ଚାଇବା ପାଇଁ ପ୍ରସ୍ତୁତି କରୁଛି।

ଅମିତ ମାଲବ୍ୟଙ୍କୁ ୨୦୧୫ରେ ଭାଜପା ଆଇଟି ସେଲର ମୁଖ୍ୟ ଦାୟିତ୍ୱ ଦିଆଯାଇଥିଲା। ନିଜ କାର୍ଯ୍ୟକୁ ମନେ ପକାଇ ସେ କହିଛନ୍ତି, ଗତ ଏକ ଦଶନ୍ଧି ଧରି ମୁଁ ଏମାନଙ୍କ ସମସ୍ତଙ୍କ ସହ ମିଶି କାମ କରିବାର ସୁଯୋଗ ପାଇଛି। ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ, ସେମାନଙ୍କ ନେତୃତ୍ୱରେ ଭାଜପାର ଡିଜିଟାଲ କମ୍ୟୁନିକେସନ ନୂଆ ସ୍ତରରେ ପହଞ୍ଚିବ ଏବଂ ସମ୍ପୂର୍ଣ୍ଣ ବିଶ୍ୱାସ, ସୃଜନଶୀଳତା ଓ ସ୍ପଷ୍ଟତା ସହ ଭାରତର ଜନ ଚର୍ଚ୍ଚାକୁ ଆକାର ଦେବା ଜାରି ରଖିବ।

ସେ କହିଛନ୍ତି, ମୁଁ ବିଶେଷ ଭାବେ ଦୀପକ ମହସ୍କେଙ୍କୁ ଅଭିନନ୍ଦନ ଜଣାଇବାକୁ ଚାହୁଁଛି, ଯିଏ ଭାଜପାର ସୋସିଆଲ ମିଡିଆ ବିଭାଗର ମୁଖ୍ୟ ଭାବେ ମୋ ସ୍ଥାନ ନେବେ। ଏଥିସହ ସହ-ସଂଯୋଜକ ଭାବେ ନିଯୁକ୍ତ ହୋଇଥିବା ପ୍ରୀତି ଗାନ୍ଧୀ, ଶିବାନନ୍ଦ ଦ୍ୱିବେଦୀ, ଆଲୋକ ଭଟ୍ଟ ଏବଂ ଅରୁଣ ଯାଦବଙ୍କୁ ମଧ୍ୟ ଅଭିନନ୍ଦନ ଜଣାଉଛି।
ଛତିଶଗଡ଼ର ଦୀପକ ମହସ୍କେ ଏହା ପୂର୍ବରୁ ଭାଜପାର ଜାତୀୟ ମୁଖପାତ୍ର ଭାବେ କାର୍ଯ୍ୟ କରିସାରିଛନ୍ତି। ଏଥିସହ ସେ ଦଳର ସାଂଗଠନିକ ଏବଂ ମିଡିଆ କାର୍ଯ୍ୟକଳାପରେ ମଧ୍ୟ ସକ୍ରିୟ ଭୂମିକା ନେଇଆସିଛନ୍ତି।

ଅମିତ ମାଲବ୍ୟ ସୋସିଆଲ ମିଡିଆରେ ଭାଜପାର ସମସ୍ତ ସମର୍ଥକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ଏହି ପରିବାର ପ୍ରତ୍ୟେକ ଉତ୍ଥାନ-ପତନ ସମୟରେ ଏକାଠି ଛିଡ଼ା ହୋଇଛି ଏବଂ ଭାରତର ଜନଚର୍ଚ୍ଚାକୁ ଏକ ନୂଆ ଦିଗ ଦେବାରେ ନିର୍ଣ୍ଣାୟକ ଭୂମିକା ନେଇଛି। ଆପଣମାନେ ବ୍ୟକ୍ତିଗତ ଭାବେ ମୋ ପାଇଁ ଶକ୍ତିର ଏକ ଉତ୍ସ। ଏହି ବିଭାଗର ଦାୟିତ୍ୱ ସମ୍ଭାଳିବାର ଗତ ୧୧ ବର୍ଷ ମଧ୍ୟରେ ଆପଣମାନଙ୍କ ମଧ୍ୟରୁ ଅନେକଙ୍କୁ ଭେଟିବା ଏବଂ କଥାବାର୍ତ୍ତା କରିବାର ସୁଯୋଗ ମୋତେ ମିଳିଛି। ସେହି ସାକ୍ଷାତଗୁଡ଼ିକ ସବୁବେଳେ ମୋ ପାଇଁ ବିଶେଷ ହୋଇ ରହିବ।

ସେ ସୋସିଆଲ ମିଡିଆରେ ଭାଜପା ସମର୍ଥକମାନଙ୍କୁ ଅପିଲ କରି କହିଛନ୍ତି, ମୋର ଆଶା ରହିଛି ଯେ ଆଗାମୀ ବର୍ଷଗୁଡ଼ିକରେ ମଧ୍ୟ ଆପଣମାନେ ଦଳ ଏବଂ ମୋର ଉତ୍ତରାଧିକାରୀମାନଙ୍କୁ ଆପଣଙ୍କର ସମ୍ପୂର୍ଣ୍ଣ ସମର୍ଥନ ଜାରି ରଖିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପା ନେତୃତ୍ୱରେ ଭାରତ ଆହୁରି ବଡ଼ ଉଚ୍ଚତା ଛୁଇଁବା ପାଇଁ ପ୍ରସ୍ତୁତ। ଏହି ଯାତ୍ରାରେ ଆପଣମାନଙ୍କ ଅବଦାନକୁ ସବୁବେଳେ ମନେ ରଖାଯିବ ଏବଂ ସୁବର୍ଣ୍ଣ ଅକ୍ଷରରେ ଲିପିବଦ୍ଧ କରାଯିବ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଲିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡି ରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ…

୨୦୨୭ ବିଜୟର ସ୍କ୍ରିପ୍ଟ ପ୍ରସ୍ତୁତ କଲାଣି ଭାଜପା: ଚକ୍ରବ୍ୟୁହରେ ଫସିବେ ବିରୋଧୀ

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା) ସୋମବାର ନୂଆ ଟିମ୍‌ ଘୋଷଣା କରିଛି। ଏଥିରେ ଉତ୍ତର ପ୍ରଦେଶର ୮ ଜଣ ନେତା ପଦବୀ ପାଇଛନ୍ତି। ଏହା ମାଧ୍ୟମରେ…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ରାହୁ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ: ମେଷ ସମେତ ୪ ରାଶିଙ୍କ ଉପରେ ମାଡ଼ି ଆସୁଛି ଭୟଙ୍କର ସଙ୍କଟ! ସତର୍କ ନ ରହିଲେ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ସହିତ ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ପ୍ରଭାବଶାଳୀ ବୋଲି ମନେ କରାଯାଏ। ମଙ୍ଗଳଙ୍କୁ ସାହସ, ଶକ୍ତି, ଆତ୍ମବିଶ୍ୱାସ ଏବଂ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

ବଚ୍ଚନ ପରିବାରର ଭିତିରି କଥା କହିଦେଲେ ଅମିତାଭ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri