ଭିଜିଲାନ୍ସ ହାତରୁ ବଞ୍ଚିବା ପାଇଁ ଲାଟିନ୍‌ ପ୍ୟାନ୍‌ରେ ଟଙ୍କା ଫୋପାଡିଲେ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟର ଅମିନ

କଣିହାଁ,୧।୧୦(ଡି.ଏନ.ଏ): ଅନୁଗୋଳ ଜିଲା କଣିହାଁ ଆର୍‌.ଆଇ ଅଫିସରେ କାର୍ଯ୍ୟରତ ଅମିନ ସୌମ୍ୟରଞ୍ଜନ ଦାସ ଲାଞ୍ଚ ନେଇ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। କଣିହାଁ ବ୍ଲକ ତେଲସିଂହା ଗ୍ରାମର ଶୁଭେନ୍ଦୁ କୁମାର ଦାସ ନାମକ ଜଣେ ବ୍ୟକ୍ତି ନିଜର ଜମି ଚିହ୍ନଟ କରିବା ପାଇଁ ଆରଆଇ ଅଫିସରେ ଆବେଦନ କରିଥିବା ବେଳେ ବାରମ୍ବାର ଦୌଡିଥିଲେ ମଧ୍ୟ ତାଙ୍କର କାର୍ଯ୍ୟ ହୋଇ ନ ଥିଲା ।
ଏ ନେଇ ସେଠାରେ କାର୍ଯ୍ୟରତ ଥିବା ଅମିନ ସୌମ୍ୟରଞ୍ଜନ ତାଙ୍କୁ ଲାଞ୍ଚ ମାଗୁଥିବା ସେ ଭିଜିଲାନ୍ସ ପାଖରେ ଅଭିଯୋଗ କରିଥିଲେ । ପୂର୍ବ ପ୍ରସ୍ତୁତି ମୁତାବକ ଆର୍‌.ଆଇ କାର୍ଯ୍ୟାଳୟରେ ୨ହଜାର ଟଙ୍କା ଲାଞ୍ଚ ନେବାବେଳେ ଅନୁଗୋଳ ଭିଜିଲାନ୍ସ ଅଧିକାରୀ ପହଞ୍ଚି ଥିଲେ । ସୌମ୍ୟରଞ୍ଜନ ଭିଜିଲାନ୍ସ ଟିମକୁ ଦେଖି ସଙ୍ଗେସଙ୍ଗେ ଲାଟିନ ଭିତରକୁ ପଶି ପ୍ୟାନରେ ଟଙ୍କାକୁ ଫୋପାଡି ଦେଇଥିଲେ। ଭିଜିଲାନ୍ସର ଅଧିକାରୀ ପ୍ୟାନରୁ ୫ଶହ ଟଙ୍କିଆ ୪ଟି ନୋଟ ଜବତ କରିଛି। ସୌମ୍ୟରଞ୍ଜନକୁ ଜିଲାଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ୍‌ ଏସ୍‌. ମୁରଲୀଧର: ୪ରେ ଶପଥ ଗ୍ରହଣ ଉତ୍ସବ

କଟକ ଅଫିସ,୩ା୧: ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍‌ ଏସ୍‌. ମୁରଲୀଧର ଆସନ୍ତା ୪ ତାରିଖ ପୂର୍ବାହ୍ନ ୧୦ଟାରେ ଶପଥ ନେବେ। ହାଇକୋର୍ଟର ପୁରୁଣା...

ବଢୁଛି ମାନସିକ ବିକାରଗ୍ରସ୍ତଙ୍କ ସଂଖ୍ୟା

ପାଲଲହଡ଼ା, ୧୩ା୮(ଡି.ଏନ.ଏ.) ଅନୁଗୋଳ ଜିଲା ପାଲଲହଡ଼ା ଉପକଣ୍ଠରେ ବଢିଚାଲିଛି ମାନସିକ ବିକାରଗ୍ରସ୍ତଙ୍କ ସଂଖ୍ୟା। କେତେଜଣ ସ୍ଥାନୀୟ ଅଞ୍ଚଳର ହୋଇଥିବାବେଳେ ଆଉ କେତେକ ବାହାର ଜିଲାରୁ ଏଠାକୁ...

ସରିଲା ନିଟ୍‌ବାହାରେ ରବର ବ୍ୟାଣ୍ଡ, କ୍ଲିପ୍‌ ରଖିଲେ ଛାତ୍ରୀ

ଭୁବନେଶ୍ୱର,୨୧।୫(ବ୍ୟୁରୋ): ରାଜ୍ୟ ତଥା ଦେଶର ପ୍ରମୁଖ ମେଡିକାଲ କଲେଜରେ ଏମ୍‌ବିବିଏସ୍‌ ଓ ବିଡିଏସ୍‌ ପାଠ୍ୟକ୍ରମରେ ନାମଲେଖା ପାଇଁ ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ(ନିଟ୍‌) ସୋମବାର...

ମଧୁସୂଦନ ନଗର, ଝାରପଡ଼ା ଆବଦ୍ଧ ଅଞ୍ଚଳ ଘୋଷଣା ନେଇ ଚାଲିଛି ଆଲୋଚନା

ଭୁବନେଶ୍ୱର, ୯ା୪(ବ୍ୟୁରୋ): ଭୁବନେଶ୍ୱରର ୟୁନିଟ୍‌-୪ ଅନ୍ତର୍ଗତ ମଧୂସୂଦନ ନଗର ଓ ଝାରପଡ଼ା ଅଞ୍ଚଳରୁ ଜଣେ ଲେଖାଏ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ସମ୍ପୃକ୍ତ ଅଞ୍ଚଳକୁ...

ନବବଧୂଙ୍କ ମୁଣ୍ଡକୁ ହାଣି ହତ୍ୟା: ସ୍ବାମୀ, ଶାଶୁ ଅଟକ

ଗୋପାଳପୁର, ୧୧-୯:ଗଞ୍ଜାମ ଜିଲା ଗୋପାଳପୁର ଥାନା ଅନ୍ତର୍ଗତ ମନସୁର୍‌କୋଟା ଗ୍ରାମର ଜଣେ ନବବଧୂଙ୍କୁ ହତ୍ୟା କରାଯାଇଛି। ଅଧିକ ଯୌତୁକ ଦାବି ନେଇ ରବିବାର ରାତିରେ ନବବଧୂ ତଥା...

ପିପିଲି ନିର୍ବାଚନମଣ୍ଡଳୀର ବିକାଶ ହିଁ ମୋର ପ୍ରଥମ ଲକ୍ଷ୍ୟ: ରୁଦ୍ର

ଭୁବନେଶ୍ୱର,୫।୧୦(ବ୍ୟୁରୋ): ପିପିଲିର ନବନିର୍ବାଚିତ ବିଧାୟକ ରୁଦ୍ର ପ୍ରତାପ ମହାରଥି ଶପଥ ନେଇଛନ୍ତି। ମଙ୍ଗଳବାର ବିଧାନସଭାରେ ତାଙ୍କୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ପଦ ଓ ଗୋପନୀୟତାର...

ଶହେ ଖଣ୍ଡ ଦୁଇଶହ ଟଙ୍କିଆ ନକଲି ନୋଟ ଜବତ, ଅଭିଯୁକ୍ତ କୋର୍ଟ ଚାଲାଣ

ମ.ରାମପୁର,୨୭।୬(ଶଶିଭୂଷଣ ପ୍ରହରାଜ ): କଳାହାଣ୍ଡି ଜ଼ିଲା କରଲାମୁଣ୍ଡା ବ୍ଲକ ତଥା ମ.ରାମପୁର ଥାନା ଅନ୍ତର୍ଗତ କୁନ୍ଦେଇପାଲି ଗ୍ରାମ ଠାରେ ପୋଲିସ ନକଲି ନୋଟ କରବାର କରୁଥିବା...

ଝାରସୁଗୁଡ଼ାରେ ହେବ କୋଲ୍‌ ଟ୍ରିବ୍ୟୁନାଲ

ଭୁବନେଶ୍ୱର/ଝାରସୁଗୁଡା (ଡି.ଏନ୍‌.ଏ.):୪।୨: ଝାରସୁଗୁଡାରେ ଏକ କୋଲ୍‌ ବିୟରିଂ ଟ୍ରିବ୍ୟୁନାଲ (ସିବିଟି) ସ୍ଥାପନ ନେଇ କେନ୍ଦ୍ର ସରକାର ବୁଧବାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। କୋଇଲା ଖଣି ମାମଲାଗୁଡିକର...

Advertisement
Archives

Model This Week