ଚାଇନା-ରୁଷିଆ ବିପଦ ମଧ୍ୟରେ ହ୍ବାଇଟ ହାଉସ ଘୋଷଣା କଲା ୨୦୨୩ର ଯୋଜନା…

ଓ୍ବାଶିଂଟନ,୪।୧ : ରୁଷିଆ ଏବଂ ଚାଇନା ବିପଦ ମଧ୍ୟରେ ଆମେରିକା ୨୦୨୩ ପାଇଁ କୂଟନୈତିକ ସ୍ଥିତି ସ୍ପଷ୍ଟ କରିଛି। ହ୍ବାଇଟ ହାଉସ କହିଛି ଯେ ଦୀର୍ଘ ଦିନ ଧରି ଆମେରିକା ନିଜର ରଣନୀତିକ ସ୍ଥିତିକୁ ମଜବୁତ କରିବ। ହ୍ବାଇଟ ହାଉସର ପ୍ରେସ ସଚିବ କରିନା ଜାନ ପିଆର ଏକ ଗଣମାଧ୍ୟମ ସମ୍ମିଳନୀରେ କହିଛନ୍ତି ଯେ ଏହା ଏକ ନିର୍ଣ୍ଣାୟକ ଦଶନ୍ଧି ଏବଂ ଆମ ସମୟର ସବୁଠୁ ବଡ ଆହ୍ବାନର ମୁକାବିଲା ପାଇଁ ଆମେ କିପରି ବିଭିନ୍ନ ମିଳିତ ମଞ୍ଚ ଗଠନ କରି ଆଗକୁ ବଢ଼ିବୁ ତାହା ଉପରେ ଧ୍ୟାନ ଦେଇଛୁ।

ପ୍ରେସ ସଚିବ କହିଛନ୍ତି ଯେ ଚଳିତ ବର୍ଷ ଆମେରିକା ଦୀର୍ଘ ଦିନ ପାଇଁ ଏହାର ରଣନୀତିକ ସ୍ଥିତିକୁ ଆଗକୁ ବଢ଼ାଇବ। ଘରୋଇ ଶକ୍ତି ଉତ୍ସରେ ଆମେରିକା ଗୁରୁତ୍ୱପୂର୍ଣ୍ଣ ବିନିଯୋଗ କରିବ ବୋଲି ସେ କହିଛନ୍ତି। ଏହା ୟୁରୋପ ଏବଂ ବିଶ୍ୱର ଆକ୍ରୋଶ ବିରୁଦ୍ଧରେ ଠିଆ ହେବ ଏବଂ ୟୁକ୍ରେନ ସହିତ ଏହାର ସାର୍ବଭୌମତ୍ୱ ତଥା ଆଞ୍ଚଳିକ ଅଖଣ୍ଡତା ତଥା ଅନ୍ତର୍ଜାତୀୟ ଶୃଙ୍ଖଳାର ନୀତି ପାଇଁ ଛିଡା ହେବ। ଘରୋଇ କ୍ଷେତ୍ରରେ ତଥା ବିଶ୍ୱସ୍ତରରେ ଆମେରିକୀୟମାନଙ୍କୁ ସୁରକ୍ଷା ଦେବା ପାଇଁ ରାଷ୍ଟ୍ରପତି ଜୋ ବାଇଡେନ ସରକାର ପ୍ରତିଶ୍ରୁତିବଦ୍ଧ ରହିବେ ଏବଂ ଖାଦ୍ୟ ନିରାପତ୍ତା ଉପରେ ଏକ ସ୍ଥିର ବିଶ୍ୱସ୍ତରୀୟ ମିଳିତ ମଞ୍ଚ ଗଠନ ପାଇଁ କାର୍ଯ୍ୟ କରିବେ। ଯୁଦ୍ଧକ୍ଷେତ୍ରରେ ୟୁକ୍ରେନକୁ ଆମେରିକା ସମର୍ଥନ ଜାରି ରଖିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି କ’ଣ ଘଟିଲା ୮ ମାସରେ ୩୦ ବର୍ଷ ପୁରୁଣା ଗଡ଼ ହରାଇଲା ଭାଜପା: ପିକେ ସାଜିଲେ ଗେମଚେଞ୍ଜର

ପାଟନା,୩।୮: ଶେଷରେ ପିକେ ଓରଫ ପ୍ରଶାନ୍ତ କିଶୋର ସଫଳ ହୋଇଛନ୍ତି। ବିହାରର ବାଙ୍କିପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନ ଜିତି ପ୍ରଶାନ୍ତ କିଶୋର ପ୍ରମାଣ କରିଛନ୍ତି ଯେ…

ଭତ୍ତା ପାଇଁ ହଟହଟା: ଜିଲାପାଳଙ୍କୁ ଫେରାଦ ହେଲେ ବୃଦ୍ଧାବୃଦ୍ଧ

ବରଗଡ଼,୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳର ବୃଦ୍ଧାବୃଦ୍ଧ ଦୀର୍ଘ ମାସ ହେଲା ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ବ୍ୟାଙ୍କକୁ ଗଲେ କେତେବେଳେ…

ନୂଆ ଅବତାରରେ ଧୋନୀ: ଭାଇରାଲ ହେଉଛି VIDEO

ରାଞ୍ଚି,୩।୮: ପୁଣି ଚର୍ଚ୍ଚାରେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ତାଙ୍କୁ ଏକ ନୂଆ ଅବତାରରେ ଦେଖାଯାଇଛି। ଧୋନୀ ଏକ ରେସଟ୍ରାକରେ ବାଇକ…

୧୦ ଦିନରେ ୩ ସ୍ଥାନରେ ବଡ଼ଧରଣର ଲୁଟ୍‌କୁ ନେଇ ଖେଳିଗଲା ଆତଙ୍କ: ସିସିଟିଭି ଲଗାଇବାକୁ ପରାମର୍ଶ ଦେଲେ ଏସଡିପିଓ

ଦାରିଙ୍ଗବାଡି, ୩ ।୮ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗତ କିଛି ଦିନ ହେଲା ଲୁଟେରା ମାତିଛନ୍ତି । ୧୦ ଦିନ ମଧ୍ୟରେ ୩ଟି…

ଭାଜପା ହାରିବାର ୫ ବଡ଼ କାରଣ, ଜାଣନ୍ତୁ…

ପାଟନା,୩।୮: ପାଟନାର ବାଙ୍କିପୁର ବିଧାନସଭା ଆସନରେ ଅନୁଷ୍ଠିତ ଉପନିର୍ବାଚନର ଫଳାଫଳ ଆସିସାରିଛି ଏବଂ ଏଠାରେ ୩୦ ବର୍ଷର ରେକର୍ଡ ଭାଙ୍ଗିଯାଇଛି। ଜନ ସୁରାଜ ପାର୍ଟିର ସଂସ୍ଥାପକ ତଥା…

ପିକେଙ୍କ ବିଜୟଠୁ ଭାଜପାର ପରାଜୟ କାହିଁକି ଚର୍ଚ୍ଚାରେ? ବାଙ୍କୀପୁର ଫଳାଫଳର ପ୍ରଭାବ ପଡ଼ିବ ଦିଲ୍ଲୀ ଗାଦି ଉପରେ!

ପାଟନା,୩।୮: ବାଙ୍କୀପୁରରେ ପ୍ରଶାନ୍ତ କିଶୋରଙ୍କ ବିଜୟ ରାଜନୀତିରେ ଏକ ନୂଆ କୌତୂହଳ ସୃଷ୍ଟି କରିଛି। ଆଜି ସକାଳ ପର୍ଯ୍ୟନ୍ତ ଯେଉଁ ବାଙ୍କୀପୁର ବିଧାନସଭା ଆସନକୁ ଭାଜପାର ଦୁର୍ଗ…

ପ୍ରଶାନ୍ତ କିଶୋରଙ୍କୁ ଜିତାଇଦେଲେ Gen-Z? ହେଲା ବଡ଼ ଖୁଲାସା…

ପାଟନା,୩।୮: ପାଟନାର ହାଇ-ପ୍ରୋଫାଇଲ୍ ବାଙ୍କୀପୁର ବିଧାନସଭା ଆସନରେ ଜନ ସୁରାଜ ପାର୍ଟିର ସଂସ୍ଥାପକ ପ୍ରଶାନ୍ତ କିଶୋର ୧୯,୩୨୪ ଭୋଟ୍‌ରେ ବିଜୟ ହାସଲ କରିଛନ୍ତି। ୩୨ ରାଉଣ୍ଡ ଗଣତିରେ…

ରାଗିକି ଇସ୍ତଫା ଦେଲେ ୨ ବିଧାୟକ

ବେଙ୍ଗାଲୁରୁ,୩।୮: କର୍ନାଟକରେ କଂଗ୍ରେସ ସରକାରଙ୍କ କ୍ୟାବିନେଟ ବିସ୍ତାରକୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଥିବାବେଳେ ନୂତନ ଭାବରେ ପ୍ରକାଶିତ ମନ୍ତ୍ରୀ ତାଲିକା ସେହି ବିଧାୟକମାନଙ୍କୁ ନିରାଶ କରିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri