ଭୁବନେଶ୍ୱର,୪।୧(କ୍ରୀଡ଼ା ପ୍ରତିନିଧି): କଟକର ଡ୍ରିମ୍ସ ଗ୍ରାଉଣ୍ଡରେ ମଙ୍ଗଳବାର ଆରମ୍ଭ ହୋଇଥିବା ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ନାଗାଲାଣ୍ଡ ସମ୍ମାନଜନକ ସ୍କୋର ଦିଗରେ ଅଗ୍ରସର ହୋଇଛି। ଚଳିତ ସିଜନରେ ୫ଟି ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ନାଗାଲାଣ୍ଡ ଉପରେ ଓଡ଼ିଶା ବୋଲରମାନେ ଅଙ୍କୁଶ ଲଗାଇବାରେ ବିଫଳ ହୋଇଛନ୍ତି। ପ୍ରଥମ ଦିବସ ଖେଳ ଶେଷ ବେଳକୁ ଏହି ଦଳ ୬ ଉଇକେଟ ହରାଇ ୨୯୧ ରନ ସଂଗ୍ରହ କରିଛି। ଅର୍ଥାତ୍ କେବଳ ଦ୍ୱିତୀୟ ଥରପାଇଁ ନାଗାଲାଣ୍ଡ ଚଳିତ ସିଜନରେ ୩୦୦ ରନ ଅତିକ୍ରମ କରିବା ଦ୍ୱାରରେ ପହଞ୍ଚତ୍ ଯାଇଛି। ଉତ୍ତରାଖଣ୍ଡ ବିପକ୍ଷ ପ୍ରଥମ ମ୍ୟାଚର ପ୍ରଥମ ଇନିଂସରେ ଏହି ଦଳ ୩୮୯ ରନ କରିଥିଲା। ତେବେ ଦ୍ୱିତୀୟ ଇନିଂସରେ ମାତ୍ର ୨୫ ରନରେ ଅଲ୍ଆଉଟ ହୋଇ ଯାଇଥିଲା। ସେହିପରି ଉତ୍ତର ପ୍ରଦେଶ ବିପକ୍ଷରେ ପ୍ରଥମ ଇନିଂସରେ ୧୩୬ ରନରେ ସୀମିତ ରହି ଫଲୋଅନ ଡାକରା ପାଇବା ପରେ ଦ୍ୱିତୀୟ ଇନିଂସରେ ମାତ୍ର ୧୮୫ ରନରେ ଅଲ୍ଆଉଟ ହୋଇ ଯାଇଥିଲା। ତୃତୀୟ ମ୍ୟାଚରେ ବେଙ୍ଗଲ ବିପକ୍ଷରେ ମଧ୍ୟ ଦଳ ଅନୁରୂପ ବ୍ୟାଟିଂ ବିପର୍ଯ୍ୟୟରେ ପଡ଼ି ୨ଟି ଇନିଂସରେ ଯଥାକ୍ରମେ ୧୬୬ ଓ ୧୨୩ ରନ କରିବାକୁ ସକ୍ଷମ ହୋଇଥିଲା। ଅର୍ଥାତ୍ ଶେଷ ୫ଟି ଇନିଂସରେ ସାଂଘାତିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଏହି ଦଳ ୩ଟି ଯାକ ମ୍ୟାଚରେ ଶୋଚନୀୟ ପରାଜିତ ହୋଇଥିଲା। ମାତ୍ର ଓଡ଼ିଶା ବୋଲରମାନେ ନାଗାଲାଣ୍ଡର ସେପରି ବ୍ୟାଟିଂ ବିପର୍ଯ୍ୟୟ ଘଟାଇ ପାରି ନାହାନ୍ତି।
ଝିମୋମି-ବିସ୍ତଙ୍କ ଶତକୀୟ ଭାଗୀଦାରି
ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଓଡ଼ିଶା। ଓପନର ଜୋସୁଆ ଓଜୁକମ୍ (୭), ଯୁଗନ୍ଦର ସିଂ (୨୦) ଏବଂ ଅଧିନାୟକ ରୋଙ୍ଗସେନ ଜୋନାଥନ (୨୪)ଙ୍କ ଉଇକେଟ ଶୀଘ୍ର ପତନ ହୋଇଥିଲେ ହେଁ ଶ୍ରୀକାନ୍ତ ମୁଣ୍ଡେ, ଚେତନ ବିସ୍ତ ଓ ହୋକାଇତୋ ଝିମୋମିଙ୍କ ଦୃଢ଼ ବ୍ୟାଟିଂ ସହାୟତାରେ ନାଗାଲାଣ୍ଡ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା। ବିଶେଷ କରି ୪ର୍ଥ ଉଇକେଟରେ ମୁଣ୍ଡେ-ବିସ୍ତଙ୍କ ଭାଗୀଦାରିରେ ୭୧ ଏବଂ ଝିମୋମି-ବିସ୍ତଙ୍କ ୫ମ ଉଇକେଟ ଯୋଡ଼ିରେ ୧୨୮ ରନର ପାର୍ଟନରଶିପ୍ ଓଡ଼ିଶା ବୋଲରଙ୍କୁ ନିରାଶ କରିଥିଲା। ମୁଣ୍ଡେ ୧୦୩ ବଲ୍ରୁ ୬୬ ଓ ଝିମୋମି ୧୪୪ ବଲ୍ରୁ ୫୯ ରନକରି ଆଉଟ ହୋଇଥିବାବେଳେ ବିସ୍ତ ୯୪ (୧୫୩ ବଲ, ୧୧ ଚୌକା, ୧ ଛକା) ରନରେ ଅପରାଜିତ ରହି ଶତକର ନିକଟତର ହୋଇଛନ୍ତି। ମହାରାଷ୍ଟ୍ରର ମୁଣ୍ଡେ ଓ ବିସ୍ତ ଚଳିତ ସିଜନରେ ନାଗାଲାଣ୍ଡ ପକ୍ଷରୁ ଖେଳୁଛନ୍ତି। ଓଡ଼ିଶା ବୋଲରଙ୍କ ମଧ୍ୟରେ ସୂର୍ଯ୍ୟକାନ୍ତ ପ୍ରଧାନ ଭଲ ଫର୍ମ ବଜାୟ ରଖି ୩ଟି ଏବଂ ତାରିଣୀ ସ’ ୩ଟି ଉଇକେଟ ନେଇଛନ୍ତି। ଅନ୍ୟ ବୋଲରମାନେ ପ୍ରଭାବୀହୀନ ରହିଛନ୍ତି।
ସଂକ୍ଷିପ୍ତ ସ୍କୋର
ନାଗାଲାଣ୍ଡ ପ୍ରଥମ ଇନିଂସ: ୨୯୧/୬ (ଚେତନ ବିସ୍ତ-୯୪*, ଶ୍ରୀକାନ୍ତ ମୁଣ୍ଡେ-୬୬, ହୋକାଇତୋ ଝିମୋମି-୫୯, ସୂର୍ଯ୍ୟକାନ୍ତ ପ୍ରଧାନ-୩/୬୯, ତାରିଣୀ ସ’-୩/୫୫)।
ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟ୍କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍, ସିରାଜଙ୍କ ଦ୍ରୁତ ବଲ୍…
ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…
ୟୁଏନ୍ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’
ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…
ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି
ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…
ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ
ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…
ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା
ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ
ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…
ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ
ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…
ଛାତ୍ରାବାସରେ ପଶିଲା ପାଣି
ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

