Posted inଖେଳ

୧୯୭୩: ନେଦରଲାଣ୍ଡ୍ସକୁ ପ୍ରଥମ ଟାଇଟଲ

ବିଶ୍ୱକପ୍‌ର ଦ୍ୱିତୀୟ ସଂସ୍କରଣ ନେଦରଲାଣ୍ଡ୍ସର ଆମଷ୍ଟେଲଭିନଠାରେ ଅଗଷ୍ଟ ୨୪ରୁ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ପୂର୍ବ ସଂସ୍କରଣ ଅପେକ୍ଷା ଏଥିରେ ଦଳ ସଂଖ୍ୟା ୨ ବଢ଼ିଥିଲା। ୧୨ଟି ଦଳକୁ ନେଇ ହୋଇଥିଲା ଏହି ବିଶ୍ୱକପ୍‌। ପୂର୍ବ ଫର୍ମାଟ ଭଳି ଏଥର ମଧ୍ୟ ଭାଗ ନେଇଥିବା ୧୨ ଦଳକୁ ୨ଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଥିଲା। ଗ୍ରୁପ୍‌ ‘ଏ’ରେ ପଶ୍ଚିମ ଜର୍ମାନୀ, ଭାରତ, ସ୍ପେନ୍‌, ନ୍ୟୁଜିଲାଣ୍ଡ, କେନିୟା ଓ ଜାପାନ ରହିଥିଲେ। ସେହିପରି ଗ୍ରୁପ୍‌ ‘ବି’ରେ ପାକିସ୍ତାନ, ନେଦରଲାଣ୍ଡ୍ସ, ବେଲଜିୟମ, ଇଂଲଣ୍ଡ, ମାଲେସିଆ ଓ ଆର୍ଜେଣ୍ଟିନା ସ୍ଥାନ ପାଇଥିଲେ। ୧୯୭୨ ମ୍ୟୁନିଚ୍‌ ଅଲିମ୍ପିକ୍ସରେ ଶ୍ରେଷ୍ଠ ୮ ସ୍ଥାନ ହାସଲ କରିଥିବା ଦଳ ବିଶ୍ୱକପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିବା ନିୟମ ରହିଥିଲା। ମାତ୍ର ଏହା ମଧ୍ୟରେ ଅଷ୍ଟ୍ରେଲିଆ ଆସୁଥିଲେ ମଧ୍ୟ ଆର୍ଥିକ ସଙ୍କଟ ଯୋଗୁ ଓହରି ଯାଇଥିଲା। ଗ୍ରେଟ୍‌ ବ୍ରିଟେନ ସ୍ଥାନରେ ଇଂଲଣ୍ଡ ଖେଳିଥିଲା। ଅନ୍ୟ ୪ଟି ଦଳକୁ ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ପକ୍ଷରୁ ନିମନ୍ତ୍ରଣ କରାଯିବାର ଥିଲା। ମାତ୍ର ଅଷ୍ଟ୍ରେଲିଆ ଓହରି ଯିବାରୁ ୫ ଦଳକୁ ନିମନ୍ତ୍ରଣ କରାଯାଇଥିଲା। ଏହି ଦଳଗୁଡ଼ିକ ହେଲେ ସ୍ପେନ୍‌, ମାଲେସିଆ, ବେଲଜିୟମ, ଜାପାନ ଓ ନ୍ୟୁଜିଲାଣ୍ଡ। ଅଷ୍ଟ୍ରେଲିଆ ସ୍ଥାନରେ ସୁଯୋଗ ପାଇଥିଲା ନ୍ୟୁଜିଲାଣ୍ଡ। ପୁଲ୍‌ ‘ଏ’ରୁ ପଶ୍ଚିମ ଜର୍ମାନୀ, ଭାରତ ଏବଂ ପୁଲ୍‌ ‘ବି’ରୁ ପାକିସ୍ତାନ ଓ ଆୟୋଜକ ନେଦରଲାଣ୍ଡ୍ସ ସେମିଫାଇନାଲକୁ ଉନ୍ନୀତ ହୋଇଥିଲେ। ଅପରାଜେୟ ରହିଥିବା ଭାରତ ଖେଳିଥିବା ୫ ମ୍ୟାଚରୁ ୩ ବିଜୟ ଓ ୨ ଡ୍ର ସହ ୧୧ ପଏଣ୍ଟ ପାଇଥିଲା। ନେଦରଲାଣ୍ଡ୍ସ ଓ ପଶ୍ଚିମ ଜର୍ମାନୀ ମଧ୍ୟରେ ଅନୁଷ୍ଠିତ ପ୍ରଥମ ସେମିଫାଇନାଲ ନିର୍ଦ୍ଧାରିତ ସମୟରେ ଗୋଲଶୂନ୍ୟ ରହିବାରୁ ଫଳାଫଳ ପାଇଁ ପେନାଲ୍ଟି ଶୁଟ୍‌ଆଉଟର ସହାୟତା ନିଆଯାଇଥିଲା। ଏଥିରେ ନେଦରଲାଣ୍ଡ୍ସ ୪-୨ ଗୋଲରେ ବିଜୟୀ ହୋଇ ପ୍ରଥମଥର ପାଇଁ ଫାଇନାଲରେ ପ୍ରବେଶ କରିଥିଲା। ଦ୍ୱିତୀୟ ସେମିଫାଇନାଲରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୧-୦ ଗୋଲରେ ହରାଇଥିଲା ଭାରତ। ଫାଇନାଲରେ ନେଦରଲାଣ୍ଡ୍ସକୁ ଭାରତ କଡ଼ା ଟକ୍କର ଦେଇଥିଲା। ଫଳରେ ନିର୍ଦ୍ଧାରିତ ସମୟ ଏବଂ ଅତିରିକ୍ତ ସମୟରେ ଖେଳ ୨-୨ରେ ବରାବର ରହିଥିଲା। ତେବେ ଶୁଟ୍‌ଆଉଟ ପର୍ଯ୍ୟାୟରେ ନେଦରଲାଣ୍ଡ୍ସର ୪ ଗୋଲ ତୁଳନାରେ ଭାରତ ୨ଟି ଦେବାରେ ସକ୍ଷମ ହୋଇଥିଲା। ଫଳରେ ନେଦରଲାଣ୍ଡ୍ସକୁ ପ୍ରଥମ ଟାଇଟଲ ମିଳିଥିଲା। ପ୍ଲେ-ଅଫ୍‌ରେ ପାକିସ୍ତାନକୁ ୧-୦ ଗୋଲରେ ହରାଇ ପଶ୍ଚିମ ଜର୍ମାନୀ ବ୍ରୋଞ୍ଜ ପଦକ ହାସଲ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?