ଯୁଦ୍ଧକୁ ନେଇ ଆମେରିକାର ଅଭିଯୋଗ, ପୁଟିନ କରିଛନ୍ତି ବଡ଼ ଅପରାଧ…

ଓ୍ବାଶିଂଟନ,୧୯।୨ : ରୁଷିଆ ଏବଂ ୟୁକ୍ରେନ ଯୁଦ୍ଧକୁ ବର୍ଷେ ବିତିବାକୁ ଯାଉଛି। ଏପରିସ୍ଥଳେ ଆମେରିକା ରୁଷିଆ ବିରୋଧରେ ଗୁରୁତର ଅଭିଯୋଗ ଆଣିଛି। ଆମେରିକା କହିଛି ଯେ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ୟୁକ୍ରେନରେ ମାନବିକତା ବିରୋଧରେ ଏକ ବଡ଼ ଅପରାଧ କରିଛନ୍ତି।

ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ କହିଛନ୍ତି ଯେ ୟୁକ୍ରେନରେ ରୁଷ ମାନବିକତା ବିରୋଧରେ ଅପରାଧ କରିଛି ବୋଲି ଆମେରିକା ବିଶ୍ୱାସ କରେ। ଅପରାଧୀଙ୍କ ବିରୋଧରେ ନ୍ୟାୟିକ ପ୍ରକ୍ରିୟା ଗ୍ରହଣ କରାଯିବା ଉଚିତ। ହାରିସ ମ୍ୟୁନିକ ସୁରକ୍ଷା ସମ୍ମିଳନୀ, ରାଜ୍ୟ ମୁଖ୍ୟ, ପ୍ରତିରକ୍ଷା ମନ୍ତ୍ରୀ ଏବଂ ଅନ୍ୟାନ୍ୟ ବିଶ୍ୱ ନେତାଙ୍କ ବାର୍ଷିକ ବୈଠକରେ ଯୋଗଦେଇ ଏହା କହିଛନ୍ତି। ୟୁକ୍ରେନ୍‌ର ସାଧାରଣ ନାଗରିକଙ୍କ ବିରୋଧରେ ରୁଷିଆର ସୈନ୍ୟବାହିନୀ ବ୍ୟାପକ ତଥା ବ୍ୟବସ୍ଥିତ ଆକ୍ରମଣ କରିଛନ୍ତି।

ରଏଟର୍ସ ଅନୁଯାୟୀ, ସେ କହିଛନ୍ତି, ’ମୁଁ ଏହି ସମସ୍ତଙ୍କୁ କହିଛି ଯେଉଁମାନେ ଏହି ଅପରାଧ କରିଛନ୍ତି ଏବଂ ସେମାନଙ୍କ ବରିଷ୍ଠ ଅଧିକାରୀ ଯେଉଁମାନେ ଏହି ଅପରାଧରେ ଜଡ଼ିତ ଅଛନ୍ତି, ସେମାନଙ୍କୁ ଏହାର ଉତ୍ତରଦାୟୀ କରାଯିବ।

ହାରିସ କହିଛନ୍ତି, ଯଦି ପୁଟିନ ଭାବନ୍ତି ଯେ ସେ ଆମ ପାଇଁ ଅପେକ୍ଷା କରିପାରିବେ, ତେବେ ସେ ବହୁତ ଭୁଲ କରୁଛନ୍ତି। ସେ କହିଛନ୍ତି ଯେ ସମୟ ତାଙ୍କ ସପକ୍ଷରେ ନାହିଁ।

ଆମେରିକା ଅଭିଯୋଗ କରିଛି ଯେ ରୁଷିଆ ୟୁକ୍ରେନରୁ ପିଲାମାନଙ୍କ ସମେତ ହଜାର ହଜାର ଲୋକଙ୍କୁ ବେଘର କରିଛି। ସେମାନେ ର୍ନିଦ୍ଦୟ ଭାବରେ ପିଲାମାନଙ୍କୁ ସେମାନଙ୍କ ପରିବାରଠାରୁ ଅଲଗା କରିଛନ୍ତି। ମାର୍ଚ୍ଚ ମଧ୍ୟଭାଗରେ ମାରିଅପୋଲର ଏକ ଥିଏଟର ଉପରେ ସାଧାରଣ ନାଗରିକ ଆଶ୍ରୟ ନେଉଥିବା ଆକ୍ରମଣ ପୁଟିନଙ୍କ ବର୍ବରତାକୁ ସେ ସୂଚାଇ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଥର କାର୍ଯ୍ୟଭାର ସମ୍ଭାଳିବା ପରେ ସେନା ଉପରେ ନିୟନ୍ତ୍ରଣ ରଖୁଛନ୍ତି ରାଷ୍ଟ୍ରପତି ଜିନପିଙ୍ଗ, ଯୁଦ୍ଧ ପ୍ରସ୍ତୁତି ଉପରେ ଦେଉଛନ୍ତି ଗୁରୁତ୍ୱ

ବେଜିଂ,୧୦ ।୧୨: ଚାଇନା କମ୍ୟୁନିଷ୍ଟ ପାର୍ଟିର ୨୦ ତମ ରାଷ୍ଟ୍ରୀୟ କଂଗ୍ରେସର ତୃତୀୟ କାର୍ଯ୍ୟକାଳ ପାଇଁ ଶାସନ କ୍ଷମତା ହାସଲ କରିବା ପରେ ରାଷ୍ଟ୍ରପତି ସି...

ୟୁକ୍ରେନ୍‌ ଯୁଦ୍ଧରେ ସ୍ନାଇପର ‘ଓ୍ବାଲି’ଙ୍କ ଏଣ୍ଟ୍ରି…

କ୍ୱିଭ୍‌, ୧୨।୩: ରୁଷିଆ ବିରୋଧରେ ୟୁକ୍ରେନର ସହିତ ମିଶି ଲଢ଼ିବା ପାଇଁ ପୃଥିବୀର ସର୍ବଶ୍ରେଷ୍ଠ ସ୍ନାଇପର ‘ଓ୍ବାଲି’ ଏବେ ଯୁଦ୍ଧରେ ଏଣ୍ଟ୍ରି କରିଛନ୍ତି। ବର୍ତ୍ତମାନ ରୁଷିଆ...

ସେନାଙ୍କୁ ସ୍ୱତନ୍ତ୍ର ପୋଷାକ, ଜୋତା, ଟେଣ୍ଟ ଯୋଗଇ ଦେଲେ ଜିନପିଙ୍ଗ ସରକାର

ବେଜିଂ,୩୦ ।୧୦: ଗୋଟିଏ ପଟେ ଭାରତ ସହ ଶାନ୍ତି କଥାବାର୍ତ୍ତା କରୁଥିବା ଚାଇନା କିନ୍ତୁ ଲଦ୍ଦାଖ ସୀମାରେ ସେନାକୁ ମଜଭୁତ କରିବାରେ ଲାଗିଛି । ଆଗକୁ...

ଆଇଏମ୍‌ଏଫ୍‌କୁ କଟାକ୍ଷ

କଲମ୍ବୋ,୧୩ା୭: ଶ୍ରୀଲଙ୍କାର ରାଜନୈତିକ ସଙ୍କଟ କଲମ୍ବୋକୁ ଆର୍ଥିକ ଦୁର୍ଗତିରୁ ସହଜରେ ମୁକୁଳିବାକୁ ଦେଇ ନ ପାରେ। ଦେଶର ଅର୍ଥମନ୍ତ୍ରୀ ଦାୟିତ୍ୱରେ ଥିବା ପ୍ରଧାନମନ୍ତ୍ରୀ ରାନିଲ ଓ୍ବିକ୍ରମସିଂଘେ...

ଲାଲ୍‌ଗ୍ରହରେ ଜୀବସତ୍ତା ଅନ୍ବେଷଣ

ଓ୍ବାଶିଂଟନ,୩୧ା୭:ପର୍ସିଭରାନ୍ସ ୭ ମାସ ପରେ ମଙ୍ଗଳରେ ଅବତରଣ କରିବ। ୩.୫୦୦ ବିଲିୟନ ବର୍ଷ ପୂର୍ବେ ଲାଲ୍‌ଗ୍ରହରେ ଥିବା ଜେଜିରୋ ହ୍ରଦ ଏକ ବୃହତ୍‌ ଗର୍ତ୍ତରେ ପରିଣତ...

ରୁଷିଆକୁ ବଡ଼ ଝଟ୍‌କା

କ୍ୱିଭ୍‌,୩।୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଅଷ୍ଟମ ଦିନରେ ପହଞ୍ଚିଛି। ୟୁକ୍ରେନରେ ରୁଷିଆ ପକ୍ଷରୁ ଆକ୍ରମଣ ଜୋରଦାର କରାଯାଇଛି। ଏହି ସମୟରେ ମିଳିତ...

ଶୁକ୍ରବାର ଜିସାଟ୍‌-୩୦ର ହେବ ଉତ୍‌କ୍ଷେପଣ: ୧୫ ବର୍ଷ ପାଇଁ କରିବ କାର୍ଯ୍ୟ

ସାୟେନି,୧୬।୧: ଦେଶର ସଞ୍ଚାର ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଶୁକ୍ରବାର ମହାକାଶକୁ ଜିସାଟ୍‌-୩୦ ଉତ୍‌କ୍ଷେପଣ କରାଯିବ। ଏହା ଦ୍ୱାରା ଟେଲିଭିଜନ ପ୍ରସାରଣ, ପାଣିପାଗ ସୂଚନା ଆଦି...

ଗାଁ ରାସ୍ତାରେ ବହିଲା ରକ୍ତର ନଦୀ !

ଜାକର୍ତ୍ତା,୭।୨: ଏବେ ସୋସିଆଲ୍‌ ମିଡ଼ିଆରେ ଇଣ୍ଡୋନେସିଆର ଏକ ଗାଁର ଫଟୋ ଏବଂ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଗାଁ ରାସ୍ତାରେ ରକ୍ତ ଭଳି ଲାଲ୍‌ ରଙ୍ଗର...

Advertisement
Archives

Model This Week