ମହାକାଶକୁ ପଠାଯିବ ଆମେରିକା ରାଷ୍ଟ୍ରପତିଙ୍କ କେଶ

ୱାଶିଂଟନ,୨୧ ।୨: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ୱାଶିଂଟନ, ଜନ ଏଫ କେନେଡି, ହ୍ୱାଇଟ ଡି ଆଇଜନହାବର ଓ ରୋନାଲ୍ଡ ରିଗନଙ୍କ କେଶର ସାମ୍ପଲକୁ ମହାକାଶ ପଠାଯିବାକୁ ପ୍ରସ୍ତୁତି ଚାଲିଛି । ଟେକ୍ସାସ ସ୍ଥିତ କମ୍ପାନୀ ସେଲେଷ୍ଟିସ ଏହି କେଶର ସାମ୍ପଲକୁ ମହାକାଶକୁ ପଠାଇବ ।

ସେଲେଷ୍ଟିସ ହେଉଛି ମହାକାଶକୁ ଚିତାଭଷ୍ମ ବା ଅବଶେଷ ପଠାଇବାର କମ୍ପାନୀ । ଆମେରିକାରରେ ରାଷ୍ଟ୍ରପତି ଦିବସ ଅବସରରେ ପୂର୍ବତନ ରାଷ୍ଟ୍ରପତିଙ୍କ ଡିଏନଏ କେଶ ଆକାରରେ ରକେଟ ଦ୍ୱାରା ମହାକାଶକୁ ଉତକ୍ଷେପଣ କରାଯିବ । ଏହି ମିଶନ ଚଳିତ ବର୍ଷ ଶେଷରେ ଆରମ୍ଭ ହେବ ।
ସୂଚନା ଅନୁଯାୟୀ, ଆମେରିକାର ରାଷ୍ଟ୍ରପତିଙ୍କ ବ୍ୟତୀତ ପ୍ରସିଦ୍ଧ ଟେଲିଭଜନ ସିରିଜ ଷ୍ଟାର ଟ୍ରେକର ନିର୍ମାତା ଜିନ ରୋଡେନଭେରୀ ଏବଂ ଧାରାବାହିକର ଅନ୍ୟ କଳାକାରଙ୍କର ଅବଶେଷ ମଧ୍ୟ ମହାକାଶକୁ ପଠାଯିବ । କୁହାଯାଉଛି କି ପୂର୍ବତନ ରାଷ୍ଟ୍ରପତିଙ୍କ କେଶ ନମୁନାକୁ ଜଣେ ଅଜ୍ଞାତ ବ୍ୟକ୍ତି ଦାନ କରିଛନ୍ତି ଏବଂ ଏହାସହ ଏକ ପ୍ରମାଣ ପତ୍ର ରହିଛି । ସେଲେଷ୍ଟିସ କହିଛି ଯେ ମହାକାଶକୁ ପଠାଯିବାକୁ ଥିବା କେଶ ନମୁନାକୁ ଗତ କିଛି ବର୍ଷ ଧରି ଜଳବାୟୁ ନିୟନ୍ତ୍ରଣ ସୁବିଧାରେ ରଖାଯାଇଥିଲା ।
ସେଲେଷ୍ଟିସର ସହ-ପ୍ରତିଷ୍ଠାତା ତଥା ସିଇଓ ଚାର୍ଲସ ଶେଫର କହିଛନ୍ତି, ଆମେରିକାର ଏହି ପୂର୍ବତନ ରାଷ୍ଟ୍ରପତିଙ୍କ ଏହି ଡିଏନଏକୁ ମହାକାଶକୁ ପଠାଇ ଆମେ ମଣିଷଙ୍କୁ ମହାକାଶକୁ ପଠାଇବା ମିଶନ ପାଇଁ ମୁଳଦୁଆ ପକାଉଛୁ । ଏହା ସହିତ ଏହା ମହାକାଶରେ ମନୁଷ୍ୟର ଏକ ଐତିହାସିକ ରେକର୍ଡ ହେବ । କେଶ ନମୁନା ପଠାଇଥିବା ଏହି ରକେଟ ଫ୍ଲୋରିଡାର କେପ କାନଭେରାଲରୁ ଉତକ୍ଷେପଣ ଆରମ୍ଭ କରିବ ।


Enter your email to get our daily news in your inbox.

All Right Reserved By Dharitri.Com

ବଚ୍ଚନ ପରିବାରର ଭିତିରି କଥା କହିଦେଲେ ଅମିତାଭ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

ନୀତିନ ନବୀନଙ୍କ ନୂଆ ଟିମ୍‌ରେ କେଉଁ ରାଜ୍ୟରୁ କାହାକୁ ମିଳିଲା ଦାୟିତ୍ୱ: ଜାଣନ୍ତୁ

ନୂଆଦିଲ୍ଲୀ,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

୨ ବର୍ଷର ବନବାସର ଘଟିଲା ଅନ୍ତ: ସ୍ମୃତିଙ୍କୁ ମିଳିଲା…

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଦ୍ୱାରା ଘୋଷଣା କରାଯାଇଥିବା ନୂତନ ଦଳରେ, ପୂର୍ବତନ ଏମ୍‌ପି ଏବଂ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ…

ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ…

ନୂଆ ଟିମ୍ ଘୋଷଣା କଲେ ନୀତିନ ନବୀନ; କିଏ ଏହି ଦୀପକ ମହସ୍କେ, ଯାହାଙ୍କୁ ମିଳିଲା ବଡ଼ ଦାୟିତ୍ବ

ନୂଆଦିଲ୍ଲୀ,୧୭।୮: ନୀତିନ ନବୀନ ତାଙ୍କ ନୂଆ ଟିମ୍‌ ଘୋଷଣା କରିଛନ୍ତି । ଏଥିରେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ହୋଇଛି ଦଳର ଆଇଟି ସେଲ୍‌ ମୁଖ୍ୟ ପଦରେ…

ବନ୍ୟାପାଣିରେ ଭାସିଯାଇଥିଲେ ଯୁବକ, ୪ଦିନ ପରେ ମୃତଦେହ ଉଦ୍ଧାର

ଧାମନଗର,୧୭।୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବ୍ଲକ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହଡ଼ପୁର ଯେନାସାହି ଗ୍ରାମର ଗଣେଶ ଜେନା (୫୨)ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜର ୪ଦିନ ପରେ ଜଙ୍ଗଲରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri