ମହାକାଶକୁ ପଠାଯିବ ଆମେରିକା ରାଷ୍ଟ୍ରପତିଙ୍କ କେଶ

ୱାଶିଂଟନ,୨୧ ।୨: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ୱାଶିଂଟନ, ଜନ ଏଫ କେନେଡି, ହ୍ୱାଇଟ ଡି ଆଇଜନହାବର ଓ ରୋନାଲ୍ଡ ରିଗନଙ୍କ କେଶର ସାମ୍ପଲକୁ ମହାକାଶ ପଠାଯିବାକୁ ପ୍ରସ୍ତୁତି ଚାଲିଛି । ଟେକ୍ସାସ ସ୍ଥିତ କମ୍ପାନୀ ସେଲେଷ୍ଟିସ ଏହି କେଶର ସାମ୍ପଲକୁ ମହାକାଶକୁ ପଠାଇବ ।

ସେଲେଷ୍ଟିସ ହେଉଛି ମହାକାଶକୁ ଚିତାଭଷ୍ମ ବା ଅବଶେଷ ପଠାଇବାର କମ୍ପାନୀ । ଆମେରିକାରରେ ରାଷ୍ଟ୍ରପତି ଦିବସ ଅବସରରେ ପୂର୍ବତନ ରାଷ୍ଟ୍ରପତିଙ୍କ ଡିଏନଏ କେଶ ଆକାରରେ ରକେଟ ଦ୍ୱାରା ମହାକାଶକୁ ଉତକ୍ଷେପଣ କରାଯିବ । ଏହି ମିଶନ ଚଳିତ ବର୍ଷ ଶେଷରେ ଆରମ୍ଭ ହେବ ।
ସୂଚନା ଅନୁଯାୟୀ, ଆମେରିକାର ରାଷ୍ଟ୍ରପତିଙ୍କ ବ୍ୟତୀତ ପ୍ରସିଦ୍ଧ ଟେଲିଭଜନ ସିରିଜ ଷ୍ଟାର ଟ୍ରେକର ନିର୍ମାତା ଜିନ ରୋଡେନଭେରୀ ଏବଂ ଧାରାବାହିକର ଅନ୍ୟ କଳାକାରଙ୍କର ଅବଶେଷ ମଧ୍ୟ ମହାକାଶକୁ ପଠାଯିବ । କୁହାଯାଉଛି କି ପୂର୍ବତନ ରାଷ୍ଟ୍ରପତିଙ୍କ କେଶ ନମୁନାକୁ ଜଣେ ଅଜ୍ଞାତ ବ୍ୟକ୍ତି ଦାନ କରିଛନ୍ତି ଏବଂ ଏହାସହ ଏକ ପ୍ରମାଣ ପତ୍ର ରହିଛି । ସେଲେଷ୍ଟିସ କହିଛି ଯେ ମହାକାଶକୁ ପଠାଯିବାକୁ ଥିବା କେଶ ନମୁନାକୁ ଗତ କିଛି ବର୍ଷ ଧରି ଜଳବାୟୁ ନିୟନ୍ତ୍ରଣ ସୁବିଧାରେ ରଖାଯାଇଥିଲା ।
ସେଲେଷ୍ଟିସର ସହ-ପ୍ରତିଷ୍ଠାତା ତଥା ସିଇଓ ଚାର୍ଲସ ଶେଫର କହିଛନ୍ତି, ଆମେରିକାର ଏହି ପୂର୍ବତନ ରାଷ୍ଟ୍ରପତିଙ୍କ ଏହି ଡିଏନଏକୁ ମହାକାଶକୁ ପଠାଇ ଆମେ ମଣିଷଙ୍କୁ ମହାକାଶକୁ ପଠାଇବା ମିଶନ ପାଇଁ ମୁଳଦୁଆ ପକାଉଛୁ । ଏହା ସହିତ ଏହା ମହାକାଶରେ ମନୁଷ୍ୟର ଏକ ଐତିହାସିକ ରେକର୍ଡ ହେବ । କେଶ ନମୁନା ପଠାଇଥିବା ଏହି ରକେଟ ଫ୍ଲୋରିଡାର କେପ କାନଭେରାଲରୁ ଉତକ୍ଷେପଣ ଆରମ୍ଭ କରିବ ।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା କୋଇଲା ଖଣି ବିସ୍ଫୋରଣ: ୧୪ ମୃତ

ବେଜିଂ,୧୭।୧୨: ଚାଇନାରେ ଏକ କୋଇଲା ଖଣିରେ ବିସ୍ଫୋରଣ ହେବା ଫଳରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଖଣିରେ ପାଖାପାଖି ୩୪୬ ଶ୍ରମିକ କାମ କରୁଥିବା...

ଇରାନ୍‌ ବିରୋଧରେ କଟକଣା ଜାରି କରି ଆମେରିକା ଅପରାଧ କରିଛି: ରୁହାନି

ତେହରାନ,୧୬।୧୦: ଇରାନ୍‌ ବିରୋଧରେ କଟକଣା ଜାରି କରି ଆମେରିକା ଅପରାଧ କରିଛି। ଏନେଇ ଇରାନ୍‌ ରାଷ୍ଟ୍ରପତି ହସନ୍‌ ରୁହାନି କହିଛନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର କ୍ଷେତ୍ରୀୟ...

ପୁଣି ଯୁଦ୍ଧ ଧମକ ଦେଲା ପାକିସ୍ତାନ

ଇସାଲାମାବାଦ,୬।୯:ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ବିଚଳିତ ହୋଇପଡ଼ିଥିବା ପାକିସ୍ତାନ ପୁଣି ଭାରତକୁ ଯୁଦ୍ଧ ଧମକ ଦେଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କିଛି ଦିନ ତଳେ ଭାରତକୁ ପରମାଣୁ...

୧୧ ଦିନ ପାଇଁ ଏଠି ହସିବା ମନା

ପ୍ୟୋଙ୍ଗୟାଙ୍ଗ,୧୭।୧୨: ଡେମୋକ୍ରାଟିକ ପିପୁଲ୍ସ ରିପବ୍ଲିକ ଅଫ କୋରିଆ, ଉତ୍ତର କୋରିଆ ନାମରେ ମଧ୍ୟ ଜଣାଶୁଣା। ତେବେ ସେଠାକାର ପୂର୍ବତନ ନେତା କିମ୍‌ ଜଙ୍ଗ-ଇଲଙ୍କ ଶୁକ୍ରବାର ଦଶମ...

ଅସ୍ତ୍ରଶସ୍ତ୍ର କିଣିବା ବୟସ ୧୮ରୁ ୨୧ ହେବା ଆବଶ୍ୟକ: ବାଇଡେନ୍‌

ଓ୍ବାଶିଟନ୍‌,୩।୬:ଆମେରିକାରେ ବନ୍ଧୁକ ହିଂସାକୁ ନେଇ ରାଷ୍ଟ୍ରପତି ଜୋ ବାଇଡେନ ଉଦେ୍‌ବେଗ ପ୍ରକାଶ କହିଛନ୍ତି। ଶିଶୁ ଏବଂ ପରିବାରର ସୁରକ୍ଷା ପାଇଁ ୧୮ରୁ ୨୧ ପର୍ଯ୍ୟନ୍ତ ଅସ୍ତ୍ରଶସ୍ତ୍ର...

୫୦ ଦିନରେ କରୋନା: ୯୦ ହଜାର କୋଟି ଖର୍ଚ୍ଚ କଲାଣି ଚାଇନା; ୭୬ କୋଟିରୁ ଅଧିକ ଲୋକ ଘରେ ବନ୍ଦ !

ବେଜିଂ,୧୮।୨: ଇତିମଧ୍ୟରେ ଚାଇନାରେ ଦେଖାଦେଇଥିବା କରୋନା ଭୁତାଣୁ ସଂକ୍ରମଣକୁ ୫୦ ଦିନ ବିତିଛି। ୨୦୧୯ ଡିସେମ୍ବର ୩୧ରେ ପ୍ରଥମ କରୋନା ସଂକ୍ରମଣ ଘଟଣା ଘଟିଥିଲା। କରୋନା...

ଇରାନରେ ପୁଣି ଜଣେ ଆନ୍ଦୋଳନକାରୀଙ୍କୁ ଫାଶୀ

ଦୁବାଇ,୧୨।୧୨: ଇରାନରେ ଆଉ ଜଣେ ହିଜାବ ବିରୋଧୀ ଆନ୍ଦୋଳନକାରୀଙ୍କୁ ସୋମବାର ସରକାର ଫାଶୀ ଦେଇଛନ୍ତି । ସେ ହେଲେ ୨୪ ବର୍ଷୀୟ ଯୁବକ ମାଜିଦ୍ରେଜା ରହନାଭାର୍ଡ...

ଡୋରିଆନ ସାମୁଦ୍ରିକ ଝଡ଼ ପାଇଁ ୬ଶହ ବିମାନ ବାତିଲ

ଓ୍ବାଶିଂଟନ,୨।୯: ମାଡି ଆସୁଛି ସାମୁଦ୍ରିକ ଝଡ଼ ଡୋରିଆନ। ଏହା ଉତ୍ତର ବାହାମସରେ ଲ୍ୟାଣ୍ଡଫଲ୍‌ କରିବାର ଅନୁମାନ କରାଯାଉଛି। ଏହା ଆମେରିକାରେ ତାଣ୍ଡବ ରଚିବ ବୋଲି କହିଛି...

Advertisement
Archives

Model This Week