Posted inଖେଳ

ସିଓଏ ସଂଶୋଧନ ସପକ୍ଷରେ ଭୂତିଆ

ନୂଆଦିଲ୍ଲୀ,୨୩ା୮: ପୂର୍ବତନ ଭାରତୀୟ ଫୁଟ୍‌ବଲ ଅଧିନାୟକ ତଥା କିମ୍ବଦନ୍ତୀ ବାଇଚୁଙ୍ଗ ଭୂତିଆ କମିଟି ଅଫ୍‌ ଆଡ୍‌ମିନିଷ୍ଟ୍ରେଟର୍ସ ଦ୍ୱାରା କରାଯାଇଥିବା ସଂଶୋଧନକୁ ସମର୍ଥନ କରି ଏକ ଯାଚିକା ଦାଖଲ କରିଛନ୍ତି। ଫିଫା ପକ୍ଷରୁ କରାଯାଇଥିବା ବାସନ୍ଦରେ ଭୟଭୀତ ନ ହୋଇ ଭାରତ ଏହି ସଂଶୋଧନଗୁଡିକ କାର୍ଯ୍ୟକାରୀ କରିବା ଉଚିତ ବୋଲି ସେ ଉଲ୍ଲେଖ କରିଛନ୍ତି। ଅନ୍ୟପକ୍ଷରେ ସର୍ବଭାରତୀୟ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ)ର କୌଣସି ପଦ ପାଇଁ ସେ ଆଗ୍ରହୀ ନୁହନ୍ତି ବୋଲି କହିଛନ୍ତି ପୂର୍ବତନ ସଭାପତି ପ୍ରଫୁଲ୍ଲ ପଟେଲ।
କ୍ରିକେଟ୍‌ ପ୍ରତି ତେନ୍ଦୁଲକର ଓ ଗାଭାସ୍କରଙ୍କ ଅବଦାନ ଯାହା ଫୁଟ୍‌ବଲରେ ଭୂତିଆଙ୍କ ଅବଦାନ ଏହାଠାରୁ କୌଣସି ଗୁଣରେ କମ୍‌ ନୁହଁ। ସୋମବାର ସୁପ୍ରିମ୍‌କୋର୍ଟରେ ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏପରି କୁହାଯିବା ସହିତ ତାଙ୍କ ପାଇଁ ଏକ ବୃହତ୍ତର ଦାୟିତ୍ୱ ରଖାଯାଇଥିବା କହିଥିଲେ। ଏଆଇଏଫ୍‌ଏଫ୍‌ ସଭାପତି ପଦ ତାଙ୍କ ସମ୍ମାନ ତୁଳନାରେ ଉପଯୁକ୍ତ ନୁହେଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ସିଓଏ ପକ୍ଷରୁ ଆଗତ ସମ୍ବିଧାନକୁ ଆପଣେଇନେବା ପାଇଁ ଭୂତିଆ ଆବେଦନ କରିଥିଲେ। ଦେଶ ପାଇଁ ୧୦ ବର୍ଷ ବା ୧୦୦ରୁ ଅଧିକ ମ୍ୟାଚ୍‌ ଖେଳିଥିଲେ ହେଁ ଫୁଟ୍‌ବଲ ପ୍ରଶାସନରେ ସାମିଲ ହେବା ତାଙ୍କ ପାଇଁ ସ୍ବପ୍ନ ବୋଲି ଭୂତିଆ କହିଥିଲେ। ଭୂତିଆଙ୍କ ପକ୍ଷରୁ ରାଘେନାଥ ବସନ୍ତ ମାମଲା ପରିଚାଳନା କରିଥିଲେ। ୧୦୭ ମ୍ୟାଚ୍‌ରେ ଭାରତର ପ୍ରତିନିଧିତ୍ୱ କରିବା ସତ୍ତ୍ୱେ ମଧ୍ୟ ଫୁଟବଲ ପ୍ରଶାସନରେ ପ୍ରବେଶ କରିବା ତାଙ୍କ ପାଇଁ ଅସମ୍ଭବ। ଏପରି ସ୍ଥଳେ ସିଓଏଙ୍କ ସଂଶୋଧନ ଲାଗୁହେବା ଆବଶ୍ୟକ। ଏପରି ହେଲେ ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ ଆୟୋଜନ ପ୍ରଭାବିତ ହେବ ବୋଲି ଖଣ୍ଡପୀଠ କହିଥିଲେ। ୪ ବର୍ଷ ତଳେ ୧୭ ବର୍ଷରୁ କମ୍‌ ପୁରୁଷ ବିଶ୍ୱକପ ଆୟୋଜନ କରିଥିଲା। ବର୍ତ୍ତମାନ ଭାରତର ର଼୍ୟାଙ୍କିଙ୍ଗ୍‌ ୧୦୪ ରହିଛି। ତେଣୁ ୧୭ ବର୍ଷରୁ କମ୍‌ ବିଶ୍ୱକପ୍‌ ଆୟୋଜନ ପରିବର୍ତ୍ତେ ସଂଶୋଧନ କରିବା ସହିତ ଆଗାମୀ ଦିନରେ ମୁଖ୍ୟ ବିଶ୍ୱକପ୍‌ ଆୟୋଜନ ପାଇଁ ପ୍ରୟାସ କରିବା ଉଚିତ୍‌।
ସିଓଏ ପକ୍ଷରୁ ମାମଲା ପରିଚାଳନା କରୁଥିବା ଗୋପାଳ ଶଙ୍କର ନାରାୟଣନ ତୃତୀୟ ପକ୍ଷ ଅଭିଯୋଗକୁ ଖଣ୍ଡନ କରିଥିଲେ। ସିଓଏ ଅଯଥା ହସ୍ତକ୍ଷେପ କରୁ ନ ଥିଲେ ବରଂ ସୁପ୍ରିମକୋର୍ଟଙ୍କ ପକ୍ଷରୁ ନିଯୁକ୍ତି ମିଳିଥିବା ସେ କହିଥିଲେ। ଏକ ଘରୋଇ ଫାର୍ମ ଦ୍ୱାରା କରାଯାଇଥିବା ଅଡିଟ୍‌ରେ ବ୍ୟାପକ ଦୁର୍ନୀତିର ପ୍ରମାଣ ମିଳିଥିବା ସେ ସ୍ପଷ୍ଟ କରିଥିଲେ। ଏଆଇଏଫ୍‌ଏଫ୍‌ରେ ହୋଇଥିବା ଦୁର୍ନୀତିର ତଦନ୍ତ ରିପୋର୍ଟ ତୁରନ୍ତ ଦାଖଲ କରିବା ପାଇଁ କେନ୍ଦ୍ର ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଭାରତୀୟ ଫୁଟ୍‌ବଲର ବିକାଶ ପାଇଁ ଏହିସବୁ ସଂସ୍କାର ନିତାନ୍ତ ଆବଶ୍ୟକ ବୋଲି ସେ ମତ ରଖିଥିଲ। କୋର୍ଟଙ୍କ ଅସମ୍ମାନ ମାମଲାର ବିଚାର ଚାଲିଥିବା ବେଳେ ଏହି ମାମଲାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ନିର୍ବାଚନରେ ଅଂଶଗ୍ରହଣର ସୁଯୋଗ ମିଳିବା ଅନୁଚିତ ବୋଲି ସେ ଯୁକ୍ତି ବାଢ଼ିଥିଲେ। ଶଙ୍କର ନାରାୟଣନଙ୍କୁ କୋର୍ଟ ଏହି ମାମଲାରେ ଆମିକସ୍‌କ୍ୟୁରି ନିଯୁକ୍ତ କରିଥିବା ବେଳେ ଦୁର୍ନୀତି ମାମଲାର ତଦନ୍ତ ରିପୋର୍ଟର ଗୋଟିଏ ଲେଖାଏ କପି କୋର୍ଟ ଓ କ୍ରୀଡା ମନ୍ତ୍ରଣାଳୟକୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଦିଲ୍ଲୀ ହାଇକୋର୍ଟରେ ଏହି ମାମଲାର ପ୍ରଥମ ଯାଚିକା ଦାଖଲ କରିଥିବା ଆଡ୍‌ଭୋକେଟ ରାହୁଲ ମେହେରା ସିଓଏ ଉଚ୍ଛେଦକୁ ବିରୋଧ କରିଥିଲେ। ଏପରି କରିବା ଦ୍ୱାରା ଏକ ଖରାପ ପରମ୍ପରା ସୃଷ୍ଟି କରିବ। ଅନ୍ୟ କ୍ରୀଡ଼ା ପାଇଁ ସିଓଏ ନିଯୁକ୍ତ ହୋଇଥିବା ବେଳେ ଏହାକୁ ମଧ୍ୟ ବିରୋଧାଭାସର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ସେ ଯୁକ୍ତି କରିଥିଲେ।
ପୂର୍ବତନ ଏଆଇଏଫ୍‌ଏଫ୍‌ ସଭାପତି ପ୍ରଫୁଲ୍ଲ ପଟେଲଙ୍କ ପ୍ରତିନିଧିତ୍ୱ କରୁଥିଲେ କପିଲ ଶିବଲ। ଫୁଟବଲ ସଂଘରେ କୌଣସି ବି ପଦବୀ ପାଇଁ ପଟେଲ ଆଗ୍ରହୀ ନ ଥିବା ଶିବଲ କହିଥିଲେ। ମୁଁ ଏଆଇଏଫ୍‌ଏଫ୍‌ରେ କୌଣସି ପଦବୀ ଚାହେଁନି, ଦେଶକୁ ଫୁଟବଲ ବିଶ୍ୱକପ ଆଣିଛି ଏବଂ ଏହା ଆୟୋଜିତ ହେଉ ବୋଲି ଚାହୁଁଥିବା ନେଇ ପଟେଲ ନିଜ ଯାଚିକାରେ ଉଲ୍ଲେଖ କରିଛନ୍ତି। ଏହା ଉପରେ ରାହୁଲ ମେହେରା କହିଥିଲେ କେବଳ ଫୁଟବଲ ବିଶ୍ୱକପ ନୁହେଁ, ତା ସହିତ ବାସନ୍ଦାଦେଶ ମଧ୍ୟ ଆଣିଛି। ଏଆଇଏଫ୍‌ଏଫ୍‌ରେ ନିଜ ପଦବୀ ଆଧାରରେ ପଟେଲ ଫିଫାକୁ ନିର୍ବାଚିତ ହୋଇଛନ୍ତି। ତେଣୁ ସେ ଇସ୍ତଫା ଦେବା ଉଚିତ୍‌ ବୋଲି ଯୁକ୍ତି କରିଥିଲେ ଶଙ୍କର ନାରାୟଣନ୍‌। ଶିବଲ ଏହାକୁ ଖାରଜ କରିବା ସହ ସେ ନିର୍ବାଚିତ ସଦସ୍ୟ ହୋଇଥିବାରୁ ଇସ୍ତଫାର ପ୍ରଶ୍ନ ଉଠୁନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଲୁମିନି କନେକ୍ଟ କ୍ୟାମ୍ପେନ ଉଦ୍‌ଘାଟିତ: ପୁରାତନ ଛାତ୍ରୀଙ୍କୁ ଦୃଢ଼ ନେଟୱର୍କରେ ଯୋଡ଼ିବା ଲକ୍ଷ୍ୟ

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶକ୍ରମେ ‘ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ’ ଆନୁକୂଲ୍ୟରେ ଆଲୁମିନି…

ମହେନ୍ଦ୍ରତନୟା ଗାଧୋଇବାକୁ ଯାଇଥିଲେ ଦୁର୍ଗା: ହଠାତ୍‌ ଘଟିଲା…

ପାରଳାଖେମୁଣ୍ଡି,୧୨।୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଅମରା ନିକଟ ମହେନ୍ଦ୍ରତନୟା ନଦୀରେ ଗାଧୋଇବାବେଳେ ଜଣେ ବୃଦ୍ଧ ଭାସିଯାଇ ନିଖୋଜ ହୋଇଛନ୍ତି। ସେ ହେଲେ ଦୁର୍ଗା ପ୍ରସାଦ ପାଣିଗ୍ରାହୀ…

ଭାରତରେ ନିଜ ଟଏଲଟ୍‌ ଧରି ବୁଲୁଛନ୍ତି ସି ଜିନପିଙ୍ଗ୍‌, କାରଣ ଜାଣିଲେ ହୋସ୍‌ ଉଡିବ

ନୂଆଦିଲ୍‌ଲୀ,୧୨।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଯେତେବେଳେ କୌଣସି ବିଦେଶ ଗସ୍ତରେ ଯାଆନ୍ତି, ସେତେବେଳେ ତାଙ୍କର ସୁରକ୍ଷା ବ୍ୟବସ୍ଥା ତାଙ୍କ ଦୈନନ୍ଦିନ ଜୀବନର ସବୁଠାରୁ ବ୍ୟକ୍ତିଗତ ଦିଗ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

BRICSରେ ସାମିଲ ହେବାକୁ ବାଡେଇଛାଟି ହେଉଛି ପାକିସ୍ତାନ: ବାଟ ଓଗାଳିଛି ଭାରତ!

ନୂଆଦିଲ୍ଲୀ,୧୨।୯: BRICSରେ ସାମିଲ ହେବା ପାଇଁ ଦୀର୍ଘଦିନ ଧରି ପାକିସ୍ତାନ ଉଦ୍ୟମ କରିଆସୁଛି। ୨୦୨୩ରେ ଇସଲାମାବାଦ ଏହି ଗୋଷ୍ଠୀର ସଦସ୍ୟତା ପାଇଁ ଔପଚାରିକ ଭାବେ ଆବେଦନ କରିଥିଲା।…

ରୋଗ ଯନ୍ତ୍ରଣାଠୁ ବଳିଯାଉଛି ଧାଡ଼ି ଯନ୍ତ୍ରଣା: ଡାକ୍ତରଖାନାରେ ବିକଳ ଚିତ୍ର

ପଦ୍ମପୁର,୧୨ା୯(ପ୍ରଦୀପ୍ତ ଦାଶ):କିଏ କାଖେଇ ଧରିଛି, କିଏ ଆଣ୍ଠେଇ ପଡ଼ିଛି, ଆଉ କିଏ ଯନ୍ତ୍ରଣାରେ ଭୂଇଁରେ ଲୋଟୁଛି। ବୃଦ୍ଧାବୃଦ୍ଧମାନେ ବାଡ଼ି ସାହାଯ୍ୟରେ ଘଣ୍ଟା ଘଣ୍ଟା ଧରି ଡାକ୍ତରଙ୍କୁ ଅପେକ୍ଷା…

ମହିଳାଙ୍କୁ ସ୍ବାବଲମ୍ବୀ ହେବାର ବାଟ ଦେଖାଇଛି ଖଲିଦନା: ଜଣେ ମହିଳା ମାସକୁ ରୋଜଗାର କରୁଛନ୍ତି…

ନୂଆପଡ଼ା,୧୨ା୯ (ମକାରୁ ବେମାଲ):ବହୁଳ ପ୍ଲାଷ୍ଟିକ ବ୍ୟବହାର ଯୋଗୁ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ନୂଆପଡ଼ା ଜିଲା ପ୍ରଶାସନ ପକ୍ଷରୁ ଏକକ ବ୍ୟବହାର…

ସେପ୍ଟେମ୍ବର ୧୭ ପରେ ଏହି ୨ ରାଶିର ଭାଗ୍ୟ ଚମକାଇବେ ସୂର୍ଯ୍ୟ: ଚାକିରିରେ ପଦୋନ୍ନତି ସହ ହେବେ ମାଲାମାଲ

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଆତ୍ମବିଶ୍ୱାସ, ନେତୃତ୍ୱ, ପଦ-ପ୍ରତିଷ୍ଠା ଓ କ୍ୟାରିୟରର ପ୍ରମୁଖ କାରକ ବୋଲି ମନେ କରାଯାଏ। ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନର ପ୍ରଭାବ ଅନେକ ରାଶିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?