ରୋଗୀଙ୍କୁ ନେଇ ଆସୁଥିଲା ଆମ୍ବୁଲାନ୍ସ, ଟ୍ରାଫିକ୍‌ ଜାମରେ…

କେନ୍ଦୁଝର,୨୬।୮(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସହର ମାଇନିଂ ରୋଡ୍‌ ରାସ୍ତାରେ ରବିବାର ସାରେ ଏକ ଆମ୍ବୁଲାନ୍ସ ଟ୍ରାଫିକ୍‌ ଜାମରେ ଫସିଥିଲା। ସ୍ଥାନୀୟ ଲୋକ ରାସ୍ତାରୁ ଗାଡ଼ି ହଟାଇବା ପରେ ଆମ୍ବୁଲାନ୍ସ ଯିବା ସହ ଦୀର୍ଘ ସମୟ ପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା। ବେଆଇନ ଭାବେ ପାର୍କିଂ ବ୍ୟବସ୍ଥା ନ କରି ଦୋକାନ ଓ ଅଟାଳିକା ନିର୍ମାଣ ଯୋଗୁ କେନ୍ଦୁଝର ସହରରେ ସର୍ବାଦ ଏଭଳି ସମସ୍ୟା ଉପୁଜଛି। ଏ ନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ କେହି କର୍ଣ୍ଣପତା କରୁ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ, ଆମ୍ବୁଲାନ୍ସରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ଜଣେ ଗୁରୁତର ରୋଗୀଙ୍କୁ ଆଣିବା ରାସ୍ତାରେ ମାଇନିଂ ରୋଡ୍‌ ରାସ୍ତା ଜାମରେ ଅଟକି ରହିଥିଲା। ରାସ୍ତାରେ ବିନା ପାର୍କିଂରେ ରାସ୍ତାକୁ ଲାଗି ବହୁ ସଂଖ୍ୟାରେ ବ୍ୟବସାୟିକ କୋଠା ଘର ନିର୍ମାଣ ହୋଇଛି। ଫଳରେ ଉକ୍ତ ଦୋକାନ ବଜାରକୁ ଆସୁଥିବା ଗ୍ରାହକ ରାସ୍ତା ଉପରେ ୨ ଚକିଆ, ୪ ଚକିଆ ଗାଡ଼ି ରଖୁଛନ୍ତି। ଫଳରେ ରାସ୍ତା ସଙ୍କୁଚିତ ହୋଇ ଦୈନନ୍ଦିନ ଯାତାୟାତରେ ସମସ୍ୟା ଦେଖାଦେଉଛି। ବିଶେଷ କରି ରାସ୍ତା ଦେଇ ଛାତ୍ରୀଛାତ୍ର, ପାଟଣା ଏବଂ ସାହାରପଡ଼ା ଡାକ୍ତରଖାନାରୁ ବହୁ ସଂଖ୍ୟାରେ ରୋଗୀ ଦୈନନ୍ଦିନ ଆମ୍ବୁଲାନ୍ସ ଏବଂ ଅନ୍ୟ ଛୋଟ ଗାଡ଼ିରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ଆସିଥାନ୍ତି। ଏଥିସହ ଅଞ୍ଚଳଟି ଏକ ଆବାସିକ ଜୋନ୍‌ ହୋଇଥିବା ସତ୍ତ୍ୱେ ପୌରପାଳିକା ପକ୍ଷରୁ ବ୍ୟବସାୟିକ କୋଠା ଘରକୁ ଅନୁମତି ଦେଉଛନ୍ତି। ବରିଷ୍ଠ ନାଗରିକଙ୍କ ଅଭିଯୋଗ ପରେ ସରକାରୀ ଜମିରେ ଦୋକାନ, ଘର ଏବଂ ବିଲ୍ଡି ପ୍ଲାନ ଉଲ୍ଲଂଘନ କରିଥିବା ଲୋକଙ୍କ ନାମରେ କେବଳ ନୋଟିସ୍‌ କରି ୧ବର୍ଷ ହେବ ପୌର ପ୍ରଶାସନ ଚୁପ୍‌୍‌ ବସିଛି। ଫଳରେ ଲାବଣ୍ୟଛକଠାରୁ ମାଇନିଂ ସ୍କୁଲ ପର୍ଯ୍ୟନ୍ତ ସବୁ ସମୟରେ ଟ୍ରାଫିକ ସମସ୍ୟା ଦେଖାଦେଉଛି। ଏ ନେଇ ତୁରନ୍ତ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଟ୍ରାଫିକ ସମସ୍ୟା ଜଟିଳ ହେବ ବୋଲି ମତପ୍ରକାଶ ପାଉଛି। ଏହାକୁ ନେଇ ସ୍ଥାନୀୟ ଲୋକେ ରବିବାର ଏସ୍‌ପିଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଜବତ ମାମଲା: ବନ୍ଧା ହେଲେ ବିଶ୍ୱଜିତ୍‌

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଏକ ଘରୋଇ କଲେଜ ହଷ୍ଟେଲରେ ଛାତ୍ରୀ ବୁଗୁଡା ଘୋଡ଼ାପଡ଼ା ଗ୍ରାମର ଶୃତି ଭୋଳଙ୍କ ସନ୍ଦେହଜନକ ମୃତ୍ୟୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ପ୍ରେମିକାଙ୍କୁ ଡାକ୍ତରଖାନାରେ ଛାଡି ପଳାଇଥିବା ପ୍ରେମିକ ଗିରଫ

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ ): ଅସୁସ୍ଥ ପ୍ରେମିକାଙ୍କୁ ଏମ୍‌କେସିଜି ମେଡିକାଲରେ ଛାଡି ପଳାଇଥିବା ଯୁବକ ବ୍ରହ୍ମପୁର ଶ୍ରୀରାମନଗର ୧୦ମ ଲାଇନର ତ୍ରିନାଥ ସାହୁ(୩୦)ଙ୍କୁ ବଡବଜାର ଥାନା ପୋଲିସ…

ମୁଜାଗଡ଼ ବିଦ୍ୟାଳୟରେ ଯୋଗ ଦିବସ

ଭଞ୍ଜନଗର,୨୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖେଳ ପଡ଼ିଆରେ ରବିବାର ପଞ୍ଚାୟତସ୍ତରୀୟ ଜନ କଲ୍ୟାଣ ଶିବିର ସହ ଯୋଗ…

ଇରାନକୁ ପୁଣି ଆକ୍ରମଣ ଧମକ ଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୧।୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍‌ ଏବଂ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ…

୨ ବର୍ଷ ହେଲା ଖଲାସିଙ୍କୁ ମିଳୁନି ଟଙ୍କା, ଆନ୍ଦୋଳନ ଚେତାବନୀ

ଝରିଗାଁ,୨୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡିରେ ଖାଲାସିମାନେ ଧାନ ଓଜନ କରିଥିବା ବେଳେ ଦୁଇବର୍ଷ ଧରି ଖଲାସିମାନଙ୍କ…

ତାମିଲନାଡୁ ଗ୍ୟାସ ଟ୍ରାଜେଡି: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍‌ ହେବା ଯୋଗୁ ୭ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା…

ହଠାତ୍‌ ଢିଲା ହୋଇଗଲା ବସ୍‌ର ଷ୍ଟିଅରିଂ, ଡ୍ରାଇଭର ଏମିତି ଉପସ୍ଥିତି ବୁଦ୍ଧି ଖଟାଇବାରୁ…

ରିଆମାଳ,୨୧ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ସୁରଙ୍ଗିପାଳ ନିକଟରେ ଆଜି ଶୁଭଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ରେଙ୍ଗାଲି ଡ୍ୟାମ୍‌…

ଧରାପଡ଼ିଲା ମଇଁଷି ବୋଝେଇ କଣ୍ଟେନର

କୋକସରା,୨୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡ଼ଙ୍ଗରିଗୁଡ଼ା ନିକଟରେ ରବିବାର ବେଆଇନ ଭାବେ ଚାଲାଣ ହେଉଥିବା ମଇଁଷି ବୋଝେଇ କଣ୍ଟେନରକୁ ପୋଲିସ ଜବତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri