ବାହୁଡା ଯାତ୍ରା ଭିଡ଼ରେ ଫସିଗଲା ଆମ୍ବୁଲାନ୍ସ

ନିରାକାରପୁର,୨୮।୬(ଡି.ଏନ୍‌.ଏ.): ବାହୁଡା ଯାତ୍ରା ଅବସରରେ ବୁଧବାର ଖୋର୍ଦ୍ଧା ଜିଲା ନିରାକାରପୁର ରେଳ ଫାଟକରେ ପ୍ରବଳ ଭିଡ଼ ଯୋଗୁ ରୋଗୀଙ୍କୁ ନେଇଯାଉଥିବା ଏକ ଆମ୍ବୁଲାନ୍ସ ପ୍ରାୟ ୧ ଘଣ୍ଟା ଗହଳି ଭିତରେ ଫସି ରହିଥିବା ଦେଖିବାକୁ ମିଳିଥିଲା।

ସୂଚନା ଯୋଗ୍ୟ, ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ନୂଆ ଜଗନ୍ନାଥ ସଡ଼କରେ ପୁରୀ ଗଲେ କମ୍‌ ଦୂରତା ପଡିଥାଏ। ଏନେଇ ନିରକାରପୁର ରେଳଫାଟକ ଅତିକ୍ରମ କରି ପୁରୀ ଯିବାକୁ ପଡିଥାଏ। ବର୍ଷର ପ୍ରାୟ ସମୟରେ ସାଧାରଣ ଯାତ୍ରୀଙ୍କଠାରୁ ଆରମ୍ଭ କରି ତୀର୍ଥଯାତ୍ରୀଙ୍କ ଗାଟିଗୁଡିକ ଉକ୍ତ ରାସ୍ତାଦେଇ ଯାତୟାତ କରିଥାଏ। କେବଳ ରଥ ଯାତ୍ରା ନୁହେଁ ପ୍ରାୟ ସମୟରେ ଏହି ପାଟକରେ ଗାଡିଗୁଡିକ ଭିଡରେ ଅତିକ୍ରମ କରିଥାଏ। ଫଳରେ ବିଭିନ୍ନ ସମୟରେ ଜରୁରୀକାଳିନ ସେବା ଆମ୍ବୁଲାନ୍ସ, ଅଗ୍ନିଶମ ସେବା ଗାଡି, ସ୍କୁଲ ବସ୍‌ ସହ ପ୍ରମୁଖ ଅଧିକାରୀଙ୍କ ଗାଡିଗୁଡିକ ଭିଡରେ ଫସି ରହୁଥିବା ନଜିର ରହଛି।

ଏହାକୁ ଦୃଷ୍ଟିରେ ରଖି ରେଳ ବିଭାଗ ପକ୍ଷରୁ ଏକ ଓଭର ବ୍ରିଜ୍‌ର ପରିଯୋଜନା ଦୀର୍ଘ ବର୍ଷ ତଳେ ଆରମ୍ଭ ହୋଇଥିଲେ ମଧ୍ୟ ଦାୟୀତ୍ୱରେ ଥିବା ଅଧିକାରୀଙ୍କ ଅବହେଳା ଯୋଗୁ ଏହାର ନିର୍ମାଣ କାମ ଆରମ୍ଭହୋଇ ବର୍ତ୍ତମାନ ଅଟକି ରହିଛି। ଫଳରେ ଉକ୍ତ ଫାଟକ ଦେଇ ଯାଉଥିବା ଗାଡିଗୁଡିକ ଭିଡ଼ରେ ଫସି ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି।

ବୁଧବାର ପୁରୀ ବାହୁଡ଼ା ଯାତ୍ରା ପାଇଁ ରେଳ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ ହୋଇଥିଲା। ଏହା ଯୋଗୁ ଫାଟକକୁ ପ୍ରାୟ ୫ରୁ ୧୦ ମିନିଟରେ ବନ୍ଦ କରିବାକୁ ପଡୁଥିଲା। ଫଳରେ ଉକ୍ତ ରାସ୍ତା ଦେଇ ଯାଉଥିବା ଗାଡ଼ିଗୁଡିକର ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷେ ଟ୍ରାଫିକ ବ୍ୟବସ୍ଥା କଡାକଡି ହୋଇ ନ ଥିବାରୁ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏପରି କି ଭିଡ଼ରେ ଏକ ଆମ୍ବୁଲାନ୍ସ ପଶି ଯାଇଥିଲା। ହେଲେ ସ୍ଥାନୀୟ ଯୁବକଙ୍କ ସହଯୋଗରେ ଗାଡ଼ିକୁଡିକୁ ହଟାଇବା ପରେ ଫସିରହିଥିବା ଆମ୍ବୁଲାନ୍ସ ଆଗକୁ ଯିବାକୁ ରାସ୍ତା ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ

ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ଆଉ ୭ ଦିନ ପରେ ଘଟିବାକୁ ଯାଉଛି ଏମିତି: ୪ ରାଶିଙ୍କ ଜୀବନରେ ପୁଣି ଫେରିବ ପୁରୁଣା ପ୍ରେମ! ଶୁକ୍ର କରିବେ…

୨ ସେପ୍ଟେମ୍ବର ୨୦୨୬ରେ ଶୁକ୍ର ତୁଳା ରାଶିରେ ପ୍ରବେଶ କରିବେ। ପ୍ରେମ ଓ ସମ୍ପର୍କର କାରକ ଶୁକ୍ରଙ୍କ ନିଜ ରାଶିରେ ପ୍ରବେଶକୁ ଜ୍ୟୋତିଷ ଦୃଷ୍ଟିରୁ ବେଶ ବିଶେଷ…

ଜେଲ ଯିବେ ତରୁଣ ତେଜପାଲ, ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୫।୮: ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ତେହେଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟ ତୁରନ୍ତ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ ତାଙ୍କୁ ଦୁଇ…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ପୁଟିନଙ୍କ ବଡ଼ ପ୍ରତିଶ୍ରୁତି: ସଙ୍କଟ ସମୟରେ ଭାରତକୁ ଯୋଗାଇବ…ବିଶ୍ୱରେ ହଇଚଇ

ନୂଆଦିଲ୍ଲୀ,୨୫।୮: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ମସ୍କୋରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଜୟଶଙ୍କର ରାଷ୍ଟ୍ରପତି ପୁଟିନଙ୍କୁ…

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri