ଟିକେଟ୍‌ ନ ମିଳିବାରୁ ରାଗରେ ନିଆଁବାଣ ହେଲେ ଅମରେନ୍ଦ୍ର

ଜଗତ୍‌ସିଂହପୁର, ୫ା୪ (ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେଡି ଟିକେଟକୁ ନେଇ ଦୀର୍ଘ ଦିନ ଧରି ଚାଲିଥିବା କସରତର ଅନ୍ତ ଘଟିଛି। ପ୍ରଶାନ୍ତ ମୁଦୁଲି ଦଳୀୟ ଟିକେଟ ପାଇବା ଘୋଷଣା ପରେ ଅନ୍ୟତମ ପ୍ରମୁଖ ଆଶାୟୀ ଅମରେନ୍ଦ୍ର ଦାସ ବୁଧବାର ଦଳ ଛାଡିଥିଲେ। ଗୁରୁବାର ସେ ବିଜେଡି ନେତୃତ୍ୱଙ୍କ ବିରୋଧରେ ବିଷୋଦଗାର କରିବା ସହ ଶୁକ୍ରବାର ଭୁବନେଶ୍ୱରସ୍ଥିତ ଭାଜପା କାର୍ଯ୍ୟାଳୟରେ ଦଳରେ ମିଶିବେ ବୋଲି ସ୍ପଷ୍ଟ କରିଛନ୍ତି। ଅମରେନ୍ଦ୍ର ସ୍ଥାନୀୟ ଗୋପାଳସାଗରସ୍ଥିତ ତାଙ୍କ ଶିବିରରେ ସମର୍ଥକମାନଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନେଇଛନ୍ତି। ଏହି ସମୟରେ ତାଙ୍କ ସମର୍ଥକମାନେ ବିଜେଡି ପୋଷ୍ଟର, ବ୍ୟାନର ଆଦି ପୋଡ଼ି ନିଆରା ପ୍ରତିବାଦ କରିଥିଲେ। ସେମାନେ ବିଜେଡି ନେତୃତ୍ୱଙ୍କ ବିରୋଧରେ ନାରାବାଜି କରିବା ସହ ଆତସବାଜୀ ଫୁଟାଇବା ଦୃଶ୍ୟ ନିଆରା ପରିବେଶ ସୃଷ୍ଟି କରିଥିଲା।
ଏ ସମ୍ପର୍କରେ ଅମରେନ୍ଦ୍ର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ପ୍ରତିକ୍ରିୟାରେ କହିଥିଲେ, ସେ ବିଜେଡି ପ୍ରତିଷ୍ଠା ସମୟରୁ ବିନା ସ୍ବାର୍ଥରେ ସେବା ମନୋଭାବ ନେଇ କାମ କରିଆସିଛନ୍ତି। ସାଙ୍ଗଠନିକ କାର୍ଯ୍ୟକୁ କ୍ରିୟାଶୀଳ କରିବା ସହ ଦଳକୁ ମଜ୍‌ଭୁତ୍‌ କରିବାକୁ ସମସ୍ତ ଉଦ୍ୟମ କରିଛନ୍ତି। ଦଳ ଜିଲା ଛାତ୍ର ଓ ଯୁବ ସଙ୍ଗଠନର ନେତୃତ୍ୱ ନେଇ ଯୁବଶକ୍ତିଙ୍କୁ ବିଜେଡି ଆଡକୁ ଆକର୍ଷିତ କରିଥିଲେ। ୫ ବର୍ଷ ହେବ ଦଳର ପ୍ରଚାର, ପ୍ରସାର କ୍ଷେତ୍ରରେ ଗୁରୁ ଭୂମିକା ନିଭାଇଥିଲେ। କିନ୍ତୁ ଯିଏ ସ୍ବାର୍ଥ ରଖି ଅର୍ଥାତ୍‌ ପଞ୍ଚାୟତରେ ନିର୍ଦ୍ଦିଷ୍ଟ ଲୋକ ରଖି ଅର୍ଥ ରୋଜଗାର କରୁଛନ୍ତି ତାଙ୍କୁ ପୁରସ୍କୃତ କରାଯାଉଛି। ଅନ୍ୟାୟ, ଅନୀତି, ଦୁର୍ନୀତିରେ ଥିବା ଲୋକଙ୍କ ଉପରେ ଦଳ ମୋହର ମାରୁଛି। ତେଣୁ କର୍ମୀମାନଙ୍କ ସହ ଆଲୋଚନା ପରେ ବିଜେଡିରୁ ଇସ୍ତଫା ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶମୁଖୀ ଚିନ୍ତାଧାରା କେବଳ ତାଙ୍କୁ ନୁହେଁ, ସାରା ବିଶ୍ୱ ଅନୁଭବ କରୁଛି। ସେହିପରି ପ୍ରଧାନମନ୍ତ୍ରୀଙ୍କ ଯୋଗୁ ଓଡ଼ିଶା ବହୁ ଆଗକୁ ଗଲାଣି। ଦଳ ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ ନେତୃବୃନ୍ଦଙ୍କ ଆନ୍ତରିକତା ଯୋଗୁ ଓଡ଼ିଶାରେ ବିକାଶଧାରା ଆଗେଇ ଚାଲିଛି। କିଛି ଦିନ ତଳେ ବିଜେଡି-ଭାଜପା ଗଠବନ୍ଧନ ହେବା ନେଇ ଆଲୋଚନା ଚାଲିଥିଲା। କିନ୍ତୁ ଭାଜପା ରାଜ୍ୟ ସଭାପତି ଏଭଳି ଅସାଧୁ ମେଣ୍ଟକୁ ବାରମ୍ବାର ପ୍ରତ୍ୟାଖାନ କରି ଚାଲିଥିଲେ। ଏହା ରାଜ୍ୟବାସୀଙ୍କୁ ଆଶ୍ୱସ୍ତ କରିଥିଲା। ଏବେ ବିଜେଡି ତାଙ୍କୁ ଧୋକା ଦେଇଛି। ଏହାର କଡ଼ା ଜବାବ ଦିଆଯିବ। ଲୋକଙ୍କୁ ଅଧିକ ଦିନ ଭଣ୍ଡାଇ ହେବନାହିଁ। ଲୋକେ ସବୁ ବୁଝି ପାରୁଛନ୍ତି। ତେବେ ଶୁକ୍ରବାର ମିଶ୍ରଣ ପର୍ବରେ ଜଗତ୍‌ସିଂହପୁର ବିଧାନସଭା ଆସନରୁ ଅଧିକ ଲୋକଙ୍କୁ ନ ଯିବା ପାଇଁ କୁହାଯାଉଛି। ତଥାପି ବହୁ ସଂଖ୍ୟକ ଲୋକ ସାମିଲ ହେବାର ସମ୍ଭାବନା ରହିଥିବା ଅମରେନ୍ଦ୍ର କହିଛନ୍ତି। ଆଗକୁ ଦେଖିବାର ଅଛି ଅମରେନ୍ଦ୍ରଙ୍କ ନୂଆ ଇନିଂସ ଆରମ୍ଭ ପରେ ଜଗତ୍‌ସିଂହପୁର ରାଜନୀତି କେଉଁ ମୋଡ ନେଉଛି।


Enter your email to get our daily news in your inbox.

All Right Reserved By Dharitri.Com

PM Kisan କୁ ନେଇ ବଡ଼ ଖବର, ଅକ୍ଟୋବରରୁ ଏମାନଙ୍କୁ ମିଳିବନି କିସ୍ତି ଟଙ୍କା; ଲିଷ୍ଟରୁ କଟିଲା ନାଁ!

ନୂଆଦିଲ୍‌ଲୀ,୨୨।୮: ଦେଶର କୋଟି କୋଟି ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନା ଏକ ବଡ଼ ସାହାଯ୍ୟରୁ କମ ନୁହେଁ। ୨୩ତମ କିସ୍ତି ମିଳିବା…

ଏସିଆନ୍ ଗେମ୍ସରେ ଇତିହାସ ରଚିଲା ମହିଳା କ୍ରିକେଟ୍ ଟିମ୍‌, ଶ୍ରୀଲଙ୍କାକୁ ହରାଇ ଜିତିଲା ସ୍ୱର୍ଣ୍ଣ

ନୂଆଦିଲ୍ଲୀ,୨୨।୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଇଛି ମହିଳା କ୍ରିକେଟ୍ ଟିମ୍ । ଫାଇନାଲ୍‌ରେ ଶ୍ରୀଲଙ୍କାକୁ ୧୪୭ ରନ୍‌ର ବଡ଼ ବ୍ୟବଧାନରେ ହରାଇ…

ଘୁଞ୍ଚିଲା ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା, ଜାଣନ୍ତୁ ପୁଣି କେବେ ହେବ…

ଖୋର୍ଦ୍ଧା,୨୨।୯(ପ୍ରଭାତ ପାଣିଗ୍ରାହୀ): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ଉଚ୍ଚ ପ୍ରାଥମିକ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ବୃତ୍ତି ପରୀକ୍ଷା ସେପ୍ଟେମ୍ବର ୨୪ରେ ହେବା…

ରାଜନୀତିରେ ହଇଚଇ! ଗରବାକୁ ନେଇ ଭାଜପା ବିଧାୟକଙ୍କ ବିବାଦୀୟ ବୟାନ, ଭଉଣୀ-ଝିଅଙ୍କୁ…

ନୂଆଦିଲ୍ଲୀ,୨୨।୯: ନବରାତ୍ରି ପୂର୍ବରୁ ଗରବା କାର୍ଯ୍ୟକ୍ରମରେ ମୁସଲିମଙ୍କ ପ୍ରବେଶକୁ ନେଇ ମହାରାଷ୍ଟ୍ରରୁ ମଧ୍ୟପ୍ରଦେଶ ପର୍ଯ୍ୟନ୍ତ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ମୁମ୍ବାଇର ବୋରିଭଲିରେ ହେବାକୁ ଥିବା ଏକ…

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଫସିଲା ଆନ୍ଧ୍ରପ୍ରଦେଶ ଟ୍ରଲର: ସହଯୋଗର ହାତ ବଢ଼ାଇଲା ଗଞ୍ଜାମ ପ୍ରଶାସନ

ଛତ୍ରପୁର,୨୨।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟନାୟକ): ଗଭୀର ଅବପାତ ଜନିତ ପ୍ରତିକୂଳ ପାଗ ଯୋଗୁ ସମୁଦ୍ର ଅଶାନ୍ତ ରହିଥିବା ବେଳେ ଗଞ୍ଜାମ ଜିଲା ଆର୍ଯ୍ୟପଲ୍ଲୀ ସମୁଦ୍ର ଉପକୂଳରେ ଆନ୍ଧ୍ରପ୍ରଦେଶର…

ରାସ୍ତା ଅବସ୍ଥା ଶୋଚନୀୟ: ବିଧାନସଭାରେ ପ୍ରଶ୍ନ କଲେ ବିଧାୟକ, ମନ୍ତ୍ରୀ କହିଲେ…

ଗୁଡାରି,୨୨।୯(ପ୍ରମୋଦ କୁମାର ପତି): ଗୁଡାରି ସହରର ମୁଖ୍ୟ ପ୍ରବେଶ ପଥର ମରାମତି ନେଇ ମଙ୍ଗଳବାର ବିଧାନସଭାରେ ପ୍ରଶ୍ନ କରିଛନ୍ତି ବିଧାୟକ ସତ୍ୟଜିତ ଗମାଙ୍ଗ। UDAQ ୬୪:ରେ ବିଧାୟକ…

ବିଜୁ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ ୯୭ ବର୍ଷୀୟ କନ୍ଦ ବାବୁ: ଅତୁଟ ରହିଛି ବ୍ଲକ ବିଜେଡି ଅଧ୍ୟକ୍ଷ

ମହାକାଳପଡ଼ା,୨୨।୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ବିଜୁ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ କେନ୍ଦ୍ରାପଡା ଜିଲାରେ ପରିଚିତ ମହାକାଳପଡା ବ୍ଲକ ବିଜେଡି ସଭାପତି ଶ୍ରୀଧର ସାମଲ(୯୭) ଓରଫ୍‌ କନ୍ଦ ବାବୁ ।…

ଗାଁରେ ଏମିତି ଜୀବନ କାଟୁଛନ୍ତି କ୍ୟାଟ୍ରିନାଙ୍କ ମା’, ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ

ମୁମ୍ବାଇ: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ମା’ ସୁଜାନ ଟର୍କୋଟ ନିଜ ଝିଅ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏକ ଜୀବନଶୈଳୀ ପସନ୍ଦ କରନ୍ତି। ଯେଉଁଠାରେ କ୍ୟାଟ୍ରିନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?