ନାଚଗୀତରେ ଉତ୍ସବମୁଖର ଅମାରଙ୍ଗ ଘାଟ

ଆନନ୍ଦପୁର,୩୧।୧୨(ସ୍ବ.ପ୍ର.): ଆଦିବାସୀ ସମ୍ପ୍ରଦାୟର ଦାମୋଦର ପର୍ବ ଶୁକ୍ରବାର ପାଳିତ ହୋଇଯାଇଛି। ଏନେଇ କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଧକୋଠା ଅମାରଙ୍ଗ ଘାଟ ଉତ୍ସବ ମୁଖରିତ ହୋଇଉଠିଛି। ପାରମ୍ପାରିକ ରୀତିନୀତି ଅନୁଯାୟୀ ପ୍ରତିବର୍ଷ ଡିସେମ୍ବର ମାସ ୩୦ ତାରିଖରେ ଏହି ଆଦିବାସୀ ସମ୍ପ୍ରଦାୟର ଲୋକମାନେ ପର୍ବ ପାଳନ କରନ୍ତି। ନିଜ ପରିବାରର ମୃତବ୍ୟକ୍ତିଙ୍କ ଅସ୍ଥି ବିସର୍ଜନ କରିବା ପାଇଁ ଦାମୋଦର ପିଣ୍ଡ ଉତ୍ସର୍ଗୀକୃତ ପରମ୍ପରା ବହୁଦିନରୁ ପ୍ରଚଳିତ ହୋଇଆସିଛି। ବୈତରଣୀ ନଦୀକୁ ଦ୍ୱିତୀୟ ଗଙ୍ଗା ଭାବେ ମନସ୍କାମନା କରି ନଦୀକୂଳରେ ପିଣ୍ଡ ଉତ୍ସର୍ଗ କରିଥାନ୍ତି।
ମୁକାମ୍‌ ମାର୍ଶାପାଳ ଅନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ହଜାରରୁ ଊର୍ଦ୍ଧ୍ୱ ସଂଖ୍ୟାରେ ଆଦିବାସୀମାନେ ଏକତ୍ରିତ ହୋଇ ଅମାରଙ୍ଗ ନଦୀଘଟରେ ଉପସ୍ଥିତ ରହି ମୃତଲୋକର ଅସ୍ଥିକୁ ରଖି ପୂଜାଅର୍ଚ୍ଚନା କରିଥିଲେ। ପ୍ରଥମେ ମାରାଙ୍ଗବୁରୁ ମନ୍ଦିରରେ ଥିବା ଯାହାରାୟ, ମଣେକ ଓ ଲିଟାଙ୍କୁ ପୂଜାଅର୍ଚ୍ଚନା କରିବା ପରେ ପାରମ୍ପାରିକ ନାଚ ଗୀତରେ ଶୋଭାଯାତ୍ରା ମାଧ୍ୟମରେ ନଦୀକୁ ଯାଇ ପିଣ୍ଡ ଉତ୍ସର୍ଗ କାର୍ଯ୍ୟ ସମ୍ପାଦନ କରିଥିଲେ। ପରେ ସମ୍ପୃକ୍ତ ଅସ୍ଥିକୁ ନଦୀରେ ବିସର୍ଜନ କରିବା ସହିତ ବୁଡ଼ ପକାଇଥିଲେ। ଏହି ସମୟରେ ସେମାନେ ଏକସ୍ବରରେ (ଦାଃ ଓ ତାଃ) ଦୁଃଖ ନିଅ ଓ ସୁଖ ଦିଅ ଆଦି ଉଚ୍ଚାରଣ କରିଥିଲେ। ଗୌଡ଼ସିଙ୍ଗା, କାସିବେଡ଼ା, ଖେଳିଆଟାପୁ, ଓସ୍ତପୁରା, ପୁୁରୁଣାପାଣି ପ୍ରଭୃତି ସହିତ ବାହାର ଜିଲାର ବିଭିନ୍ନ ଅଞ୍ଚଳରୁ ଆଦିବାସୀ ଲୋକମାନେ ଏକତ୍ରୀତ ହୋଇ ଜାଙ୍ଗ୍‌ ବାହା ଢୁପୁ (ବୁଡ଼) ପକାଇଥିଲେ। ସେହିପରି ଆନନ୍ଦପୁର ପୌରପରିଷଦ ୧୫ ନଂ. ଓ୍ବାର୍ଡ ଝାଡ଼େଶ୍ୱର ଘାଟରେ ମଧ୍ୟ ଦାମୋଦର ପର୍ବ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଦିବାସୀ ପାରମ୍ପାରିକ ପୋଷାକ ପରିଧାନ ପୂର୍ବକ ନୃତ୍ୟରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର: ଛାତ୍ରୀଛାତ୍ରଙ୍କ ମଧ୍ୟରେ ବୃଦ୍ଧି ପାଉଛି ଆଗ୍ରହ

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ…

ବ୍ୟବସାୟୀଙ୍କ ଘରୁ ଚୋରି ଘଟଣାରେ ୬ ଗିରଫ: ସୁନା-ରୁପା ଜବତ

କେସିଙ୍ଗା,୨୫।୮(ତୁମେଶ୍ୱର ସାହୁ) : କେସିଙ୍ଗା ସହର ୱାର୍ଡ ନଂ-୩ର ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତ ଜୁଲାଇ ୨୧ ତାରିଖରେ ତାଲା ଭାଙ୍ଗି ସୁନା, ରୁପା ଓ…

ପନିର ଅପମିଶ୍ରଣ ନେଇ କଟକରେ ରେଡ୍‌ ପରେ ଏବେ ପାହାଳ ପାଳି: ମିଠା କିଣୁଥିଲେ ଜାଣି ରଖନ୍ତୁ….

ଭୁବନେଶ୍ୱର,୨୫।୮: ପାର୍ବଣ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଛେନା ଓ ପନିରର ଗୁଣବତ୍ତାକୁ ନେଇ ଚିନ୍ତା ବଢ଼ିଛି। ନକଲି ଓ ଅପମିଶ୍ରିତ ଛେନା-ପନିର ବିକ୍ରି ଅଭିଯୋଗକୁ ନେଇ BMC…

ସ୍ବାମୀଙ୍କ ଆଗରେ ଚାଲିଗଲା ସାବିତ୍ରୀଙ୍କ ଜୀବନ: ନାତୁଣୀ ଜନ୍ମଦିନ ସାରି ଫେରୁଥିବାବେଳେ ଘଟିଲା…

ତାଳଚେର,୨୫।୮(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଚାଇଁପାଳ ଓଭର ବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ସ୍କୁଟିକୁ ଧକ୍କା ଦେଇଛି ଟ୍ରକ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri