ଅଲ୍ଟରନେଟିଭ୍‌ ନୋବେଲ ବିଜେତା

ସ୍ବିଡେନ-ଜର୍ମାନୀ ଲେଖକ, ରାଜନେତା ତଥା ସାମାଜିକ କର୍ମୀ ଜାକୋବ ଭନ୍‌ ଉକ୍ସେକୁଲ୍‌ ୧୯୮୦ ମସିହାରେ ‘ରାଇଟ୍‌ ଲାଇଭ୍‌ଲିହୁଡ୍‌ ଆଓ୍ବାର୍ଡ’ ପ୍ରତିଷ୍ଠା କରିଥିଲେ। ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣୁଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରିବା ଲକ୍ଷ୍ୟରେ ସେ ଯେଉଁ ପୁରସ୍କାର ଗଢ଼ିଥିଲେ, ତାହାକୁ ଅଲ୍ଟରନେଟିଭ୍‌ ନୋବେଲ ବା ବିକଳ୍ପ ନୋବେଲ ଭାବେ ବିବେଚନା କରାଯାଇଥାଏ। ତାଙ୍କ ପ୍ରତିଷ୍ଠାନ ଏଭଳି ବ୍ୟକ୍ତିଙ୍କୁ ଚୟନ କରିଥାଆନ୍ତି, ଯେଉଁମାନେ ନୋବେଲ ପୁରସ୍କାର ପାଇବାରୁ ଯେଭଳି ଉପେକ୍ଷିତ ହୋଇଯାଇଛନ୍ତି ବୋଲି ପ୍ରତୀୟମାନ ହୁଅନ୍ତି। ୨୦୨୨ ପାଇଁ ୟୁକ୍ରେନୀୟ ମାନବ ଅଧିକାର କର୍ମୀ ଓଲେକ୍ସାଣ୍ଡ୍ରା ମାଟ୍‌ଭିଚୁକ୍‌, ସୋମାଲିଆର ମାନବ ଅଧିକାର କର୍ମୀ ଫର୍ଟୁନ୍‌ ଅଦାନ, ଭେନେଜୁଏଲାର ଆଇଓ୍ବାର୍ଡ ଏଲ୍‌ମନ୍‌ ଏବଂ ଉଗାଣ୍ଡାର ‘ଆଫ୍ରିକା ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଏନର୍ଜି ଗଭର୍ନାନ୍ସ’କୁ ମନୋନୀତ କରାଯାଇଛି। ସାମ୍ପ୍ରତିକ ୟୁକ୍ରେନ୍‌-ରୁଷିଆ ଯୁଦ୍ଧ ଚାଲିଥିବା ପରିପ୍ରେକ୍ଷୀରେ ଓଲେକ୍ସାଣ୍ଡ୍ରାଙ୍କ ନାମ ଚୟନ ହେବା ଓ ତାହା ପୁଣି ପ୍ରଥମ ଥର ପାଇଁ ୟୁକ୍ରେନ୍‌ ହାତକୁ ଯିବା ଏକ ଉଲ୍ଲେଖନୀୟ ବିଷୟ।
ଓଲେକ୍ସାଣ୍ଡ୍ରା ୮ ଅକ୍ଟୋବର ୧୯୮୩ରେ ୟୁକ୍ରେନ୍‌ ରାଜଧାନୀ କିଭ୍‌ ଅନ୍ତର୍ଗତ ବୋୟାର୍କାଠାରେ ଜନ୍ମଗ୍ରହଣ କରିଥିଲେ। ଟାରାସ୍‌ ଶେଭ୍‌ଚେନ୍‌କୋ ନ୍ୟାଶନାଲ ୟୁନିଭର୍ସିଟିରୁ ୨୦୦୭ରେ ଆଇନରେ ସ୍ନାତକୋତ୍ତର ଡିଗ୍ରୀ ଅର୍ଜନ କରିଥିଲେ। ୨୦୧୨ରୁ ସେ ୟୁକ୍ରେନ୍‌ ମାନବ ଅଧିକାର କମିଶନର ଉପଦେଷ୍ଟା ପରିଷଦର ସଦସ୍ୟ ରହିଆସିଛନ୍ତି। ୟୁରୋପିଆନ୍‌-ୟୁକ୍ରେନ୍‌ ଆସୋସିଏଶନ ଏଗ୍ରିମେଣ୍ଟରେ ଚୁକ୍ତି ନ କରିବାକୁ ସରକାର ଅଚାନକ ନିଷ୍ପତ୍ତି ନେବାରୁ ତାହାକୁ ବିରୋଧ କରି ୟୁକ୍ରେନ୍‌ ନାଗରିକ ୩୦ ନଭେମ୍ବର ୨୦୧୩ରେ କିଭ୍‌ ସ୍କ୍ବୋୟାରରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରୁଷିଆ ଓ ୟୁରୋଏସିଆନ୍‌ ଇକୋନୋମିକ୍‌ ୟୁନିୟନର ନିକଟତର ହେବାକୁ ଚାହୁଁଥିବା ସରକାରଙ୍କୁ ଦେଶବାସୀ ବିରୋଧ କରିଥିଲେ। ଫଳରେ ୟୁକ୍ରେନ୍‌ରେ ଗୃହଯୁଦ୍ଧ ଭଳି ସ୍ଥିତି ଉପୁଜିଥିଲା। ସେହି ସମୟରେ ଓଲେକ୍ସାଣ୍ଡ୍ରା ଉକ୍ତ ବିକ୍ଷୋଭରେ ସମନ୍ବୟକାରୀ ଭୂମିକାରେ ଅବତୀର୍ଣ୍ଣ ହୋଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସରକାରଙ୍କ ନିଷ୍ପତ୍ତି ବିରୋଧରେ ଯାଇଥିବାରୁ ରୁଷିଆ ସହାୟତାରେ ବେଆଇନ ଭାବେ ୟୁକ୍ରେନୀୟଙ୍କୁ ଗିରଫ କରାଯାଇଥିଲା। ନିଜ ଦେଶର ଏହି ନାଗରିକଙ୍କ ମୁକ୍ତି ଲାଗି ଓଲେକ୍ସାଣ୍ଡ୍ରା ଅନ୍ତର୍ଜାତୀୟ ସମର୍ଥନ ଲୋଡ଼ିବାକୁ ଯାଇ ଅଭିଯାନ ଆରମ୍ଭ କରି ସେଥିରେ ଅନେକାଂଶରେ ସଫଳତା ପାଇଥିଲେ। ଯେଉଁଠାରେ ମାନବ ଅଧିକାର ଉଲ୍ଲଂଘନ ହେବା ସେ ଦେଖିଥାଆନ୍ତି, ତା’ ବିରୋଧରେ ସ୍ବର ଉତ୍ତୋଳନ କରିଥାଆନ୍ତି। ଫଳରେ ସେ ଜାତିସଂଘ ଚୁକ୍ତି ସଂସ୍ଥାରେ ପ୍ରଥମ ୟୁକ୍ରେନୀୟ ମହିଳା ଭାବେ ସଦସ୍ୟ ହେବାର ଗୌରବ ଅର୍ଜନ କରିଥିଲେ। ବର୍ତ୍ତମାନ ୟୁକ୍ରେନ୍‌ରେ ରୁଷିଆର ଆକ୍ରମଣ ଯୋଗୁ ବାସଚ୍ୟୁତ ହୋଇଥିବା ଅସଂଖ୍ୟ ଲୋକଙ୍କ ଦୁର୍ଦ୍ଦଶାକୁ ଅନ୍ତର୍ଜାତୀୟ ଗଣମାଧ୍ୟମରେ ସ୍ଥାନିତ କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି। ଯୁଦ୍ଧ ଅପରାଧର ତଦନ୍ତ ସହିତ ବିଭିନ୍ନ କ୍ଷେତ୍ରରେ ହେଉଥିବା ମାନବ ଅଧିକାର ଉଲ୍ଲଂଘନ ସଂକ୍ରାନ୍ତରେ ବିଚାର କରିବା ଲାଗି ସ୍ବତନ୍ତ୍ର ‘ହାଇବ୍ରିଡ୍‌ କୋର୍ଟ’ ସ୍ଥାପନ ସକାଶେ ସେ ଦେଇଥିବା ପ୍ରସ୍ତାବ ଏବେ ବୈଦେଶିକ ନୀତି ନିର୍ଦ୍ଧାରକଙ୍କ ଦୃଷ୍ଟି ଆକର୍ଷଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଳବାୟୁ ପରିବର୍ତ୍ତନ ଓ କୃଷି ଜଙ୍ଗଲ

ଇଂ. ମାୟାଧର ସ୍ବାଇଁ   ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତୀୟ ମିଳିତ ଜାତିସଂଘର ‘ଆନ୍ତଃ ସରକାରୀ ଜଳବାୟୁ ପରିବର୍ତ୍ତନ ପରିଷଦ’ (ଆଇପିସିସି)ର ସଦ୍ୟତମ ରିପୋର୍ଟ ଏହିବର୍ଷ ଏପ୍ରିଲ...

ପରିସଂଖ୍ୟାନ ଗୁରୁ

ପରିସଂଖ୍ୟାନ ପାଠ ପଢ଼ିଥିବା ୪ ଜଣ ବନ୍ଧୁ ଏକ ନଦୀ କୂଳରେ ପହଞ୍ଚତ୍ ତାହାକୁ ଅତିକ୍ରମ କରିବାକୁ ଚାହିଁଲେ। ନଦୀର ଗଭୀରତା ମାପିବାକୁ ଯାଇ ଦେଖିଲେ...

ଏଇ ଭାରତରେ

ଅସହାୟ ବୟସ୍କଙ୍କ ସାହାରା ପାଲଟିଛନ୍ତି ତାମିଲନାଡୁର ଏକ ଦମ୍ପତି ରାଜେଶ୍ୱରୀ ଏବଂ ଏନ. ରାମମୂର୍ତ୍ତି। ଗହଣା ବିକି ସେହି ଅର୍ଥରେ ଆଶ୍ରୟଗୃହ ଖୋଲି ମାଗଣାରେ ବୟସ୍କମାନଙ୍କ...

ଅଭିବୃଦ୍ଧି ଓ ସମୃଦ୍ଧିର ନୂତନ ଦଶନ୍ଧି

ଡ. ଚିତ୍ତରଞ୍ଜନ ମିଶ୍ର   କୋଭିଡ୍‌-୧୯ ବିରୋଧରେ ଏକ ପ୍ରଭାବଶାଳୀ ଟିକା ଦେଶରେ ପ୍ରୟୋଗ ହେଉଅଛି। ଏହି ବୈଶ୍ୱିକ ମହାମାରୀ ଥରେ ପ୍ରତିହତ ହେଲା ପରେ...

ଆର୍ମିର ଉଡ଼ନ୍ତା ରାଣୀ

– ଜିତେନ୍ଦ୍ର କୁମାର ନାୟକ ଇଣ୍ଡିଆନ୍‌ ଆର୍ମିର ଲଢ଼ୁଆ ହେଲିକପ୍ଟରର ପ୍ରଥମ ମହିଳା ପାଇଲଟ କ୍ୟାପଟେନ୍‌ ଅଭିଳାଷା ବାରାକ୍‌ଙ୍କର ପିଲାବେଳେ ସାମରିକ କ୍ଷେତ୍ରରେ ସେବା କରିବାର...

ଶିକ୍ଷା, ସମାଜ ଓ ସାମାଜିକତା

ଜଷ୍ଟିସ୍‌ ଡ. ଦୀପକ ମିଶ୍ର ଏକ ଶ୍ରେଣୀକକ୍ଷରୁ ହିଁ ରାଷ୍ଟ୍ରର ଭାଗ୍ୟ ନିର୍ଦ୍ଧାରଣ କରିହେବ, ଏ ମନ୍ତବ୍ୟ ରାଷ୍ଟ୍ରୀୟ ଶିକ୍ଷା କମିଶନଙ୍କର। ତେଣୁ ଶିକ୍ଷାନୁଷ୍ଠାନ କେବଳ...

ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱ ତାପନ

ଅମୂଲ୍ୟ କୁମାର ପଣ୍ଡା ବିଶ୍ୱତାପନ କାରଣରୁ ମେରୁ ଅଞ୍ଚଳରେ ଗଚ୍ଛିତ ଗ୍ଲେସିୟର ତରଳିବାରେ ଲାଗିଛି। ଯେଉଁଥିପାଇଁ କେବଳ ପୃଥିବୀର ଜଳଚକ୍ର ପ୍ରଭାବିତ ହେଉଛି ତାହା ନୁହେଁ,...

ଗ୍ରୀନ୍‌ ବିଜ୍‌ନେସ

ଜୋହାନ ରକ୍‌ଷ୍ଟ୍ରୋମ୍‌            ଟୋବିୟାସ୍‌ ରାଫେଲ   ଚଳିତ ବର୍ଷ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୬) ବିଫଳ ନ...

Advertisement
Archives

Model This Week