ପୁଣି ୨୫ ପେଟ୍ରୋଲ ପମ୍ପ ମାଲିକଙ୍କୁ ନୋଟିସ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ମୁଖ୍ୟ ଯୋଗାଣ ବିଭାଗ ପକ୍ଷରୁ ଆଉ ୨୫ ଜଣ ପେଟ୍ରୋଲ ପମ୍ପ ମାଲିକଙ୍କୁ ଚିଠି କରି ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ମିଳିଥିବା ନୋ ଅବଜେକ୍ସନ ସାର୍ଟିଫିକେଟ (ଏନ୍‌ଏଓସି) ଦାଖଲ କରିବାକୁ ଆଦେଶ କରିଛନ୍ତି। ଖିଲାପ କଲେ ବିକ୍ରି ଲାଇସେନ୍ସ ବାତିଲ ହେବ ବୋଲି ଚେତାବନୀ ଦିଆଯାଇଛି। ଏହାକୁ ମିଶାଇ ସପ୍ତାହକ ମଧ୍ୟରେ ୪୭ଟି ତେଲପମ୍ପ ମାଲିକଙ୍କୁ ନୋଟିସ୍‌ କରାଯାଇଛି। ଫଳରେ ତେଲପମ୍ପ ମାଲିକମାନେ କିଭଳି ନିର୍ଦ୍ଧାରିତ ସମୟରେ ଏନଓସି ଆଣିବେ ସେ ନେଇ ଚିନ୍ତା ବଢ଼ିଯାଇଛି। ଅନ୍ୟପକ୍ଷରେ ବିନା ଏନ୍‌ଏଚ୍‌ଆଇଇ ବିଭାଗର ଏନ୍‌ଓସିରେ କିଭଳି ବେଆଇନ ଭାବେ ତେଲ ପମ୍ପ ଚାଲିଆସୁଥିଲା ବୋଲି ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଜିଲାରେ ଜାତୀୟ ରାଜପଥ, ରାଜ୍ୟ ରାଜପଥ, ଜିଲା ରାସ୍ତା ତଥା ସହର ମଧ୍ୟରେ ଶତାଧିକ ତେଲ ପମ୍ପ ଚାଲିଛି। ତେଲ କମ୍ପାନୀ ପକ୍ଷରୁ ନିର୍ଦ୍ଧାରିତ ନୀତିନିୟମକୁ ଅନେକ ତେଲ ପମ୍ପ ମାଲିକ ମାନୁ ନ ଥିବା ବେଳେ ପ୍ରଶାସନ ପକ୍ଷରୁ ନିୟମିତ ତଦାରଖ କରାଯାଉନାହିଁ। ଫଳରେ ତେଲ ପକାଇବାକୁ ଆସୁଥିବା ଗ୍ରାହକ ମାଗଣା ପାନୀୟଜଳ, ପ୍ରେସର ଚେକ ଭଳି ସୁବିଧା ପାଉନାହାନ୍ତି। ଏହାର ତଦାରଖ କରିବାକୁ ଥିବା ବିଭିନ୍ନ କମ୍ପାନୀର ସେଲ୍ସ ଅଫିସରମାନେ ନିୟମିତ ତେଲ ପମ୍ପକୁ ଯାଇ ଯାଞ୍ଚ ନ କରି ସଲାସୁତୁରା କରି ଚୁପ ବସୁଥିବାରୁ ଅନେକ ପମ୍ପ ବ୍ୟାପକ ଅବ୍ୟବସ୍ଥା ଘେରରେ ରହିଛି। ସେହିପରି ଏନ୍‌ଏଚ୍‌ ବା ଅନ୍ୟ ରାସ୍ତା କଡରେ ନିର୍ମାଣ ହୋଇଥିଲେ ହେଁ ସୁରକ୍ଷିତ ଯାତାୟାତ ପାଇଁ ସର୍ଭିସ ରୋଡ ଏବଂ ଟ୍ରାଫିକ ସମସ୍ୟା ଯେଭଳି ନ ଉପୁ ଯେ ସେ ନେଇ ପାର୍କିଂ ବ୍ୟବସ୍ଥା ମଧ୍ୟ କରାଯାଇନାହିଁ। ବିଳମ୍ବରେ ହେଉ ପଛେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି ବୋଲି ମତପ୍ରକାଶ ପାଇଛି। ଏନ୍‌ଏଚ୍‌ଏଆଇ ପକ୍ଷରୁ ଠିକ୍‌ ଭାବରେ ଯାଞ୍ଚ କରାଯାଇ ଏନ୍‌ଓସି ଦେବାକୁ ସଚେତନ ନାଗରିକମାନେ ଦାବି କରିଛନ୍ତି। ଜିଲା ମୁଖ୍ୟ ଯୋଗାଣ ବିଭାଗ ଅଧିକାରୀ ଅଜୟ କୁମାର ରଥ କହିଛନ୍ତି, ଏନ୍‌ଓସି ଜମା ନ କଲେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ବିକ୍ରି ଲାଇସେନ୍ସ ରଦ୍ଦ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଚମକିଲେ ବୈଭବ ସୂର୍ଯ୍ୟବଂଶୀ; ଗୋଟିଏ ଓଭରରେ କଲେ ଏମିତି କାମ, ଚାହିଁକି ରହିଗଲେ…

ନୂଆଦିଲ୍ଲୀ,୨୫।୮: ବେଙ୍ଗାଲୁରୁସ୍ଥିତ BCCI ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ଚାଲିଥିବା ଦୁଲୀପ ଟ୍ରଫିର କ୍ୱାର୍ଟରଫାଇନାଲ୍ ମ୍ୟାଚ୍‌ରେ ଇଷ୍ଟ ଜୋନ୍ ପକ୍ଷରୁ ଦମଦାର ବୋଲିଂ କରିଛନ୍ତି ୧୫ ବର୍ଷୀୟ ବୈଭବ…

ଚିନି ପରେ ଏବେ ଗୁଡ଼ ହେଲା ମହଙ୍ଗା, ଦୁଇଗୁଣା ବଢିଲା ଦର; ଜାଣନ୍ତୁ ଦାମ ବଢ଼ିବାର କାରଣ

ନୂଆଦିଲ୍ଲୀ,୨୫।୮: ଗତ କିଛି ଦିନ ଧରି ଚିନିର ବଢ଼ୁଥିବା ଦାମ ଲୋକଙ୍କ ଚିନ୍ତା ବଢ଼ାଇଥିବା ବେଳେ ଏବେ ଗୁଡ଼ ମଧ୍ୟ ମହଙ୍ଗା ହୋଇଛି। ଚିନି ପରେ ଗୁଡ଼ର…

ଡଙ୍ଗା ଚଢୁଥିଲେ ପରେଶ୍ୱର,ଟାଣିନେଲା କୁମ୍ଭୀର: ଆଉ ତା’ପରେ ଘଟିଲା…

ରାଜକନିକା,୨୫।୮(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ତ୍ରୈଲୋକ୍ୟପୁର ପଞ୍ଚାୟତ ଗଙ୍ଗାଧର ପ୍ରସାଦ ଡିଆ ଗାଁ ସନ୍ନିକଟ ଖରସ୍ରୋତା ନଦୀର ଭରାନଦୀରେ ମଙ୍ଗଳବାର ସକାଳେ ସମୟରେ…

ଧ୍ରୁବ ଜୁରେଲଙ୍କ ‘ଟାଟୁ’ ପଛରେ କ’ଣ ଅଛି ଅର୍ଥ? ଜାଣିବା ପରେ ଆପଣ ମଧ୍ୟ ତାଙ୍କୁ…

ନୂଆଦିଲ୍ଲୀ,୨୫।୮: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଧ୍ରୁବ ଜୁରେଲ ଶତକ ପୂରଣ କରିବା ମାତ୍ରେ, ତାଙ୍କର ଉତ୍ସବ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସେ ପ୍ରଥମେ ଏକ…

ବିଧାୟକଙ୍କ ଉପସ୍ଥିତିରେ ଆପୋଷ ବୁଝାମଣାରେ ତୁଟିଲା ଉଠାଦୋକାନୀ ବିବାଦ

ଛତ୍ରପୁର,୨୫।୮(ଦିଲ୍ଲୀପ ସାମଲ): ଛତ୍ରପୁର ସହର ବାଳିକା ଉଚ୍ଚ ବିଦ୍ୟାଳୟ ନିକଟ ପରିବା ବଜାର ଉଠାଦୋକାନୀ ମଙ୍ଗଳବାର ବନ୍ଦ ଡାକରା ଦେଇଥିବା ବେଳେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ…

ଇମ୍ରାନଙ୍କୁ ନେଇ ଏମିତି କହିଲେ କପିଲ ଦେବ, ହେଉଛି ବଡ଼ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ କପିଲ ଦେବ ପୁଣି ଥରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଇମ୍ରାନ ଖାନଙ୍କ ସମର୍ଥନରେ ବାହାରିଛନ୍ତି। ସମ୍ପ୍ରତି, 21 ଜଣ…

ରାହୁଲ ଗାନ୍ଧୀଙ୍କ ଉପରେ ରାଗିଗଲେ ଶଙ୍କରାଚାର୍ଯ୍ୟ, ଦେଲେ ସିଧା ଚେତାବନୀ

ନୂଆଦିଲ୍ଲୀ,୨୫।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମନୁସ୍ମୃତି ସମ୍ପର୍କିତ ବୟାନକୁ ନେଇ ଶଙ୍କରାଚାର୍ଯ୍ୟ ସ୍ବାମୀ ଅବିମୁକ୍ତେଶ୍ୱରାନନ୍ଦ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ମନୁସ୍ମୃତି ଏବଂ…

ଅସରପା ଶବ୍ଦକୁ ନେଇ ଏବେବି ରହିଛି ବିବାଦ, ପୁଣି ଉଠିଲାଣି CJIଙ୍କ କଥା? ଅଭିଜିତ ଦୀପକେଙ୍କ ଆଶ୍ଚର୍ଯ୍ୟଜନକ ଦାବି

ନୂଆଦିଲ୍ଲୀ,୨୫।୮: ‘କକ୍ରୋଚ’ ଶବ୍ଦର ବ୍ୟବହାରକୁ ନେଇ ରାଜନୈତିକ ବିବାଦ ଜାରି ରହିଛି। ଏହା ମଧ୍ୟରେ, କକ୍ରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଦାବି କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri