Posted inଖେଳ

ଚେସ୍‌ ଗେମ୍‌ ଭଳି ମୋ ସହ ଖେଳୁଥିଲେ ଅଶ୍ୱିନ

ମେଲବୋର୍ନ,୧୧।୨: ବିଶ୍ୱର ନମ୍ବର ଓ୍ବାନ ଟେଷ୍ଟ ବ୍ୟାଟର ମାର୍ନସ ଲବୁସାନେ ଭାରତୀୟ ଭେଟେରାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି। ଗତ ୨୦୨୦-୨୧ ବର୍ଡର-ଗାଭାସ୍କର ସିରିଜ୍‌ ବେଳେ ୩୪ ବର୍ଷୀୟ ସ୍ପିନର ମୋ ପାଇଁ ଯେଉଁ ଭଳି ଫିଲ୍ଡ ସେଟ୍‌ କରିଥିଲେ, ତାହାର ମୁଁ ମଜା ନେଇଥିଲି। ତାହା ମୋତେ ପ୍ରାୟ ଚେସ୍‌ ଗେମ୍‌ ଭଳି ଲାଗୁଥିଲା ବୋଲି ଅଷ୍ଟ୍ରେଲିଆନ ବ୍ୟାଟର ଏକ ସାକ୍ଷାତ୍‌କାରରେ କହିଛନ୍ତି।

“ ଯେଉଁ ଫିଲ୍ଡ ସେଟିଂ ନେଇ ଅଶ୍ୱିନ ମୋତେ ବୋଲିଂ କରିଥିଲେ ଏବଂ ଫିଲ୍ଡକୁ ପରିବର୍ତ୍ତନ କରିବା ଲାଗି ମୁଁ ଯେଉଁ ଭଳି ଖେଳିଥିଲେ ମୋତେ ସବୁଠୁ ଭଲ ଲାଗିଲା। ଆମ ଦୁହିଁଙ୍କ ମଧ୍ୟରେ ଯେଉ’ଁଭଳି ମୁକାବିଲା ଚାଲିଥିଲା, ତାହା ମୋତେ ପ୍ରାୟ ଚେସ୍‌ ଗେମ୍‌ ଲାଗୁଥିଲା। ସେ ମେଲବୋର୍ନରେ ଚମତ୍କାର ବୋଲିଂ କରି ଲେଗ୍‌ ସ୍ଲିପ୍‌ରେ ପ୍ରାରମ୍ଭିକ ଉଇକେଟ ନେଇ ଯାଇଥିଲେ” ବୋଲି ଲବୁସେନ କହିଛନ୍ତି।

ଭାରତ ୨-୧ ବ୍ୟବଧାନରେ ଅଷ୍ଟ୍ରେଲିଆକୁ ହରାଇ ବର୍ଡର ଗାଭାସ୍କର ଟ୍ରଫି ବଜାୟ ରଖିଥିଲା। ଐତିହାସିକ ସିରିଜ୍‌ ବିଜୟରେ ଉଲ୍ଲେଖନୀୟ ଥିଲା ଅଶ୍ୱିନଙ୍କ ଯୋଗଦାନ। ୩ ମ୍ୟାଚ୍‌ ଖେଳି ସେ ୧୨ ଉଇକେଟ ନେଇଥିଲେ। ଏହାବଦ୍‌ ହନୁମା ବିହାରୀଙ୍କ ସହ ମିଶି ଅଶ୍ୱିନ ତୃତୀୟ ଟେଷ୍ଟରେ ଟିମ୍‌ ଇଣ୍ଡିଆକୁ ପରାଜୟରୁ ବଞ୍ଚାଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ୟୁରୋପିଆନ ମାଷ୍ଟର୍ସ ଗେମ୍ସ: ଇଟାଲୀ ଯିବେ ପାର୍ବତୀ

କଟକ ଅଫିସ,୨୪ା୭-ଓଡ଼ିଶା କ୍ରୀଡ଼ା ଜଗତର ଡିସ୍‌କସ୍‌ ରାଣୀ ଭାବେ ପରିଚିତ ଅନ୍ତର୍ଜାତୀୟ ଆଥଲେଟ୍‌ ପାର୍ବତୀ ସେଠୀ ବୁଧବାର ଇଟାଲୀ ଯାତ୍ରା କରିବେ । ଇଟାଲୀର ଟୋରିନୋ...

ମହିଳା ଏସିଆ କପ୍‌: ଆଜି ଥାଇଲାଣ୍ଡକୁ ଭେଟିବ ଟିମ୍‌ ଇଣ୍ଡିଆ…

ସିଲହଟ,୧୦।୧୦ : ମହିଳା ଏସିଆ କପ ୨୦୨୨ ରେ ଆଜି ଭାରତୀୟ ମହିଳା ଦଳ ଥାଇଲାଣ୍ଡକୁ ଭେଟିବ।ଏହି ମ୍ୟାଚ ବାଂଲାଦେଶର ସିଲହେଟ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ...

ଋତୁପର୍ଣ୍ଣା ଚାମ୍ପିୟନ

ଭୁବନେଶ୍ୱର, ୨୦।୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶାର ପ୍ରତିଭା ସମ୍ପନ୍ନ ବ୍ୟାଡ୍‌ମିଣ୍ଟନ ଖେଳାଳି ଋତୁପର୍ଣ୍ଣା ପଣ୍ଡା କ୍ୟାରିୟରରେ ଆଉ ଏକ ଟାଇଟଲ ହାସଲ କରିଛନ୍ତି। ଗୋଆରେ ଅନୁଷ୍ଠିତ ୟୋନେକ୍ସ...

ଫେଲ୍‌ ମାରିଲା ଟପ୍‌ଅର୍ଡର

କଲମ୍ବୋ,୨୯।୭: ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ୍‌ର ଗୁରୁବାର ଅନ୍ତିମ ମ୍ୟାଚରେ ଭାରତୀୟ ଅଧିନାୟକ ଶିଖର ଧାଓ୍ବନ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ।...

ଜୁଲାଇରେ ଇଂଲଣ୍ଡ ଗସ୍ତ କରିବାକୁ ପାକିସ୍ତାନ ରାଜି: ଗସ୍ତରେ ସାମିଲ ହେବାକୁ ଖେଳାଳିଙ୍କୁ ବାଧ୍ୟ କରାଯିବ ନାହିଁ

କରାଚି,୧୭।୫(ପି.ଟି.): ଆସନ୍ତା ଜୁଲାଇରେ ପାକିସ୍ତାନ ଟେଷ୍ଟ ଓ ଟି୨୦ ସିରିଜ ଖେଳିବାକୁ ଇଂଲଣ୍ଡ ଗସ୍ତ କରିବାକୁ ରାଜି ହୋଇଛି। ତେବେ ଏହି ଗସ୍ତରେ ସାମିଲ ହେବାକୁ...

ଜିଏସ୍‌ ଲକ୍ଷ୍ମୀ ପ୍ରଥମ ମହିଳା ରେଫରି

ଦୁବାଇ,୧୧।୧୦:ପ୍ରଥମ ମହିଳା ରେଫରୀ ଭାବେ ଭାରତର ଜି.ଏସ୍‌. ଲକ୍ଷ୍ମୀ ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଇଭେଣ୍ଟରେ ମ୍ୟାଚ୍‌ ପରିଚାଳନା କରିବାର ସୌଭାଗ୍ୟ ଲାଭ କରିଛନ୍ତି। ଆଇସିସି...

ସେନ ଓ୍ବାର୍ନଙ୍କ ସମ୍ମାନର୍ଥେ କ୍ରିକେଟ୍‌ ଅଷ୍ଟ୍ରେଲିଆ ନେଲା ବଡ଼ ନିଷ୍ପତ୍ତି

ମେଲବୋର୍ନ,୨୬।୧୨: ବିଶ୍ୱ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ କ୍ରିକେଟର ସ୍ବର୍ଗତ ଅଷ୍ଟ୍ରେଲୀୟ ସ୍ପିନର ସେନ୍‌ ୱାର୍ନଙ୍କୁ ସମ୍ମାନିତ କରିବା ପାଇଁ କ୍ରିକେଟ ଅଷ୍ଟ୍ରେଲିଆ ଏକ ବଡ଼ ନିଷ୍ପତ୍ତି...

ଭାରତ ମହିଳାର କ୍ରମାଗତ ବିଜୟ

ସିଲହଟ୍‌,୩।୧୦: ଓପ୍‌ନର ସାଭିନେନି ମେଘନାଙ୍କ ପ୍ରଥମ ଟି୨୦ ଅର୍ଦ୍ଧଶତକ ବଳରେ ଭାରତ ମହିଳା ଦଳ ଏସିଆ କପ୍‌ରେ କ୍ରମାଗତ ବିଜୟ ହାସଲ କରିଛି। ପ୍ରଥମ ମ୍ୟାଚ୍‌ରେ...

Advertisement
Archives

Model This Week