Posted inଜାତୀୟ

ଏମ୍‌ପିଙ୍କୁ ମିଳୁଥିବା ସୁବିଧା କମ୍‌ ହେଉ, ସରକାରଙ୍କୁ ଘେରିଲେ ବରୁଣ ଗାନ୍ଧୀ…

ନୂଆଦିଲ୍ଲୀ, ୩।୮ : ଭାଜପା ଏମ୍‌ପି ବରୁଣ ଗାନ୍ଧୀ ବୁଧବାର ପୁଣିଥରେ ନିଜ ଦଳର ସରକାରକୁ ଘେରି ରହିଛନ୍ତି। ଭାଜପାର ରାଜ୍ୟସଭା ଏମ୍‌ପି ସୁଶୀଲ କୁମାର ମୋଦି ଦେଶରେ ରାଜନୈତିକ ଦଳଙ୍କ ଦ୍ୱାରା ମାଗଣା ଉପହାର ଦେବାର କାର୍ଯ୍ୟକଳାପକୁ ରୋକିବା ପାଇଁ ଶୂନ୍ୟକାଳ ନୋଟିସ ଦେଇ ଥିଲେ।

ଏହି ଖବର ଆଧାରରେ ବରୁଣ ଗାନ୍ଧୀ ନିକଜ ଟୁଇଟର ହ୍ୟାଣ୍ଡେଲରେ ଲେଖିଛନ୍ତି ଯେ ଭାଜପା ଏମ୍‌ପି ସୁଶୀଲ ମୋଦିଙ୍କ ପକ୍ଷରୁ ଗୃହରେ ମାଗଣା ଉପହାର ସଂସ୍କୃତିକୁ ଶେଷ କରିବା ପାଇଁ ଏକ ଆଲୋଚନା ପାଇଁ ପ୍ରସ୍ତାବ ଦିଆଯାଇଛି। କିନ୍ତୁ ଜନସାଧାରଣଙ୍କୁ ଦିଆଯାଇଥିବା ମାଗଣାକୁ ଆଙ୍ଗୁଳି ନିର୍ଦ୍ଦେଶ କରିବା ପୂର୍ବରୁ ଆମ ଉପରେ ମଧ୍ୟ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଏମ୍‌ପିମାନଙ୍କୁ ମିଳୁଥିବା ପେନସନ ସମେତ ଅନ୍ୟ ସମସ୍ତ ସୁବିଧା ରଦ୍ଦ କରି ଏହାର ଶୁଭାରମ୍ଭ ଏହି ଆଲୋଚନା ମାଧ୍ୟମରେ କାହିଁକି କରାଯିବ ନାହିଁ?

ଏହାପୂର୍ବରୁ ଘରୋଇ ଗ୍ୟାସ ମୂଲ୍ୟ ସମ୍ପର୍କରେ ଭାରତ ସରକାରଙ୍କୁ ବରୁଣ ଘେରି ରହିଥିଲେ। ସେ ଲେଖିଥିଲେ ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ ୪.୧୩ କୋଟି ଲୋକ ଏଲପିଜି ସିଲିଣ୍ଡରର ଗୋଟିଏ ରିଫିଲ ଖର୍ଚ୍ଚ ଉଠାଇ ପାରିନଥିଲେ। ୭.୬୭ କୋଟି ଏହାକୁ ଥରେ ରିଫିଲ କରିଛନ୍ତି। ଘରୋଇ ଗ୍ୟାସ ମୂଲ୍ୟ ବୃଦ୍ଧି ଏବଂ ନଗଣ୍ୟ ସବସିଡି ଯୋଗୁ ଗରିବଙ୍କ ଉଜ୍ୱଳା ଚୁଲି ଲିଭିବାରେ ଲାଗିଛି। ସ୍ବଚ୍ଛ ଇନ୍ଧନ, ଉତ୍ତମ ଜୀବନର ପ୍ରତଶ୍ରୁତି କିପରି ପୂରଣ ହେବ ବୋଲି ସେ ପ୍ରଶ୍ନ କରିଥିଲେ।

ବେରୋଜଗାର ସମ୍ପର୍କରେ କିଛି ଦିନ ପୂର୍ବରୁ ବରୁଣ ଟୁଇଟ କରିଥିଲେ। ସେ ଲେଖିଥିଲେ ଯେ ସଂସଦରେ ସରକାର ଦେଇଥିବା ଏହି ପରିସଂଖ୍ୟାନ ବେକାରୀ ପରିସ୍ଥିତିକୁ ଦର୍ଶାଉଛି। ଗତ ୮ ବର୍ଷ ମଧ୍ୟରେ କେନ୍ଦ୍ରୀୟ ବିଭାଗରେ ଚାକିରି ପାଇଁ ୨୨ କୋଟି ଯୁବବର୍ଗ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ କେବଳ ୭ ଲକ୍ଷ ଚାକିରି ପାଇଛନ୍ତି। ଅପରପକ୍ଷରେ ଦେଶରେ ପ୍ରାୟ ଏକ କୋଟି ମଞ୍ଜୁରୀପ୍ରାପ୍ତ ପଦବୀ ଖାଲି ଅଛି। ତେବେ ଏହି ପରିସ୍ଥିତି ପାଇଁ କିଏ ଦାୟୀ ବୋଲି ବରୁଣ ପ୍ରଶ୍ନ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ଉପରେ ୭୨ ପ୍ରତିଶତରୁ ଅଧିକଙ୍କର ଭରସା: ରାହୁଲଙ୍କ ଉପରେ ବିଶ୍ୱାସ କମିଛି

ନୂଆଦିଲ୍ଲୀ,୨୪।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଅଧିକ ଭାରତୀୟଙ୍କର ଭରସା ରହିଛି। ହୋଇଥିବା ଏକ ସର୍ଭେ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ସର୍ଭେରେ ମୋଦି ପ୍ରତି...

ଉପ ମୁଖ୍ୟମନ୍ତ୍ରୀ ପଦରୁ ହଟିଲେ ସଚିନ

ଜୟପୁର,୧୪।୭: ଶାସନ ଗାଦିକୁ ନେଇ ରାଜସ୍ଥାନରେ ଚାଲିଥିବା ଲଢେଇ ମଧ୍ୟରେ କଂଗ୍ରେସ ଦଳ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ଉପରେ ଖପ୍ପା ହୋଇଥିବା ଜଣାପଡିଛି। ମଙ୍ଗଳବାର...

ମହିଳାଙ୍କୁ ଧରା ପକାଇ ଦେଲା ସିସିଟିଭି

ନୂଆଦିଲ୍ଲୀ,୧୬।୬: ଜଣେ ମହିଳାଙ୍କୁ ଆକ୍ରମଣ କରି ମୋବାଇଲ ଛଡ଼ାଇବା ନେବା ଘଟଣାରେ ଦିଲ୍ଲୀ ପୋଲିସ ଜଣେ ମହିଳାଙ୍କୁ ଗିରଫ କରିଛି। ସିସିଟିଭି ଆଧାରରେ ଅଭିଯୁକ୍ତା ଜ୍ୟୋତିଙ୍କୁ...

ଅଭିଯୋଗ ଆଣିଲେଣି ତେଜସ୍ୱୀ

ପାଟନା,୧୨ ।୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଏବେ ଆର୍‌ଜେଡି ନେତା ତେଜସ୍ୱୀ ଯାଦବ ମହାମେଣ୍ଟର ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି...

୨୬ ବର୍ଷରେ ଏମ୍‌ପିରୁ ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ; ଏମିତି ଥିଲା ଯୋଗୀ ଆଦିତ୍ୟନାଥଙ୍କ ଜୀବନୀ

ଲକ୍ଷ୍ନୌ,୫।୬: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ୪୮ ବର୍ଷରେ ପଦାର୍ପଣ କରିଛନ୍ତି। ଜୁନ ୫, ୧୯୭୨ରେ ଉତ୍ତରାଖଣ୍ଡର ପୌଡି ଗଡୱାଲଙ୍କ ପଞ୍ଚୁର ଗ୍ରାମରେ ଜନ୍ମଗ୍ରହଣ...

ସ୍କୁଲ ଛାତ ଭୁଶୁଡ଼ି ୧୨ ପିଲା ଆହତ

ମିରଟ୍‌, ୮ା୯(ପି.ଟି.) : ଉତ୍ତରପ୍ରଦେଶର ମିରଟ୍‌ ଅନ୍ତର୍ଗତ ଦାବଥୁଆରେ ଥିବା ସରସ୍ବତୀ ଜ୍ଞାନମନ୍ଦିର ସ୍କୁଲର ଛାତ ଶନିବାର ଭୁଶୁଡ଼ି ପଡ଼ିଛି। ଫଳରେ ୧୨ ପିଲା ଆହତ...

କେଜରିୱାଲଙ୍କୁ ୧୬୪ କୋଟିର ରିକଭରି ନୋଟିସ, ୧୦ ଦିନ ମଧ୍ୟରେ ଦେବାକୁ ପଡିବ ସମ୍ପୂର୍ଣ୍ଣ ରାଶି

ନୂଆଦିଲ୍ଲୀ,୧୨ ।୧: ଆମ ଆଦମୀ ପାର୍ଟି(ଏଏପି)କୁ କଥିତ ଭାବେ ସରକାରୀ ବିଜ୍ଞାପନକୁ ନେଇ ଏହାର ରାଜନୈତିକ ବିଜ୍ଞାପନକୁ ପ୍ରକାଶିତ କରିବାକୁ ନେଇ ୧୬୩.୬୨ କୋଟି ଟଙ୍କାର...

ହିଟ୍‌ମ୍ୟାନ୍‌ଙ୍କୁ ପ୍ରଶଂସାରେ ପୋତି ପକାଇଲେ ରାହୁଲ

ନୂଆଦିଲ୍ଲୀ,୮।୬: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ...

Advertisement
Archives

Model This Week