Posted inଜାତୀୟ

ଏମ୍‌ପିଙ୍କୁ ମିଳୁଥିବା ସୁବିଧା କମ୍‌ ହେଉ, ସରକାରଙ୍କୁ ଘେରିଲେ ବରୁଣ ଗାନ୍ଧୀ…

ନୂଆଦିଲ୍ଲୀ, ୩।୮ : ଭାଜପା ଏମ୍‌ପି ବରୁଣ ଗାନ୍ଧୀ ବୁଧବାର ପୁଣିଥରେ ନିଜ ଦଳର ସରକାରକୁ ଘେରି ରହିଛନ୍ତି। ଭାଜପାର ରାଜ୍ୟସଭା ଏମ୍‌ପି ସୁଶୀଲ କୁମାର ମୋଦି ଦେଶରେ ରାଜନୈତିକ ଦଳଙ୍କ ଦ୍ୱାରା ମାଗଣା ଉପହାର ଦେବାର କାର୍ଯ୍ୟକଳାପକୁ ରୋକିବା ପାଇଁ ଶୂନ୍ୟକାଳ ନୋଟିସ ଦେଇ ଥିଲେ।

ଏହି ଖବର ଆଧାରରେ ବରୁଣ ଗାନ୍ଧୀ ନିକଜ ଟୁଇଟର ହ୍ୟାଣ୍ଡେଲରେ ଲେଖିଛନ୍ତି ଯେ ଭାଜପା ଏମ୍‌ପି ସୁଶୀଲ ମୋଦିଙ୍କ ପକ୍ଷରୁ ଗୃହରେ ମାଗଣା ଉପହାର ସଂସ୍କୃତିକୁ ଶେଷ କରିବା ପାଇଁ ଏକ ଆଲୋଚନା ପାଇଁ ପ୍ରସ୍ତାବ ଦିଆଯାଇଛି। କିନ୍ତୁ ଜନସାଧାରଣଙ୍କୁ ଦିଆଯାଇଥିବା ମାଗଣାକୁ ଆଙ୍ଗୁଳି ନିର୍ଦ୍ଦେଶ କରିବା ପୂର୍ବରୁ ଆମ ଉପରେ ମଧ୍ୟ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଏମ୍‌ପିମାନଙ୍କୁ ମିଳୁଥିବା ପେନସନ ସମେତ ଅନ୍ୟ ସମସ୍ତ ସୁବିଧା ରଦ୍ଦ କରି ଏହାର ଶୁଭାରମ୍ଭ ଏହି ଆଲୋଚନା ମାଧ୍ୟମରେ କାହିଁକି କରାଯିବ ନାହିଁ?

ଏହାପୂର୍ବରୁ ଘରୋଇ ଗ୍ୟାସ ମୂଲ୍ୟ ସମ୍ପର୍କରେ ଭାରତ ସରକାରଙ୍କୁ ବରୁଣ ଘେରି ରହିଥିଲେ। ସେ ଲେଖିଥିଲେ ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ ୪.୧୩ କୋଟି ଲୋକ ଏଲପିଜି ସିଲିଣ୍ଡରର ଗୋଟିଏ ରିଫିଲ ଖର୍ଚ୍ଚ ଉଠାଇ ପାରିନଥିଲେ। ୭.୬୭ କୋଟି ଏହାକୁ ଥରେ ରିଫିଲ କରିଛନ୍ତି। ଘରୋଇ ଗ୍ୟାସ ମୂଲ୍ୟ ବୃଦ୍ଧି ଏବଂ ନଗଣ୍ୟ ସବସିଡି ଯୋଗୁ ଗରିବଙ୍କ ଉଜ୍ୱଳା ଚୁଲି ଲିଭିବାରେ ଲାଗିଛି। ସ୍ବଚ୍ଛ ଇନ୍ଧନ, ଉତ୍ତମ ଜୀବନର ପ୍ରତଶ୍ରୁତି କିପରି ପୂରଣ ହେବ ବୋଲି ସେ ପ୍ରଶ୍ନ କରିଥିଲେ।

ବେରୋଜଗାର ସମ୍ପର୍କରେ କିଛି ଦିନ ପୂର୍ବରୁ ବରୁଣ ଟୁଇଟ କରିଥିଲେ। ସେ ଲେଖିଥିଲେ ଯେ ସଂସଦରେ ସରକାର ଦେଇଥିବା ଏହି ପରିସଂଖ୍ୟାନ ବେକାରୀ ପରିସ୍ଥିତିକୁ ଦର୍ଶାଉଛି। ଗତ ୮ ବର୍ଷ ମଧ୍ୟରେ କେନ୍ଦ୍ରୀୟ ବିଭାଗରେ ଚାକିରି ପାଇଁ ୨୨ କୋଟି ଯୁବବର୍ଗ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ କେବଳ ୭ ଲକ୍ଷ ଚାକିରି ପାଇଛନ୍ତି। ଅପରପକ୍ଷରେ ଦେଶରେ ପ୍ରାୟ ଏକ କୋଟି ମଞ୍ଜୁରୀପ୍ରାପ୍ତ ପଦବୀ ଖାଲି ଅଛି। ତେବେ ଏହି ପରିସ୍ଥିତି ପାଇଁ କିଏ ଦାୟୀ ବୋଲି ବରୁଣ ପ୍ରଶ୍ନ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନକାରୀ ଛାତ୍ରୀଙ୍କୁ ଚାପୁଡ଼ା ମାରିଥିବା ପୋଲିସ ଅଫିସରଙ୍କ ବଦଳି

ନୂଆଦିଲ୍ଲୀ,୨୭ା୭:ଗତ ୨୦ ତାରିଖରେ ସିଜେପିର ‘ଚଲୋ ସଂସଦ’ ଅଭିଯାନ ବେଳେ ଆନ୍ଦୋଳନରତ ଜଣେ ଛାତ୍ରୀଙ୍କୁ ଚାପୁଡ଼ା ମାରିଥିବା ଦିଲ୍ଲୀର ଜଣେ ବରିଷ୍ଠ ପୋଲିସ ଅଫିସରଙ୍କୁ ଯନ୍ତରମନ୍ତର ବିକ୍ଷୋଭ…

ପ୍ରହ୍ଲାଦ ନାଟକ ନୃତ୍ୟଗୁରୁ ପଦ୍ମଶ୍ରୀ ସୀମାଞ୍ଚଳଙ୍କୁ ଭେଟିଲେ ବିଧାୟକ: ସ୍ବାସ୍ଥ୍ୟାବସ୍ଥା ପଚାରିବୁଝିବା ସହ..

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ଗ୍ରାମ ବଡ଼ସାହିର ପୌରାଣିକ ପ୍ରହ୍ଲାଦ ନାଟକର ହିରଣ୍ୟକଶ୍ୟପ ରଜା ଭୂମିକାରେ ଅଭିନୟ କରୁଥିବା ନିର୍ଦ୍ଦେଶକ ତଥା…

କାଗଜ ପତ୍ର ନ ଥାଇ ଚାଲୁଥିଲା ବସ୍‌: ଧରିଲା ପରିବହନ ବିଭାଗ, ଏତିକି ଟଙ୍କା ଜୋରିମନା

ଛତ୍ରପୁର,୨୭।୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): କୌଣସି ସଠିକ କାଗଜ ପତ୍ର ନଥାଇ ଗାଡି ଚଳାଇବା ଏକ ବସକୁ ପଡିଛି ମହଙ୍ଗା। ଗଞ୍ଜାମ ଜିଲା ପରିବହନ ବିଭାଗ ପକ୍ଷରୁ ଯାଞ୍ଚ…

ନଇଁଲେ ସମ୍ରାଟ ସରକାର: ଛାତ୍ରଙ୍କ ବିରୋଧରେ ହୋଇଥିବା ମାମଲା ପ୍ରତ୍ୟାହାର

ପାଟନା,୨୭।୭: NEET ପେପର୍‌ ଲିକ ନେଇ ହୋଇଥିବା ପ୍ରତିବାଦ ପରେ ବିହାର ସରକାର ସମସ୍ତ ସମ୍ପର୍କିତ ମାମଲା ପ୍ରତ୍ୟାହାର କରିବାକୁ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ସୋମବାର…

CJP ଅଲ୍ଟିମେଟମ୍‌ରେ ସରକାର ଛାନିଆ: ନେଲେ ବଡ଼ ଆକ୍ସନ

ନୂଆଦିଲ୍ଲୀ,୨୭।୭: ନିଟ୍‌ ପ୍ରତିବାଦକାରୀଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କକ୍ରୋଚ ଜନତା ପାର୍ଟି (CJP) ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗର ସରକାର ବିଚାର କରିଛନ୍ତି। ସରକାର ସେହି…

ସରକାରୀ ଛୁଟି ନଥାଇ ସ୍କୁଲରେ ତାଲା, ଘରକୁ ଫେରିଆସିଲେ ପିଲା

ଲାଞ୍ଜିଗଡ଼,୨୭।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ କମଲେଇ ଗାଁରେ ଅଜବ ଘଟଣା ଦେଖିବାକୁ ମିଳିଛି ।…

ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା; ଜାମିନ ଆବେଦନ ଖାରଜ ପରେ ଜେଲ୍ ଗଲେ ପୂର୍ବତନ DFO

ପାରଳାଖେମୁଣ୍ଡି,୨୭।୭(ଗିରିଧାରୀ ପରିଛା) : ବହୁଚର୍ଚ୍ଚିତ ଏସିଏଫ୍ ସୋମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଆଇନର ଫାଶରେ ଛନ୍ଦି ହୋଇଛନ୍ତି ତତ୍କାଳୀନ ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା। ସୋମବାର…

ମାଗଣା ଅଟୋ ଆମ୍ବୁଲାନ୍ସ ସେବା ଯୋଗାଇଦେଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର:ଗର୍ଭବତୀ-ପ୍ରସୂତି ପାଇବେ ସୁବିଧା

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ବିଭାଗ ଓ ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ‘ନିରୀକ୍ଷଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri