Posted inଖେଳ

ଟ୍ୟାକ୍ସ ଫାଙ୍କିବା ଅଭିଯୋଗ: ଜର୍ମାନ ଫୁଟ୍‌ବଲ ଫେଡେରେଶନ ଉପରେ ଚଢ଼ାଉ

ଫ୍ରାଙ୍କଫର୍ଟ,୮।୧୦(ଏପି): ଟ୍ୟାକ୍ସ ଫାଙ୍କିବା ଅଭିଯୋଗରେ ଜର୍ମାନ ଫୁଟବଲ ଫେଡେରେଶନ ଓ ତା’ର କେତେଜଣ କର୍ମକର୍ତ୍ତାଙ୍କ ଘର ଉପରେ ଆୟକର ବିଭାଗ ଚଢ଼ାଉ କରିଛି। ଚଢ଼ାଉର ଏହି ପ୍ରକ୍ରିୟାରେ ୨୦୦ଜଣ ଅଧିକାରୀ ଅଂଶଗ୍ରହଣ କରିଥିଲେ ବୋଲି ଫ୍ରାଙ୍କଫର୍ଟର ପବ୍ଲିକ ପ୍ରସେକ୍ୟୁଟର କହିଛନ୍ତି। ଜର୍ମାନୀର ବାଭାରିଆ, ନର୍ଥ ରାଇନ୍‌- ଓ୍ବେଷ୍ଟଫାଲିଆ, ହେସେ, ଲୋୟର ସାକ୍ସୋନି ଓ ରିନ୍‌ଲାଣ୍ଡ- ପାଲଟିନେଟ୍‌ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଚଢ଼ାଉ କରାଯାଇଛି।
ଫେଡେରେଶନର ୬ଜଣ ପୂର୍ବତନ ଓ ଏବେକାର ଅଫିସିଆଲଙ୍କ ବିରୋଧରେ କର୍ପୋରେଟ୍‌ ଓ ଟ୍ରେଡ୍‌ ଟ୍ୟାକ୍ସ ଫାଙ୍କିଥିବାର ଅଭିଯୋଗ ଆସିଛି। ଏହି ଅଧିକାରୀମାନେ ଜାଣଶୁଣି ଅର୍ଥ ଉପାର୍ଜନ ନେଇ ଭୁଲ୍‌ ତଥ୍ୟ ପ୍ରଦାନ କରିଥିଲେ। ୨୦୧୪ରୁ ୨୦୧୫ ମଧ୍ୟରେ ଜର୍ମାନୀ ସବୁ ଘରୋଇ ମ୍ୟାଚ୍‌ର ବିଜ୍ଞାପନ ସମ୍ପର୍କିତ ଆୟ ନେଇ ମିଛି ତଥ୍ୟ ପ୍ରଦାନ କରାଯିବାର ଅଭିଯୋଗ ଆସିଥିଲା। ଏହି ସମୟ ଅବଧିରେ ଜର୍ମାନ ଫେଡେରେଶନ ୪.୭ ମିଲିୟନ ୟୁରୋ ବା ୫.୫ ମିଲିୟନ ଆମେରିକୀୟ ଡଲାରର ଟ୍ୟାକ୍ସ ଫାଙ୍କିଥିବାର ସନ୍ଦେହ କରାଯାଉଛି। ଏହି ମାମଲାରେ କୌଣସି ବ୍ୟକ୍ତିଙ୍କ ନାମକୁ ସାର୍ବଜନୀନ କରାଯାଇନାହିଁ। ଏହି ସମୟରେ ଉଲ୍ଫଗ୍ୟାଙ୍ଗ୍‌ ନିଏର୍ସବାକ ଫେଡେରେଶନର ଅଧ୍ୟକ୍ଷ ଥିଲେ। ଅବଶ୍ୟ ୨୦୦୬ ବିଶ୍ୱକପ୍‌ ବିଡିଂ ପ୍ରକ୍ରିୟାରେ ତାଙ୍କର ଭୂମିକା ନେଇ ସେ ୨୦୧୫ରେ ପଦରୁ ଇସ୍ତଫା ଦେଇଥିଲେ। ଟ୍ୟାକ୍ସ ଫାଙ୍କିବା ନେଇ ଅଧିକାରୀମାନେ ଭଲଭାବେ ଅବଗତ ଥିଲେ ବୋଲି ପୂର୍ବରୁ କରାଯାଇଥିବା ତଦନ୍ତରୁ ଜଣାପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

ମହିଳା ଟି୨୦ ବିଶ୍ୱକପ୍‌: ପାକିସ୍ତାନ ସମ୍ମୁଖରେ ୧୭୧ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ

ବର୍ମିଂହାମ,୧୪ା୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ରବିବାର ଖେଳାଯାଉଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିଛନ୍ତି। ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri