ସାମାଜିକ ବାସନ୍ଦ ଅଭିଯୋଗ

ବରଗଡ଼ ଅଫିସ୍‌,୨୫।୫: ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ଭଡିଗାଁ ଗ୍ରାମର ରୋହିଦାସ ପଡ଼ା(ଚମାର ପଡ଼ା)ବାସୀଙ୍କୁ ଗ୍ରାମରେ ସାମାଜିକ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ନେଇ ପଡ଼ାବାସୀ ଶୁକ୍ରବାର ଏସ୍‌ପି ପି.ଏସ୍‌.ମୀନାଙ୍କୁ ଫେରାଦ ହୋଇଥିଲେ। ଏସ୍‌ପିଙ୍କୁ ଏକ ଅଭିଯୋଗ ପତ୍ର ଦେଇ ଘଟଣାର ସମାଧାନ କରି ନ୍ୟାୟ ପ୍ରଦାନ କରିବାକୁ ପଡ଼ାବାସୀ ନିବେଦନ କରିଛନ୍ତି। ଗ୍ରାମର ଏକ ମନ୍ଦିର ପ୍ରତିଷ୍ଠା ନେଇ ଗତ ୬ତାରିଖ ଗ୍ରାମରେ ଏକ ସଭା ହୋଇଥିଲା। ସଭାକୁ ରୋହିଦାସ ପଡ଼ାବାସୀଙ୍କୁ ମଧ୍ୟ ଡକାଯାଇଥିଲା। ଫଳରେ ପଡ଼ାର ପ୍ରତିନିଧିଭାବେ ପ୍ରାୟ ୧୩ଜଣ ସଭାକୁ ଆସିଥିଲେ। ସଭାରେ ତାଙ୍କୁ ମନ୍ଦିରକୁ ପ୍ରବେଶ ତଥା ପ୍ରତିଷ୍ଠା ଉତ୍ସବର ଅନ୍ନ ପ୍ରସାଦରୁ ବାରଣ ରହିବାକୁ କୁହାଯାଇଥିଲା। କାରଣ ପଚାରିବାରୁ କେତେକ ଲୋକ ଗ୍ରାମରୁ ତଡ଼ି ଦେବାକୁ ମଧ୍ୟ ଧମକ ଦେଇଥିବା ପଡ଼ାବାସୀ ଅଭିଯୋଗ କରିଛନ୍ତି। ଏଭଳି ଅପମାନ ସହି ନ ପାରି ପଡ଼ାବାସୀ ସଭାରୁ ଫେରି ଆସିଥିଲେ ଏବଂ ଭଟଲି ଥାନାରେ ଏତଲା ଦେଇଥିଲେ। ପୋଲିସ ତାଙ୍କ ଏତଲାକୁ ଭିତ୍ତି କରି ଏକ ମାମଲା ରୁଜୁ କରିଥିଲା। ସେମାନଙ୍କ ବିରୋଧରେ ମଧ୍ୟ ପାଲଟା ଅଭିଯୋଗ ହୋଇଥିଲା। ପୋଲିସ ଥାନାକୁ ଉଭୟ ପକ୍ଷକୁ ଡାକିଥିଲା ଏବଂ ଧାରା ୪୧(କ) ନୋଟିସ୍‌ରେ ସମସ୍ତଙ୍କୁ ଜାମିନରେ ଛାଡିଥିଲା । ଏହା ସହିତ ଗତ ୧୨ତାରିଖ ଉଭୟ ପକ୍ଷକୁ ନେଇ ଭଟଲି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ବିଡ଼ିଓ, ତହସିଲଦାର, ଥାନା ଅଧିକାରୀଙ୍କ ଉପସ୍ଥିତିରେ ଶାନ୍ତି କମିଟି ବୈଠକ ବସିଥିଲା। ବୈଠକରେ ଘଟଣାର ସମାଧାନ ହେବା ସହିତ ସେ ନେଇ ଉଭୟ ପକ୍ଷ ସହମତି ପ୍ରକାଶ କରିବା ସହିତ ଦସ୍ତଖତ ମଧ୍ୟ କରିଥିଲେ। କିନ୍ତୁ ଏହାସତ୍ତ୍ବେ ଅପରଗୋଷ୍ଠୀ ସେମାନଙ୍କୁ ସାମାଜିକ ବାସନ୍ଦ କରୁଛନ୍ତି ବୋଲି ରୋହିଦାସ ପଡ଼ାବାସୀ ଅଭିଯୋଗ କରିଛନ୍ତି। ଦୋକାନ, ବଜାର, ଗାଧୁଆ ତୁଠ, ମନ୍ଦିର ଆଦିରେ ସେମାନଙ୍କୁ ବାସନ୍ଦ କରାଯାଇଥିବା ଯୋଗୁ ସେମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ପଡ଼ାବାସୀ କହିଛନ୍ତି। ଫକୀର ରୋହିଦାସ, କିଶନ ରୋହିଦାସଙ୍କ ସମେତ ପଡ଼ାବାସୀ ଏଭଳି ଅଭିଯୋଗ ନେଇ ଏସ୍‌ପି ଅଫିସକୁ ଆସିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି: ରୋଗୀସେବା ବ୍ୟାହତ

ରାଇକିଆ,୨।୭(ପ୍ରଦୀପ ବେହେରା): ଓମସାର ଆହ୍ବାନ କ୍ରମେ ଡାକ୍ତରମାନେ ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି। ୧୦ ଦଫା ଦାବି ପୂରଣ ନ…

ବାପା ହେବା ପରେ ନିଜକୁ ‘ଗେ’ ବୋଲି କହିଲେ ସ୍ୱାମୀ, ତାଜୁବ ହୋଇଗଲେ ସ୍ତ୍ରୀ…

ନୂଆଦିଲ୍ଲୀ, ୨ା୭: ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଥିବା ଏକ ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଭିଡିଓରେ ଜଣେ ମହିଳା ନିଜ ବୈବାହିକ ଜୀବନର…

IMD କଲା ଆଲର୍ଟ: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, କାଲିଠୁ ଏସବୁ ଜିଲାରେ ପ୍ରବଳ ବର୍ଷା!

ନୂଆଦିଲ୍ଲୀ, ୨ା୭: ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଆଜି ଦେଶର ୧୯ଟି ରାଜ୍ୟରେ ମୂଷଳଧାରାରେ ବର୍ଷା ହେବ। ଆଜି ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଉତ୍ତରପ୍ରଦେଶ, ବିହାର,…

ଏମଭିଆଇ-ଷ୍ଟେନୋଙ୍କ ଅବସର: ଭବିଷ୍ୟତ ସୁଖମୟ ହେବାକୁ କାମନା

ଛତ୍ରପୁର,୨।୭: ଗଞ୍ଜାମ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଏମଭିଆଇ ରାଜ କୁମାର ବେହେରା ଏବଂ ଷ୍ଟେନୋ ଶ୍ୟାମସୁନ୍ଦର ମାର୍ଥାଙ୍କ ଚାକିରିରୁ ଅବସର ହୋଇଯାଇଛି l ଏନେଇ କାର୍ଯ୍ୟାଳୟ ପକ୍ଷରୁ…

ପାଠ୍ୟ ପୁସ୍ତକରେ ତ୍ରୁଟି, ତେଜୁଛି ଆନ୍ଦୋଳନ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ନୂତନଭାବେ ପ୍ରକାଶ ପାଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ପାଠ୍ୟ ପୁସ୍ତକରେ ରହିଥିବା ଅନେକ ତ୍ରୁଟିକୁ ନେଇ ରାଜ୍ୟରେ ଅସନ୍ତୋଷ ଥମିବାର ନାଁ ନେଉ…

ହ୍ୱାଟ୍ସଆପ୍‌ର ନୂଆ ‘ୟୁଜରନେମ୍‌’ ଫିଚର ଉପରେ କେନ୍ଦ୍ରର ରୋକ

ନୂଆଦିଲ୍ଲୀ, ୨ା୭ (ପି.ଟି.): ହ୍ୱାଟ୍ସଆପ୍‌ ଚିଫ୍‌ କମ୍ପ୍ଲାଏନ୍ସ ଅଫିସରଙ୍କୁ ପଠାଯାଇଥିବା ସରକାରୀ ନୋଟିସରେ ସ୍ପଷ୍ଟ କୁହାଯାଇଛି ଯେ, ଏକ ପ୍ରମୁଖ ସାମାଜିକ ଗଣମାଧ୍ୟମ ସଂସ୍ଥା ଭାବେ ମେଟା…

୨ଦିନରେ ଧାନ ଉଠିବା ନେଇ ଆଶଙ୍କାରେ ଚାଷୀ: ମଣ୍ଡିରେ ଗଜା ହେଲାଣି ଧାନ

ନୂଆପଡ଼ା,୨ା୭ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ରବି ମଣ୍ଡି ଧାନ ଉଠାଣ ଅବଧି ଜୁନ ୩୦ ରହିଥିଲା। ଜିଲାର ବିଭିନ୍ନ ମଣ୍ଡିରେ ପଡି ରହିଥିବା ଧାନକୁ ଦେଖି ରାଜ୍ୟ…

ପ୍ରମାଣପତ୍ର ପାଇଁ ଆସି ଦିବ୍ୟାଙ୍ଗ ହଟହଟା: ନିରାଶରେ ଘରକୁ ଫେରୁଛନ୍ତି

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ପ୍ରମାଣପତ୍ର ପାଇଁ ଦିବ୍ୟାଙ୍ଗମାନେ ହଟହଟା ହେବା ସାଧାରଣରେ ପରିଣତ ହୋଇଛି। କେତେବେଳେ ପ୍ରମାଣପତ୍ର ଇସ୍ୟୁ କରିବାକୁ ଡାକ୍ତର ନାହାନ୍ତି ତ ଆଉକେବେ ନିର୍ଦ୍ଧାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri