ସାମାଜିକ ବାସନ୍ଦ ଅଭିଯୋଗ

ବରଗଡ଼ ଅଫିସ୍‌,୨୫।୫: ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ଭଡିଗାଁ ଗ୍ରାମର ରୋହିଦାସ ପଡ଼ା(ଚମାର ପଡ଼ା)ବାସୀଙ୍କୁ ଗ୍ରାମରେ ସାମାଜିକ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ନେଇ ପଡ଼ାବାସୀ ଶୁକ୍ରବାର ଏସ୍‌ପି ପି.ଏସ୍‌.ମୀନାଙ୍କୁ ଫେରାଦ ହୋଇଥିଲେ। ଏସ୍‌ପିଙ୍କୁ ଏକ ଅଭିଯୋଗ ପତ୍ର ଦେଇ ଘଟଣାର ସମାଧାନ କରି ନ୍ୟାୟ ପ୍ରଦାନ କରିବାକୁ ପଡ଼ାବାସୀ ନିବେଦନ କରିଛନ୍ତି। ଗ୍ରାମର ଏକ ମନ୍ଦିର ପ୍ରତିଷ୍ଠା ନେଇ ଗତ ୬ତାରିଖ ଗ୍ରାମରେ ଏକ ସଭା ହୋଇଥିଲା। ସଭାକୁ ରୋହିଦାସ ପଡ଼ାବାସୀଙ୍କୁ ମଧ୍ୟ ଡକାଯାଇଥିଲା। ଫଳରେ ପଡ଼ାର ପ୍ରତିନିଧିଭାବେ ପ୍ରାୟ ୧୩ଜଣ ସଭାକୁ ଆସିଥିଲେ। ସଭାରେ ତାଙ୍କୁ ମନ୍ଦିରକୁ ପ୍ରବେଶ ତଥା ପ୍ରତିଷ୍ଠା ଉତ୍ସବର ଅନ୍ନ ପ୍ରସାଦରୁ ବାରଣ ରହିବାକୁ କୁହାଯାଇଥିଲା। କାରଣ ପଚାରିବାରୁ କେତେକ ଲୋକ ଗ୍ରାମରୁ ତଡ଼ି ଦେବାକୁ ମଧ୍ୟ ଧମକ ଦେଇଥିବା ପଡ଼ାବାସୀ ଅଭିଯୋଗ କରିଛନ୍ତି। ଏଭଳି ଅପମାନ ସହି ନ ପାରି ପଡ଼ାବାସୀ ସଭାରୁ ଫେରି ଆସିଥିଲେ ଏବଂ ଭଟଲି ଥାନାରେ ଏତଲା ଦେଇଥିଲେ। ପୋଲିସ ତାଙ୍କ ଏତଲାକୁ ଭିତ୍ତି କରି ଏକ ମାମଲା ରୁଜୁ କରିଥିଲା। ସେମାନଙ୍କ ବିରୋଧରେ ମଧ୍ୟ ପାଲଟା ଅଭିଯୋଗ ହୋଇଥିଲା। ପୋଲିସ ଥାନାକୁ ଉଭୟ ପକ୍ଷକୁ ଡାକିଥିଲା ଏବଂ ଧାରା ୪୧(କ) ନୋଟିସ୍‌ରେ ସମସ୍ତଙ୍କୁ ଜାମିନରେ ଛାଡିଥିଲା । ଏହା ସହିତ ଗତ ୧୨ତାରିଖ ଉଭୟ ପକ୍ଷକୁ ନେଇ ଭଟଲି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ବିଡ଼ିଓ, ତହସିଲଦାର, ଥାନା ଅଧିକାରୀଙ୍କ ଉପସ୍ଥିତିରେ ଶାନ୍ତି କମିଟି ବୈଠକ ବସିଥିଲା। ବୈଠକରେ ଘଟଣାର ସମାଧାନ ହେବା ସହିତ ସେ ନେଇ ଉଭୟ ପକ୍ଷ ସହମତି ପ୍ରକାଶ କରିବା ସହିତ ଦସ୍ତଖତ ମଧ୍ୟ କରିଥିଲେ। କିନ୍ତୁ ଏହାସତ୍ତ୍ବେ ଅପରଗୋଷ୍ଠୀ ସେମାନଙ୍କୁ ସାମାଜିକ ବାସନ୍ଦ କରୁଛନ୍ତି ବୋଲି ରୋହିଦାସ ପଡ଼ାବାସୀ ଅଭିଯୋଗ କରିଛନ୍ତି। ଦୋକାନ, ବଜାର, ଗାଧୁଆ ତୁଠ, ମନ୍ଦିର ଆଦିରେ ସେମାନଙ୍କୁ ବାସନ୍ଦ କରାଯାଇଥିବା ଯୋଗୁ ସେମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ପଡ଼ାବାସୀ କହିଛନ୍ତି। ଫକୀର ରୋହିଦାସ, କିଶନ ରୋହିଦାସଙ୍କ ସମେତ ପଡ଼ାବାସୀ ଏଭଳି ଅଭିଯୋଗ ନେଇ ଏସ୍‌ପି ଅଫିସକୁ ଆସିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା-କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ଚିନ୍ତାରେ

ତିହିଡ଼ି,୨୯।୩ (ସଞ୍ଜିତ ବଳ):ଭଦ୍ରକ ଜିଲା ଧାମନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଭାଜପା ଓ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ଚିନ୍ତାରେ...

୫ ମାସ ପରେ ବି ସରିଲାନି ଡିପିଆର୍‌

ଯାଜପୁର,୨୯ା୩ (ହର୍ଷବର୍ଦ୍ଧନ ବେହେରା):ଯାଜପୁର ରୋଡ୍‌ ରେଳଷ୍ଟେଶନଠାରୁ ଧାମରା ବନ୍ଦର ଭାୟା ଯାଜପୁର ଓ ଆରଡି ପ୍ରସ୍ତାବିତ ନୂତନ ରେଳପଥର ଚୂଡ଼ାନ୍ତ ଲୋକେଶନ ସର୍ଭେ ଏବଂ ଡିଟେଲ...

‘ନୋଟାରେ ଦେବୁ ପଛେ ଅପରାଜିତାଙ୍କୁ ନୁହଁ’

ଖୋର୍ଦ୍ଧା,୨୯ା୩(ପ୍ରଭାତ ପାଣିଗ୍ରାହୀ):ଭୁବନେଶ୍ୱରରୁ ବେଗୁନିଆ ଏବେ ସବୁଠି ଭାଜପାର ଏମ୍‌ପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କୁ ବିରୋଧ କରାଯାଉଛି। ଭାଜପା ପକ୍ଷରୁ ଲୋକ ସଭା ପ୍ରଥମ ପର୍ଯ୍ୟାୟ ତାଲିକାରେ...

ସନାତନ ଭାଜପାରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା

କେନ୍ଦୁଝର,୨୯ା୩(ନରେଶ ଚନ୍ଦ୍ର ପଟ୍ଟନାୟକ):ପ୍ରଥମେ କଂଗ୍ରେସ, ପରେ କଂଗ୍ରେସ ଛାଡ଼ି ସ୍ବାଧୀନ ପ୍ରାର୍ଥୀ ଭାବରେ ଛିଡ଼ା ହୋଇ ଚମ୍ପୁଆ ବିଧାୟକ ହେଲେ। ଚଳିତ ନିର୍ବାଚନ ତାରିଖ ଘୋଷଣା...

ରାତିସାରା ଚାଲିଛି ମୋରମ ଲୁଟ୍‌

ଯାଜପୁର/କୋରେଇ(ହର୍ଷବର୍ଦ୍ଧନ ବେହେରା/ଚନ୍ଦ୍ରକାନ୍ତ ପତି),୨୯ା୩ : ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌ କାରବାରକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ରାଜସ୍ବ ବିଭାଗଠାରୁ ଖଣି ବିଭାଗକୁ ଦାୟିତ୍ୱ ହସ୍ତାନ୍ତର ହୋଇଛି।...

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri