ଭକ୍ତଙ୍କ ପାଇଁ ଖୋଲିଲା ଭୁବନେଶ୍ୱରର ସମସ୍ତ ଧାର୍ମିକ ଅନୁଷ୍ଠାନ

ଭୁବନେଶ୍ୱର,୧୨।୨(ବ୍ୟୁରୋ): ଆଜିଠାରୁ ଭୁବନେଶ୍ୱରରେ ସମସ୍ତ ଧାର୍ମିକ ଅନୁଷ୍ଠାନ ଖୋଲାଯାଇଛି । କୋଭିଡ କଟକଣା ପାଳନ ସହ ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ମିଳିଛି। ଧାର୍ମିକ ଅନୁଷ୍ଠାନ ମଧ୍ୟରେ ସାମାଜିକ ଦୂରତା ସହ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି। ଲିଙ୍ଗରାଜ ମନ୍ଦିରରେ ପ୍ରତିଥରରେ ୧୦୦ ଭକ୍ତଙ୍କୁ ପ୍ରବେଶ ଅନୁମତି ମିଳିଥିବା ବେଳେ ୧୫ ବର୍ଷରୁ କମ ପିଲାଙ୍କୁ ଅଭିଭାବକଙ୍କ ସହ ମନ୍ଦିର ପ୍ରବେଶ ପାଇଁ ଅନୁମତି ମିଳିଛି । ସେହିପରି ରାଜଧାନୀରେ ଥିବା ମସଜିଦ୍‌ ଓ ଚର୍ଚ୍ଚରେ କଟକଣା ଭିତରେ ସାମୁହିକ ପ୍ରାର୍ଥନା ହୋଇପାରିବ । ଭୁବନେଶ୍ୱର ମହାନଗର ନିଗମର ଏହି ନିଷ୍ପତ୍ତିକୁ ଉଭୟ ଭକ୍ତ ଓ ବିଭିନ୍ନ ଧାର୍ମିକ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସ୍ବାଗତ କରିଛନ୍ତି । ସୂଚନା ଅନୁସାରେ କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ରାଜଧାନୀରେ ସମସ୍ତ ଧାର୍ମାନୁଷ୍ଠାନ ବନ୍ଦ ରଖିବାକୁ ବିଏମ୍‌ସି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୫ଟି ସଚିବଙ୍କୁ କଂଗ୍ରେସର କଟାକ୍ଷ

ଭୁବନେଶ୍ୱର,୧୫।୧(ବ୍ୟୁରୋ): ଶ୍ରୀମନ୍ଦିରରେ ପୂର୍ଣ୍ଣକାଳୀନ ପ୍ରଶାସକ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପ୍ରସଙ୍ଗରେ ୫ଟି ସଚିବଙ୍କୁ କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ କଟାକ୍ଷ କରିଛନ୍ତି। ପାଣ୍ଡିଆନ ନବୀନଙ୍କ ମନକଥା...

ଉପଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

ଠାକୁରମୁଣ୍ଡା,୬ା୧୨(ଡି.ଏନ୍‌.ଏ.)- ୪ ଦଫା ଦାବି ନେଇ ଜାତୀୟ ଯୁବ ପ୍ରକଳ୍ପର ସଭ୍ୟମାନେ କରଞ୍ଜିଆ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ...

ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର,୫ା୨(ବ୍ୟୁରୋ): ପଶ୍ଚିମାବାୟୁ ପ୍ରବାହ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ଗତ ୨ ଦିନ ଧରି ଘଡ଼ଘଡ଼ି ସହ ବର୍ଷା ହୋଇଛି। ଦିନତମାମ ଆକାଶ ମେଘାଚ୍ଛନ୍ନ ରହିବା...

ଆଜି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୮।୫(ବ୍ୟୁରୋ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ରାଜ୍ୟର ୨୦ ସହରରେ ଶନିବାର ଅନୁଷ୍ଠିତ ହେବ। ୫୩ କେନ୍ଦ୍ରରେ ଦୁଇଟି ସିଟିଂରେ ଅଫ୍‌ଲାଇନ୍‌ ପରୀକ୍ଷା ହେବ। ଏଥିଲାଗି...

ରାଜ୍ୟରେ ନିଯୁକ୍ତି ପାଇବେ ୫ ହଜାର ଡାକ୍ତର

ଭୁବନେଶ୍ୱର,୨୭ା୨(ବ୍ୟୁରୋ): ଖୁବ୍‌ଶୀଘ୍ର ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ୫ ହଜାର ଡାକ୍ତର ନିଯୁକ୍ତି ପାଇବେ ବୋଲି ସୋମବାର ଘୋଷଣା କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ। ରାଷ୍ଟ୍ରପତି ଦ୍ରୌପଦୀ...

ସ୍ବର୍ଗଦ୍ୱାର ବିଶୋଧନ ପ୍ରତି ନଜର ନାହିଁ

ପୁରୀ ଅଫିସ,୧୫ା୪: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତା ଓ ବିଶୋଧିକରଣ ଉପରେ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ପୁରୀ ଜିଲାର ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ର,...

ବିଜେଡି ପ୍ରତିଷ୍ଠା ଦିବସରେ ପିନାକୀ କେଉଁଠି ଥିଲେ: ଭର୍ତ୍ତୃହରି

ଭୁବନେଶ୍ବର,୩ା୧(ବ୍ୟୁରୋ):ବିଜେଡିର ବରିଷ୍ଠ ନେତା ତଥା କଟକ ଏମ୍‌ପି ଭର୍ତ୍ତୃହରି ମହତାବ ୪ଟି ବିଷୟରେ ନିଜର ଆଭିମୁଖ୍ୟ ଗଣମାଧ୍ୟମ ଆଗରେ ଖୁବ୍‌ଶୀଘ୍ର ରଖିବେ। ହେଲେ ସେ କେବେ...

ଗାନ୍ଧୀବାଦର ମୂଲ୍ୟ ସମସ୍ୟାର ସମାଧାନ: ରାଧା ଭଟ୍ଟ

ବାଲେଶ୍ୱର ଅଫିସ, ୨।୧୧-ସାମ୍ପ୍ରତିକ ସାମାଜିକ ଏବଂ ଅର୍ଥନୈତିକ ସମସ୍ୟାର ସମାଧାନ ଗାନ୍ଧୀବାଦ ମଧ୍ୟରେ ନିହିତ ରହିଛି। ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଶୁକ୍ରବାର ଆୟୋଜିତ ଏକ ସମାରୋହରେ...

Advertisement
Archives

Model This Week