ଆସିଲେନି, ହିସାବ ଦେଲେନି

ଢେଙ୍କାନାଳ ଅଫିସ, ୧୨।୨ ଢେଙ୍କାନାଳ ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲଢୁଥିବା ପ୍ରାର୍ଥୀମାନେ ଠିକ୍‌ ଭାବେ ଖର୍ଚ୍ଚ ବିବରଣୀ ରଖୁନାହାନ୍ତି। ସମୀକ୍ଷା ବୈଠକରେ ମଧ୍ୟ ଉପସ୍ଥିତ ରହୁନାହାନ୍ତି, ଯାହାକୁ ନେଇ କ୍ଷୋଭବ୍ୟକ୍ତ କରିଛନ୍ତି ଜିଲା ପାଇଁ ନିୟୋଜିତ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଦୟାନିଧି ନାୟକ। ନିର୍ବାଚନ ପରିଚାଳନାରେ ଖର୍ଚ୍ଚ ହିସାବ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହୋଇଥିବାରୁ ସମସ୍ତ ବିବରଣୀକୁ ତ୍ରୁଟିମୁକ୍ତ କରି ଉପସ୍ଥାପନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଜିଲା ପରିଷଦ ପ୍ରାର୍ଥୀ ଏବଂ ସେମାନଙ୍କ ଏଜେଣ୍ଟଙ୍କ ଉପସ୍ଥିତିରେ ଖର୍ଚ୍ଚ ସମୀକ୍ଷା କରାଯାଇଥିଲା। ତେବେ ଅଧିକାଂଶ ପ୍ରାର୍ଥୀ କିମ୍ବା ଏଜେଣ୍ଟ ଆସି ନ ଥିଲେ। ଯେଉଁମାନେ ଆସିଥିଲେ ସେମାନଙ୍କ ମଧ୍ୟରୁ ୯୦% ପ୍ରାର୍ଥୀ ଖର୍ଚ୍ଚର ହିସାବ ଖାତା ଆଣି ନ ଥିଲେ। କେହି ଜଣେ ବି ପ୍ରାର୍ଥୀ ନିର୍ବାଚନ କମିଶନଙ୍କ ନିୟମ ଅନୁଯାୟୀ ଖର୍ଚ୍ଚର ପୂର୍ଣ୍ଣାଙ୍ଗ ବିବରଣୀ ରଖୁ ନ ଥିବା ସମୀକ୍ଷା ବେଳେ ଜଣାପଡ଼ିଛି। ତେଣୁ ପରବର୍ତ୍ତୀ ବୈଠକରେ ତ୍ରୁଟିଶୂନ୍ୟ ଏବଂ ପୂର୍ଣ୍ଣାଙ୍ଗ ଖର୍ଚ୍ଚ ବିବରଣୀ ଉପସ୍ଥାପନ କରିବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି। ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ସହିତ ଏସ୍‌କର୍ଟ ଅଫିସର ପ୍ରକାଶ ମୁର୍ମୁ, ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳ, ସହକାରୀ ଜିଲାପାଳ ହରିହର ପଞ୍ଚୁଆତି ପ୍ରମୁଖ ଉପସ୍ଥିତ ଥିଲେ।
ସେହିପରି ପୂର୍ବାହ୍ନରେ ସଦର ବ୍ଲକରେ ଏବିଡିଓ ଝାଡେଶ୍ୱର ଦାସ, ଜିପିଇଓ ଅନିତା ଦାସ, ବିତ୍ତ ଅଧିକାରୀ ସଞ୍ଜୟ କୁମାର ରାଉଳଙ୍କ ଉପସ୍ଥିତିରେ ପ୍ରାର୍ଥୀଙ୍କ ଖର୍ଚ୍ଚ ବିବରଣୀର ସମୀକ୍ଷା କରାଯାଇଥିଲା। ନିର୍ବାଚନ କମିଶନଙ୍କ ନିର୍ଦ୍ଧାରିତ ଫର୍ମ ୧ ଓ ୨ ଆଧାରରେ ପ୍ରାର୍ଥୀମାନେ ବିବରଣୀ ପ୍ରଦାନ କରି ନ ଥିଲେ। ତୁରନ୍ତ ଏହାକୁ ଠିକ୍‌ ଭାବେ ଉପସ୍ଥାପନ କରିବାକୁ ପର୍ଯ୍ୟବେକ୍ଷକ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଳୁଛି ୩୦ ସଂରକ୍ଷିତ ଜଙ୍ଗଲ

ବାରିପଦା ଅଫିସ,୫।୩: ପ୍ରକୃତିର ରାଣୀ ସୁବଜ ସୁନ୍ଦର ଅଭୟାରଣ୍ୟ ଶିମିଳିପାଳ ଏବେ ସର୍ବଗ୍ରାସୀ ନିଆଁରେ କ୍ଷତବିକ୍ଷତ। ମନୁଷ୍ୟକୃତ ଅଗ୍ନିକାଣ୍ଡ ପାଇଁ ଶୁଷ୍କ ଜୈବମଣ୍ଡଳ ଉତ୍ତପ୍ତ ହୋଇଉଠିଛି।...

ଆଜି ଆଉ ୧୫ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୬୪୦କୁ ବୃଦ୍ଧି

ଭୁବନେଶ୍ୱର,୨୨ା୧୧(ବ୍ୟୁରୋ): ରବିବାର ରାଜ୍ୟରୁ ଆଉ ୧୫ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୬୪୦କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ...

ଦୁର୍ଘଟଣାରେ ଗଲା ୩ ଜୀବନ

ଡାବୁଗାଁ/ପାପଡାହାଣ୍ଡି,୧୧।୧୨(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲାରେ ଶୁକ୍ରବାର ପୃଥକ୍‌ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ପୋଲିସ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ନବରଙ୍ଗପୁର...

ଜଗାକୁ ଶେଷ ଦର୍ଶନ କରି ଚାଲିଗଲା ଜୀବନ

ପୁରୀ ଅଫିସ, ୧୭।୪: ଜଗାକୁ ଶେଷ ଦର୍ଶନ କରି ଚାଲିଗଲା ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀରେ। ରବିବାର ଶ୍ରୀମନ୍ଦିରରେ ଠାକୁରଙ୍କ ଦର୍ଶନ କରୁଥିବା...

ଦିଲ୍ଲୀରୁ ଓଡ଼ିଶାକୁ ରିଲିଫ ଟ୍ରକ୍‌ ପଠାଇଲା ଭାଜପା

ଭୁବନେଶ୍ୱର, ୨୨।୯(ବ୍ୟୁରୋ):  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୦ତମ ଜନ୍ମଦିନ ଅବସରରେ ଦେଶବ୍ୟାପୀ ସେବା ସପ୍ତାହ ପାଳନ କରାଯାଇଛି । ଏହି ଅବସରରେ ସୋମବାର ନୂଆଦିଲ୍ଲୀସ୍ଥିତ କେନ୍ଦ୍ରୀୟ...

ଶ୍ୱଶୁର ଘରେ ସ୍ତ୍ରୀଙ୍କୁ ହତ୍ୟା କରି ସ୍ବାମୀ ଫେରାର

ସମ୍ବଲପୁର,୬।୫(ବ୍ୟୁରୋ): ସାତ ଜନମକୁ ସାଥୀ ହେବାକୁ କଥା ଦେଇ ଯେଉଁ ହାତ ଧରିଥିଲେ ସେହି ହାତରେ ସ୍ତ୍ରୀଙ୍କୁ ପଥର ଛେଚି ହତ୍ୟା କରିଛନ୍ତି ସ୍ବାମୀ। ଏପରି...

କଂଗ୍ରେସ କର୍ମୀ-ପୋଲିସ ମୁହାଁମୁହିଁ

ଭୁବନେଶ୍ୱର,୨୧ା୭(ବ୍ୟୁରୋ): ସୋନିଆ ଗାନ୍ଧୀଙ୍କୁ ଇଡି ସମନ ପରେ ରାଜ୍ୟ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କଂଗ୍ରେସ ଭବନରୁ ଶତାଧିକ କଂଗ୍ରେସ କର୍ମୀ ଶୋଭାଯାତ୍ରାରେ ବାହାରିଥିଲେ।...

୧ ଲକ୍ଷ ଦସ୍ତଖତ ଲାଗି ଅଭିଯାନ ଆରମ୍ଭ: ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରିବାକୁ ପ୍ରୟାସ

ଭୁବନେଶ୍ୱର, ୧୦ା୮(ବ୍ୟୁରୋ): ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ବାର୍ଷିକ ଅବସରରେ ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନୀତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

Advertisement
Archives

Model This Week