ଆସିଲେନି, ହିସାବ ଦେଲେନି

ଢେଙ୍କାନାଳ ଅଫିସ, ୧୨।୨ ଢେଙ୍କାନାଳ ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲଢୁଥିବା ପ୍ରାର୍ଥୀମାନେ ଠିକ୍‌ ଭାବେ ଖର୍ଚ୍ଚ ବିବରଣୀ ରଖୁନାହାନ୍ତି। ସମୀକ୍ଷା ବୈଠକରେ ମଧ୍ୟ ଉପସ୍ଥିତ ରହୁନାହାନ୍ତି, ଯାହାକୁ ନେଇ କ୍ଷୋଭବ୍ୟକ୍ତ କରିଛନ୍ତି ଜିଲା ପାଇଁ ନିୟୋଜିତ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଦୟାନିଧି ନାୟକ। ନିର୍ବାଚନ ପରିଚାଳନାରେ ଖର୍ଚ୍ଚ ହିସାବ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହୋଇଥିବାରୁ ସମସ୍ତ ବିବରଣୀକୁ ତ୍ରୁଟିମୁକ୍ତ କରି ଉପସ୍ଥାପନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଜିଲା ପରିଷଦ ପ୍ରାର୍ଥୀ ଏବଂ ସେମାନଙ୍କ ଏଜେଣ୍ଟଙ୍କ ଉପସ୍ଥିତିରେ ଖର୍ଚ୍ଚ ସମୀକ୍ଷା କରାଯାଇଥିଲା। ତେବେ ଅଧିକାଂଶ ପ୍ରାର୍ଥୀ କିମ୍ବା ଏଜେଣ୍ଟ ଆସି ନ ଥିଲେ। ଯେଉଁମାନେ ଆସିଥିଲେ ସେମାନଙ୍କ ମଧ୍ୟରୁ ୯୦% ପ୍ରାର୍ଥୀ ଖର୍ଚ୍ଚର ହିସାବ ଖାତା ଆଣି ନ ଥିଲେ। କେହି ଜଣେ ବି ପ୍ରାର୍ଥୀ ନିର୍ବାଚନ କମିଶନଙ୍କ ନିୟମ ଅନୁଯାୟୀ ଖର୍ଚ୍ଚର ପୂର୍ଣ୍ଣାଙ୍ଗ ବିବରଣୀ ରଖୁ ନ ଥିବା ସମୀକ୍ଷା ବେଳେ ଜଣାପଡ଼ିଛି। ତେଣୁ ପରବର୍ତ୍ତୀ ବୈଠକରେ ତ୍ରୁଟିଶୂନ୍ୟ ଏବଂ ପୂର୍ଣ୍ଣାଙ୍ଗ ଖର୍ଚ୍ଚ ବିବରଣୀ ଉପସ୍ଥାପନ କରିବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି। ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ସହିତ ଏସ୍‌କର୍ଟ ଅଫିସର ପ୍ରକାଶ ମୁର୍ମୁ, ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳ, ସହକାରୀ ଜିଲାପାଳ ହରିହର ପଞ୍ଚୁଆତି ପ୍ରମୁଖ ଉପସ୍ଥିତ ଥିଲେ।
ସେହିପରି ପୂର୍ବାହ୍ନରେ ସଦର ବ୍ଲକରେ ଏବିଡିଓ ଝାଡେଶ୍ୱର ଦାସ, ଜିପିଇଓ ଅନିତା ଦାସ, ବିତ୍ତ ଅଧିକାରୀ ସଞ୍ଜୟ କୁମାର ରାଉଳଙ୍କ ଉପସ୍ଥିତିରେ ପ୍ରାର୍ଥୀଙ୍କ ଖର୍ଚ୍ଚ ବିବରଣୀର ସମୀକ୍ଷା କରାଯାଇଥିଲା। ନିର୍ବାଚନ କମିଶନଙ୍କ ନିର୍ଦ୍ଧାରିତ ଫର୍ମ ୧ ଓ ୨ ଆଧାରରେ ପ୍ରାର୍ଥୀମାନେ ବିବରଣୀ ପ୍ରଦାନ କରି ନ ଥିଲେ। ତୁରନ୍ତ ଏହାକୁ ଠିକ୍‌ ଭାବେ ଉପସ୍ଥାପନ କରିବାକୁ ପର୍ଯ୍ୟବେକ୍ଷକ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଆଉ ଏକ ଲଘୁଚାପ: ବୁଧବାରଠାରୁ ସୋମବାର ଯାଏ ରାଜ୍ୟରେ ପ୍ରବଳ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୧୧ା୮(ବନ୍ଦନା ସେଠୀ) – ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ପ୍ରାୟ ୭.୬ କି.ମି. ଉଚ୍ଚତା ପର୍ଯ୍ୟନ୍ତ…

ଭିଜିଲାନ୍ସ ଜାଲରେ ଆନନ୍ଦପୁର ସମବାୟ ସମିତିର ନିଲମ୍ବିତ ସମ୍ପାଦକ: ୨୧ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ୍

ବାଙ୍କୀ, ୧୧।୮(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଅନ୍ତର୍ଗତ ଓସ୍ତିଆ ପଞ୍ଚାୟତର ଆନନ୍ଦପୁର ସେବା ସମବାୟ ସମିତିରେ ହୋଇଥିବା ବ୍ୟାପକ ଦୁର୍ନୀତି ଏବଂ ଅର୍ଥ ହେରଫେର…

ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କୀଟନାଶକ ପିଇ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ: ଅବସ୍ଥା ଗୁରୁତର

ଛତ୍ରପୁର, ୧୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିଜମା ଓ…

ପ୍ରଶାସନିକ ଅବହେଳାର ପ୍ରତିବାଦ: ବର୍ଷାଜଳ ନିଷ୍କାସନ ନ ହେବାରୁ ଅନେକ ଗ୍ରାମର ଚାଷ ଜମି ଜଳମଗ୍ନ, ଆନ୍ଦୋଳନ ଚେତାବନୀ

ହାଟଡିହୀ/ଛେନାପଦୀ,୧୧।୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଡରମ୍ପାସ କେନାଲରେ ଅବ୍ୟବସ୍ଥା ଯୋଗୁ ବର୍ଷାଜଳ ନିଷ୍କାସନ ହୋଇପାରୁ ନାହିଁ, ଯାହାଫଳରେ ଚାଷ କାର୍ଯ୍ୟରେ ଗୁରୁତର…

କୁକୁର ଦାଉରୁ ରକ୍ଷା ପାଇଁ ସିଧାସଳଖ ଜିଲାପାଳଙ୍କୁ ମେସେଜ୍: ନାକେଦମ ହେଲା ପ୍ରଶାସନ, ଶେଷରେ…

ହାଟଡିହୀ,୧୧।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପଢ଼ିଆରିପଲ୍ଲୀ ଗ୍ରାମରେ ଜଣେ ମହିଳାଙ୍କ ଘର ଆଗରେ ଏକ କୁକୁର ଶୋଇ ରହିବା ଏବଂ ତାହାକୁ ନେଇ ସୃଷ୍ଟି…

ନିଖୋଜ ହୋଇଥିଲେ ୧୬ ବର୍ଷିୟା ନାବାଳିକା: ପାରଳାଖେମୁଣ୍ଡିରୁ ମହିଳାଙ୍କୁ ଗିରଫ କଲା ପଶ୍ଚିମବଙ୍ଗ ପୋଲିସ

ପାରଳାଖେମୁଣ୍ଡି,୧୧।୮(ଗିରିଧାରୀ ପରିଛା): ନାବାଳିକା ଅପହରଣ ମାମଲାରେ ଗଜପତି ଜିଲା ପାରଳାଖେମୁଣ୍ଡି ସହରର ବିଶ୍ୱନାଥ ନଗରରେ ଏକ ଭଡ଼ା ଘରେ ରହୁଥିବା ଝୁନି ଜେନା ନାମକ ଜଣେ ମହିଳାଙ୍କୁ…

ଇନ୍ଦ୍ରାବତୀ ଜଳଭଣ୍ଡାରବାସୀଙ୍କ ସ୍ୱପ୍ନ ହେବ ସାକାର: ୧୨୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ସେତୁ, ଡିଜିପିଏସ ସର୍ଭେ ଶେଷ

ଥୁଆମୂଳ ରାମପୁର,୧୧।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷା ଓ ଦାବି ଅନ୍ତ ହେବାକୁ ଯାଉଛି।…

ସମୁଦ୍ର କୂଳ ଖାଉଛି, ବିପଦରେ ଆର୍ଯ୍ୟପଲ୍ଲୀ: ପଥର ବନ୍ଧ ନିର୍ମାଣ ଦାବିରେ ପ୍ରଶାସନର ଦ୍ୱାରସ୍ଥ ହେଲେ…

ଛତ୍ରପୁର, ୧୧/୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଦିନକୁ ଦିନ ସମୁଦ୍ର କୂଳ ଧସି ଗ୍ରାମ ଆଡ଼କୁ ମାଡ଼ି ଆସୁଥିବାରୁ ଭୟଭୀତ ଅବସ୍ଥାରେ ରହିଛନ୍ତି ଛତ୍ରପୁର ପୌରପରିଷଦ ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri