ଦୁଇଦିନିଆ ମେଗା ଅକ୍ସନରେ ସାମିଲ ହେବେ ୫୯୦ ଖେଳାଳି

ବେଙ୍ଗାଲୁରୁ,୧୨ା୨: ବେଙ୍ଗାଲୁରୁଠାରେ ଶନିବାରଠାରୁ ଆରମ୍ଭ ହେବ ଦୁଇଦିନିଆ ନିଲାମ କ୍ରୀଡ଼ା ପ୍ରକ୍ରିୟା। ଏଥିରେ ୧୦ଟି ଦଳ ନିଜ ପସନ୍ଦ ମୁତାବକ ଖେଳାଳିଙ୍କୁ କିଣିବା ପାଇଁ ଚେଷ୍ଟା କରିବେ। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ସିଜନ-୧୫ ମେଗା ଅକ୍ସନରେ ସାମିଲ ହେବେ ୫୯୦ ଖେଳାଳି। ସେମାନଙ୍କ ମଧ୍ୟରେ ୨୨୭ ବିଦେଶୀ ଖେଳାଳି ରହିଛନ୍ତି ।
ଏପରିକି ବିସିସିଆଇ ନିଲାମରେ ସାମିଲ ହୋଇଥିବା ଖେଳାଳିଙ୍କ ନାମ ଜାରି କରିସାରିଛି। ତେବେ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଶ୍ରେୟସ୍‌ ଆୟର, ଉଇକେଟ୍‌କିପର ବ୍ୟାଟ୍ସମ୍ୟାନ ଇଶାନ କିଷାନ ଓ ଅଲ୍‌ରାଉଣ୍ଡର ଶାର୍ଦ୍ଦୂଳ ଠାକୁରଙ୍କ ବେଶ ଚାହିଦା ରହିଛି । ଚଳିତ ମେଗା ନିଲାମ ପ୍ରକ୍ରିୟାରେ ୧୦ରୁ ଅଧିକ ଭାରତୀୟ ଖେଳାଳି ୧୦ କୋଟିରୁ ଊର୍ଦ୍ଧ୍ୱରେ ବିକ୍ରି ହୋଇପାରନ୍ତି ବୋଲି ଆକଳନ କରାଯାଉଛି। ସେହିପରି ବିଦେଶୀ ଖେଳାଳି ଡେଭିଡ ୱାର୍ନର, କ୍ୱିଣ୍ଟନ ଡି’କକ୍‌, ପ୍ୟାଟ କମିନ୍ସଙ୍କ ଭଳି ଖେଳାଳିଙ୍କ ଉପରେ ମଧ୍ୟ ଫ୍ରାଞ୍ଚାଇଜ୍‌ଙ୍କ ନଜର ରହିଛି।
ଏହି ମେଗା ନିଲାମରେ ଓଡ଼ିଶାର ୨ଜଣ ଖେଳାଳି ଶୁଭ୍ରାଂଶୁ ସେନାପତି ଏବଂ ଅଭିଷେକ ରାଉତ ସାମିଲ ହୋଇଛନ୍ତି । ଦୁଇ ଜଣଙ୍କ ବେସ୍‌ ପ୍ରାଇସ୍‌ ୨୦ ଲକ୍ଷ ଟଙ୍କା ରହିଛି। ଓଡ଼ିଶାରୁ ମୋଟ ୫ ଖେଳାଳି ନିଲାମ ପାଇଁ ନାମ ରେଜିଷ୍ଟ୍ରେଶନ କରିଥିଲେ। ହେଲେ ଶୁଭ୍ରାଂଶୁ ଓ ଅଭିଷେକଙ୍କୁ ନିଲାମରେ ସାମିଲ କରିଛି ବିସିସିଆଇ।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲରେ ସେରେନା-ଆଣ୍ଡ୍ରିସ୍କୁ

ନ୍ୟୁୟର୍କ,୬।୯:କାନାଡାର ଟିନ୍‌ ଏଜ୍‌ ଖେଳାଳି ବିୟାଙ୍କା ଆଣ୍ଡ୍ରିସ୍କୁଙ୍କ ସଫଳତାର ଦୌଡ଼ ଏଠାରେ ଚାଲିଥିବା ୟୁଏସ୍‌ ଓପନରେ ଜାରି ରହିଛି। ସେ ସେମିଫାଇନାଲରେ ବେଲିଣ୍ଡା ବେନକିକ୍‌ଙ୍କୁ ୭-୬...

ଲିଲିମାଙ୍କ ଅବସର

ଭୁବନେଶ୍ୱର, ୧୩।୧(କ୍ରୀଡ଼ା ପ୍ରତିନିଧି)- ଭାରତୀୟ ମହିଳା ହକିର ଅନ୍ୟତମ ଦକ୍ଷ ମିଡ୍‌ଫିଲ୍ଡର ଓଡ଼ିଶାର ଲିଲିମା ମିଞ୍ଜ ଗୁରୁବାର ଅବସର ଘୋଷଣା କରିଛନ୍ତି। କ୍ୟାରିୟରରେ ୧୫୬ଟି ଅନ୍ତର୍ଜାତୀୟ...

ଫ୍ଲାଇଟ ମିସ ଯୋଗୁ ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ବିସ୍ଫୋରକ କ୍ରିକେଟର୍‌

ଜାମାଇକା,୪।୧୦: ଅଷ୍ଟ୍ରେଲିଆରେ ହେବାକୁ ଥିବା ଆଗାମୀ ଟି-୨୦ ବିଶ୍ୱକପ ପାଇଁ ଦୁଇ ସପ୍ତାହରୁ କମ ସମୟ ବାକି ଅଛି। ଏଭଳି ପରିସ୍ଥିତିରେ ଅନେକ ଖେଳାଳି ଆଘାତରୁ...

ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ, ୫।୨: ଭାରତ ବିପକ୍ଷ ଚାରି ଟେଷ୍ଟ ସିରିଜ ପୂର୍ବରୁ ଅଷ୍ଟ୍ରେଲିଆ ଏକ ବଡ଼ ଝଟ୍‌କା ଲାଗିଛି। ଭେଟେରାନ ଫାଷ୍ଟ ବୋଲର ଜୋଶ ହେଜଲଉଡ ଫେବୃଆରୀ...

‘ଗ୍ଲୋବାଲ ଇଣ୍ଡିଆନ ଆଇକନ ଅଫ ଦି ଇୟର’ ଆୱାର୍ଡରେ ସମ୍ମାନିତ ହେଲେ ମେରି କମ

ଲଣ୍ଡନ,୩୦।୬:‘ଗ୍ଲୋବାଲ ଇଣ୍ଡିଆନ ଆଇକନ ଅଫ ଦି ଇୟର’ ଆୱାର୍ଡରେ ସମ୍ମାନିତ ହେଲେ ବକ୍ସର ମେରି କମ। ଦକ୍ଷିଣ-ପୂର୍ବ ଇଂଲଣ୍ଡର ୱିଣ୍ଡସରରେ ବାର୍ଷିକ ୟୁକେ-ଇଣ୍ଡିଆ ଆଓ୍ବାର୍ଡ ସମାରୋହରେ...

ମନୋରଞ୍ଜନ କଲେ ଅର୍ଚ୍ଚିତା-ସବ୍ୟସାଚୀ

ଭାରତ-ୱେଲ୍ସ ମ୍ୟାଚର ପ୍ରଥମାର୍ଦ୍ଧରେ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ ଓଲିଉଡ୍‌ ଅଭିନେତା ସବ୍ୟସାଚୀ ମିଶ୍ର ଓ ଅଭିନେତ୍ରୀ ଅର୍ଚ୍ଚିତା ସାହୁ। ଦୁହେଁ ପଡ଼ିଆ ମଧ୍ୟକୁ ଆସି ଚିୟର...

ପ୍ରଶଂସକଙ୍କ ପାଇଁ ଖୁସି ଖବର: ଦଳକୁ ଖୁବ୍‌ଶୀଘ୍ର ଫେରିବେ ରାହୁଲ

ନୂଆଦିଲ୍ଲୀ,୧୧।୭: ଭାରତୀୟ କ୍ରିକେଟ ପ୍ରଶଂସକଙ୍କ ପାଇଁ ଖୁସି ଖବର ଆସିଛି। ଦଳର ଷ୍ଟାର ଉଇକେଟ କିପର ବ୍ୟାଟ୍ସମ୍ୟାନ କେ.ଏଲ ରାହୁଲ ଦଳକୁ ଖବଶୀଘ୍ର ଫେରିବାକୁ ପ୍ରସ୍ତୁତ...

୭ମ ଥର ପାଇଁ ମହିଳା ଏସିଆ କପ ଜିତିଲା ଭାରତ…

ସିଲହଟ ,୧୫।୧୦ : ଭାରତୀୟ ମହିଳା କ୍ରିକେଟ ଦଳ ୭ମ ଥର ପାଇଁ ଏସିଆ କପର ବିଜେତା ହୋଇଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ଶ୍ରୀଲଙ୍କାକୁ...

Advertisement
Archives

Model This Week