ରେଡ ୱାର୍ଣ୍ଣିଂ କାଟାଗୋରି-୧’ରେ ଏସବୁ ଜିଲା

ଭୁବନେଶ୍ୱର,୨୪।୫(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅବପାତ ଓ ଗଭୀର ଅବପାତ ପରେ ବାତ୍ୟାର ରୂପ ନେଇ ସାରିଛି। ଏହା ୨୬ ତାରିଖ ମଧ୍ୟାହ୍ନରେ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ସ୍ଥଳଭାଗ ଛୁଇଁବ। ଏହା ଅତି ଭୀଷଣ ରୂପ ନେବ। ଏହାର ପ୍ରଭାବ ମଧ୍ୟ ଅଧିକ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ଆକଳନ କରାଯାଇଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବିଶେଷଜ୍ଞ ଉମାଶଙ୍କର ଦାଶ କହିଛନ୍ତି, ବାତ୍ୟା ‘ୟାସ’ ଦ୍ୱାରା ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲା ଅଧିକ ପ୍ରଭାବିତ ହେବ। ସେଥିପାଇଁ ଏହି ୪ ଜିଲାକୁ ‘ରେଡ ୱାର୍ଣ୍ଣିଂ କାଟାଗୋରି-୧’ରେ ରଖାଯାଇଛି। ସେ କହିଛନ୍ତି, ସୃଷ୍ଟି ହୋଇଥିବା ବାତ୍ୟା ସୋମବାର ସନ୍ଧ୍ୟା ସୁଦ୍ଧା ତୀବ୍ର ବାତ୍ୟାରେ ପରିଣତ ହେବ। ଏହି ବାତ୍ୟା ଗତ ୬ ଘଣ୍ଟାରେ ଗତି ନ କରି ସ୍ଥିର ରହିଛି। ବାତ୍ୟା ସ୍ଥିର ରହିଲେ ଅଧିକ ଶକ୍ତିଶାଳୀ ହେବାର ନଜିର ରହିଛି। ସେହିପରି ବାତ୍ୟା ‘ୟାସ୍‌’ ପାଇଁ ରାଜ୍ୟର ୪ଟି ବନ୍ଦର ପାଇଁ ବିପଦ ସଙ୍କେତ ଜାରି କରାଯାଇଛି। ପାରାଦୀପ ଓ ଧାମରା ପାଇଁ ୪ ନଂ ବିପଦ ସଙ୍କେତ ଜାରି କରାଯାଇଥିବା ବେଳେ ପୁରୀ ଓ ଗୋପାଳପୁର ପାଇଁ ୩ ନଂ ବିପଦ ସଙ୍କେତ ଜାରି କରାଯାଇଛି। ବାତ୍ୟାକୁ ଦୃଷ୍ଟିରେ ରଖି ପାରାଦୀପ ବନ୍ଦରରେ ମଧ୍ୟ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ଆଉ ୧୪୩ ଆକ୍ରାନ୍ତ; ମୋଟ ସୁସ୍ଥଙ୍କ ସଂଖ୍ୟା ୩,୮୬୩

ଭୁବନେଶ୍ୱର,୨୨।୬(ବ୍ୟୁରୋ): ରାଜ୍ୟରେ ସୋମବାର ଆଉ ୧୪୩ କରୋନା ପଜିଟିଭ ସୁସ୍ଥ ହୋଇଛନ୍ତି। ଫଳରେ ଏହାକୁ ମିଶାଇ ମୋଟ ସୁସ୍ଥଙ୍କ ସଂଖ୍ୟା ୩,୮୬୩ରେ ପହଞ୍ଚିଛି। ଏ ନେଇ...

ଉପନିର୍ବାଚନ: କରୋନାରେ ମୃତ୍ୟୁ ହେଲେ ୩୦ ଲକ୍ଷ

ଭୁବନେଶ୍ୱର,୨୪ା୧୦(ବ୍ୟୁରୋ): କୋଭିଡ୍‌ ମହାମାରୀ ମଧ୍ୟରେ ନଭେମ୍ବର ୩ରେ ତିର୍ତ୍ତୋଲ ଏବଂ ବାଲେଶ୍ୱର ଉପନିର୍ବାଚନ ଅନୁଷ୍ଠିତ ହେବ। ଏହି ଉପନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ପୋଲିଂ କର୍ମଚାରୀ...

ଓଡ଼ିଶାରେ ବିରଳ ଟିଆଇପିଏସ୍‌ ସର୍ଜରି

ଭୁବନେଶ୍ୱର, ୧୭।୧୦(ବ୍ୟୁରୋ): ଓଡ଼ିଶାରେ ପ୍ରଥମଥର ପାଇଁ ‘ଟ୍ରାନ୍ସଜୁଗୁଲାର ଇଣ୍ଟ୍ରାହେପାଟିକ୍‌ ପୋର୍ଟୋସିଷ୍ଟମିକ୍‌ ସଣ୍ଟ(ଟିଆଇପିଏସ୍‌)’ର ବ୍ୟବହାର କରି ଜଣେ ୪୬ ବର୍ଷୀୟ ରୋଗୀଙ୍କ କ୍ରୋନିକ୍‌ ସିିରୋସିକ୍‌ ଲିଭର୍‌ର ସଫଳ...

ଓଡ଼ିଶା ଫେରୁଛନ୍ତି ଅଭିନେତା ବିଜୟ ମହାନ୍ତି

ଭୁବନେଶ୍ୱର,୧୩ା୬(ବ୍ୟୁରୋ): ଓଲିଉଡ୍‌ର ବରିଷ୍ଠ ଅଭିନେତା ବିଜୟ ମହାନ୍ତି ଶନିବାର ହାଇଦ୍ରାବାଦରୁ ଆମ୍ବୁଲାନ୍ସ ବସ୍‌ ଯୋଗେ ଓଡ଼ିଶା ଆସୁଥିବା ଜଣାପଡ଼ିଛି। ରବିବାର ସେ ଭୁବନେଶ୍ୱରରେ ପହଞ୍ଚିବେ। ତାଙ୍କୁ...

ଓଡ଼ିଶା ଜଣେ ବାଗ୍ମୀ ମହିଳାଙ୍କୁ ହରାଇଲା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮ା୯(ବ୍ୟୁରୋ): ସମାଜର ପୂର୍ବତନ ସମ୍ପାଦିକା ତଥା ବିଶିଷ୍ଟ ସାହିତି୍ୟକା ମନୋରମା ମହାପାତ୍ରଙ୍କର ଆଜି ପରଲୋକ ହୋଇଛି। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ...

ଯାଜପୁର ସିମେଣ୍ଟ କାରଖାନାରେ ଉତ୍ତେଜନା

କଳିଙ୍ଗନଗର, ୨।୧୦(ଡି.ଏନ.ଏ.): କଳିଙ୍ଗନଗର ଶଳ୍ପାଞ୍ଚଳର ଯାଜପୁର ସିମେଣ୍ଟ (ସାଗର ସିମେଣ୍ଟ୍‌) କାରଖାନାରେ ଶୁକ୍ରବାର ଉତ୍ତେଜନା ପ୍ରକାଶ ପାଇଛି। ୩ ମାସର ବକେୟା ଦରମା ଦାବିରେ ଶ୍ରମିକ...

ଜୋର୍‌ଦାର ଚାଲିଛି କୋଇଲା ଚୋରା କାରବାର

ତାଳଚେର,୧୦।୫(ନି.ପ୍ର.) ଅନୁଗୋଳ ଜିଲା ତାଳଚେରସ୍ଥିତ ଏମ୍‌ସିଏଲ୍‌ର ବିଭିନ୍ନ କୋଇଲା ଖଣି ଅଞ୍ଚଳରୁ ଚାଲିଛି ଜୋର୍‌ଦାର କୋଇଲା ଚୋରି। କୋଇଲା ମାଫିଆଙ୍କ ସହ କେତେଜଣ ଅଧିକାରୀ, କର୍ମଚାରୀ,...

ୟୁନିଟ୍‌-୪ ମାର୍କେଟରୁ ପୁଣି ଏକାଧିକ ପଜିଟିଭ୍‌: ମାଛ ମାର୍କେଟ ପାଇଁ ଗୋଦାମ ବନ୍ଦ, ସମସ୍ୟାରେ ଅନ୍ୟ ବ୍ୟବସାୟୀ

ଭୁବନେଶ୍ୱର, ୨୬।୭(ବ୍ୟୁରୋ):କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଆଣ୍ଟିଜେନ୍‌ ଟେଷ୍ଟ୍‌ କରାଯାଉଛି। ଶନିବାର ୟୁନିଟ୍‌-୪ ମାର୍କେଟରେ ଏହି ଟେଷ୍ଟ କରାଯାଇଥିଲା।...

Advertisement
Archives

Model This Week