କାଠରୁ ପ୍ରସ୍ତୁତ ହେଉଛି ଆଲକହଲ, କିପରି ହେଲା ସମ୍ଭବ…

ଟୋକିଓ,୧।୬: ଯଦି ଆପଣ ଆଲକହଲ ପିଇବାର ସୌକିନ ଅଟନ୍ତି ତେବେ ଏପର୍ଯ୍ୟନ୍ତ ଆପଣ ଅଙ୍ଗୁର, ଆଖୁ, ମକା, ଆଳୁ, ଚାଉଳ କିମ୍ବା ମହୁଆରୁ ପ୍ରସ୍ତୁତ ଓ୍ବିିସ୍କି, ମଦ, ଭୋଦକା କିମ୍ବା ବିଅର ଟେଷ୍ଟ କରିଥିବେ। କିନ୍ତୁ ବର୍ତ୍ତମାନ ଜାପାନ କାଠରୁ ଆଲକହଲ ପ୍ରସ୍ତୁତ କରିବାର ଉପାୟ ବାହାର କରିଛି। ଯଦି ଜାପାନ ବିଶେଷଜ୍ଞଙ୍କ ଏହି ଦାବି ସଠିକ ହୁଏ ତେବେ ଆଲକହଲ ତିଆରି କରିବାର ଉପାୟ ସମଗ୍ର ବିଶ୍ୱରେ ପରିବର୍ତ୍ତନ ହେବ ତାହା ନୁହେଁ, ବରଂ ବୃକ୍ଷ ରୋପଣର ଗତି ମଧ୍ୟ ବୃଦ୍ଧି ପାଇବ। ଏହାଦ୍ୱାରା ଆଲକହଲ ସୌକିନ ଲୋକଙ୍କୁ ସବୁବେଳେ ଆଲକହଲ ମିଳିପାରିବ ଏବଂ ବିଶ୍ୱତ୍ତାପନରେ ମଧ୍ୟ ହ୍ରାସ ଘଟିବ।

ଜାପାନର ତାହୋକାରେ ୧୬୦୦ ମସିହାରେ ଏକ ଗଛ ଲଗାଯାଇଥିଲା, ଯାହାର ନାମ ସିଦାର ଥିଲା। ୧୯୧୬ରେ ହଠାତ୍‌ ଏହି ଗଛରୁ ଧଳା ତରଳ ପଦାର୍ଥ ବାହାରିବାକୁ ଲାଗିଲା। କୁହାଯାଉଛି କି, ଏହି ଗଛରୁ ୩୫ଲିଟରରୁ ଅଧିକ ଏହି ଧଳା ତରଳ ପଦାର୍ଥ ବାହାରିଥିଲା। ତେବେ ଜାପାନର ବିଶେଷଜ୍ଞମାନେ ବର୍ତ୍ତମାନ ଏହି ତରଳ ପଦାର୍ଥରୁ ଆଲକହଲ ପ୍ରସ୍ତୁତ କରିବାର ଉପାୟ ବାହାର କରିିଛନ୍ତି।

ତେବେ ବିଶେଷଜ୍ଞମାନେ କହିଛନ୍ତି, ସିଦାର ଏବଂ ଚେରି ଗଛର କାଠରୁ ମେଥାନଲ ମିଳିଥାଏ, ଯାହା ପିଇବା ଯୋଗ୍ୟ ନୁହେଁ। ଏହା ଶରୀର ପାଇଁ କ୍ଷତିକାରକ। ବିଶେଷଜ୍ଞଙ୍କ ଅନୁଯାୟୀ, ରଙ୍ଗ ଏବଂ ପ୍ଲାଷ୍ଟିକ ତିଆରି ପାଇଁ ମେଥାନଲ ବ୍ୟବହାର କରାଯାଏ। ଏଥିସହ ଇନ୍ଧନ ତିଆରିରେ ମଧ୍ୟ ଏହା ବ୍ୟବହୃତ ହୋଇଥାଏ। ଗଛର କାଠରୁ ମିଳୁଥିବା ମେଥାନଲ ବିଷାକ୍ତ ହୋଇଥାଏ ଯାହାକୁ ପିଇବା ଦ୍ୱାରା ବ୍ୟକ୍ତି ଦୃଷ୍ଟିହୀନ କିମ୍ବା ସଙ୍ଗେସଙ୍ଗେ ମୃତ୍ୟୁ ଘଟିଥାଏ। ଏଠାରେ କହି ରଖୁଛୁ ଯେ, ମଦ, ବଅର, ଭୋଦକା ଏବଂ ମଦ ତିଆରିରେ ମେଥାନଲ ବ୍ୟବହାର କରାଯାଏ।

ଜାପାନର ବିଶେଷଜ୍ଞମାନେ କାଠରୁ ମେଥାନଲ ବାହାର କରିବା ପାଇଁ ଏକ ସ୍ବତନ୍ତ୍ର ପଦ୍ଧତି ଆପଣାଇଛନ୍ତି। ସେ ପ୍ରଥମେ କାଠର ପେଷ୍ଟ୍‌ ତିଆରି କରିଛନ୍ତି। ପରେ ଏହି ପେଷ୍ଟ୍‌ରେ ଇଷ୍ଟ୍‌ ଏବଂ ଏନଜାଇମ ମିଶାଇ ଏକ କମ୍ପୋଜିଶନ ପ୍ରସ୍ତୁତ କରନ୍ତି। ତେବେ ଏହି ତରଳ ପଦାର୍ଥରେ ୧୫ ପ୍ରତିଶତ ଆଲକହଲ ରହିଛି। କହି ରଖୁଛୁ କି, ବିଶେଷଜ୍ଞ ଏକ ଲିଟର ତରଳ ପଦାର୍ଥରେ ୩.୭୫ପ୍ରତିଶତ ପାନୀୟ ଯୋଗ୍ୟ ଆଲକହଲ ସଂଗ୍ରହ କରି ପାରିଛନ୍ତି

ଅନୁସନ୍ଧାନକାରୀଙ୍କ ଏହି ଆବିଷ୍କାର ପରେ ଜାପାନର ବନ ବିଭାଗ ଏବଂ ବନଜାତ ଦ୍ରବ୍ୟ ଅନୁସନ୍ଧାନ ପ୍ରତିଷ୍ଠାନ ବର୍ତ୍ତମାନ କାଠରୁ ଆଲକହଲ ତିଆରି କରିବାର ସମ୍ପୂର୍ଣ୍ଣ କୌଶଳ ପ୍ରସ୍ତୁତ କରିସାରିଛନ୍ତିି। କାଠ ଦ୍ୱାରା ପ୍ରସ୍ତୁତ ଏହି ଆଲକହଲରେ କାଠର ସୁଗନ୍ଧ ଆସୁଛି। ଏହି ଆଲକହଲ ଯେତେ ପୁରୁଣା ହେବ ସେତେ ଅଧିକ ନିଶା ଚଢିବ ବୋଲି ବିଶେଷଜ୍ଞମାନେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ, ପତାକା ଉତ୍ତୋଳନ କଲେ ଉପଜିଲାପାଳ

ସୁବର୍ଣ୍ଣପୁର,୧୫।୮(ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରଠାରେ ଉପଖଣ୍ଡସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ପାଳନ ହୋଇଯାଇଛି l ବୀରମହାରାଜପୁର ଉପଜିଲାପାଳ ସୁରେନ୍ଦ୍ର କୁମାର ମେହେର ପତାକା ଉତ୍ତୋଳନ…

ଜଗନ୍ନାଥ ଦର୍ଶନ ହେଲା ଶେଷ ଦର୍ଶନ

ପୁରୀ,୧୫।୮( ଅଜିତ୍ କୁମାର ମହାନ୍ତି ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସମୟରେ ଜଣେ ବୃଦ୍ଧ ଶ୍ରଦ୍ଧାଳୁଙ୍କର ପ୍ରାଣହାନି ଘଟିଛି। ମୃତକ ଜଣକ ହେଉଛନ୍ତି ଯାଜପୁର ଜିଲା ବିଞ୍ଝାରପୁର…

ଖୁସିରେ ୪ ଗ୍ରାମର ଗ୍ରାମବାସୀ: ୧୦୯ ଜଣଙ୍କୁ ମିଳିଲା….

ଗୁଡ଼ାରି, ୧୫।୮ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲାର ଗୁଡ଼ାରି ତହସିଲ ଅନ୍ତର୍ଗତ ଢେପାଗୁଡ଼ା ରାଜସ୍ୱ ଅଞ୍ଚଳର ୪ଟି ଗ୍ରାମର ୧୦୯ ଜଣ ହିତାଧିକାରୀଙ୍କୁ ଶନିବାର ସ୍ଥାୟୀ…

Men’s Hockey World Cup: ବିଜୟରୁ ଭାରତର ଅଭିଯାନ ଆରମ୍ଭ

ଆମଷ୍ଟେଲଭିନ, ୧୫।୮: ଆରମ୍ଭ ହୋଇଯାଇଛି ପୁରୁଷ ହକି ବିଶ୍ୱକପ। ଶନିବାର ଅନୁଷ୍ଠିତ ପୁଲ ଡି’ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତ ୱେଲ୍ସକୁ ୩-୧ ଗୋଲ୍‌ରେ ପରାସ୍ତ କରି ବିଜୟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri