Posted inଜାତୀୟ

ବାଲାଜୀ ମନ୍ଦିରକୁ ୧୬୦ କୋଟିର ସୁନା ଦାନକେଲ ବ୍ୟବସାୟୀ, ଟ୍ରକ୍‌ରେ ବୋହି ଆଣିଲେ

ନୂଆଦିଲ୍ଲୀ,୨୬।୧୧: ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁମଳା ତିରୁପତି ବାଲାଜୀ ମନ୍ଦିରକୁ ଜଣେ ଭକ୍ତଙ୍କ ପକ୍ଷରୁ ଦିଆଯିବାକୁ ଯାଉଛି ଏକ ବିରାଟ ସୁନା ଦାନ । ଗୁରୁବାର ଭଗବାନ ବେଙ୍କଟେଶ୍ୱରଙ୍କୁ ୧୨୧ କିଲୋଗ୍ରାମ ଓଜନର ସୁନା ଅଳଙ୍କାର ଅର୍ପଣ କରାଯିବ। ଏହି ଅଳଙ୍କାରଗୁଡ଼ିକର ଆନୁମାନିକ ମୂଲ୍ୟ ୧୫୦ରୁ ୧୬୦ କୋଟି ଟଙ୍କା ମଧ୍ୟରେ ରହିଛି। ମନ୍ଦିରକୁ ଜଣେ ବ୍ୟକ୍ତିଗତ ଭକ୍ତଙ୍କ ପକ୍ଷରୁ ଏହା ସବୁଠାରୁ ବଡ଼ ସୁନା ଦାନ ବୋଲି ତିରୁମଳା ତିରୁପତି ଦେବସ୍ଥାନମ୍‌ (TTD) ସୂତ୍ରରୁ ଜଣାପଡ଼ିଛି । ଏହି ବିଶେଷ ଅବସରରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ତିରୁମଳାରେ ପହଞ୍ଚି ଭଗବାନ ବେଙ୍କଟେଶ୍ୱରଙ୍କ ଦର୍ଶନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଏହି ବିରାଟ ଦାନ ପାଇଁ ଭକ୍ତ ଜଣକ ପୂର୍ବରୁ TTD ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏଥିରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ୪୫ଟି ସୁନା ଅଳଙ୍କାର ରହିଛି । ଏହାକୁ ୯ଟି ସେଟ୍‌ରେ ସଜାଯାଇଛି।ଅଳଙ୍କାରଗୁଡ଼ିକ ମଧ୍ୟରେ ମୁକୁଟ, ଶଙ୍ଖ-ଚକ୍ର, କମରବନ୍ଧ, ବାହୁକୀର୍ତ୍ତି ଏବଂ ଅଭୟ ହସ୍ତ ଆଦି ରହିଛି। ଏହାର ନିର୍ମାଣ ପାଇଁ ପ୍ରାୟ ୧୫ ମାସ ସମୟ ଲାଗିଛି। ଏହି ଦାନ ପଛରେ ଥିବା କାରଣ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁସାରେ, ଭକ୍ତ ଜଣକ ଭଗବାନ ବେଙ୍କଟେଶ୍ୱର ସ୍ୱାମୀଙ୍କ ନାମରେ ଏକ କମ୍ପାନୀ ଆରମ୍ଭ କରିଥିଲେ। ପରେ ସେହି କମ୍ପାନୀରେ ସଫଳତା ପାଇବା ପରେ ଏହାର ୬୦ ପ୍ରତିଶତ ଅଂଶଧନ ୧.୫ ବିଲିୟନ ଡଲାରରେ ବିକ୍ରି କରିଥିଲେ।

ଭକ୍ତଙ୍କ ବିଶ୍ୱାସ ଅନୁସାରେ, ଏହି ସମ୍ପତ୍ତି ଭଗବାନ ବେଙ୍କଟେଶ୍ୱରଙ୍କ ଆଶୀର୍ବାଦରୁ ମିଳିଛି। ତେଣୁ ଏହାର ଏକ ଅଂଶ ଭଗବାନଙ୍କୁ ଫେରାଇ ଦେବା ଉଦ୍ଦେଶ୍ୟରେ ସେ ୧୨୧ କିଲୋଗ୍ରାମ ସୁନା ଅଳଙ୍କାର ଦାନ କରୁଛନ୍ତି। ଦାନକର୍ତ୍ତା ନିଜର ପରିଚୟ ସାର୍ବଜନୀନ କରିବାକୁ ଚାହୁଁନାହାନ୍ତି। ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ନିଜ ନାଁ ଗୋପନ ରଖିବାକୁ ଅନୁରୋଧ କରିଥିବା ଚନ୍ଦ୍ରବାବୁ ନାଇଡୁ କହିଛନ୍ତି। ଏହି ଦାନ ପାଇଁ ୧୨୧ କିଲୋଗ୍ରାମ ସୁନାର ପରିମାଣ ମଧ୍ୟ ଭକ୍ତ ନିଜେ ନିର୍ଦ୍ଧାରଣ କରିଥିଲେ।

ମନ୍ଦିରରେ ପାରମ୍ପରିକ ଭାବେ ଭଗବାନଙ୍କୁ ପ୍ରାୟ ୧୨୦ କିଲୋଗ୍ରାମ ଓଜନର ଅଳଙ୍କାର ପିନ୍ଧାଯାଏ ବୋଲି ଭକ୍ତ ଜଣକ ଜାଣି ନଥିଲେ। ତେବେ ତାଙ୍କର ୧୨୧ କିଲୋଗ୍ରାମ ସୁନା ଦାନ ଏବେ ତିରୁପତି ମନ୍ଦିରରେ ଚର୍ଚ୍ଚାର ବିଷୟ ପାଲଟିଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୪୦ କୋଟି ପାଇବେ ବୈଭବ! ହଇଚଇ ସୃଷ୍ଟି କଲା ପୂର୍ବତନ କ୍ରିକେଟର୍‌ଙ୍କ ବୟାନ, କହିଲେ-ଇତିହାସର ସବୁଠାରୁ…

ନୂଆଦିଲ୍ଲୀ,୨୬।୧୧: ଭାରତୀୟ କ୍ରିକେଟରେ ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀ ଏବେ ନିଜର ବିସ୍ଫୋରକ ବ୍ୟାଟିଂକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ରେ ୟୁଏଇ…

ବିନା ହିଜାବରେ ଗାଇବାରୁ ଗାୟିକା ପରାସ୍ତୁ ଅହମଦିଙ୍କୁ ୭୪ ଥର ଚାବୁକମାଡ଼

ତେହରାନ,୨୬ା୧୧: ଇରାନର ଏକ ପୋଲିସ ହାଜତରେ ମହସା ଅମିନିଙ୍କ ମୃତ୍ୟୁ ଘଟଣାକୁ ନେଇ ବାଧ୍ୟତାମୂଳକ ହିଜାବ ଆଇନ ବିରୋଧରେ ଦେଶବ୍ୟାପୀ ବିକ୍ଷୋଭ ହୋଇଥିଲା। ଏହାର ୪ ବର୍ଷ…

ଟି-୨୦ରେ ୨୦୦ ରନ କରିବି… ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଭବିଷ୍ୟବାଣୀ, ଏହି କ୍ରିକେଟର୍‌ଙ୍କ ରେକର୍ଡ ଭାଙ୍ଗିବା ଲକ୍ଷ୍ୟ

ନୂଆଦିଲ୍ଲୀ,୨୬।୧୧: ଭାରତୀୟ କ୍ରିକେଟର ଯୁବ ସେନ୍ସେସନ ବୈଭବ ସୂର୍ଯ୍ୟବଂଶୀ ଏବେ ନିଜର ପରବର୍ତ୍ତୀ ଲକ୍ଷ୍ୟ ସ୍ଥିର କରିଛନ୍ତି। ଟି-୨୦ କ୍ରିକେଟ୍‌ରେ ୨୦୦ ରନ୍‌ର ଐତିହାସିକ ଇନିଂସ ଖେଳିବାକୁ…

ସୁପ୍ରିମକୋର୍ଟଙ୍କୁ କ୍ଷମା ମାଗିଲେ ତାମିଲନାଡୁ ସରକାର

କର୍ନାଟକ, ୨୬ା୧୧: ଥିରୁପାରକୁନ୍ଦ୍ରମ ପାହାଡ଼ ଉପରେ ଥିବା ବିବାଦୀୟ ‘ଦୀପାଥୁନ’ଠାରେ ପାରମ୍ପରିକ ଦୀପ ଜଳାଇବାରେ ବିଫଳ ହୋଇଥିବାରୁ ତାମିଲନାଡ଼ୁ ସରକାର ବୁଧବାର ସୁପ୍ରିମକୋର୍ଟଙ୍କୁ କ୍ଷମା ମାଗିଛନ୍ତି। ରାଜ୍ୟ…

ଭିତ୍ତିଭୂମି ସରଞ୍ଜାମ ଉତ୍ପାଦନ କ୍ଷେତ୍ରରେ ଚାଇନାକୁ ଟକ୍କର

ନୂଆଦିଲ୍ଲୀ,୨୬ା୧୧: ନିର୍ମାଣ ଓ ଭିତ୍ତିଭୂମି କ୍ଷେତ୍ରରେ ଉପଯୋଗ ହେଉଥିବା ଭାରି ଯନ୍ତ୍ରପାତି ଉତ୍ପାଦନ ଦିଗରେ ଚାଇନାକୁ ଟକ୍କରଦେବା ପାଇଁ କେନ୍ଦ୍ର କ୍ୟାବିନେଟ ଏମ୍‌ଏସ୍‌ଏମ୍‌ଇ ପାଇଁ ୧୧,୦୦୦ କୋଟି…

ଇନଫ୍ଲୁଏନସରଙ୍କୁ ମାନହାନି ନୋଟିସ ପଠାଇଲେ ଶାହରୁଖ ଖାନ, ଅନନ୍ତ ଅମ୍ୱାନୀଙ୍କ ସହ କଥାବାର୍ତ୍ତା ଭିଡିଓକୁ ନେଇ ବଢ଼ିଲା ବିବାଦ

ମୁମ୍ୱାଇ: ବଲିଉଡ ସୁପରଷ୍ଟାର୍‌ ଶାହରୁଖ ଖାନ (Shah Rukh Khan) କଥିତ ଭାବେ ଜଣେ ସୋସିଆଲ ମିଡିଆ ଇନଫ୍ଲୁଏନସରଙ୍କୁ ଏକ ‘ମାନହାନିକାରକ’ (defamatory) ଇନଷ୍ଟାଗ୍ରାମ ରିଲ ପାଇଁ…

ଦ୍ୱିତୀୟ ଟେଷ୍ଟ ପୂର୍ବରୁ ନ୍ୟୁଜିଲାଣ୍ଡରେ ଲୋକାଲ୍‌ ମ୍ୟାଚ୍‌ ଖେଳିଲେ ପନ୍ତ, ୨୧ ବଲ୍‌ରେ ପିଟିଲେ ୫୪ ରନ୍‌

ନୂଆଦିଲ୍ଲୀ,୨୬।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଜବରଦସ୍ତ ଫର୍ମରେ ନଜର ଆସିଛନ୍ତି ଭାରତୀୟ ଷ୍ଟାର ବ୍ୟାଟର ଋଷଭ ପନ୍ତ । ନଭେମ୍ବର ୨୭ରୁ କ୍ରାଇଷ୍ଟଚର୍ଚ୍ଚରେ ଆରମ୍ଭ…

ବୈଭବ ସୂର୍ଯ୍ୟବଂଶୀଙ୍କ ଫିଟିଲା ଭାଗ୍ୟ: ଏବେ ହେବ ଟଙ୍କା ବର୍ଷା

ନୂଆଦିଲ୍ଲୀ,୨୬।୧୧:କ୍ରିକେଟ ପଡ଼ିଆରେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ୍‌ରୁ ବାହାରିଥିବା ରନ୍‌ର ସୁନାମି ଏବେ କେବଳ କ୍ରିକେଟ ଜଗତରେ ସୀମିତ ହୋଇ ରହିନାହିଁ। ଏହାର ପ୍ରଭାବ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?