Posted inଖେଳ

ଟି-୨୦ରେ ୨୦୦ ରନ କରିବି… ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଭବିଷ୍ୟବାଣୀ, ଏହି କ୍ରିକେଟର୍‌ଙ୍କ ରେକର୍ଡ ଭାଙ୍ଗିବା ଲକ୍ଷ୍ୟ

ନୂଆଦିଲ୍ଲୀ,୨୬।୧୧: ଭାରତୀୟ କ୍ରିକେଟର ଯୁବ ସେନ୍ସେସନ ବୈଭବ ସୂର୍ଯ୍ୟବଂଶୀ ଏବେ ନିଜର ପରବର୍ତ୍ତୀ ଲକ୍ଷ୍ୟ ସ୍ଥିର କରିଛନ୍ତି। ଟି-୨୦ କ୍ରିକେଟ୍‌ରେ ୨୦୦ ରନ୍‌ର ଐତିହାସିକ ଇନିଂସ ଖେଳିବାକୁ ଚାହୁଁଛନ୍ତି ଏହି ୧୫ ବର୍ଷୀୟ ବ୍ୟାଟର୍‌। ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ ପିଟରସନଙ୍କ ଶୋ’ ‘ଦି ସ୍ବିଚ’ର ଏକ ନୂଆ ଏପିସୋଡ୍‌ରେ ନିଜର ଏହି ଇଚ୍ଛା ପ୍ରକାଶ କରିଛନ୍ତି ବୈଭବ। ଏଥିସହ ଟି-୨୦ରେ କ୍ରିସ ଗେଲଙ୍କ ସର୍ବାଧିକ ବ୍ୟକ୍ତିଗତ ସ୍କୋରର ରେକର୍ଡ ଭାଙ୍ଗିବାକୁ ମଧ୍ୟ ସେ ଲକ୍ଷ୍ୟ ରଖିଛନ୍ତି।

କେଭିନ ପିଟରସନଙ୍କ ସହ ଆଲୋଚନା ସମୟରେ ବୈଭବ କହିଛନ୍ତି, ସେ ଟି-୨୦ କ୍ରିକେଟ୍‌ରେ ୨୦୦ ରନ କରିବାକୁ ଚାହାନ୍ତି। ଏହା ଶୁଣି ପିଟରସନ ତାଙ୍କୁ ୱେଷ୍ଟଇଣ୍ଡିଜ୍‌ର ବିସ୍ଫୋରକ ବ୍ୟାଟର୍‌ କ୍ରିସ ଗେଲଙ୍କ ୧୭୫ ରନ୍‌ର ରେକର୍ଡ ବିଷୟରେ ମନେ ପକାଇ ଦେଇଥିଲେ। ସେ ଗେଲଙ୍କ ରେକର୍ଡ ଭାଙ୍ଗି ୨୦୦ ରନ କରିବାକୁ ଚାହାନ୍ତି। ଏହାସହ ସେ ଆତ୍ମବିଶ୍ୱାସର ସହ କହିଥିଲେ ଯେ, ଯଦି ତାଙ୍କୁ କୌଣସି ମ୍ୟାଚ୍‌ରେ ପୂରା ୨୦ ଓଭର ବ୍ୟାଟିଂ କରିବାର ସୁଯୋଗ ମିଳେ, ତେବେ ସେ ନିଶ୍ଚିତ ଭାବେ ଏହି ରେକର୍ଡ ଭାଙ୍ଗିପାରିବେ।

ଟି-୨୦ କ୍ରିକେଟ୍‌ରେ ବିସ୍ଫୋରକ ବ୍ୟାଟିଂ କଥା ଉଠିଲେ କ୍ରିସ ଗେଲଙ୍କ ନାଁ ସର୍ବପ୍ରଥମେ ଆସେ। ୨୦୧୩ ଆଇପିଏଲ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ଖେଳି ସେ ପୁଣେ ୱାରିୟର୍ସ ବିପକ୍ଷରେ ମାତ୍ର ୬୬ଟି ବଲ୍‌ରୁ ଅପରାଜିତ ୧୭୫ ରନ କରିଥିଲେ। ଏହି ଐତିହାସିକ ଇନିଂସରେ ତାଙ୍କ ବ୍ୟାଟ୍‌ରୁ ୧୩ଟି ଚୌକା ଓ ୧୭ଟି ଛକା ବାହାରିଥିଲା। ଦୀର୍ଘ ବର୍ଷ ଧରି ଏହି ରେକର୍ଡ ଟି-୨୦ କ୍ରିକେ୍‌ଟରେ ଏକ ବଡ଼ ମାଇଲଖୁଣ୍ଟ ହୋଇ ରହିଛି।

ତେବେ ଟି-୨୦ କ୍ରିକେଟ୍‌ର ସମସ୍ତ ମ୍ୟାଚକୁ ବିଚାରକୁ ନେଲେ, ସର୍ବାଧିକ ବ୍ୟକ୍ତିଗତ ଇନିଂସର ରେକର୍ଡ ଦକ୍ଷିଣ ଆଫ୍ରିକାର ଲୁଆନ-ଡ୍ରେ ପ୍ରିଟୋରିୟସଙ୍କ ନାଁରେ ରହିଛି। ଚଳିତ ବର୍ଷ ଅକ୍ଟୋବରରେ ନାଇଟ୍ସ ବିପକ୍ଷରେ ସେ ମାତ୍ର ୭୯ଟି ବଲରୁ ଅପରାଜିତ ୧୮୮ ରନ କରିଥିଲେ। ତେଣୁ ବୈଭବଙ୍କ ୨୦୦ ରନ୍‌ର ସ୍ବପ୍ନ ପୂରଣ ହେଲେ ଏହା ଟି-୨୦ କ୍ରିକେଟ୍‌ରେ ଏକ ନୂଆ ଇତିହାସ ସୃଷ୍ଟି କରିବ। ଭାରତୀୟ ଟି-୨୦ କ୍ରିକେଟ୍‌ରେ ସର୍ବାଧିକ ବ୍ୟକ୍ତିଗତ ଇନିଂସ ଖେଳିବାର ରେକର୍ଡ ପ୍ରିୟାଂଶ ଆର୍ଯ୍ୟଙ୍କ ନାଁରେ ରହିଛି। ସୟଦ ମୁସ୍ତାକ ଅଲୀ ଟ୍ରଫି ୨୦୨୬ରେ ତାମିଲନାଡୁ ବିପକ୍ଷରେ ଦିଲ୍ଲୀ ପକ୍ଷରୁ ଖେଳି ସେ ୬୮ଟି ବଲ୍‌ରୁ ୧୮୧ ରନ୍‌ର ଧମାକାଦାର ଇନିଂସ ଖେଳିଥିଲେ।

ଏବେ ବୈଭବଙ୍କ ନଜର ରହିଛି ୨୦୦ ରନ୍‌ର ମାଇଲଖୁଣ୍ଟ ଉପରେ। ନିଜର ଆକ୍ରମଣାତ୍ମକ ବ୍ୟାଟିଂ ଏବଂ ଆତ୍ମବିଶ୍ୱାସ ବଳରେ ଏହି ଯୁବ ତାରକା ଆଗାମୀ ଦିନରେ କେଉଁ ନୂଆ ରେକର୍ଡ ସୃଷ୍ଟି କରୁଛନ୍ତି, ତାହା ଉପରେ ରହିବ ସମସ୍ତଙ୍କ ନଜର।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

୪୦ କୋଟି ପାଇବେ ବୈଭବ! ହଇଚଇ ସୃଷ୍ଟି କଲା ପୂର୍ବତନ କ୍ରିକେଟର୍‌ଙ୍କ ବୟାନ, କହିଲେ-ଇତିହାସର ସବୁଠାରୁ…

ନୂଆଦିଲ୍ଲୀ,୨୬।୧୧: ଭାରତୀୟ କ୍ରିକେଟରେ ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀ ଏବେ ନିଜର ବିସ୍ଫୋରକ ବ୍ୟାଟିଂକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ରେ ୟୁଏଇ…

ବାଲାଜୀ ମନ୍ଦିରକୁ ୧୬୦ କୋଟିର ସୁନା ଦାନକେଲ ବ୍ୟବସାୟୀ, ଟ୍ରକ୍‌ରେ ବୋହି ଆଣିଲେ

ନୂଆଦିଲ୍ଲୀ,୨୬।୧୧: ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁମଳା ତିରୁପତି ବାଲାଜୀ ମନ୍ଦିରକୁ ଜଣେ ଭକ୍ତଙ୍କ ପକ୍ଷରୁ ଦିଆଯିବାକୁ ଯାଉଛି ଏକ ବିରାଟ ସୁନା ଦାନ । ଗୁରୁବାର ଭଗବାନ ବେଙ୍କଟେଶ୍ୱରଙ୍କୁ…

ବିନା ହିଜାବରେ ଗାଇବାରୁ ଗାୟିକା ପରାସ୍ତୁ ଅହମଦିଙ୍କୁ ୭୪ ଥର ଚାବୁକମାଡ଼

ତେହରାନ,୨୬ା୧୧: ଇରାନର ଏକ ପୋଲିସ ହାଜତରେ ମହସା ଅମିନିଙ୍କ ମୃତ୍ୟୁ ଘଟଣାକୁ ନେଇ ବାଧ୍ୟତାମୂଳକ ହିଜାବ ଆଇନ ବିରୋଧରେ ଦେଶବ୍ୟାପୀ ବିକ୍ଷୋଭ ହୋଇଥିଲା। ଏହାର ୪ ବର୍ଷ…

ସୁପ୍ରିମକୋର୍ଟଙ୍କୁ କ୍ଷମା ମାଗିଲେ ତାମିଲନାଡୁ ସରକାର

କର୍ନାଟକ, ୨୬ା୧୧: ଥିରୁପାରକୁନ୍ଦ୍ରମ ପାହାଡ଼ ଉପରେ ଥିବା ବିବାଦୀୟ ‘ଦୀପାଥୁନ’ଠାରେ ପାରମ୍ପରିକ ଦୀପ ଜଳାଇବାରେ ବିଫଳ ହୋଇଥିବାରୁ ତାମିଲନାଡ଼ୁ ସରକାର ବୁଧବାର ସୁପ୍ରିମକୋର୍ଟଙ୍କୁ କ୍ଷମା ମାଗିଛନ୍ତି। ରାଜ୍ୟ…

ଭିତ୍ତିଭୂମି ସରଞ୍ଜାମ ଉତ୍ପାଦନ କ୍ଷେତ୍ରରେ ଚାଇନାକୁ ଟକ୍କର

ନୂଆଦିଲ୍ଲୀ,୨୬ା୧୧: ନିର୍ମାଣ ଓ ଭିତ୍ତିଭୂମି କ୍ଷେତ୍ରରେ ଉପଯୋଗ ହେଉଥିବା ଭାରି ଯନ୍ତ୍ରପାତି ଉତ୍ପାଦନ ଦିଗରେ ଚାଇନାକୁ ଟକ୍କରଦେବା ପାଇଁ କେନ୍ଦ୍ର କ୍ୟାବିନେଟ ଏମ୍‌ଏସ୍‌ଏମ୍‌ଇ ପାଇଁ ୧୧,୦୦୦ କୋଟି…

ଇନଫ୍ଲୁଏନସରଙ୍କୁ ମାନହାନି ନୋଟିସ ପଠାଇଲେ ଶାହରୁଖ ଖାନ, ଅନନ୍ତ ଅମ୍ୱାନୀଙ୍କ ସହ କଥାବାର୍ତ୍ତା ଭିଡିଓକୁ ନେଇ ବଢ଼ିଲା ବିବାଦ

ମୁମ୍ୱାଇ: ବଲିଉଡ ସୁପରଷ୍ଟାର୍‌ ଶାହରୁଖ ଖାନ (Shah Rukh Khan) କଥିତ ଭାବେ ଜଣେ ସୋସିଆଲ ମିଡିଆ ଇନଫ୍ଲୁଏନସରଙ୍କୁ ଏକ ‘ମାନହାନିକାରକ’ (defamatory) ଇନଷ୍ଟାଗ୍ରାମ ରିଲ ପାଇଁ…

ଦ୍ୱିତୀୟ ଟେଷ୍ଟ ପୂର୍ବରୁ ନ୍ୟୁଜିଲାଣ୍ଡରେ ଲୋକାଲ୍‌ ମ୍ୟାଚ୍‌ ଖେଳିଲେ ପନ୍ତ, ୨୧ ବଲ୍‌ରେ ପିଟିଲେ ୫୪ ରନ୍‌

ନୂଆଦିଲ୍ଲୀ,୨୬।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଜବରଦସ୍ତ ଫର୍ମରେ ନଜର ଆସିଛନ୍ତି ଭାରତୀୟ ଷ୍ଟାର ବ୍ୟାଟର ଋଷଭ ପନ୍ତ । ନଭେମ୍ବର ୨୭ରୁ କ୍ରାଇଷ୍ଟଚର୍ଚ୍ଚରେ ଆରମ୍ଭ…

ବୈଭବ ସୂର୍ଯ୍ୟବଂଶୀଙ୍କ ଫିଟିଲା ଭାଗ୍ୟ: ଏବେ ହେବ ଟଙ୍କା ବର୍ଷା

ନୂଆଦିଲ୍ଲୀ,୨୬।୧୧:କ୍ରିକେଟ ପଡ଼ିଆରେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ୍‌ରୁ ବାହାରିଥିବା ରନ୍‌ର ସୁନାମି ଏବେ କେବଳ କ୍ରିକେଟ ଜଗତରେ ସୀମିତ ହୋଇ ରହିନାହିଁ। ଏହାର ପ୍ରଭାବ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?