ଭିତ୍ତିଭୂମି ସରଞ୍ଜାମ ଉତ୍ପାଦନ କ୍ଷେତ୍ରରେ ଚାଇନାକୁ ଟକ୍କର

ନୂଆଦିଲ୍ଲୀ,୨୬ା୧୧: ନିର୍ମାଣ ଓ ଭିତ୍ତିଭୂମି କ୍ଷେତ୍ରରେ ଉପଯୋଗ ହେଉଥିବା ଭାରି ଯନ୍ତ୍ରପାତି ଉତ୍ପାଦନ ଦିଗରେ ଚାଇନାକୁ ଟକ୍କରଦେବା ପାଇଁ କେନ୍ଦ୍ର କ୍ୟାବିନେଟ ଏମ୍‌ଏସ୍‌ଏମ୍‌ଇ ପାଇଁ ୧୧,୦୦୦ କୋଟି ଟଙ୍କାର ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି। ଏହି ଯୋଜନା ମାଧ୍ୟମରେ ନିର୍ମାଣ ଓ ଭିତ୍ତିଭୂମି ଉତ୍ପାଦନ ଇକୋସିଷ୍ଟମକୁ ସୁଦୃଢ଼ କରାଯିବ।
୨୦୨୪-୨୫ ଆର୍ଥିକ ବର୍ଷରେ ପ୍ରାୟ ୯୭,୫୦୦ କୋଟି ଟଙ୍କାର ବଜାର ଆକାର ସହିତ ଭାରତର ନିର୍ମାଣ ଓ ଭିତ୍ତିଭୂମି ଉପକରଣ (ସିଆଇଇ) କ୍ଷେତ୍ର ବର୍ତ୍ତମାନ ଚାଇନା ଏବଂ ଆମେରିକା ପରେ ବିଶ୍ୱର ତୃତୀୟ ବୃହତ୍ତମ ବଜାର ଭାବେ ଉଭା ହୋଇଛି। ଭିତ୍ତିଭୂମି (ସଡ଼କ ଓ ବନ୍ଦର) ଏବଂ ଗୃହ ନିର୍ମାଣ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ଯୋଗୁ ୨୦୨୯-୩୦ ଆର୍ଥିକ ବର୍ଷ ସୁଦ୍ଧା ଏହି ଶିଳ୍ପର ବଜାର ଆକାର ଦୁଇଗୁଣରୁ ଅଧିକ ବୃଦ୍ଧି ପାଇ ପ୍ରାୟ ୨,୨୮,୧୦୦ କୋଟି ଟଙ୍କାରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ‘ଶପ୍‌-ଟୁ-ସୋର୍‌ କ୍ରେନ୍‌ , ଟନେଲ ବୋରିଂ ମେସିନ, ହାଇଡ୍ରୋଲିକ ଏକ୍ସକାଭେଟର୍‌ ଏବଂ ଅଫ-ହାଇୱେ ଟ୍ରକ ଭଳି ଅତ୍ୟାଧୁନିକ ଜ୍ଞାନକୌଶଳଯୁକ୍ତ କ୍ରିଟିକାଲ ଯନ୍ତ୍ରପାତିର ଉତ୍ପାଦନକୁ ପ୍ରୋତ୍ସାହିତ କରିବା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ରହିଛି। ଏହାସହ ଦେଶରେ ଏକ ଅତ୍ୟାଧୁନିକ ସ୍ବତନ୍ତ୍ର ସିଆଇଇ ପରୀକ୍ଷଣ କେନ୍ଦ୍ର ପ୍ରତିଷ୍ଠା ପାଇଁ ମଧ୍ୟ ଏହି ଯୋଜନାରେ ବ୍ୟବସ୍ଥା ରହିଛି।
ଏହି ଯୋଜନାର ଅବଧି ୨୦୨୬-୨୭ ଆର୍ଥିକ ବର୍ଷରୁ ଆରମ୍ଭ ହୋଇ ୮ ବର୍ଷ ପର୍ଯ୍ୟନ୍ତ ରହିବ। ଏଥିରେ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା ପାଇଁ ୨ ବର୍ଷର ପ୍ରସ୍ତୁତି ସମୟ ସହ ୫ବର୍ଷର ପ୍ରୋତ୍ସାହନ ରାଶି ପ୍ରଦାନ ସମୟ ୨୦୨୮-୨୯ ରୁ ୨୦୩୨-୩୩ ପର୍ଯ୍ୟନ୍ତ ରହିବ ବୋଲି କୁହାଯାଇଛି। ଭାରତରେ ଏବେ ବିଭିନ୍ନ କ୍ଷେତ୍ରରେ ଭିତ୍ତିଭୂମି ବିକାଶ ପ୍ରକଳ୍ପ ନିର୍ମାଣ କରାଯାଉଥିଲାବେଳେ ଏଥିପାଇଁ ଆବଶ୍ୟକ ହେଉଥିବା ଅତ୍ୟାଧୁନିକ ଯନ୍ତ୍ରପାତି ଓ ସରଞ୍ଜାମ ପାଇଁ ଚାଇନା ଉପରେ ନିର୍ଭର କରିବାକୁ ପଡ଼ୁଥିଲା। କିନ୍ତୁ ଭାରତକୁ ଏସବୁ ସରଞ୍ଜାମ ଯୋଗାଣ କ୍ଷେତ୍ରରେ ଚାଇନା ପକ୍ଷରୁ ରୋକ୍‌ ଲଗାଯାଇଥିବାରୁ କେନ୍ଦ୍ର ସରକାର ଏହି ଯୋଜନାକୁ ପ୍ରୋତ୍ସାହନ ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଦାବି ଆଗରେ ମୁଣ୍ଡ ନୁଆଁଇଲେ ପଶ୍ଚିମବଙ୍ଗ ସରକାର, ଦୀଘା ଜଗନ୍ନାଥ ମନ୍ଦିରରୁ ହଟିଲା ‘ଧାମ’ ଶବ୍ଦ

ଭୁବନେଶ୍ୱର,୨୬ା୧୧: ଦୀଘାସ୍ଥିତ ଜଗନ୍ନାଥ ମନ୍ଦିର ନାମରୁ ‘ଧାମ’ ଶବ୍ଦକୁ ହଟାଇ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ । ଏନେଇ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ନିର୍ବାଚନ ପୂର୍ବରୁ ବଡ଼ ଘୋଷଣା, ମହିଳାଙ୍କୁ ମିଳିବ ୪୦ ହଜାର ପେନ୍‌ସନ୍‌!

ଲକ୍ଷ୍ନୌ, ୨୬।୧୧: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୭ ପୂର୍ବରୁ ନିଜର ନିର୍ବାଚନୀ ରଣନୀତିକୁ ଆଗକୁ ବଢ଼ାଇଛି ସମାଜବାଦୀ ପାର୍ଟି (ସପା)। ସମ୍ବିଧାନ ଦିବସ ଅବସରରେ ଗୁରୁବାର ଦଳ…

୪୦ କୋଟି ପାଇବେ ବୈଭବ! ହଇଚଇ ସୃଷ୍ଟି କଲା ପୂର୍ବତନ କ୍ରିକେଟର୍‌ଙ୍କ ବୟାନ, କହିଲେ-ଇତିହାସର ସବୁଠାରୁ…

ନୂଆଦିଲ୍ଲୀ,୨୬।୧୧: ଭାରତୀୟ କ୍ରିକେଟରେ ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀ ଏବେ ନିଜର ବିସ୍ଫୋରକ ବ୍ୟାଟିଂକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ରେ ୟୁଏଇ…

ବାଲାଜୀ ମନ୍ଦିରକୁ ୧୬୦ କୋଟିର ସୁନା ଦାନକେଲ ବ୍ୟବସାୟୀ, ଟ୍ରକ୍‌ରେ ବୋହି ଆଣିଲେ

ନୂଆଦିଲ୍ଲୀ,୨୬।୧୧: ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁମଳା ତିରୁପତି ବାଲାଜୀ ମନ୍ଦିରକୁ ଜଣେ ଭକ୍ତଙ୍କ ପକ୍ଷରୁ ଦିଆଯିବାକୁ ଯାଉଛି ଏକ ବିରାଟ ସୁନା ଦାନ । ଗୁରୁବାର ଭଗବାନ ବେଙ୍କଟେଶ୍ୱରଙ୍କୁ…

ବିନା ହିଜାବରେ ଗାଇବାରୁ ଗାୟିକା ପରାସ୍ତୁ ଅହମଦିଙ୍କୁ ୭୪ ଥର ଚାବୁକମାଡ଼

ତେହରାନ,୨୬ା୧୧: ଇରାନର ଏକ ପୋଲିସ ହାଜତରେ ମହସା ଅମିନିଙ୍କ ମୃତ୍ୟୁ ଘଟଣାକୁ ନେଇ ବାଧ୍ୟତାମୂଳକ ହିଜାବ ଆଇନ ବିରୋଧରେ ଦେଶବ୍ୟାପୀ ବିକ୍ଷୋଭ ହୋଇଥିଲା। ଏହାର ୪ ବର୍ଷ…

ଟି-୨୦ରେ ୨୦୦ ରନ କରିବି… ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଭବିଷ୍ୟବାଣୀ, ଏହି କ୍ରିକେଟର୍‌ଙ୍କ ରେକର୍ଡ ଭାଙ୍ଗିବା ଲକ୍ଷ୍ୟ

ନୂଆଦିଲ୍ଲୀ,୨୬।୧୧: ଭାରତୀୟ କ୍ରିକେଟର ଯୁବ ସେନ୍ସେସନ ବୈଭବ ସୂର୍ଯ୍ୟବଂଶୀ ଏବେ ନିଜର ପରବର୍ତ୍ତୀ ଲକ୍ଷ୍ୟ ସ୍ଥିର କରିଛନ୍ତି। ଟି-୨୦ କ୍ରିକେଟ୍‌ରେ ୨୦୦ ରନ୍‌ର ଐତିହାସିକ ଇନିଂସ ଖେଳିବାକୁ…

ସୁପ୍ରିମକୋର୍ଟଙ୍କୁ କ୍ଷମା ମାଗିଲେ ତାମିଲନାଡୁ ସରକାର

କର୍ନାଟକ, ୨୬ା୧୧: ଥିରୁପାରକୁନ୍ଦ୍ରମ ପାହାଡ଼ ଉପରେ ଥିବା ବିବାଦୀୟ ‘ଦୀପାଥୁନ’ଠାରେ ପାରମ୍ପରିକ ଦୀପ ଜଳାଇବାରେ ବିଫଳ ହୋଇଥିବାରୁ ତାମିଲନାଡ଼ୁ ସରକାର ବୁଧବାର ସୁପ୍ରିମକୋର୍ଟଙ୍କୁ କ୍ଷମା ମାଗିଛନ୍ତି। ରାଜ୍ୟ…

ଇନଫ୍ଲୁଏନସରଙ୍କୁ ମାନହାନି ନୋଟିସ ପଠାଇଲେ ଶାହରୁଖ ଖାନ, ଅନନ୍ତ ଅମ୍ୱାନୀଙ୍କ ସହ କଥାବାର୍ତ୍ତା ଭିଡିଓକୁ ନେଇ ବଢ଼ିଲା ବିବାଦ

ମୁମ୍ୱାଇ: ବଲିଉଡ ସୁପରଷ୍ଟାର୍‌ ଶାହରୁଖ ଖାନ (Shah Rukh Khan) କଥିତ ଭାବେ ଜଣେ ସୋସିଆଲ ମିଡିଆ ଇନଫ୍ଲୁଏନସରଙ୍କୁ ଏକ ‘ମାନହାନିକାରକ’ (defamatory) ଇନଷ୍ଟାଗ୍ରାମ ରିଲ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?