ଖୋଲିଲା ଆଖଣ୍ଡଳମଣି ମନ୍ଦିର

ଆରଡି,୨।୨(ଡି.ଏନ.ଏ.) କୋଭିଡ୍‌ କଟକଣା ଯୋଗୁ ବନ୍ଦ ଥିବା ଭଦ୍ରକ ଜିଲା ଆରଡ଼ିସ୍ଥିତ ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ମଙ୍ଗଳବାର ଖୋଲିଛି। ଭୋର ୫ଟାରେ ମଙ୍ଗଳ ଆଳତି ପରେ ବାବାଙ୍କୁ ଦିଗମ୍ବର ବେଶରେ ସଜ୍ଜିତ କରାଯାଇଥିଲା। ସକାଳ ୬ଟାରେ ସର୍ବସାଧାରଣ ଦର୍ଶନ ନିମନ୍ତେ ମନ୍ଦିର ଖୋଲା ଯାଇଥିଲା। ଭକ୍ତମାନେ ଶୃଙ୍ଖଳାର ସହିତ ପ୍ରଭୁଙ୍କୁ ଦର୍ଶନ କରିଥିଲେ। ତେବେ ସୋମବାର ରାତିରେ ମନ୍ଦିର ଖୋଲାଯିବା ସମ୍ପର୍କରେ ଜିଲା ପ୍ରଶାସନ ନିଷ୍ପତ୍ତି ନେଇଥିବାରୁ ଖବର ପାଇ ନ ପାରି କମ୍‌ ସଂଖ୍ୟକ ଭକ୍ତ ବାବାଙ୍କ ଦର୍ଶନ କରିଥିଲେ। ମାସ୍କ ପିନ୍ଧି ମନ୍ଦିରରେ ପ୍ରବେଶ କରିବାକୁ ମନ୍ଦିର କର୍ମଚାରୀମାନେ ଆଗନ୍ତୁକ ଶ୍ରଦ୍ଧାଳୁମାନଙ୍କୁ ପରାମର୍ଶ ଦେଉଥିବା ଦେଖିବାକୁ ମିଳିଥିଲା। ଅପରାହ୍ଣରେ ବାବାଙ୍କୁ ଯୋଗୀବେଶ ଓ ସନ୍ଧ୍ୟାରେ ବଡସିଂହାର ବେଶରେ ସଜ୍ଜିତ କରାଯାଇଥିଲା। ପ୍ରାୟ ୧ ମାସ ପାଖାପାଖି ମନ୍ଦିର ବନ୍ଦଥିବାରୁ ଏହି ବେଶ ଦର୍ଶନ କରିବାରୁ ଭକ୍ତମାନେ ବଞ୍ଚିତ ହୋଇଥିଲେ। ପୁଣି ଥରେ ମନ୍ଦିର ଖୋଲିଥିବାରୁ ଭଦ୍ରକ ଉପଜିଲାପାଳ ମନୋଜ କୁମାର ପାତ୍ର, ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇ ସ୍ଥାନୀୟ ଅଧିବାସୀ,ସେବାୟତ ତଥା ଶ୍ରଦ୍ଧାଳୁମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏଥିସହିତ କୋଭିଡ୍‌ ନିୟମ ପାଳନ କରି ପୀଠରେ ସମସ୍ତ କାର୍ଯ୍ୟ ପରିଚାଳନା କରିବାକୁ ଏହି ଅଧିକାରୀ ଦ୍ୱୟ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡମପେଟା ସମୁଦ୍ର କୂଳ ଲଂଘିବା ଘଟଣା: ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୩।୭(ଅନାଥ ତରାଇ):  ବିଶ୍ୱତାପନ ଓ ବଙ୍ଗୋପସାଗରରେ କ୍ରମାଗତ ଜଳସ୍ତର ବୃଦ୍ଧି ଯୋଗୁଁ ଗଞ୍ଜାମ ଜିଲା ଉପକୂଳରେ ସ୍ଥିତି ଗମ୍ଭୀର ରହିଛି । ଏହାର ସ୍ଥାୟୀ ସମାଧାନ ପାଇଁ ସ୍ଥାନୀୟ…

ଘରୁ ଉଭାନ୍‌ ହୋଇଗଲେ ଅଷ୍ଟମ ଶ୍ରେଣୀ ଛାତ୍ରୀ: ବାପା କହିଲେ…

ଭବାନୀପାଟଣା,୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ସହର ସ୍ଥିତ ଭୈରବନଗର ପଡ଼ାରେ ରହୁଥିବା ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଅପହରଣ ହୋଇଥିବା ନେଇ ଅଭିଯୋଗ ଆସିଛି।…

ଓଡ଼ିଶା ସମେତ ୧୬ ରାଜ୍ୟକୁ ହାଇ ଆଲର୍ଟ; IMD ର ବଡ଼ ଚେତାବନୀ

ନୂଆଦିଲ୍ଲୀ,୩।୭: ଭାରତୀୟ ପାଣିପାଗ ବିଭାଗ (IMD) ଅନୁସାରେ, ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଉଛି। ଉତ୍ତର ଓଡ଼ିଶା ଉପକୂଳ ନିକଟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି।…

ଅଙ୍ଗନବାଡି ଗୃହ ପାଇଁ ବ୍ଲକ ଘେରାଉ: ଆନ୍ଦୋଳନରେ ସାମିଲ ହେଲେ କୁନି କୁନି ପିଲା

ଜଗନ୍ନାଥପ୍ରସାଦ,୩।୭(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ଚାରିକୋଣିଆ ଗୌଡ଼ ସାହିରେ ଅଙ୍ଗନବାଡି…

ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷାଙ୍କ ପରଲୋକ, ଶୋକବ୍ୟକ୍ତ କଲେ କଳାହାଣ୍ଡି ଏମପି

ଭବାନୀପାଟଣା,୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ତଥା ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀଙ୍କ ପତ୍ନୀ ଶ୍ରୀମତୀ ମାଝୀ (୫୭)ଙ୍କ ଗୁରୁବାର ବିଳମ୍ବିତ…

ନୀତିନ ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, କଲେ ବଡ଼ ଘୋଷଣା

ଭୁବନେଶ୍ବର,୩ା୭: ଦିଲ୍ଲୀରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି…

ଛେଚିବ ବର୍ଷା: ଏହିସବୁ ଜିଲାକୁ ରେଡ୍‌ ଆଲର୍ଟ ଜାରି

ଭୁବନେଶ୍ୱର,୩ା୭ (ସୌମ୍ୟରଞ୍ଜନ ରାଉତ):ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଲଘୁଚାପ ଯୋଗୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆହୁରି ସକ୍ରିୟ…

ପ୍ରକାଶ ପାଇଲା ପିଜି ପ୍ରବେଶିକା ପରୀକ୍ଷା ରେଜଲ୍ଟ, ନାମଲେଖା ସମୟସୂଚୀ…

ଭୁବନେଶ୍ୱର,୨ା୭(ସୁଚିସ୍ମିତା ସାହୁ): ପିଜି ପ୍ରବେଶିକା ପରୀକ୍ଷା ବା କମନ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ-୨୦୨୬ ରେଜଲ୍ଟ ଗୁରୁବାର ପ୍ରକାଶ ପାଇଛି। ଛାତ୍ରୀଛାତ୍ର ସାମ୍‌ସ ପୋର୍ଟାଲ ମାଧ୍ୟମରେ ନିଜ ପରୀକ୍ଷାଫଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri