ଏହି ହାସ୍ୟ ଅଭିନେତାଙ୍କୁ ବିବାହ କରିବାକୁ କାନାଡା ଛାଡି ଭାରତ ଆସିଥିଲେ ଦ୍ୱିତୀୟ ସ୍ତ୍ରୀ, ଆଶ୍ଚର୍ଯ୍ୟ ଲାଗି ଘରକୁ କରିଥିଲେ ହୋଟେଲ

ବଲିଉଡର ହାସ୍ୟ ଅଭିନେତା ରାଜପାଲ ଯାଦବ ତାଙ୍କ ଚରିତ୍ରରେ ଦର୍ଶକଙ୍କୁ ବହୁତ ହସାନ୍ତି। ଏକ ସମୟ ଥିଲା ଯେତେବେଳେ ତାଙ୍କ ପାଇଁ ଫିଲ୍ମ ହିଟ ହେଉଥିଲା। ସେ ଛୋଟ ଚରିତ୍ରରୁ ନିଜ କ୍ୟାରିଅର୍‌ ଆରମ୍ଭ କରିଥିଲେ। କିନ୍ତୁ ତାଙ୍କୁ ରାମ ଗୋପାଳ ବର୍ମାଙ୍କ ଫିଲ୍ମ ଜଙ୍ଗଲ(୨୦୦୦)ରୁ ପରିଚୟ ମିଳିଥିଲା। ଯଦିଓ ରାଜପାଲ ଦୀର୍ଘ ସମୟ ଧରି ଚଳଚ୍ଚିତ୍ରଠାରୁ ଦୂରରେ ଥିଲେ ତାଙ୍କର ଶେଷ ହିଟ ଫିଲ୍ମ ‘ଜୁଡୱା ୨’ ଥିଲା। ଏହା ପରେ ମଧ୍ୟ ତାଙ୍କର କିଛି ଚଳଚ୍ଚିତ୍ର ଆସିଥିଲା କିନ୍ତୁ ସେ ହିଟ୍‌ ହୋଇ ପାରି ନ ଥିଲା। ରାଜପାଲଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ ତାଙ୍କ ପ୍ରେମ କାହାଣୀ ଅତ୍ୟନ୍ତ କୌତୁହଳପୂର୍ଣ୍ଣ । ରାଜପାଲ ରାଧା ନାମକ ଏକ ଝିଅକୁ ବିବାହ କରିଥିଲେ। ଏହା ତାଙ୍କର ଦ୍ୱିତୀୟ ବିବାହ ଥିଲା। ତାଙ୍କର ପ୍ରଥମ ସ୍ତ୍ରୀଙ୍କ ନାମ କରୁଣା ଥିଲା। ତାଙ୍କ ଝିଅ ଜ୍ୟୋତିଙ୍କୁ ଜନ୍ମ ଦେବା ପରେ କରୁଣାଙ୍କର ମୃତ୍ୟୁ ଘଟିଥିଲା। ଜାଣନ୍ତୁ ରାଜପାଲଙ୍କ ଦ୍ୱିତୀୟ ବିବାହ ବିଷୟରେ।

ଯଦିଓ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ରାଜପାଲ ଦ୍ୱିତୀୟ ବିବାହ କରିବାକୁ ଚାହୁଁନଥିଲେ କିନ୍ତୁ ସେ ରାଧାଙ୍କୁ ସାଥୀ ଭାବରେ ଗ୍ରହଣ କରିଥିଲେ। ଯେତେବେଳେ ଏହି ବନ୍ଧୁତା ପ୍ରେମରେ ପରିଣତ ହେଲା, ସେତେବେଳେ ସେମାନେ ବିବାହ କରିଥିଲେ। ରାଜପାଲ ରାଧାଙ୍କ ସହ ୧୦ ମେ ୨୦୦୩ରେ ବିବାହ କରିଥିଲେ।

ରାଜପାଲ କହିଥିଲେ ଯେ, ଜଣେ ବନ୍ଧୁ ଉଭୟଙ୍କୁ ପରିଚିତ କରାଇଥିଲେ। ପ୍ରଥମେ ଦୁହିଁଙ୍କ ମଧ୍ୟରେ କୌଣସି କଥା ବର୍ତ୍ତା ହୋଇ ନଥିଲା। ପରେ ଦୁଇ କିମ୍ବା ତିନିଥର ଭେଟିଥିଲୁ। ପରସ୍ପରକୁ ପସନ୍ଦ କଲୁ। ଉଭୟ ୧୦ ଦିନ ଏକାଠି ରହିଲୁ। ରାଜପାଲ କାନାଡାରୁ ଫେରିବା ପରେ ମଧ୍ୟ ଦୁହେଁ ପରସ୍ପର ସହ କଥାବାର୍ତ୍ତା ଜାରି ରଖିଥିଲେ। ଏହି ସମୟ ମଧ୍ୟରେ, ଫୋନ୍‌ର ଅଧିକ ବିଲ୍‌ ଆସିଥିଲା। କିଛି ଦିନ ପରେ ରାଧା କାନାଡା ଛାଡି ଭାରତ ଆସିବାକୁ ସ୍ଥିର କଲେ। ରାଧା ରାଜପାଲଙ୍କ ପାଇଁ ଏହି ନିଷ୍ପତ୍ତି ନେଇଥିଲେ।

ତାଙ୍କର ପ୍ରଥମଦେଖାରେ ରାଧା କହିଥିଲେ, ‘ଯେତେବେଳେ ମୁଁ ପ୍ରଥମେ ମୁମ୍ବାଇରେ ପହଞ୍ଚିଲି, ରାଜପାଲ ମୋତେ ତାଙ୍କ ଘରକୁ ନେଇଗଲେ। ମୋତେ ଆଶ୍ଚର୍ଯ୍ୟ କରିବା ପାଇଁ ସେ ଘରର ଭିତର ଅଂଶକୁ କାନାଡାର ହୋଟେଲ ପରି ତିଆରି କରିଥିଲେ, ଯେଉଁଠାରେ ଆମେ ପ୍ରଥମ ଥର ଭେଟିଥିଲୁ । ଏହା ପରେ ଦୁହେଁ ବିବାହ କରିଥିଲେ। ବର୍ତ୍ତମାନ ଉଭୟଙ୍କର ଦୁଇଟି ଝିଅ ଅଛନ୍ତି। ରାଜପାଲ ଯାଦବଙ୍କ ଝିଅ ଜ୍ୟୋତି ବିବାହିତ। ଜ୍ୟୋତି ତାଙ୍କର ପ୍ରଥମ ସ୍ତ୍ରୀ କରୁଣାଙ୍କ ସନ୍ତାନ ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ହେଲେ ସପ୍‌ନା ଚୌଧୁରୀ

ପ୍ରସିଦ୍ଧ ନୃତ୍ୟଶିଳ୍ପୀ ତଥା ବିଗ ବସ ୧୧ର ପ୍ରତିଯୋଗୀ ସପନା ଚୌଧୁରୀ ମାତୃତ୍ୱ ଲାଭ କରିଛନ୍ତି। ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ତାଙ୍କ ସ୍ବାମୀ...

ମାଳଦ୍ୱୀପରେ ଛୁଟି କାଟୁଛନ୍ତି ସନି ଲିଓନି, ଶେୟାର କଲେ ବ୍ରେକ୍‌ଫାଷ୍ଟର ଫଟୋ

ମୁମ୍ବାଇ: ବଲିଉଡ୍‌ ଗ୍ଲାମର ଡଲ ତଥା ଫ୍ୟାଶନ କୁଇନ୍‌ ସନି ଲିଓନି ଏବେ ମାଳଦ୍ୱୀପରେ ଛୁଟି କାଟୁଛନ୍ତି। ସପରିବାର ସନି ମାଳଦ୍ୱୀପ ଯାଇଛନ୍ତି। ଏହି ସୁନ୍ଦର...

ଶାହାରୁଖ୍‌ଙ୍କ ଝିଅକୁ ସମର୍ଥନ କଲେ ସୈଫ୍‌ଙ୍କ ପୁଅ

ବଲିଉଡ୍‌ ବାଦ୍‌ଶାହା ଶାହାରୁଖ ଖାନ୍‌ଙ୍କ ଝିଅ ସୁହାନା ଆଜିକାଲି ଖୁବ୍‌ ଚର୍ଚ୍ଚାରେ। ସୁହାନାଙ୍କ ରଙ୍ଗକୁ ନେଇ ସୋସିଆଲ ମିଡିଆରେ କିଛି ବ୍ୟକ୍ତି ତାଙ୍କୁ କାଳି ଏବଂ...

ଜାଣନ୍ତୁ ଆମିରଙ୍କ ଭାବିଜ୍ୱାଇଁ ନୁପୁର କିଏ?ଆୟରାଙ୍କୁ ବିବାହ କରିବାକୁ କରିଛନ୍ତି ପ୍ରପୋଜ…

ବମ୍ବେ: ଦୀର୍ଘଦିନର ପ୍ରେମ ସମ୍ପର୍କ ପରେ ବିବାହ କରିବାକୁ ସହମତି ପ୍ରକାଶ କରିଛନ୍ତି ବଲିଉଡ ସୁପରଷ୍ଟାର ଆମିର ଖାଁଙ୍କ ଝିଅ ଆୟରା। ଖୁବ୍‌ଶୀଘ୍ର ନୁପୁର ଶିଖରଙ୍କର...

ଆସିବ ଫିଲ୍ମ ‘ଆର୍‌ଆର୍‌ଆର୍‌’ର ସିକ୍ୱେଲ

ଏସ୍‌ ଏସ୍‌ ରାଜାମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଆର୍‌ଆର୍‌ଆର୍‌’ଚଳିତ ବର୍ଷ ରେକର୍ଡ ସୃଷ୍ଟି କରିଥିଲା। ଅଭିନେତା ରାମ ଚରଣ ଏବଂ ଜୁନିୟର ଏନ୍‌ଟିଆର ଫିଲ୍ମରେ ମୁଖ୍ୟ ଭୂମିକାରେ...

ମୃତ୍ୟୁ ପୂର୍ବରୁ ଶ୍ରୀଦେବୀ ଶେୟାର କରିଥିଲେ ଏହି ଫଟୋ, ଆଜି ବି ଲୋକେ କରୁଛନ୍ତି ଏମିତି କମେଣ୍ଟ

ମୁମ୍ବାଇ: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ଶ୍ରୀଦେବୀଙ୍କ ମୃତ୍ୟୁ ଆଜକୁ ୩ ବର୍ଷ ତଳେ ହୋଇଥିଲା। ୨୪ ଫେବୃୟାରୀ ୨୦୧୮ରେ ଶ୍ରୀଦେବୀଙ୍କ ମୃତ୍ୟୁ ଘଟିଥିଲା। ଅଚାନକ ମୃତ୍ୟୁ...

ପୁଅର ବାପାଙ୍କ ନାଁ ଖୁଲାସା କଲେ ନୁଶରତ

ଟିଏମସି ଏମ୍‌ପି ତଥା ବଙ୍ଗାଳୀ ଅଭିନେତ୍ରୀ ନୁଶରତ ଜାହାଁ ପ୍ରଥମ ଥର ପାଇଁ ଅଭିନେତା ୟଶ ଦାସଗୁପ୍ତାଙ୍କ ସହ ତାଙ୍କ ସମ୍ପର୍କକୁ ଖୋଲାଖୋଲି ଭାବେ ସ୍ବୀକାର...

ମନିଲଣ୍ଡରିଂ ମାମଲା ରୁଜୁକଲା ଇଡି

ନୂଆଦିଲ୍ଲୀ,୧।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଶୁକ୍ରବାର ମନିଲଣ୍ଡରିଂ ମାମଲା ରୁଜୁ କରାଯାଇଛି। ଏହି କେନ୍ଦ୍ରୀୟ...

Advertisement
Archives

Model This Week